Posted inଜାତୀୟ

ବାଟଲା ହାଉସ୍‌ ଏନ୍‌କାଉଣ୍ଟର: ଆତଙ୍କବାଦୀ ଆରିଜ୍‌ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୮।୩: ବାଟଲା ହାଉସ୍‌ ଏନ୍‌କାଉଣ୍ଟର ମାମଲାରେ ଦିଲ୍ଲୀର ଏକ କୋର୍ଟ ଅଭିଯୁକ୍ତ ଆତଙ୍କବାଦୀ ଆରିଜ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆରିଜ୍‌ଙ୍କ ଦଣ୍ଡାଦେଶ ସମ୍ପର୍କରେ ଘୋଷଣା ମାର୍ଚ୍ଚ ୧୫ରେ କରାଯିବ ବୋଲି କୋର୍ଟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଆରିଜ୍‌ ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ର ଜଣେ ସଦସ୍ୟ। ଭାରତୀୟ ପିଙ୍ଗଳ କୋଡ ଧାରା ୩୦୨, ୩୦୭ ଏବଂ ଆର୍ମସ୍‌ ଆକ୍ଟ୍‌ ଅନ୍ତର୍ଗତ ଆରିଜ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ୨୦୦୮ରେ ଦିଲ୍ଲୀରେ ବାଟଲା ହାଉସ୍‌ ଏନ୍‌କାଉଣ୍ଟର ପରେ ସେ ଫେରାର ଥିଲେ। ୨୦୧୮ରେ ତାଙ୍କୁ ନେପାଳରୁ ଗିରଫ କରାଯାଇଥିଲା। ଏନ୍‌କାଉଣ୍ଟର ସମୟରେ ଇନସ୍ପେକ୍ଟର ମୋହନ ଶର୍ମା ଶହୀଦ୍‌ ହୋଇଥିଲେ। ସେହିପରି ପୋଲିସ କର୍ମଚାରୀ ବଲଓ୍ବନ୍ତ ସିଂ ଏବଂ ରାଜବୀରଙ୍କୁ ଜୀବନରେ ମାରି ଦେବାକୁ ଉଦ୍ୟମ ହୋଇଥିଲା। ଆରିଜ୍‌ଙ୍କ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଆଯାଇଛି। ପରିବାରର ଆୟ ଅନୁସାରେ ଜରିମାନା ସ୍ଥିର କରାଯିବ ବୋଲି କୋର୍ଟ କହିଛନ୍ତି। ଆରିଜ୍‌ଙ୍କ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଇଣ୍ଟରପୋଲ୍‌ ଦ୍ୱାରା ଆରିଜ୍‌ଙ୍କୁ ନେଇ ରେଡ୍‌ କର୍ନର ନୋଟିସ୍‌ ଜାରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାଇ ଆଲର୍ଟରେ ଲାଲ୍‌କିଲ୍ଲା

ନୂଆଦିଲ୍ଲୀ, ୧୨ା୮: ୭୪ତମ ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ନିଷିଦ୍ଧ ଶିଖ୍‌ ଫର୍‌ ଜଷ୍ଟିସ (ଏସ୍‌ଏଫ୍‌ଜେ) ଖଲିସ୍ତାନ ପତାକା ଉଡ଼ାଇବା ଲାଗି ଷଡ଼ଯନ୍ତ୍ର କରୁଛି। ଯଦି କେହି...

ଶୀଘ୍ର ଆସ୍ଥାଭୋଟ ପାଇଁ ଦାବି

ଭୋପାଳ,୧୫ା୩(ପି.ଟି.): ମଧ୍ୟପ୍ରଦେଶ ଭାଜପାର ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନଙ୍କୁ ସାକ୍ଷାତ କରି ବିଧାନସଭାରେ ତୁରନ୍ତ ଆସ୍ଥା ଭୋଟ କରାଇବା ପାଇଁ ଦାବି...

ତିନି ଦିନ ହେଲା ଲାଗି ରହିଛି ବର୍ଷା ,୫ ମୃତ

ଚେନ୍ନାଇ,୯।୧୧: ତାମିଲନାଡୁର ବିଭିନ୍ନ ସ୍ଥାନରେ ଲଗାତର ତିନି ଦିନ ହେଲା ବର୍ଷାଜାରି ରହିଛି । ବର୍ଷା ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା...

ରିଜ ମଇଦାନରେ ମୋଦି

ଶିମଲା,୩୧ ।୫: ଭାରତୀୟ ଜନତା ପାର୍ଟି(ଭାଜପା)ଶାସନକୁ ୮ ବର୍ଷ ପୂରଣ ହୋଇଛି । ଏହି ବର୍ଷ ପୂର୍ତ୍ତିର ଖୁସି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର...

ମୋଦି ସରକାରଙ୍କୁ ୬ ବର୍ଷ

ନୂଆଦିଲ୍ଲୀ, ୧୭।୫: କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଶନିବାର ୬ ବର୍ଷ ପୂରଣ କରିଛନ୍ତି। ୨୦୧୪ ମେ ୧୬ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ...

ଖବରଦାତାଙ୍କ ବେଶରେ ଯୋଗୀଙ୍କ ଉପରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ: ଗୁଇନ୍ଦା ବିଭାଗ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଭୟ ରହିଛି। ଖବରଦାତା ବେଶରେ ଆତଙ୍କବାଦୀ ଗୋରଖପୁରର ଗୋରଖନାଥଙ୍କ ମନ୍ଦିର ବା ଭିଆଇପି...

ବେକାବୁ କରୋନା: ଦିନକରେ ୬୨ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୭।୩: ଦେଶରେ କରୋନାର ଦେ।ହରା ମାଡ଼ ଆରମ୍ଭ ହୋଇଛି। ଧୀରେଧୀରେ ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ନୂଆ ଆକ୍ରାନ୍ତଙ୍କ ପ୍ରତିଦିନ ସଂଖ୍ୟା ବଢ଼ିବାରେ ଲାଗିଛି।...

କମ୍ପାନୀଠାରୁ ରେମେଡେସିଭିର କିଣିବେ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୯।୫: କେନ୍ଦ୍ର ସରକାର ଏଣିକି ରାଜ୍ୟ ସରକାରଙ୍କୁ ରେମେଡେସିଭିର ଇଞ୍ଜେକ୍ସନ ଯୋଗାଇଦେବେ ନାହିଁ। ରେମେଡେସିଭିର ଇଞ୍ଜେକ୍ସନ ପାଇଁ ରାଜ୍ୟ ସରକାର ସିଧାସଳଖ କମ୍ପାନୀ ସହ ଯୋଗାଯୋଗ...

Advertisement
Archives

Model This Week