ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ: ଏଥର ପୁଣି ଲଲିପପ୍‌

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ): ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ଦୀର୍ଘବର୍ଷର ପ୍ରତୀକ୍ଷା। ନିର୍ବାଚନ ଆସିଲେ ଏହି ପ୍ରକଳ୍ପ କଥା ଉଭୟ ଶାସକ ଏବଂ ବିରୋଧୀ ମନେ ପକାଇଥାନ୍ତି। ପ୍ରକଳ୍ପ ନ ହେବାକୁ ନେଇ ପରସ୍ପର ଦୋଷ ଲଦାଲଦି ହୋଇଥାନ୍ତି। ଗତ ବିଜେପୁର ଏବଂ ପଦ୍ମପୁର ଉପନିର୍ବାଚନରୁ ଏହାର ଝଲକ୍‌ ଦେଖିବାକୁ ମିଳିଥିଲା। ପଦ୍ମପୁର ଉପନିର୍ବାଚନ ସମୟରେ ଖୋଦ୍‌ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ଆସି ଉକ୍ତ ପ୍ରକଳ୍ପକୁ ଏକ ନିର୍ବାଚନୀ ପ୍ରସଙ୍ଗ ରଖିଥିଲେ ଏବଂ ସେତେବେଳେ ରାଜ୍ୟର ବିଜେଡ଼ି ସରକାର ଉପରେ ସିଧାସଳଖ ଦୋଷ ଲଦିଥିଲେ। ରାଜ୍ୟ ସରକାର ଜମି ଅଧିଗ୍ରହଣ କରୁ ନ ଥିବା ଯୋଗୁ ଉକ୍ତ ରେଳପଥ ପ୍ରକଳ୍ପ ହୋଇ ପାରୁ ନ ଥିବା ସେ କହିଥିଲେ । ଅନ୍ୟପଟେ ଏଥିପାଇଁ ବିଜେଡ଼ିର ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ସେତେବେଳେ ଭାଜପାକୁ ଟାର୍ଗେଟ୍‌ କରିଥିଲେ। ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ ଚିଠି ଲେଖୁଛି, କିନ୍ତୁ ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡ଼ିଏ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହି ପ୍ରକଳ୍ପ ନିର୍ମାଣ ହୋଇପାରୁ ନ ଥିବା ଆଚାର୍ଯ୍ୟ କହିଥିଲେ। ତେବେ ବର୍ତ୍ତମାନ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ଭାଜପା ସରକାର ଚାଲିଥିବାବେଳେ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍‌ ଓଡ଼ିଶାର ୬ ରେଳ ପ୍ରକଳ୍ପକୁ ମୋହର ମାରିଛି। କିନ୍ତୁ ସେଥିରେ ବହୁ ପ୍ରତୀକ୍ଷିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପର ନାଁ ନାହିଁ। ଏହା ଜିଲାବାସୀଙ୍କୁ ବ୍ୟଥିତ କରିଛି।

ଏମାନେ ଯାହା କୁହନ୍ତି…

ସ୍ପଷ୍ଟ ହେଲା ନିର୍ବାଚନୀ ଧୂଆଁବାଣ
ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ଉପରେ କେନ୍ଦ୍ର କ୍ୟାବିନେଟ୍‌ ମୋହର ନ ମାରିବା ମୋଦି ସରକାରଙ୍କ ଅସଲି ମୁଖା ଖୋଲି ଦେଇଛି। ଏହା କେବଳ ଭାଜପାର ନିର୍ବାଚନୀ ଧୂଆଁବାଣ ଥିଲା। ଏଥିପ୍ରତି କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ। ୧୦ବର୍ଷ ହେଲା ମୋଦି ସରକାର କେବଳ ଭୂଆଁ ବୁଲାଇ ଆସିଛନ୍ତି। ଯେଉଁ ରେଳ ପ୍ରକଳ୍ପଗୁଡ଼ିକ ଉପରେ କେନ୍ଦ୍ର କ୍ୟାବିନେଟ୍‌ ମୋହର ମାରିଛି, ସେସବୁ ଖଣି ଅଞ୍ଚଳର। ଆଦାନୀ, ଅମ୍ବାନୀଙ୍କୁ ଖଣି ପରିବହନର ବାଟ ଫିଟାଇବା ଲକ୍ଷ୍ୟ ନେଇ ତାହା କରାଯାଇଛି।
-ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଜେଡ଼ି ବିଧାୟକ

ଜବାବ ଦେବେ ପଶ୍ଚିମ ଓଡ଼ିଶାବାସୀ
ବରଗଡ଼-ନୂଆପଡ଼ା ରେଳପଥ ଦୀର୍ଘବର୍ଷର ଦାବି। ଏହି ପ୍ରକଳ୍ପ ହେଲେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟବାସୀ ଉପକୃତ ହେବେ। ବ୍ୟବସାୟିକ କ୍ଷେତ୍ର ମଧ୍ୟ ଲାଭପ୍ରଦ ହୋଇପାରିବ। ଏହି ପ୍ରକଳ୍ପ ନେଇ ବାରମ୍ବାର ସାଂସଦମାନେ ପାର୍ଲାମେଣ୍ଟରେ ଉପସ୍ଥାପନ କରିଆସିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ମଧ୍ୟ ଗତ ପଦ୍ମପୁର ଉପନିର୍ବାଚନରେ ଆସି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ରାଜ୍ୟର ୬ରେଳ ପ୍ରକଳ୍ପ ଉପରେ କେନ୍ଦ୍ର କ୍ୟାବିନେଟ୍‌ ମୋହର ମାରିଥିବାବେଳେ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ବାଦ୍‌ ଦେବା ପଶ୍ଚିମ ଓଡ଼ିଶାବାସୀଙ୍କୁ ଗଭୀର ଆଘାତ ଦେଇଛି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାବାସୀ ଏହାର ଜବାବ ଦେବେ।
-ହରଦୀପ ସିଂ, ବରିଷ୍ଠ କଂଗ୍ରେସ ନେତା, ବରଗଡ଼

କେନ୍ଦ୍ର ସରକାରଙ୍କ ଆନ୍ତରିକତାର ଅଭାବ
ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ଆସି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ଆଜି ଜାଗା ଦେଲେ କାଲି କାମ ଆରମ୍ଭ କରିବୁ। କିନ୍ତୁ ଏବେ ରାଜ୍ୟରେ ଭାଜପା ସରକାର ଆସିଥିବା ସତ୍ତ୍ୱେ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ବାଦ୍‌ ପଡ଼ିବା ଦୁର୍ଭାଗ୍ୟଜନକ। ଅନ୍ୟପଟେ ତତ୍କାଳୀନ ରାଜ୍ୟର ବିଜେଡ଼ି ସରକାର ଜମି ଯୋଗାଇ ଦେବା ସହିତ ୩୦୦କୋଟି ଟଙ୍କା ଦେବାକୁ କହିଥିଲେ। ସେତେବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ରେଳ ଇନଫ୍ରାଷ୍ଟ୍ରକଚର୍‌ ଡେଭଲପମେଣ୍ଟ ଲିମିଟେଡ୍‌ ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ ପାଇଁ ସର୍ଭେ କାମ ମଧ୍ୟ ଆରମ୍ଭ କରି ଦେଇଥିଲା। ମାତ୍ର କେନ୍ଦ୍ର ସରକାର ଆଦୌ ଆନ୍ତରିକତା ଦେଖାଇ ନ ଥିଲା।
-ପ୍ରଦୀପ ଦେବତା, ସଭାପତି,
ରେଳ ଉପଭୋକ୍ତା ସଂଘ, ବରଗଡ଼

ଧୋକା ଦେଲା ମୋଦି ସରକାର
ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ବାଦ୍‌ ଦେବା ଜିଲାବାସୀଙ୍କ ପ୍ରତି ବଡ଼ ପ୍ରତାରଣା। ନିର୍ବାଚନ ସମୟରେ ସୁନେଲି ସ୍ବପ୍ନ ଦେଖାଉଥିବା ମୋଦି ସରକାର ଜିଲାବାସୀଙ୍କୁ ଧୋକା ଦେଇଛନ୍ତି। ନିର୍ବାଚନରେ ସାଂସଦଙ୍କ ସମେତ ଜିଲାର ୪ଭାଜପା ପ୍ରାର୍ଥୀଙ୍କୁ ଭରସା କରି ଜିଲାବାସୀ ନିର୍ବାଚିତ କଲେ। ହେଲେ ଜିଲାବାସୀ ଯାହା ଆଶା ରଖିଥିଲେ, ତାର ଫଳ ଆଜି ଜଳଜଳ ହୋଇ ଦିଶିଲା। ବରଗଡ଼ ଜିଲା ପ୍ରତି ଭାଜପାର ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇ ପଡ଼ିଲା। ଭୋଟ୍‌ ନେଲେ ହେଲେ ଜିଲାବାସୀଙ୍କୁ ଲଲିପପ୍‌ ଦେଲେ। ଆଗକୁ ଲୋକେ ନିଶ୍ଚୟ ଏହାର ଜବାବ ଦେବେ।
-ଭବାନୀ ସାହୁ, ଏଏପି ନେତା, ବରଗଡ଼

ପ୍ରକଳ୍ପ ନେଇ ମିଳିଛି ପ୍ରତିଶ୍ରୁତି
ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ନେଇ ଆରମ୍ଭରୁ ମୁଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଆସିଛି। ଏଥର ଏହି ପ୍ରକଳ୍ପ ସ୍ଥାନ ନ ପାଇବାରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲି। ଜମି ସମସ୍ୟା ଯୋଗୁ ଉକ୍ତ ପ୍ରକଳ୍ପ ଅଟକି ରହିଛି। ଗତ ରାଜ୍ୟ ସରକାର ଏଥିପାଇଁ ଜମି ଅଧିଗ୍ରହଣ କରି ନ ଥିଲେ। କିନ୍ତୁ ଏଥର ଜମି ଅଧିଗ୍ରହଣ ତୁରନ୍ତ ଆରମ୍ଭ ହେବ ଏବଂ ପରବର୍ତ୍ତୀ ବଜେଟ୍‌ରେ ଉକ୍ତ ପ୍ରକଳ୍ପ ନିଶ୍ଚୟ ସ୍ଥାନୀତ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆଉ ଆଗାମୀ ବଜେଟ୍‌ରେ ନିଶ୍ଚିତ ଭାବେ ଏହି ପ୍ରକଳ୍ପ ସ୍ଥାନ ପାଇବ। ସେଥିପ୍ରତି ମୁଁ ଦୃଢ଼ ଆଶାବାଦୀ ରହିଛି।
-ପ୍ରଦୀପ ପୁରୋହିତ, ଏମ୍‌ପି , ବରଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?