Posted inଖେଳ

ପ୍ରଥମ ଦିନରେ ଓଡ଼ିଶା ୯୬/୨

ଭୁବନେଶ୍ୱର,୨୫ା୧(ସ୍ପୋଟର୍‌ସ ବ୍ୟୁରୋ):କୋଲକାତାର ଇଡେନ ଗାର୍ଡେନରେ ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ୨ ଉଇକେଟ ହରାଇ ୯୬ ରନ୍‌ ସଂଗ୍ରହ କରିଛି। ଖରାପ ଆଲୋକ କାରଣରୁ ଦିନରେ ମାତ୍ର ୩୫ ଓଭର ଖେଳ ସମ୍ଭବ ହୋଇଥିଲା। ଓଡ଼ିଶା ଏହି ମ୍ୟାଚରେ କାର୍ତ୍ତିକ ବିଶ୍ୱାଳ, ଅଭିଷେକ ରାଉତ ଓ ଜୟନ୍ତ ବେହେରାଙ୍କୁ ବାଦ୍‌ ଦେଇ ସନ୍ଦୀପ ପଟ୍ଟନାୟକ, ରାକେଶ ପଟ୍ଟନାୟକ ଓ ବସନ୍ତ ମହାନ୍ତିଙ୍କୁ ଖେଳାଇଥିଲା। ଟସ୍‌ ଜିତି ବେଙ୍ଗଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅନୁରାଗ ଷଡଙ୍ଗୀ(୧୫) ଓ ଶାନ୍ତନୁ ମିଶ୍ର (୪୧*) ପ୍ରଥମ ଉଇକେଟରେ ୨୬ ରନ୍‌ ଯୋଡିଥିଲେ। ଆକାଶଦୀପ୍‌ଙ୍କ ବଲରେ ଅନୁରାଗ ପ୍ୟାଭିଲିୟନ୍‌ ଫେରିଥିଲେ। ଏହାପରେ ସନ୍ଦୀପ ପଟ୍ଟନାୟକ (୩୦) କ୍ରିଜ୍‌ରେ ଯୋଗ ଦେବା ସହିତ ଦ୍ୱିତୀୟ ଉଇକେଟରେ ୫୭ ରନ ଯୋଡିଥିଲେ। ୪୬ ବଲ୍‌ ଖେଳି ୬ ଚୌକା ମାରି ସେ ଇଶାନ ପୋରେଲଙ୍କ ଶିକାର ହୋଇଥିଲେ। ଶାନ୍ତନୁ ଷ୍ଟମ୍ପ ଅପସାରଣ ବେଳକୁ ୧୦୬ ବଲ୍‌ ଖେଳି ୬ ଚୌକା ମାରି ବ୍ୟାଟିଂ କରୁଥିବା ବେଳେ ୯ ରନ୍‌ କରି ଅଧିନାୟକ ଶୁଭ୍ରାଂଶୁ ସେନାପତି ବ୍ୟାଟିଂ କରୁଛନ୍ତି। ବେଙ୍ଗଲ ପକ୍ଷରୁ ଆକାଶ ଦୀପ୍‌ ଓ ଇଶାନ ପୋରେଲ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ଗ୍ରୁପ୍‌ ଡି’ରେ ୩୨ ପଏଣ୍ଟ ସହିତ ବେଙ୍ଗଲ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଓଡ଼ିଶା ୮ ପଏଣ୍ଟ ସହିତ ୭ମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିଟର କ୍ରାଉଚ୍‌ଙ୍କ ଅବସର

ଲଣ୍ଡନ,୧୩।୭(ଏଏଫ୍‌ପି)- ଇଂଲଣ୍ଡ ପୂର୍ବତନ ଷ୍ଟ୍ରାଇକର ପିଟର କ୍ରାଉଚ୍‌ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଦୁଇ ଦଶନ୍ଧି ଧରି ସଫଳତାର ସହ ପେସାଦାର ଫୁଟବଲ ଖେଳିବାପରେ ସେ...

ଅନୁଷ୍କାଙ୍କ ଡେଲିଭରୀ ଡେଟ୍‌ ଜଣାଇଲେ ବିରାଟ!

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାର ଅନୁଭବକୁ ନିଜ ପ୍ରଶଂସକଙ୍କ ସହ ବେଳେବେଳେ...

ପଡିଆରେ କାହିଁକି କାନ୍ଦିଥିଲେ ରୋହିତ ଶର୍ମାଙ୍କ ସ୍ତ୍ରୀ

ଲକ୍‌ଡାଉନରେ ରୋହିତ୍‌ ଶର୍ମା ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। କ୍ରିକେଟ ପଡିଆରେ ପୁରୁଣା ଦିନର ସ୍ମୁତିକୁ ସେ ନିଜ ଫ୍ୟାନ୍‌ଙ୍କ ସହ ଶେୟାର କରୁଛନ୍ତି। ରୋହିତଙ୍କ...

ମୁମ୍ବାଇ ଇଣ୍ଡିଆନ୍ସରୁ ପପୁଙ୍କୁ ଡାକରା

କଟକ ଅଫିସ,୨୦ା୧୦- ଓଡ଼ିଶା ସିନିୟର କ୍ରିକେଟ ଦଳର ବାମହାତୀ ଅର୍ଥୋଡକ୍ସ ପପୁ ରାୟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ଡାକରା ଆସିଛି। ଭାରତୀୟ ପ୍ରିମିୟର ଲିଗ୍‌(ଆଇପିଏଲ)ର ସର୍ବାଧିକ...

ସିଡନୀ ଟେଷ୍ଟ ପରେ ଏହି ଖେଳାଳିଙ୍କୁ ମେସେଜ୍‌ କରି ଏଭଳି କହିଥିଲେ ଦ୍ରାବିଡ୍‌

ହାଇଦ୍ରାବାଦ,୨୨।୧: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ହାତେଇବା ପରେ ଭାରତୀୟ ଟିମ୍‌ର ଭୂରି ଭୂରି ପ୍ରଶଂସା କରାଯାଉଛି। ଏହି ଜିତ୍‌କୁ ନେଇ ଭାରତର ପୂର୍ବ ଅଧିନାୟକ ରାହୁଲ...

ସ୍ବତନ୍ତ୍ର ରେକର୍ଡ ଅଧିକାରୀ ପୋଲାର୍ଡ

ପାଲିକେଲ,୫ା୩- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ...

କ’ଣ ଏହି ‘ସଫ୍ଟ ସିଗ୍‌ନାଲ’? ଯାହାକୁ ନେଇ ଏବେ କ୍ରିକେଟଜଗତରେ ଦେଖାଦେଇଛି ନୂଆ ବିବାଦ

ନୂଆଦିଲ୍ଲୀ,୧୯।୩: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମୁକାବିଲା ପରଠାରୁ ଚର୍ଚ୍ଚାରେ ‘ସଫ୍ଟ ସିଗ୍‌ନାଲ’। ଏହା କ’ଣ ଏବଂ ଏପରି କ’ଣ ଘଟିଲା ଯେ ପଡ଼ିଆରେ...

କ୍ରିକେଟ୍‌ ଛାଡି ପାଇଲଟ୍‌ ହେଲେ ଏହି କ୍ରିକେଟର୍‌

ସାଧାରଣତଃ କ୍ରିକେଟରମାନେ କ୍ରିକେଟ ଛାଡି ଖେଳ ସହ ଯୋଡି ହୋଇରହିଥାନ୍ତି। କିଏ କମେଣ୍ଟଟର୍‌ ହୁଅନ୍ତି ତ ଆଉ କିଏ କ୍ରିକେଟ ଏକ୍ସପର୍ଟ, କୋଚ୍‌ ଭାବେ କାର୍ଯ୍ୟ...

Advertisement
Archives

Model This Week