ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ:ଏଥର ପୁଣି ଲଲିପପ୍‌

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ଦୀର୍ଘବର୍ଷର ପ୍ରତୀକ୍ଷା। ନିର୍ବାଚନ ଆସିଲେ ଏହି ପ୍ରକଳ୍ପ କଥା ଉଭୟ ଶାସକ ଏବଂ ବିରୋଧୀ ମନେ ପକାଇଥାନ୍ତି। ପ୍ରକଳ୍ପ ନ ହେବାକୁ ନେଇ ପରସ୍ପର ଦୋଷ ଲଦାଲଦି ହୋଇଥାନ୍ତି। ଗତ ବିଜେପୁର ଏବଂ ପଦ୍ମପୁର ଉପନିର୍ବାଚନରୁ ଏହାର ଝଲକ୍‌ ଦେଖିବାକୁ ମିଳିଥିଲା। ପଦ୍ମପୁର ଉପନିର୍ବାଚନ ସମୟରେ ଖୋଦ୍‌ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ଆସି ଉକ୍ତ ପ୍ରକଳ୍ପକୁ ଏକ ନିର୍ବାଚନୀ ପ୍ରସଙ୍ଗ ରଖିଥିଲେ ଏବଂ ସେତେବେଳେ ରାଜ୍ୟର ବିଜେଡ଼ି ସରକାର ଉପରେ ସିଧାସଳଖ ଦୋଷ ଲଦିଥିଲେ। ରାଜ୍ୟ ସରକାର ଜମି ଅଧିଗ୍ରହଣ କରୁ ନ ଥିବା ଯୋଗୁ ଉକ୍ତ ରେଳପଥ ପ୍ରକଳ୍ପ ହୋଇ ପାରୁ ନ ଥିବା ସେ କହିଥିଲେ । ଅନ୍ୟପଟେ ଏଥିପାଇଁ ବିଜେଡ଼ିର ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ସେତେବେଳେ ଭାଜପାକୁ ଟାର୍ଗେଟ୍‌ କରିଥିଲେ। ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ ଚିଠି ଲେଖୁଛି, କିନ୍ତୁ ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡ଼ିଏ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହି ପ୍ରକଳ୍ପ ନିର୍ମାଣ ହୋଇପାରୁ ନ ଥିବା ଆଚାର୍ଯ୍ୟ କହିଥିଲେ। ତେବେ ବର୍ତ୍ତମାନ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ଭାଜପା ସରକାର ଚାଲିଥିବାବେଳେ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍‌ ଓଡ଼ିଶାର ୬ ରେଳ ପ୍ରକଳ୍ପକୁ ମୋହର ମାରିଛି। କିନ୍ତୁ ସେଥିରେ ବହୁ ପ୍ରତୀକ୍ଷିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପର ନାଁ ନାହିଁ। ଏହା ଜିଲାବାସୀଙ୍କୁ ବ୍ୟଥିତ କରିଛି।

ଏମାନେ ଯାହା କୁହନ୍ତି…

ସ୍ପଷ୍ଟ ହେଲା ନିର୍ବାଚନୀ ଧୂଆଁବାଣ
ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ଉପରେ କେନ୍ଦ୍ର କ୍ୟାବିନେଟ୍‌ ମୋହର ନ ମାରିବା ମୋଦି ସରକାରଙ୍କ ଅସଲି ମୁଖା ଖୋଲି ଦେଇଛି। ଏହା କେବଳ ଭାଜପାର ନିର୍ବାଚନୀ ଧୂଆଁବାଣ ଥିଲା। ଏଥିପ୍ରତି କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ। ୧୦ବର୍ଷ ହେଲା ମୋଦି ସରକାର କେବଳ ଭୂଆଁ ବୁଲାଇ ଆସିଛନ୍ତି। ଯେଉଁ ରେଳ ପ୍ରକଳ୍ପଗୁଡ଼ିକ ଉପରେ କେନ୍ଦ୍ର କ୍ୟାବିନେଟ୍‌ ମୋହର ମାରିଛି, ସେସବୁ ଖଣି ଅଞ୍ଚଳର। ଆଦାନୀ, ଅମ୍ବାନୀଙ୍କୁ ଖଣି ପରିବହନର ବାଟ ଫିଟାଇବା ଲକ୍ଷ୍ୟ ନେଇ ତାହା କରାଯାଇଛି।
-ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଜେଡ଼ି ବିଧାୟକ
ଜବାବ ଦେବେ ପଶ୍ଚିମ ଓଡ଼ିଶାବାସୀ
ବରଗଡ଼-ନୂଆପଡ଼ା ରେଳପଥ ଦୀର୍ଘବର୍ଷର ଦାବି। ଏହି ପ୍ରକଳ୍ପ ହେଲେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟବାସୀ ଉପକୃତ ହେବେ। ବ୍ୟବସାୟିକ କ୍ଷେତ୍ର ମଧ୍ୟ ଲାଭପ୍ରଦ ହୋଇପାରିବ। ଏହି ପ୍ରକଳ୍ପ ନେଇ ବାରମ୍ବାର ସାଂସଦମାନେ ପାର୍ଲାମେଣ୍ଟରେ ଉପସ୍ଥାପନ କରିଆସିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ମଧ୍ୟ ଗତ ପଦ୍ମପୁର ଉପନିର୍ବାଚନରେ ଆସି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ରାଜ୍ୟର ୬ରେଳ ପ୍ରକଳ୍ପ ଉପରେ କେନ୍ଦ୍ର କ୍ୟାବିନେଟ୍‌ ମୋହର ମାରିଥିବାବେଳେ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ବାଦ୍‌ ଦେବା ପଶ୍ଚିମ ଓଡ଼ିଶାବାସୀଙ୍କୁ ଗଭୀର ଆଘାତ ଦେଇଛି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାବାସୀ ଏହାର ଜବାବ ଦେବେ।
-ହରଦୀପ ସିଂ, ବରିଷ୍ଠ କଂଗ୍ରେସ ନେତା, ବରଗଡ଼
କେନ୍ଦ୍ର ସରକାରଙ୍କ ଆନ୍ତରିକତାର ଅଭାବ
ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ଆସି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ଆଜି ଜାଗା ଦେଲେ କାଲି କାମ ଆରମ୍ଭ କରିବୁ। କିନ୍ତୁ ଏବେ ରାଜ୍ୟରେ ଭାଜପା ସରକାର ଆସିଥିବା ସତ୍ତ୍ୱେ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ବାଦ୍‌ ପଡ଼ିବା ଦୁର୍ଭାଗ୍ୟଜନକ। ଅନ୍ୟପଟେ ତତ୍କାଳୀନ ରାଜ୍ୟର ବିଜେଡ଼ି ସରକାର ଜମି ଯୋଗାଇ ଦେବା ସହିତ ୩୦୦କୋଟି ଟଙ୍କା ଦେବାକୁ କହିଥିଲେ। ସେତେବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ରେଳ ଇନଫ୍ରାଷ୍ଟ୍ରକଚର୍‌ ଡେଭଲପମେଣ୍ଟ ଲିମିଟେଡ୍‌ ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ ପାଇଁ ସର୍ଭେ କାମ ମଧ୍ୟ ଆରମ୍ଭ କରି ଦେଇଥିଲା। ମାତ୍ର କେନ୍ଦ୍ର ସରକାର ଆଦୌ ଆନ୍ତରିକତା ଦେଖାଇ ନ ଥିଲା।
-ପ୍ରଦୀପ ଦେବତା, ସଭାପତି,
ରେଳ ଉପଭୋକ୍ତା ସଂଘ, ବରଗଡ଼
ଧୋକା ଦେଲା ମୋଦି ସରକାର
ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ବାଦ୍‌ ଦେବା ଜିଲାବାସୀଙ୍କ ପ୍ରତି ବଡ଼ ପ୍ରତାରଣା। ନିର୍ବାଚନ ସମୟରେ ସୁନେଲି ସ୍ବପ୍ନ ଦେଖାଉଥିବା ମୋଦି ସରକାର ଜିଲାବାସୀଙ୍କୁ ଧୋକା ଦେଇଛନ୍ତି। ନିର୍ବାଚନରେ ସାଂସଦଙ୍କ ସମେତ ଜିଲାର ୪ଭାଜପା ପ୍ରାର୍ଥୀଙ୍କୁ ଭରସା କରି ଜିଲାବାସୀ ନିର୍ବାଚିତ କଲେ। ହେଲେ ଜିଲାବାସୀ ଯାହା ଆଶା ରଖିଥିଲେ, ତାର ଫଳ ଆଜି ଜଳଜଳ ହୋଇ ଦିଶିଲା। ବରଗଡ଼ ଜିଲା ପ୍ରତି ଭାଜପାର ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇ ପଡ଼ିଲା। ଭୋଟ୍‌ ନେଲେ ହେଲେ ଜିଲାବାସୀଙ୍କୁ ଲଲିପପ୍‌ ଦେଲେ। ଆଗକୁ ଲୋକେ ନିଶ୍ଚୟ ଏହାର ଜବାବ ଦେବେ।
-ଭବାନୀ ସାହୁ, ଏଏପି ନେତା, ବରଗଡ଼
ପ୍ରକଳ୍ପ ନେଇ ମିଳିଛି ପ୍ରତିଶ୍ରୁତି
ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ନେଇ ଆରମ୍ଭରୁ ମୁଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଆସିଛି। ଏଥର ଏହି ପ୍ରକଳ୍ପ ସ୍ଥାନ ନ ପାଇବାରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲି। ଜମି ସମସ୍ୟା ଯୋଗୁ ଉକ୍ତ ପ୍ରକଳ୍ପ ଅଟକି ରହିଛି। ଗତ ରାଜ୍ୟ ସରକାର ଏଥିପାଇଁ ଜମି ଅଧିଗ୍ରହଣ କରି ନ ଥିଲେ। କିନ୍ତୁ ଏଥର ଜମି ଅଧିଗ୍ରହଣ ତୁରନ୍ତ ଆରମ୍ଭ ହେବ ଏବଂ ପରବର୍ତ୍ତୀ ବଜେଟ୍‌ରେ ଉକ୍ତ ପ୍ରକଳ୍ପ ନିଶ୍ଚୟ ସ୍ଥାନୀତ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆଉ ଆଗାମୀ ବଜେଟ୍‌ରେ ନିଶ୍ଚିତ ଭାବେ ଏହି ପ୍ରକଳ୍ପ ସ୍ଥାନ ପାଇବ। ସେଥିପ୍ରତି ମୁଁ ଦୃଢ଼ ଆଶାବାଦୀ ରହିଛି।
-ପ୍ରଦୀପ ପୁରୋହିତ, ସାଂସଦ, ବରଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି

ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କାର-ବୁଲେଟ୍ ମୁହାଁମୁହିଁ ଧକ୍କା, ଚାଲିଗଲା ବିଏସଏଫ ଯବାନଙ୍କ ଜୀବନ

ରିଆମାଳ,୧୬।୮(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ଥାନା କଟାସର ଶିବ ମନ୍ଦିର‌ ଘାଟିରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri