୯ରୁ ୧୪ ବର୍ଷ ବୟସ୍କ ଝିଅମାନଙ୍କୁ ଏଚପିଭି ଭ୍ୟାକସିନ ଦିଆଯାଉ: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ବରଗଡ଼ ମହିଳା ସମିତିର କର୍ମକର୍ତ୍ତା

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ): ମହିଳାମାନଙ୍କୁ ଭବିଷ୍ୟତରେ କ୍ୟାନସର ରୋଗରୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟରେ ମାଗଣାରେ ଏଚପିଭ ଭ୍ୟାକସିନ୍‌ ଦିଆଯିବା ପ୍ରସ୍ତାବ ଆଗାମୀ କ୍ୟାବିନେଟ ବୈଠକରେ ଉପସ୍ଥାପନ କରାଯିବ। ଏନେଇ ଗୁରୁବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ଶୀର୍ଷକ ବୁଦ୍ଧିଜୀବି ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମହିଳା ସମିତି ପକ୍ଷରୁ ଦାବିପତ୍ର ଦିଆଯିବା ପ୍ରସଙ୍ଗରେ କହିଛନ୍ତି। ବରଗଡ଼ ମହିଳା ସମିତି ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛି ଯେ, ମୁଖ୍ୟତଃ ଆମ ଦେଶରେ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ସତ୍ତ୍ୱେ ସର୍ଭାଇକାଲ କ୍ୟାନସର ଦ୍ୱିତୀୟ ସାଧାରଣ ରୋଗଭାବେ ଚିହ୍ନଟ ହୋଇଛି। ୫୦ରୁ ୫୫ ବର୍ଷ ବୟସ୍କ ମହିଳାଙ୍କଠାରେ ଏହି ରୋଗ ଦେଖାଯାଉଛି। ଫଳରେ ଏହାର ପ୍ରତିକାର ପାଇଁ ୯ରୁ ୧୪ ବର୍ଷ ବୟସ୍କ ଝିଅମାନଙ୍କୁ ଏଚପିଭି ଭ୍ୟାକସିନ ଦିଆଯିବାକୁ ମହିଳା ସମିତି ମନ୍ତ୍ରୀଙ୍କଠାରେ ଦାବି କରିଛି।

ସେହିପରି ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ବୟଂ ସମ୍ପୁର୍ଣ୍ଣ କରାଯିବା ନେଇ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସମିତିର ସଭାନେତ୍ରୀ ହର୍ଜିନ୍ଦର କୌର, ସମ୍ପାଦିକା ଈନ୍ଦ୍ରାଣୀ ଶତପଥୀ, ଉପସଭାନେତ୍ରୀ ମନ୍ଦାକିନୀ ପତିଙ୍କ ସମେତ ସଦସ୍ୟା ଜୟଗୀତା ପଣ୍ଡା, ପଦ୍ମିନୀ ସାହୁ, ଜୟନ୍ତୀ ପ୍ରଧାନ, ସୁଜାତା ପଣ୍ଡା, ମାମୀ ମିଶ୍ର, ସଂଘମିତ୍ରା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ ବିକଶୀତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ଶୀର୍ଷକ ବୁଦ୍ଧିଜୀବି ସମ୍ମିଳନୀରେ ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗଙ୍କ ସମେତ ଭାଜପା ଜିଲା ସଭାପତି ଡା. ଅରୁପାନନ୍ଦ ସାହୁ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ ଗଡ଼ତିଆ, ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ବିକଶିତ ଭାରତ-୨୦୧୭ ଏବଂ ଉତ୍କର୍ଷ ଓଡ଼ିଶା-୨୦୩୬ ପାଇଁ ବଜେଟରେ ରୋଡ ମ୍ୟାପ ତିଆରି ହୋଇଛି ଏବଂ ଏଥିରୁ ତାର ମୂଳଦୁଆ ପଡ଼ିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ଯୁବ, ଚାଷୀ, ସ୍ବାସ୍ଥ୍ୟ ସବୁକ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ଏବଂ ସାମଗ୍ରିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି ଏବଂ ଲୋକଙ୍କ ପ୍ରସ୍ତାବ ନେଇ ବଜେଟ ପ୍ରସ୍ତୁତ ହୋଇଛି। ସେହିପରି ବଜେଟ ପରେ ମଧ୍ୟ ଲୋକଙ୍କ ମତ ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ଅପିଲ୍, ମହିଳାମାନେ ବାଗେଶ୍ବର ଆଶ୍ରମକୁ ଏକୁଟିଆ…

ଭୋପାଳ,୫ା୧୦: ମଧ୍ୟପ୍ରଦେଶର ଛତରପୁର ଜିଲା ଗଢ଼ାସ୍ଥିତ ପ୍ରସିଦ୍ଧ ବାଗେଶ୍ୱର ଧାମରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନେଇ ପୀଠାଧୀଶ୍ୱର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଅପିଲ୍ କରିଛନ୍ତି ।…

ସିଜେପି (CJP) ର ଆଶୁତୋଷ ରଙ୍କା କହିଲେ,‘ରକ୍ତର ପ୍ରତ୍ୟେକ ବୁନ୍ଦା…’, ହେଲେ ସେ କାହାକୁ ଦେଲେ ଏମିତି ଚ୍ୟାଲେଞ୍ଜ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ କରୁଛି। SIR ବିବାଦକୁ ନେଇ ସେମାନେ ଜ୍ଞାନେଶ କୁମାରଙ୍କ ଇସ୍ତଫା…

୫୦୦ ୱିକେଟ ନେଇଥିବା ୩୨ ବର୍ଷୀୟ କ୍ରିକେଟର ଅବସର ଘୋଷଣା କରି ଚମକାଇ ଦେଲେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୫।୧୦: ଜଣେ ଇଂଲଣ୍ଡ କ୍ରିକେଟର ଏକ ଅସାଧାରଣ କାରଣ ପାଇଁ ଅବସର ଗ୍ରହଣ କରିଛନ୍ତି। ନିଜ କ୍ୟାରିୟରରେ ୫୦୦ରୁ ଅଧିକ ୱିକେଟ ନେଇଥିବା କ୍ରେଗ ମାଇଲ୍ସ ମାତ୍ର…

ଓଡ଼ିଶା ଟ୍ରାଭେଲ ବଜାର; ଶୁଭାରମ୍ଭ ହେଲା ଓଡ଼ିଶା ମାଇସ୍ ଇନସେଣ୍ଟିଭ ପୋର୍ଟାଲ

ଭୁବନେଶ୍ୱର,୫ା୧୦(ସୌମ୍ୟରଞ୍ଜନ ରାଉତ): ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ବ୍ୟାପକ କରାଯିବ। ଶିଳ୍ପ ବିଶେଷଜ୍ଞ, ହସ୍ପିଟାଲିଟି ଲିଡର୍ସ ଓ ଟୁରିଜମ୍‌ ଷ୍ଟେକ୍‌ ହୋଲ୍ଡର୍ସଙ୍କ ସହଯୋଗରେ ରାଜ୍ୟ ସରକାର…

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ଅବସର ପୂର୍ବରୁ ରୋହିତ ଶର୍ମାଙ୍କୁ ଟାର୍ଗେଟ ଦେଲେ ସୁନୀଲ ଗାଭାସ୍କର! ‘ହିଟମ୍ୟାନ’ଙ୍କୁ କହିଲେ…

ନୂଆଦିଲ୍ଲୀ,୫।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମାଙ୍କ ନିକଟରେ ଏକ ସ୍ବତନ୍ତ୍ର ଅନୁରୋଧ ରଖିଛନ୍ତି। ଗାଭାସ୍କର ଆଶା ବ୍ୟକ୍ତ କରିଛନ୍ତି…

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

‘ଅତିକମରେ ୧୦ଟି ସନ୍ତାନ ଜନ୍ମ କରନ୍ତୁ’ – ହିନ୍ଦୁମାନଙ୍କୁ ଏମିତି କହିଲେ ମୌଲାନା ସାଜିଦ ରଶିଦି, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୫।୧୦: ଇମାମ ଆସୋସିଏସନର ସଭାପତି ମୌଲାନା ସାଜିଦ ରଶିଦି ସନ୍ତାନ ଜନ୍ମ କରିବା ସମ୍ବନ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଂଘ ଏବଂ ଅନ୍ୟ କିଛି ସଂଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?