Posted inଖେଳ

ସେମିରେ ଅଷ୍ଟ୍ରେଲିଆ, ବେଲ୍‌ଜିୟମ

ଭୁବନେଶ୍ୱର, ୨୫ା୧(କ୍ରୀଡ଼ା ପ୍ରତିନିଧି): ତିନିଥର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଗତ ସଂସ୍କରଣର ଟାଇଟଲ ବିଜେତା ବେଲଜିୟମ ଚଳିତ ହକି ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଅନୁୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ୪-୩ ଗୋଲରେ ସ୍ପେନ୍‌କୁୁ ହରାଇଥିବାବେଳେ ଦ୍ୱିତୀୟ କ୍ୱାର୍ଟରରେ ବେଲଜିୟମ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଫଳରେ ସ୍ପେନ୍‌ ଓ ନ୍ୟୁଜିଲାଣ୍ଡର ଅଭିଯାନ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରୁ ଶେଷ ହୋଇଛି। ବେଲଜିୟମ-ନ୍ୟୁଜିଲାଣ୍ଡ ମ୍ୟାଚ ଆରମ୍ଭରେ ପୁରୀ ଗଜପତି ଦିବ୍ୟସିଂହ ଦେବ ଅତିଥିଭାବେ ଯୋଗଦେଇ ଦୁଇ ଦଳର ଅଧିନାୟକଙ୍କ ସହ ପରିଚିତ ହୋଇଥିଲେ।
କ୍ରସ୍‌ ଓଭରରେ ଉତ୍ସାହୀ ପ୍ରଦର୍ଶନ କରି ଶୁଟ୍‌ଆଉଟ/ସଡନ୍‌ଡେଥ୍‌ରେ ଭାରତକୁ ପରାସ୍ତ କରିଥିବା ନ୍ୟୁଜିଲାଣ୍ଡ କ୍ୱାର୍ଟର ଫାଇନାଲରେ ବେଲଜିୟମ ବିପକ୍ଷରେ କିନ୍ତୁ ସେହି ପ୍ରଦର୍ଶନ ଦୋହରାଇ ପାରି ନ ଥିଲା। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବେଲଜିୟମ ପ୍ରାଧାନ୍ୟ ବିସ୍ତାର କରି ଖେଳିିଥିଲା। ୧୦ମ ମିନିଟରେ ମିଳିିଥିବା ପ୍ରଥମ ପେନାଲ୍ଟି କର୍ନରକୁ ଗୋଲ ପରିଣତ କରି ବେଲଜିୟମକୁ ଅଗ୍ରଣୀ କରିଥିଲେ ଟମ୍‌ ବୁନ୍‌। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ମୋମେଣ୍ଟମ ବଜାୟ ରଖିଥିଲା ଗତଥରର ଚାମ୍ପିୟନ ଦଳ। ୧୬ତମ ମିନିଟରେ ସିମନ ଗୁଗନାର୍ଡଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ବେଲଜିୟମର ଅଗ୍ରଣୀ ୍ଯଯବଧାନକୁ ୨-୦ରେ ପହଞ୍ଚାଇଥିଲେ ଫ୍ଲୋରେଣ୍ଟ ଭାନ୍‌ ଅଉବେଲ। ୨୪ତମ ମିନିଟରେ ଅଗ୍ରଣୀ ବ୍ୟବଧାନକୁ ବଢ଼ାଇବାକୁ ବେଲଜିୟମ ନିକଟରେ ସୁଯୋଗ ଥିଲା। ମାତ୍ର ପେନାଲ୍ଟି କର୍ନରରୁ ଗୋଲ ହୋଇପାରି ନ ଥିଲା। ୨୮ତମ ମିନିଟରେ ପ୍ରଥମ ପେନାଲ୍ଟି କର୍ନର ପାଇଥିଲା ନ୍ୟୁଜିଲାଣ୍ଡ। ମାତ୍ର ବେଲଜିୟମର ରକ୍ଷଣଭାଗକୁ ଭେଦ କରିବାରେ ଅସମର୍ଥ ରହିଥିଲା। ୪୬ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଫଳ ସମାନ ରହିଥିଲା। ଶେଷ ୬ ମିନିଟ ଗୋଲକିପର ହଟାଇ ଖେଳିଥିଲା ନ୍ୟୁଜିଲାଣ୍ଡ। ଅର୍ଥାତ୍‌ ୧୧ ଜଣ ଖେଳାଳିିଙ୍କୁ ନେଇ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରିଥିଲା। ଏହି ସମୟ ମଧ୍ୟରେ ବେଲଜିୟମ ରଣନୀତି ବଦଳାଇ ରକ୍ଷଣଭାଗକୁୁ ଗୁରୁତ୍ୱ ଦେଇଥିଲା। ଖେଳାଳିମାନେ ଅଧିକାଂଶ ସମୟ ଏରିିଏଲ୍‌ ପାସ୍‌ ଦେଇ ସମୟ ଅତିକ୍ରମ କରିଥିଲେ। ୫୯ତମ ମିନିଟରେ ନ୍ୟୁଜିଲାଣ୍ଡ ଏକ ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ବେଲଜିୟମ ରକ୍ଷଣଭାଗ ପ୍ରାଚୀର ସଦୃଶ ଏହାକୁ ପ୍ରତିରୋଧ କରିଥିଲେ। ବେଲଜିୟମ ଅଧିନାୟକ ଫେଲିକ୍ସ ଡୋନେର ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଇଂଲଣ୍ଡ-ଜର୍ମାନୀ କ୍ୱାର୍ଟର ଫାଇନାଲର ବିଜେତାକୁ ଅଷ୍ଟ୍ରେଲିଆ ସେମିଫାଇନାଲରେ ଭେଟିବ। ସେହିପରି ନେଦରଲାଣ୍ଡ୍ସ-ଦକ୍ଷିଣ କୋରିଆ କ୍ୱାର୍ଟର ଫାଇନାଲର ବିଜେତା ସହ ବେଲଜିୟମର ମୁକାବିଲା ହେବ। ୨ଟି ଯାକ ସେମିଫାଇନାଲ ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?