Odisha Elections 2024

ଭାଜପାକୁ ଝଟକା, ଦଳ ଛାଡିଲେ ବରଗଡ଼ ଜିଲା ଉପସଭାପତି ସୁଶାନ୍ତ ମିଶ୍ର

ବରଗଡ଼,୩।୪(ପ୍ରେମାନନ୍ଦ ଖମାରୀ): ଭାଜପାର ଜିଲା ଉପସଭାପତି ସୁଶାନ୍ତ ମିଶ୍ର ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଜିଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ନିକଟକୁ ପଠାଇଛନ୍ତି। ଦଳ ତାଙ୍କ ପ୍ରତି କ୍ରମାଗତ ଅଣଦେଖା କରିଥିବା ଯୋଗୁ ସେ ଦଳ ଛାଡିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ସୁଶାନ୍ତ ଏକଦା କଂଗ୍ରେସର ଜଣେ ତୁଙ୍ଗ ଯୁବନେତା ଥିଲେ । ଗତ ୨୦୧୪ ନିର୍ବାଚନରେ ଭଟଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଆଶାୟୀ ଥିଲେ। ମାତ୍ର ସେତେବେଳେ କଂଗ୍ରେସ ତାଙ୍କୁ ଟିକେଟ୍‌ ଦେଇ ନ ଥିଲା। ଫଳରେ କଂଗ୍ରେସ ଛାଡି ସେହି ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଏବଂ ୩୭ ହଜାରରୁ ଅଧିକ ଭୋଟ ପାଇ କଂଗ୍ରେସକୁ ପଛରେ ପକାଇ ସେ ଦ୍ବିତୀୟ ସ୍ଥାନରେ ରହିଥିଲେ। ପରବର୍ତ୍ତୀ ସମୟରେ ସୁଶାନ୍ତ ଭାଜପାରେ ଯୋଗ ଦେଇଥିଲେ ଏବଂ ଭଟଲି ନିର୍ବାଚନ ମଣ୍ଡଳୀରୁ ମଧ୍ୟ ଦଳୀୟ ଆଶାୟୀ ଥିଲେ। ମାତ୍ର ୨୦୧୯ ଭଳି ୨୦୨୪ ନିର୍ବାଚନରେ ମଧ୍ୟ ଭାଜପା ତାଙ୍କୁ ପ୍ରାର୍ଥୀ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର...

ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ...

ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ, ୧୧୦-୧୨୦ ବେଗରେ ଛୁଇଁବ ଉପକୂଳ

ଭୁବନେଶ୍ୱର,୨୫ା୫: ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି।...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ...

ମାର୍କେଟ କମ୍ପ୍ଲେକ୍ସ, ଶୌଚାଳୟରେ ଝୁଲୁଛି ତାଲା

ପାରଳାଖେମୁଣ୍ଡି, ୨୫ା୫ (ଗିରିଧାରୀ ପରିଛା): ସରକାର କୋଟି କୋଟି ଟଙ୍କା ବ୍ୟୟ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ବେଳେ ପ୍ରଶାସନ ଓ କିଛି ମୁଷ୍ଟିମେୟ...

ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭୋଟ ହାର ୭୪.୬୫%, ରାତି ସାଢ଼େ ୧୦ଟା ଯାଏ ଚାଲିଲା ମତଦାନ

ହାଟଡିହୀ,୨୬।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୯୧ଟି ଭୋଟ କେନ୍ଦ୍ରରେ ଭୋଟ ଗ୍ରହଣ ହୋଇଛି। ଉକ୍ତ ବିଧାନସଭା କ୍ଷେତ୍ର ଅଧୀନରେ ହାଟଡିହୀ ଏବଂ...

ଋଷିକୁଲ୍ୟା ମୁହାଣରେ ବିଦେଶୀ ପକ୍ଷୀଙ୍କ ସମାଗମ

ଗଞ୍ଜାମ,୨୫ା୫(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଋଷିକୁଲ୍ୟା ମୁହାଣଠାରେ ଗତ କିଛିଦିନ ହେବ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି। ଭାରତ ମହାସାଗର ଦକ୍ଷିଣରେ...

ଖଡ଼ିପଦାରେ ଫାଣ୍ଡି ପ୍ରତିଷ୍ଠା ଦାବି

ଧାମନଗର,୨୬।୫ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକର ଖଡ଼ିପଦାଠାରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି। ପ୍ରଶାସନ କିମ୍ବା ଶାସକ ଦଳର ଇଚ୍ଛାଶକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri