Posted inଖେଳ

୩୬ ହଜାର କୋଟି ଆୟ କରିପାରେ ବିସିସିଆଇ

ନୂଆଦିଲ୍ଲୀ, ୨୧ା୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୩ରୁ ୨୦୨୭ ମଧ୍ୟରେ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ପ୍ରସାରଣ ଅଧିକାର ବାବଦରୁ ୫ ବିଲିୟନ ଆମେରିକୀୟ ଡଲାର ଆୟ କରିବାକୁ ଆଶା ରଖିଛି। ଆଇପିଏଲ୍‌ରେ ସାମିଲ ହେବାକୁ ଥିବା ଦୁଇଟି ନୂଆ ଦଳ ପାଇଁ କେତେକ ହାଇପ୍ରୋଫାଇଲ ବ୍ୟକ୍ତି ତଥା କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ଆଇପିଏଲର ପ୍ରସାରଣ ଅଧିକାର ପାଇଥିବା ଷ୍ଟାର ଇଣ୍ଡିଆ ଆଗାମୀ ସଂସ୍କରଣର ମଧ୍ୟ ଲାଇଭ ଟେଲିକାଷ୍ଟ କରିବ। ଷ୍ଟାର ଇଣ୍ଡିଆ ୫ ବର୍ଷ ପାଇଁ ଆଇପିଏଲ୍‌ ପ୍ରସାରଣ ଅଧିକାରକୁ ୧୬, ୩୪୭.୫୦ କୋଟି (୨.୫୫ ବିଲିୟନ ଆମେରିକୀୟ ଡଲାର) ଟଙ୍କାରେ କିଣିଥିଲା। ଆଗାମୀ ୫ବର୍ଷ ପାଇଁ ବ୍ରଡ୍‌କାଷ୍ଟିଂ ସ୍ବତ୍ୱାଧିକାର ପ୍ରଦାନ ବାବଦରେ ବିସିସିଆଇ ୨ ଗୁଣାରୁ ଅଧିକ ଅର୍ଥାତ୍‌ ୫ ବିଲିୟନ ଡଲାର(ପ୍ରାୟ ୩୬,୦୦୦ କୋଟି) ପାଇପାରେ ବୋଲି ଅନୁମାନ କରାଯାଉଛି।

ଆଇପିଏଲ୍‌ରେ ଦଳ କିଣିବା ଲାଗି ଆମେରିକାର ଏକ ଜଣାଶୁଣା କମ୍ପାନୀ ଆଗ୍ରହ ପ୍ରକାଶ କରିଛି। ୨୦୨୨ରୁ ୧୦ଟି ଦଳକୁ ନେଇ ଆଇପିଏଲ୍‌ ଅନୁଷ୍ଠିତ ହେବ। ଫଳରେ ମ୍ୟାଚର ସଂଖ୍ୟା ୭୪କୁ ବୃଦ୍ଧି ପାଇବ। କୌଣସି କମ୍ପାନୀ ଆଇପିଏଲ୍‌ ସମ୍ପତ୍ତି କ୍ରୟ କରିବାକୁ ହେଲେ ଭାରତରେ ଏହାର ଶାଖା ରହିଥିବା ଆବଶ୍ୟକ। ବିସିସିଆଇ ଅକ୍ଟୋବର ୨୫ରେ ଦୁବାଇରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବ। ସେହିଦିନ ଦୁଇଟି ନୂଆ ଆଇପିଏଲ୍‌ ଦଳ ମଧ୍ୟ ଘୋଷଣା ହେବ। ବିସିସିଆଇ ଏଥର ଷ୍ଟାର ଇଣ୍ଡିଆ ଓ ସୋନିଠାରୁ ଲୋଭନୀୟ ବିଡ୍‌ ଆଶା କରୁଛି। ମାଞ୍ଚେଷ୍ଟର ୟୁନାଇଟେଡ୍‌ ମାଲିକ ଗ୍ଲେଜର ଫ୍ୟାମିଲି ଆଇପିଏଲ୍‌ ଦଳ କିଣିବା ପାଇଁ ଡକ୍ୟୁମେଣ୍ଟ ଦାଖଲ କରିଛି। ଜଣେ ସିନିୟର ଅଫିସିଆଲଙ୍କ ସୂଚନା ଅନୁସାରେ ଗ୍ଲେଜର ଫ୍ୟାମିଲି ହେଉଛନ୍ତି ମାଞ୍ଚେଷ୍ଟର ୟୁନାଇଟେଡ୍‌ର ମାଲିକ। ଅକ୍ଟୋବର ୨୦ରେ ସେମାନେ ବିଡ୍‌ ଦାଖଲ କରିଛନ୍ତି। ଆଇପିଏଲ ଟିମ୍‌ ବିଡିଂରୁ ବିସିସିଆଇ ୭୦୦୦ କୋଟି ଟଙ୍କାରୁ ୧୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେବାର ଦିନକ ପରେ ବିଜେଡି ଫେରିଲେ କାଉନ୍‌ସିଲର

ଭୁବନେଶ୍ୱର,୧୨।୭ (ସୁନିତ୍‌ ମିଶ୍ର): ଚୌଦ୍ୱାର ମ୍ୟୁନିସିପାଲଟିର ୧୨ ନମ୍ବର ଓ୍ବାର୍ଡର କାଉନସିଲର୍‌ ସୁବ୍ରତ କୁମାର ସାମଲ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଇସ୍ତଫା…

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri