ନକଲି ଔଷଧ କାରବାର: ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତଙ୍କୁ ବରଗଡ଼ ଆଣିଲା ପୋଲିସ

ବରଗଡ଼ ଅଫିସ,୨୭ା୪:ବରଗଡ଼ ଜିଲାରେ ଧରାପଡ଼ିଥିବା ନକଲି ଔଷଧ କାରବାରର ଚେର ଉତ୍ତରପ୍ରଦେଶକୁ ଲମ୍ବିଛି। ଏହା ଜଣାପଡ଼ିବା ପରେ ପୋଲିସ ଟିମ୍‌ ସେଠାକୁ ପହଞ୍ଚି ୫ ଅଭିଯୁକ୍ତଙ୍କୁ ବରଗଡ଼କୁ ଆଣିଛି। ସେମାନେ ହେଲେ ଉତ୍ତରପ୍ରଦେଶର ବାରଣାସୀ ଜିଲା ଭେଲୁପୁର ଥାନା ବାଦିଗାଇବିର ଶୁଭମ୍‌ ଜୟସ୍ବାଲ, ସାରନାଥ ଜିଲା ଚକବିହିର ରିତେଶ କୁମାର ଜୟସ୍ବାଲ, ଜୈତପୁର ଥାନା ଦାରାନଗରର ଚନ୍ଦ୍ରଶେଖର ସିଂ, ଆଡମପୁର ଥାନା ପଟନଦରଓ୍ବାଜାର ଗୌରବ ଶର୍ମା ଏବଂ ଚୌକ ଥାନା ବଡ୍ଡିପ୍ୟାରୀ ନିବାସୀ ସୁନିଲ ଅଗ୍ରଓ୍ବାଲ। ଗିରଫ ଅଭିଯୁକ୍ତମାନେ ବିଭିନ୍ନ ୨୫ ପ୍ରକାର ନକଲି ଔଷଧ ପ୍ରସ୍ତୁତ କରି ବଜାରକୁ ଛାଡୁଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।

ସ୍ମରଣଯୋଗ୍ୟ, ଗତ ଜାନୁୟାରୀରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ବରଗଡ଼ ସହରକୁ ଆସିଥିଲେ। ସେମାନେ ସହରର ବିଭିନ୍ନ ଔଷଧ ଦୋକାନରେ ଅତର୍କିତ ଚଢ଼ାଉ କରି କେତେକ ଔଷଧର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ବିଭାଗୀୟ ଲାବରେଟୋରୀକୁ ପଠାଇଥିଲେ। ତେବେ ବରଗଡ଼ ସହରସ୍ଥିତ ଅଶୋକ ମେଡିକାଲ ହଲରୁ ସଂଗୃହୀତ ଔଷଧ ନକଲି ବୋଲି ପରୀକ୍ଷା ପରେ ଜଣାପଡ଼ିଥିଲା। ଏହାପରେ ଡାଇରେକ୍ଟୋରେଟ ଅଫ୍‌ ଡ୍ରଗ୍ସ କଣ୍ଟ୍ରୋଲ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଡ୍ରଗ୍ସ ଇନ୍ସପେକ୍ଟର ସୁନିତା ନାଗ ବରଗଡ଼ର ଅଶୋକ ମେଡିକାଲ ହଲର ମାଲିକ ସୁନିଲ ଅଗ୍ରଓ୍ବାଲଙ୍କ ବିରୋଧରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ ସହିତ ଗତ ଜାନୁୟାରୀ ୧୮ରେ ଔଷଧ ଦୋକାନୀ ସୁନିଲଙ୍କୁ ଗିରଫ କରିଥିଲା। ତାଙ୍କୁ ଅଧିକ ପଚରାଉଚରା ପରେ ଏହି ନକଲି ଔଷଧ କାରବାରର ଚେର ଉତ୍ତରପ୍ରଦେଶକୁ ଲମ୍ବିଥିବା ଜାଣି ପାରି ପୋଲିସ ସେଠାରେ ପହଞ୍ଚି ଏସ୍‌ଟିଏଫ୍‌ ସହାୟତାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ତେବେ ଗିରଫ ଅଭିଯୁକ୍ତମାନଙ୍କୁ ଉତ୍ତରପ୍ରଦେଶ ପୋଲିସ ସେଠାରେ ଗତ ମାର୍ଚ୍ଚ ମାସରେ ରୁଜୁ ହୋଇଥିବା ଅନ୍ୟ ଏକ ମାମଲାରେ ଗିରଫ କରିଥିଲା ଏବଂ ସେଠାରୁ ସେମାନଙ୍କୁ ଏଠାକୁ ଟ୍ରାନ୍‌ଜିଟ ରିମାଣ୍ଡରେ ଅଣାଯାଇଛି ବୋଲି ଗୁରୁବାର ବରଗଡ଼ ଟାଉନ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଅମ୍ରିତ କୁମାର ପଣ୍ଡା କହିଛନ୍ତି। ଖବରଦାତା ସମ୍ମିଳନୀରେ ବରଗଡ଼ ଟାଉନ ଥାନା ଆଇଆଇସି ସତ୍ୟଜିତ କଣ୍ଡନକେଲ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri