Posted inଖେଳ

ଡ୍ରାଭିଡ୍‌, ଗାଙ୍ଗୁଲିଙ୍କ ଉପରେ କମେଣ୍ଟ ଶାହାଙ୍କୁ ମହଙ୍ଗା ପଡ଼ିପାରେ

ନୂଆଦିଲ୍ଲୀ,୨୫।୨: ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ଉଇକେଟକିପର ରିଦ୍ଧିମାନ ଶାହା ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଉପରେ କମେଣ୍ଟ କରିଥିଲେ। ଏଭଳି କରି ସେ ବିସିସିଆଇ ସହ କରିଥିବା ଚୁକ୍ତି ଭଙ୍ଗ କରିଛନ୍ତି। ପ୍ରୋଟୋକଲ ଭଙ୍ଗ କରିବା ଉପରେ ଭେଟେରାନ ଉଇକେଟକିପରଙ୍କୁ ସ୍ପଟିକରଣ ମାଗିପାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ।

କେନ୍ଦ୍ରୀୟ ଚୁକ୍ତିରେ ଗ୍ରୁପ୍‌ ବି’ରେ ସ୍ଥାନ ପାଇଥିବା ଶାହାଙ୍କୁ ବାର୍ଷିକ ୩ କୋଟି ଟଙ୍କା ମିଳେ। ଖେଳାଳିମାନେ ହସ୍ତାକ୍ଷର କରିଥିବା କେନ୍ଦ୍ରୀୟ ଚୁକ୍ତିରେ ଏକ କ୍ଲଜ (୬.୩) ଅଛି। ସେଥିରେ ଉଲ୍ଲେଖ ରହିଛି, ଖେଳାଳିମାନେ ଗେମ୍‌, ଅଧିକାରୀ, ଚୟନ ପ୍ରକ୍ରିୟା, ମ୍ୟାଚ୍‌ର କୌଣସି ନିର୍ଦ୍ଧିଷ୍ଟ ଘଟଣା, ବ୍ୟବହୃତ ଟେକନୋଲୋଜି ଉପରେ କମେଣ୍ଟ କରିପାରିବେ ନାହିଁ।

କୋଚ୍‌ ଡ୍ରାଭିଡ୍‌ ଓ ବିସିସିଆଇ ମୁଖ୍ୟ ଗାଙ୍ଗୁଲିଙ୍କ ସହ ହୋଇଥିବା ବ୍ୟକ୍ତିଗତ ଆଲୋଚନା ଉପରେ ଶାହା କମେଣ୍ଟ କରିଥିଲେ। ଟିମ୍‌ ମ୍ୟାନେଜମେଣ୍ଟ ଅତିରିକ୍ତ ଯୁବ ଉଇକେଟକିପରଙ୍କୁ ଦଳରେ ରଖିବାକୁ ଚାହୁଁଥିବା ଜଣାଇ ଦେଇଥିବାରୁ ୩୭ ବର୍ଷୀୟ ଭେଟେରାନଙ୍କ କ୍ୟାରିୟରର ପ୍ରାୟତଃ ଶେଷ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର ଓଭରରେ ଜିତିଲା ଆରସିବି

ଦୁବାଇ, ୨୯।୯- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ...

ଓସିଏର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ: ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଖର୍ଚ୍ଚ ହେବ ୬ କୋଟି ୪୨ ଲକ୍ଷ

କଟକ ଅଫିସ,୨୫ା୧୧- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଓସିଏ ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓସିଏ ସଭାପତି ପଙ୍କଜ...

ମାତ୍ର ୪୦ ଦିନରେ ଭାରତକୁ ମିଳିଲା ୫ ବଡ଼ ସୁପରଷ୍ଟାର୍‌

ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା କ୍ରିକେଟ ସିରିଜରେ ଭାରତ ପକ୍ଷରୁ ଡେବ୍ୟୁ କରିଥିବା ଖେଳାଳି ଏବେ ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି। ଏହି ପ୍ରଦର୍ଶନ ସୂଚାଇ ଦେଉଛି...

ଧୋନୀ, ସିଏସ୍‌କେ ଫ୍ୟାନଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୧୧: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦୀର୍ଘ ଦିନର କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇପିଏଲର ଆଗାମୀ ୩ ସିଜନ ପାଇଁ ରିଟେନ କରିଛି। ଧୋନୀଙ୍କ...

ବିଶ୍ୱ କ୍ରିକେଟର ସବୁଠୁ ବଡ଼ ବିପର୍ଯ୍ୟୟ ଘଟାଇଲା ବାଂଲାଦେଶ

ଢାକା,୬।୮: କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ଲଗାତାର ୩ ଥର ହରାଇ ଦେଇଛି ବାଂଲାଦେଶ। ବିଶ୍ୱ କ୍ରିକେଟରେ ଏହାକୁ ସବୁଠୁ ବଡ଼ ବିପର୍ଯ୍ୟୟ...

ଦିନିକିଆ ସିରିଜ: ଶ୍ରୀଲଙ୍କାର କ୍ଲିନ୍‌ ସୁଇପ୍‌

କଲମ୍ବୋ,୧।୮- ବାଂଲାଦେଶ ବିପକ୍ଷ ଦିନିକିଆ ସିରଜ୍‌ରେ ଘରୋଇ ଶ୍ରୀଲଙ୍କା କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ଆର. ପ୍ରେମଦାସା ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ...

ଦ୍ୱିତୀୟ ଟି୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ

ଜୋହାନ୍ସବର୍ଗ,୧୩ା୪-ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଫଳରେ ଦୁଇ ଦଳ...

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ: ଲାୟନ୍ସେସ ଚାମ୍ପିୟନ

କଲ୍ୟାଣୀ, ୧୮।୧୧- ଏଠାରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଚାମ୍ପିୟନଶିପ୍‌ରେ ଲାୟନ୍ସେସ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଏହି ଦଳ ଟାଇଗ୍ରେସେସକୁ...

Advertisement
Archives

Model This Week