Posted inଜାତୀୟ

ବିବିସି ଡକ୍ୟୁମଣ୍ଟାରି ପ୍ରସଙ୍ଗ: ସରକାରଙ୍କୁ ସମର୍ଥନ କରି ଅନିଲ ଆଣ୍ଟୋନୀ କଂଗ୍ରେସରୁ ଦେଲେ ଇସ୍ତଫା…

ନୂଆଦିଲ୍ଲୀ,୨୪।୧ : ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନୀ ୨୦୦୨ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ବିରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସମର୍ଥନ କରି ସେ ବୁଧବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ବିବିସି ଡକ୍ୟୁମଣ୍ଟାରିକୁ ବିରୋଧ କରିବାରୁ ତାଙ୍କୁ ଧମକ ମିଳିବା ଆରମ୍ଭ କରିଥିବା କହିଛନ୍ତି।

ସେ ଟୁଇଟ କରିଛନ୍ତି ଯେ, ମୁଁ କଂଗ୍ରେସର ମୋର ସମସ୍ତ ପଦରୁ ଇସ୍ତଫା ଦେଇଛି। ଇସ୍ତଫା ଦେବା ପରେ ସେ କଂଗ୍ରେସର ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କଶ୍ମୀର ପଦଯାତ୍ରା କରି ପ୍ରେମର ବାର୍ତ୍ତା ପ୍ରସାର କରୁଛନ୍ତି। ଏପରି ସ୍ଥଳେ ଦଳର ଅନ୍ୟ ସଦସ୍ୟମାନେ ବିପରୀତ କାର୍ଯ୍ୟ କରୁଥିବା ଅନିଲ କହିଛନ୍ତି। ମୁଁ ବିବିସି ଡକ୍ୟୁମଣ୍ଟାରିକୁ ବିରୋଧ କରିବାର ୨୪ ଘଣ୍ଟା ମଧ୍ୟରେ ବହୁତ କିଛି ଘଟିଛି। ମୋ ପାଖକୁ ରାତି ସାରା ଧମକ ଭରା କଲ ଆସିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଅନିଲ ଆଣ୍ଟୋନୀ କହିଥିଲେ ଯେ ବ୍ରିଟିଶ ପ୍ରସାରଣକାରୀ ବିବିସିର ଭାରତୀୟ ଅନୁଷ୍ଠାନକୁ ଅଗ୍ରାଧିକାର ଦେବା ଆମ ଦେଶର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବ। ଏହା ଦେଶ ଲାଗି ବିପଦ ସୃଷ୍ଟି କରିବ। କଂଗ୍ରେସ ଦଳର କେରଳ ୟୁନିଟର ଡିଜିଟାଲ ଯୋଗାଯୋଗକୁ ଅନିଲ ଆଣ୍ଟୋନୀ ପରିଚାଳନା କରୁଥିଲେ। ସେ ଏକ ଟୁଇଟରେ କହିଥିଲେ ଯେ ଯେଉଁମାନେ ବିବିସି ତଥା ବ୍ରିଟେନର ପୂର୍ବତନ ବୈଦେଶିକ ସଚିବ ଜ୍ୟାକ ଷ୍ଟ୍ରୋଙ୍କ ଚିନ୍ତାଧାରାକୁ ସମର୍ଥନ କରୁଛନ୍ତି ଏବଂ ଗ୍ରହଣ କରୁଛନ୍ତି ସେମାନେ ଭାରତୀୟ ଅନୁଷ୍ଠାନ ଉପରେ ବିପଦପୂର୍ଣ୍ଣ ଉଦାହରଣ ସୃଷ୍ଟି କରୁଛନ୍ତି। କାରଣ ୨୦୦୩ ଇରାକ ଯୁଦ୍ଧ ପଛରେ ଜ୍ୟାକ ଷ୍ଟ୍ରୋଙ୍କ ହାତ ଥିଲା। ଭାଜପା ସହିତ ପ୍ରମୁଖ ମତଭେଦ ସତ୍ତ୍ୱେ ମୁଁ ଅନୁଭବ କରୁଛି ଯେ, ଏହା ଆମର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri