ବରଗଡ଼ ଧନୁଯାତ୍ରା: ଘୋଷଣା ହୋଇନି ଚୟନ ତାରିଖ, କଂସ ଲବି ଆରମ୍ଭ

ବରଗଡ଼,୬।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ତାରିଖରେ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ମାସ ୩ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ଧରି ଏହା ଚାଲିବ। ତେବେ ଏଥର କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ହେଉଛି। ଗତ ୧ତାରିଖ ଆଶାୟୀଙ୍କ ଆବେଦନ ସରିଯାଇଛି। ତେବେ ଏପର୍ଯ୍ୟନ୍ତ ଚୟନ ତାରିଖ ତ ଘୋଷଣା ହେବା ଦୂରର କଥା, ଆବେଦନ ଫର୍ମର ଯାଞ୍ଚ ସରି ନାହିଁ। ତାହା ଯାଞ୍ଚ ହେବା ପରେ ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଯୋଗ୍ୟ କଳାକାରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଅନ୍ୟପଟେ କଂସ ସମେତ ବିଭିନ୍ନ ଚରିତ୍ର ପାଇଁ ଲବି ଆରମ୍ଭ ହୋଇଯାଇଛି। କିଏ ନେତା, ଅଫିସରଙ୍କ ପାଖକୁ ଯାଇ ଗୋଡ଼ତଳେ ପଡୁଥିବାବେଳେ ଆଉକେହି ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ଭିନ୍ନଶୈଳୀ ଆପଣେଇ ନେଉଥିବା ସାଧାରଣରେ ଆଲୋଚନା ହେଉଛି। ଏଥିରେ ସବାଆଗରେ କଂସ ଚରିତ୍ର ରହିଛି। ଏହି ଚରିତ୍ର ପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ନୂଆଁ, ପୁରୁଣା କଳାକାର ରହିଛନ୍ତି। ଅନେକ ସ୍ଥାନରେ ଧନୁଯାତ୍ରା ହେଉଥିଲେ ସୁଦ୍ଧା ବରଗଡ଼ ଧନୁଯାତ୍ରା ମହୋତ୍ସବର ଯେଭଳି ଏକ ଅନନ୍ୟ ପରିଚୟ ଏବଂ ଆକର୍ଷଣ ରହିଛି, ଅନୁରୂପଭାବେ ଏହି ମହୋତ୍ସବରେ ଥରୁଟିଏ ଯେଉଁ କଳାକାର କଂସ ଅଭିନୟର ସୁଯୋଗ ପାଇଥାନ୍ତି, କଳା ଜଗତରେ ପୂର୍ବାପେକ୍ଷା ସେମାନଙ୍କର ସମ୍ମାନ ବଢ଼ିବା ସହିତ ତାଙ୍କୁ ମଧ୍ୟ ବରଗଡ଼ ଧନୁଯାତ୍ରାର କଂସ ମହାରାଜଭାବେ ଏକ ନୂଆଁ ପରିଚୟ ମିଳିଥାଏ। ଫଳରେ ଏଠାରେ କଂସ ଅଭିନୟ ପାଇଁ ଅନେକ କଳାକାର ମନରେ ଆଶା ବାନ୍ଧିଥାନ୍ତି ଏବଂ ଚୟନ ପ୍ରକ୍ରିୟାରେ ବିଚାରକବୃନ୍ଦ ଯାହାଙ୍କୁ ମନୋନୀତ କରନ୍ତି, ସେ ହିଁ କଂସ ଅଭିନୟର ସୁଯୋଗ ପାଇଥାନ୍ତି। ସେହି କଳାକାରଙ୍କ କଂସ ଅଭିନୟରୁ ହିଁ ବରଗଡ଼ ଧନୁଯାତ୍ରାର ଆକର୍ଷଣ ବୃଦ୍ଧି ପାଇଥାଏ ଏବଂ ତାହା ଦେଖିବା ପାଇଁ ଦର୍ଶକମାନେ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି।
ପ୍ରତି ୩ବର୍ଷରେ ବରଗଡ଼ ଧନୁଯାତ୍ରା ମହୋତ୍ସବର କଳାକାର ଚୟନ କରାଯିବା ବିଧି ବ୍ୟବସ୍ଥା ରହିଛି। ଏହି ଦୃଷ୍ଟିରୁ ଏଥର କଳକାର ଚୟନ ପ୍ରକ୍ରିୟା ଅନେକ ଗୁରୁତ୍ୱ ବହନ କରୁଛି। ତେବେ ଏଥର କଂସ ଅଭିନୟ ସୁଯୋଗ କାହାକୁ ମିଳିବ, ତାକୁ ନେଇ ଏବେଠାରୁ ଚା ଖଟିଠାରୁ ଆରମ୍ଭ କରି ସବୁଠି ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି। ଗତ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ତାଙ୍କ ପୂର୍ବ ଘୋଷଣା ଅନୁଯାୟୀ ଏଥର ଚୟନ ପ୍ରକ୍ରିୟାରେ ଭାଗ ନେଉ ନାହାନ୍ତି। ଅନ୍ୟପଟେ ମହାପ୍ରୟାଣ ଗାଡ଼ିରେ ଶବ ପରିବହନ ବାବଦକୁ ମୃତକଙ୍କ ସମ୍ପର୍କୀୟଙ୍କୁ ଟଙ୍କା ଦାବି ଅଭିଯୋଗ ପରେ ଗତ ଧନୁଯାତ୍ରା ମହୋତ୍ସବରେ ଅଭିନୟରୁ ବଞ୍ଚିତ ହୋଇଥିବା ହୃଷିକେଶ ଭୋଇ(ଜିଲା ସ୍ବାସ୍ଥ୍ୟ ବିଭାଗର ଡ୍ରାଇଭର) ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଆବେଦନ ଫର୍ମ ଭରିଛନ୍ତି। କିନ୍ତୁ ତାଙ୍କ ବିରୋଧରେ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ଜିଲାପାଳଙ୍କୁ ଫେରାଦ ହେବା ହୃଷିକେଶଙ୍କ ପାଇଁ ଅଡୁଆ ସାଜିଛି। କୋର୍ଟରେ ତାଙ୍କ ବିରୋଧରେ ମାମଲା ବିଚାରାଧିନ ରହିଛି ଏବଂ ସେ ଦୋଷମୁକ୍ତ ହୋଇ ନଥିବା ଅଭିଯୋଗ କରି ତାଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ ନ କରିବାକୁ ସଂଘ ଜିଲାପାଳଙ୍କଠାରେ ଦାବି କରିଛି। କଂସ ଅଭିନୟ ପାଇଁ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଆର୍ତ୍ତତ୍ରାଣ ସୁନାନୀ ଯାଦବ, ସୋନପୁର ଜିଲା ବିନିକାର ଗୋପାଳ ପଣ୍ଡା, ବରଗଡ଼ ଜିଲା ଭେଡ଼େନ ବ୍ଲକ ଚିଚିଣ୍ଡାର ସୁଶିଲ ମେହେର, ବରଗଡ଼ ବ୍ଲକ ଦେଓଗାଁର ଜଗଦାନନ୍ଦ ମିଶ୍ର, ସୋନପୁର ଜିଲା ସାରସମାଲର ମନୋରଞ୍ଜନ ଚିରଗୁଣଙ୍କ ସମେତ ଅନେକ କଳକାର କଂସ ଅଭିନୟ ପାଇଁ ଆବେଦନ କରିଛନ୍ତି। ଏହା ସହିତ ଉଗ୍ରସେନ, ମହାମନ୍ତ୍ରୀ ସାର୍ତ୍ତକୀ, ଚାଣୁର, ମୁଷ୍ଟିକ, ଅକ୍ରୂର,ବାସୁଦେବ, ଦେବକୀ, ନାରଦ, ସେନାପତି ଚରିତ୍ର ପାଇଁ ମଧ୍ୟ ଅନେକ କଳାକାର ଆବେଦନ କରିଛନ୍ତି। ତେବେ ଚୟନ ପ୍ରକ୍ରିୟା ନେଇ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ କହିଛନ୍ତି, ଆବେଦନ ପ୍ରକ୍ରିୟା ସରିଛି। ଶୀଘ୍ର ଆବେଦନ ଫର୍ମ ଗୁଡ଼ିକର ଯାଞ୍ଚ ସାରି ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଯୋଗ୍ୟ କଳାକାରଙ୍କ ନାମ ଏବଂ ଚୟନ ତାରିଖ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?