ସାମଗ୍ରିକ ବିକାଶ ଅପେକ୍ଷାରେ ବତିଘର ପଞ୍ଚାୟତ

କେନ୍ଦ୍ରାପଡ଼ା,୧୨ା୧୦ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲା ସଦର ମହକୁମାଠାରୁ ୪୮ କିମି ଦୂରରେ ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ ଅବସ୍ଥିତ। ଏହି ପଞ୍ଚାୟତର ମାତ୍ର ୧୦ କିମି ଦୂରରେ ଜଗତ୍‌ସିଂହପୁର ଜିଲାର ଶିଳ୍ପାଞ୍ଚଳ। ଗୋଟିଏ ପାର୍ଶ୍ୱରେ ପ୍ରାଚୁର୍ଯ୍ୟ ରହିଥିବା ବେଳେ ବତିଘର ପଞ୍ଚାୟତବାସୀ ସଦର ମହକୁମାକୁ ବେଳ ଅବେଳରେ ଧାଇଁଯିବା ସମ୍ଭବ ନୁହେଁ। ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌ଠାରୁ ପାନୀୟ ଜଳ ପର୍ଯ୍ୟନ୍ତ ସମସ୍ୟାରେ ପଞ୍ଚାୟତର ପ୍ରାୟ ୫ ହଜାର ଅଧିବାସୀ ହନ୍ତସନ୍ତ ହେଉଛନ୍ତି। ୮ଟି ରାଜସ୍ବ ଗ୍ରାମକୁ ନେଇ ପଞ୍ଚାୟତ ଗଠନ ହୋଇଛି। ଏଠାରେ ଥିବା ବତିଘର ଓ ହୁକିଟୋଲାକୁ ୨୦୧୬ ମସିହାରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ମିଳିଛି। ଏସବୁ ସତ୍ତ୍ୱେ ସାମଗ୍ରିକ ବିକାଶରେ ଖରିନାସୀ ସେତୁ, ପ୍ରତି ଗ୍ରାମକୁ ରାସ୍ତା ଓ ବନାଞ୍ଚଳର ମାନ୍ୟତା ଆଦି ବାଧକ ସାଜିଛି। ଉଦ୍‌ବେଗର ବିଷୟ ଯେ, ଏହି ପଞ୍ଚାୟତରେ ସାକ୍ଷରତା ହାର ମାତ୍ର ୬୬.୧୨%। ୨୦୧୧ ଜନଗଣନା ଅନୁଯାୟୀ ଏଠାରେ ପ୍ରାୟ ୭୫% ସାକ୍ଷର। ମାତ୍ର ୩୪% ମହିଳା ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ତଥ୍ୟ ମିଳିଛି। ଚାଷ ଓ ମାଛ ଏହି ଅଞ୍ଚଳବାସୀଙ୍କ ଜୀବିକା। ବତିଘର, ଫଲ୍‌ସ ପଏଣ୍ଟ, ହୁକିଟୋଲାକୁ ପର୍ଯ୍ୟଟନ ଭିତ୍ତିଭୂମି ଯୋଗାଇଲେ ଆର୍ଥିକ ବିକାଶ ହୋଇପାରିବ। ସେହିପରି ଶିଳ୍ପ ଅପେକ୍ଷାରେ ଥିବା ଯୁବବର୍ଗଙ୍କୁ ଉପଯୁକ୍ତ ତାଲିମ, ବ୍ୟାଙ୍କ ଋଣ ଆଦି ସହଯୋଗ ଆବଶ୍ୟକତା ଅଛି। ଜଗତ୍‌ସିଂହପୁର ଜିଲା ଶିଳ୍ପ ଦ୍ୱାରା ନଷ୍ଟ ହେଉଥିବା ପରିବେଶକୁ ସଜାଡ଼ିବା ସମ୍ପର୍କରେ ସ୍ଥାନୀୟ ଅଧିବାସୀ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।
ଏ ସମ୍ପର୍କରେ ସ୍ଥାନୀୟ ଅଧିବାସୀ ବିଭୂତି ଭୂଷଣ ରାଉତ, ପ୍ରଭାତ କୁମାର ଜେନା, ଲକ୍ଷ୍ମୀକାନ୍ତ ସ୍ବାଇଁ, ସାମାଜିକ କର୍ମୀ ବାନାମ୍ବର ସାହୁ ପ୍ରମୁଖ କହିଛନ୍ତି, ଏହି ପଞ୍ଚାୟତବାସୀ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପରି ମୌଳିକ ସମସ୍ୟାରେ ଛନ୍ଦି ହୋଇପଡ଼ିଛନ୍ତି। ପ୍ରାକୃତିକ ପରିବେଶରେ ଭରପୂର ଏହି ପଞ୍ଚାୟତବାସୀଙ୍କ ପାଠପଢ଼ା ଓ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ପଡ଼ୋଶୀ ଜଗତ୍‌ସିଂହପୁର ଜିଲା ଶିଳ୍ପରୁ ବାହାରୁଥିବା ବର୍ଜ୍ୟବସ୍ତୁ ନଦୀଜଳରେ ଛଡ଼ା ଯାଉଥିବା ବେଳେ ବାୟୁମଣ୍ଡଳ ଏଥିପାଇଁ ଦୂଷିତ ହୋଇଛି। ଚର୍ମ ରୋଗଠାରୁ ଆରମ୍ଭ କରି କର୍କଟ ରୋଗ ଏଠାରେ ଦେଖାଯାଉଛି। ପଞ୍ଚାୟତ ଅଧୀନରେ ହୁକିଟୋଲା, ବତିଘର, ଫଲ୍‌ସ ପଏଣ୍ଟ ଇଂରେଜ ଶାସନ ଓ ନୌବାଣିଜ୍ୟର ସ୍ବାକ୍ଷର ବହନ କରିଛି। ଖରିନାସୀ ନଦୀକୂଳରେ ଥିବା ଏହି ବତିଘର ୧୮୩୬ ଡିସେମ୍ବରରେ ନିର୍ମାଣ ଆରମ୍ଭ ହୋଇଥିଲା। ୧୮୩୭ ଅକ୍ଟୋବର ୧୬ରେ ଏଠାରେ ପ୍ରଥମ ଥର ପାଇଁ ଆଲୋକ ପ୍ରଜ୍ୱଳନ କରାଯାଇଥିଲା, ଯାହା ଅଦ୍ୟାବଧି କାର୍ଯ୍ୟକ୍ଷମ ଅଛି। ୨୦୧୬ରୁ ଏହି ସ୍ଥାନ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଥିଲେ ମଧ୍ୟ ଏହା ଏବେବି ଅବହେଳିତ ହୋଇରହିଛି। ୧୨୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବତିଘର ପରିସରରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ପଥର ନିର୍ମିତ ପୁରାତନ କବର ଓ କୂଅ ଅଛି। ଏହି ଐତିହ୍ୟସ୍ଥଳର ଭିତ୍ତିଭୂମି ସୁଦୃଢ଼ ସହ ଜିଲାର ଗ୍ରାମୀଣ ହସ୍ତଶିଳ୍ପ ଉପତ୍ାଦ ବିକ୍ରି ପାଇଁ ଏକ ସୁଦୃଶ୍ୟ ମଣ୍ଡି ଖୋଲାଗଲେ ପର୍ଯ୍ୟଟନ କ୍ଷେତ୍ରର ଶ୍ରୀବୃଦ୍ଧି ହେବ। ତୁରନ୍ତ ସ୍ବାସ୍ଥ୍ୟସେବା ପାଇଁ ବୋଟ୍‌ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି, ତେବେ ଏହା ପର୍ଯ୍ୟାପ୍ତ ନୁହେଁ। ଖରିନାସୀ ସେତୁ ନିର୍ମାଣ ବିଳମ୍ବଜନିତ କାରଣରୁ ଏହି ପଞ୍ଚାୟତକୁ ଅଦ୍ୟାବଧି ଅଗ୍ନିଶମ ଗାଡ଼ି, ଆମ୍ବୁଲାନ୍ସ ଆସିପାରୁନାହିଁ। ସମସ୍ତଙ୍କୁ ଶିକ୍ଷା ସମ୍ପର୍କରେ ସଚେତନତା ନ ଥିବାରୁ ବାଲ୍ୟ ବିବାହ ଏଠାରେ ଦେଖିବାକୁ ମିଳୁଛି। ସେହିପରି ବନାଞ୍ଚଳକୁ କେତେଜଣ ଜବରଦଖଲ କରିଥିବାରୁ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଉନ୍ନୟନ କାର୍ଯ୍ୟ ପାଇଁ ସାମଗ୍ରୀ ପରିବହନରେ ସେତୁ ହିଁ ବାଧକ ସାଜିଛି। ସେହିପରି ପ୍ରତି ଗ୍ରାମକୁ ରାସ୍ତା, ତଟବନ୍ଧକୁ ଉଚ୍ଚା କରିବା, ହେନ୍ତାଳ ବଣର ସୁରକ୍ଷାକୁ ମତଦାତାମାନେ ଗୁରୁତ୍ୱ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ନିଲୁ ମହାପାତ୍ରଙ୍କୁ ପଚାରିବାରେ ଉପାନ୍ତ ଅଞ୍ଚଳରେ ଥିବା ଏହି ପଞ୍ଚାୟତ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଘେରରେ ଅଛି। ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାର ନିରାକରଣ ବ୍ୟବସ୍ଥା ଜିଲା ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଛି। ଖରିନାସୀ ସେତୁ ନିର୍ମାଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?