Posted inଖେଳ

ଅଷ୍ଟ୍ରେଲିଆ ଖେଳାଳିଙ୍କ କ୍ୱାରେଣ୍ଟିନ ଖର୍ଚ୍ଚ ବହନ କରୁଛି ବିସିସିଆଇ

ସିଡ୍‌ନୀ, ୧୮।୫ : ଆଇପିଏଲରେ ଭାଗ ନେଇଥିବା ଅଷ୍ଟ୍ରେଲିଆନ ଖେଳାଳି ସ୍ବଦେଶ ପହଞ୍ଚିବା ପରେ ୧୪ ଦିନିଆ କ୍ୱାରେଣ୍ଟିନରେ ରହିଛନ୍ତି। ଏଥି ଲାଗି ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରୁଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଏହା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି କ୍ରିକେଟ ଅଷ୍ଟ୍ରେଲିଆ ଆନ୍ତରିଣ ସିଇଓ ନିକ ହକଲେ।

ଷ୍ଟିଭ ସ୍ମିଥ, ପାଟ କୁମିନ୍ସଙ୍କ ଭଳି ଷ୍ଟାର ଖେଳାଳି, ଭାଷ୍ୟକାର ଓ ମ୍ୟାଚ୍‌ ଅଫିସିଆଲଙ୍କ ସମେତ ମୋଟ ୩୮ ଜଣ ମାଳଦ୍ୱୀପରୁ ସୋମବାର ସିଡ୍‌ନୀ ବିମାନ ବନ୍ଦରରେ ପହଞ୍ଚିଥିଲେ। ଭାରତୀୟ ବିମାନ ସେବା ଉପରେ ଅଷ୍ଟ୍ରେଲିଆ ସରକାରଙ୍କ କଟକଣା ଯୋଗୁ ଖେଳାଳିଙ୍କୁ ମାଳଦ୍ୱୀପରେ ୧୦ ଦିନ ରହିବାକୁ ପଡ଼ିଥିଲା।

ସିଡ୍‌ନୀ ମର୍ନିଂ ହେରାଲ୍ଡକୁ ହକଲେ କହିଛନ୍ତି, ବିସିସିଆଇ ତା’ର ପ୍ରତିଶ୍ରୁତି ରକ୍ଷା କରିବା ସହ କ୍ୱାରେଣ୍ଟିନ ଲାଗି ସମସ୍ତ ଖର୍ଚ୍ଚ ବହନ କରୁଛି। ଖେଳାଳିଙ୍କୁ ସୁରକ୍ଷିତ ଭାବେ ଯଥା ଶୀଘ୍ର ଘରେ ପହଞ୍ଚାଇବାକୁ ଆଶ୍ୱସନା ଦେଇଥିଲା ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ବୋର୍ଡ। ଆମେ ତାଙ୍କ ସହ କାର୍ଯ୍ୟ କରୁଛୁ। ସେମାନେ ପ୍ରତିଶ୍ରୁତି ରକ୍ଷା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ଫ୍ରାଞ୍ଚାଇଜର ୪ ଖେଳାଳି ପଜିଟିଭ ଚିହ୍ନଟ ହେବା ପରେ ଆଇପିଏଲ-୧୪କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି। କିନ୍ତୁ ଭାରତୀୟ ବିମାନ ସେବା ଉପରେ କଟକଣା ଯୋଗୁ ଅଷ୍ଟ୍ରେଲିଆନ ଖେଳାଳିମାନେ ତୁରନ୍ତ ସ୍ବଦେଶ ଫେରି ପାରି ନ ଥିଲେ। ଏଣୁ ସେମାନଙ୍କୁ ସ୍ବତନ୍ତ୍ର ଫାଇଟ୍‌ରେ ମାଳଦ୍ୱୀପ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସିଙ୍କ ୩୪ତମ ହ୍ୟାଟ୍ରିକ

ବାର୍ସିଲୋନା,୧୦।୧୧- ବାର୍ସିଲୋନା ସୁପରଷ୍ଟାର ଲିଓନେଲ ମେସିଙ୍କ ହ୍ୟାଟ୍ରିକ ବଳରେ ରବିବାର ବାର୍ସିଲୋନା ୪-୧ ସେଲ୍‌ଟା ଭିଗୋକୁ ହରାଇ ଦେଇଛି। ମେସିଙ୍କ ଲା ଲିଗା ଲିଗ କ୍ୟାରିୟରର...

‘ପନ୍ତଙ୍କ ସ୍ଥାନରେ କାର୍ତ୍ତିକଙ୍କୁ ଖେଳାଇବା ହାସ୍ୟାସ୍ପଦ’

ନୂଆଦିଲ୍ଲୀ,୪।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଏଯାବତ ଟିମ୍‌ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ୪ଟି ମ୍ୟାଚ୍‌ ଖେଳିଛି। ଏଥିରେ ଦୀନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିଥିବା ବେଳେ...

ଆସନ୍ତାବର୍ଷ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିବ

ଓ୍ବେଲିଂଟନ,୮।୬(ପି.ଟି.)- ଆସନ୍ତାବର୍ଷ ପ୍ରାରମ୍ଭରେ ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଭାରତ ପ୍ରଥମେ ଏକ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ...

ପୂଜାରାଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଅଶ୍ୱିନ୍‌: ଏମିତି କରିଦେଲେ ଫାଳେ ନିଶ କାଟିଦେବି

ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ୍‌ ନିଜ ସାଥୀ ଖେଳାଳି ଚେତେଶ୍ୱର ପୂଜାରାଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି। ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ...

ଖେଳାଳିଙ୍କ ପ୍ରତି ଅପମାନ

କୋଲକାତା,୨୧।୯: ମାତ୍ର ୨ ମାସ ହେଲା ପଶ୍ଚିମବଙ୍ଗ ରାଜ୍ୟପାଳ ଭାର ଗ୍ରହଣ କରିଥିବା ଲା’ ଗଣେଶନ ଆୟର ଜାତୀୟ ସ୍ତରରେ ସମାଲୋଚିତ ହୋଇଛନ୍ତି। ଡୁରାଣ୍ଡ କପ୍‌...

ଭାବପ୍ରବଣ ହେଲେ ଧୋନୀଙ୍କ ପ୍ରଶଂସକ

ମୁମ୍ବାଇ,୨୪।୩:ଦୀର୍ଘ ୧୪ ବର୍ଷ ବ୍ୟବଧାନ ପରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ଛାଡିଛନ୍ତି। ୪୦ ବର୍ଷ ବୟସରେ ଅଧିନାୟକ ପଦରୁ ଇସ୍ତଫା...

ମହିଳା କ୍ରିକେଟର ଡେଭିନଙ୍କ ବିଶ୍ୱ ରେକର୍ଡ

ଓ୍ବେଲିଂଟନ,୧୦।୨- ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଅଧିନାୟିକା ସୋଫି ଡେଭିନ ସୋମବାର ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ...

ଇଂଲଣ୍ଡ ଭଳି ବେହାଲ ହେଲା ଭାରତ: ରୁଟ୍‌ଙ୍କ ଦମ୍‌ଦାର ବୋଲିଂ ଯୋଗୁ ୧୪୫ରେ ଅଲଆଉଟ୍‌

ନୂଆଦିଲ୍ଲୀ,୨୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଗୁରୁବାର ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନର ଖେଳ ଜାରି ରହିଛି। ଇଂଲଣ୍ଡ ପ୍ରଥମ ପାଳିରେ ୧୧୨ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ପରେ...

Advertisement
Archives

Model This Week