ନୂଆରୂପ ନେବ ବରଗଡ଼ ବସ୍‌ଷ୍ଟାଣ୍ଡ, ବଦଳିବ ଠିକଣା

ବରଗଡ଼,୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସରକାରୀ ବସଷ୍ଟାଣ୍ଡ ତାର ଅସ୍ତିତ୍ୱ ହଜାଇ ବସିଛି। ଏଠାରେ ରହିଥିବା ବିଭିନ୍ନ ସମସ୍ୟା ଅସମାହିତ ହୋଇ ରହିଯାଇଛି। କେତେବେଳେ ପାନୀୟଜଳ ସଙ୍କଟ ତ ଆଉକେବେ ବସଷ୍ଟାଣ୍ଡରେ ବର୍ଷାଜଳ ଲହଡ଼ି ମାରୁଛି। ସେହିପରି ବିଭିନ୍ନ ସମୟରେ ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟରେ ମାସମାସ ଧରି ତାଲା ଝୁଲିବାର ନଜିର ରହିଥିବାବେଳେ ପରିମଳ ବ୍ୟବସ୍ଥା ଏଠାରେ ଭୁଷୁଡ଼ି ପଡ଼ିଛି। ଏଥିପାଇଁ ସର୍ବପୁରାତନ ଏହି ବସଷ୍ଟାଣ୍ଡ୍‌ରେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଯାତ୍ରୀମାନଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡୁଛି। ତେଣୁ ନୂଆ ସରକାର ସରକାରୀ ବସଷ୍ଟାଣ୍ଡକୁ ନୂତନ ରୂପରେଖ ଦେବାକୁ ଯୋଜନା କରୁଛନ୍ତି। ସରକାରୀ ବସଷ୍ଟାଣ୍ଡକୁ ଘରୋଇ ବସଷ୍ଟାଣ୍ଡ୍‌ ପାଖକୁ ଉଠାଇ ନେବା ଏବଂ ଉଭୟ ସରକାରୀ, ଘରୋଇ ବସଷ୍ଟାଣ୍ଡକୁ ଏକ ଆଦର୍ଶ ବସଷ୍ଟାଣ୍ଡଭାବେ ଗଢ଼ି ତୋଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥିପାଇଁ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ବିଭାଗୀୟ ଅଧିକାରୀଙ୍କ ସହିତ ପ୍ରସ୍ତାବିତ ଜାଗା ପରିଦର୍ଶନ କରିଛନ୍ତି। ସରକାରଙ୍କ ପାଖରେ ଏହି ଦାବି ପୂର୍ବରୁ ସେ ରଖି ଆସିଛନ୍ତି ଏବଂ ସହରବାସୀ ଓ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେଭଳି ପଦକ୍ଷେପ ନିଆଯାଉଥିବା ବିଧାୟକ କହିଛନ୍ତି।
ଅନ୍ୟପଟେ ବର୍ତ୍ତମାନ ସହର ମଧ୍ୟରେ ରହିଥିବା ସରକାରୀ ବସଷ୍ଟାଣ୍ଡ୍‌ ସ୍ଥାନାନ୍ତରଣ ହେଲେ ସେଠାରେ ବୃହତ୍‌ ମୁକ୍ତାକାଶ ଧନୁଯାତ୍ରା ମଞ୍ଚ, ରାଜମହଲ ନିର୍ମାଣର ପରିକଳ୍ପନା କରାଯାଇଥିବା ସାଧାରଣରେ ଆଲୋଚନା ହେଉଛି। ଧନୁଯାତ୍ରା ମହୋତ୍ସବରେ ଦର୍ଶକଙ୍କ ଗହଳି ଦୃଷ୍ଟିରୁ ମଞ୍ଚ ସମ୍ମୁଖ ପର୍ଯ୍ୟାପ୍ତ ହେଉ ନାହିଁ। ସେହିପରି ନୂଆ ସରକାର ଏଥର ଧନୁଯାତ୍ରା ମହୋତ୍ସବକୁ ବିଗତବର୍ଷ ଅପେକ୍ଷା ଅଧିକ ଗୁରୁତ୍ୱ ଦେବା ସହିତ ଧନୁଯାତ୍ରା ଅନୁଦାନ ରାଶି କୋଟିଏ ଟଙ୍କାକୁ ବୃଦ୍ଧି କରିବା ସହିତ ମହୋତ୍ସବରେ ନୂତନତା ଆଣିଛି। ଏହି ଦୃଷ୍ଟିରୁ ସରକାରୀ ବସଷ୍ଟାଣ୍ଡକୁ ଘରୋଇ ବସଷ୍ଟାଣ୍ଡ ନିକଟକୁ ସ୍ଥାନାନ୍ତରଣ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ ମଧ୍ୟ କରାଯାଉଛି। ବରଗଡ଼ ସରକାରୀ ବସଷ୍ଟାଣ୍ଡ୍‌ ୧୯୫୨ରେ ପ୍ରତିଷ୍ଠା ହୋଇଥିଲା। ଉକ୍ତ ବସଷ୍ଟାଣ୍ଡରୁ ବର୍ତ୍ତମାନ ୭ଟି ରୁଟ୍‌ ସମ୍ବଲପୁର, ଗୋଲାମୁଣ୍ଡା, ନବରଙ୍ଗପୁର, କଟକ, ବ୍ରହ୍ମପୁର, ସୁନାବେଡ଼ା, ମାଲକାନଗିରିକୁ ଓଏସଆରଟିସିର ସମୁଦାୟ ୧୩ ଯାତ୍ରୀବାହୀ ବସ ଯତାୟାତ କରୁଛି। ମାଲକାନଗିରି, ବ୍ରହ୍ମପୁର ଓ କଟକକୁ ନାଇଟ୍‌ ବସ୍‌ ଯାଉଥିବାବେଳେ ଏହି ବସଷ୍ଟାଣ୍ଡ୍‌ ଦେଇ ପୁରୀକୁ ୨ଟି ଭଲଭୋ ବସ୍‌ ଯାତାୟାତ କରୁଛି। ସେହିପରି ବରଗଡ଼-ସମ୍ବଲପୁର ମଧ୍ୟରେ ନିୟମିତ ବ୍ୟବଧାନରେ ୮ଟି ସିଟିବସ୍‌ ଯିବା ଆସିବା କରୁଥିବାବେଳେ ବରଗଡ଼ର ବ୍ଲକର ବିଭିନ୍ନ ପଞ୍ଚାୟତକୁ ୭ଟି ଏବଂ ଗାଇସିଲେଟକୁ ଗୋଟିଏ ଲକ୍ଷ୍ମୀ ବସ୍‌ ଏହି ବସଷ୍ଟାଣ୍ଡ ଦେଇ ଯାତାୟାତ ହେଉଛି। ଉପରୋକ୍ତ ସବୁ ଯାତ୍ରୀବାହୀ ବସର ରହଣୀ ଏହି ବସଷ୍ଟାଣ୍ଡରେ ଥିବା ଯୋଗୁ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି। ଅପରପକ୍ଷେ ବରଗଡ଼ ବସଷ୍ଟାଣ୍ଡରୁ ପ୍ରୟାଗରାଜକୁ ଯାତାୟାତ ପାଇଁ ୨ନୂତନ ଯାତ୍ରୀବାହୀ ବସ୍‌(ଏସି) ଦୀର୍ଘମାସ ଏହି ବସଷ୍ଟାଣ୍ଡରେ ପଡ଼ି ରହିଥିଲା, ମାତ୍ର ପରମିଟ୍‌ ନ ମିଳିବା ଆଳ ଦେଖାଇ ତାକୁ ମଧ୍ୟ ଏଠାରୁ ଅନ୍ୟ ଜିଲାକୁ କାଢ଼ି ନିଆଯାଇଥିଲା।
ତେବେ ନିର୍ମାଣ ସମୟରେ ବସ୍‌ଷ୍ଟାଣ୍ଡ୍‌ ପରିସରରେ ସେତେବେଳେ ବିଭିନ୍ନ ବିଭାଗ ପାଇଁ ୨ମହଲା ବିଶିଷ୍ଟ କୋଠାଘର ହୋଇଥିଲା। ତଳ ମହଲାରେ ୬ ଏବଂ ଉପର ମହଲାରେ ୪କୋଠରୀ ପୂର୍ବରୁ ବ୍ୟବହୃତ ହେଉଥିଲା। କିନ୍ତୁ ଦୀର୍ଘବର୍ଷ ହେଲା କେବଳ ତଳ ମହଲା କୋଠରୀ ଗୁଡ଼ିକ ବ୍ୟବହୃତ ହେଉଥିବାବେଳେ ଉପର ମହଲା କୋଠରୀ ଗୁଡ଼ିକ ଭୂତକୋଠିଭାବେ ପଡ଼ି ରହିଛି। ସେହିପରି ବସଷ୍ଟାଣ୍ଡ୍‌ ପରିସରରେ ରହିଥିବା ପେଟ୍ରୋଲ ପମ୍ପ, ଗ୍ୟାରେଜ, କ୍ୟାଣ୍ଟିନ୍‌ ବି କେବେଠାରୁ ଅସ୍ତିତ୍ୱ ହଜାଇ ସାରିଲାଣି। ସରକାରୀ ବସଷ୍ଟାଣ୍ଡର ଏଭଳି ଦୁରାବସ୍ଥାକୁ ନେଇ ବର୍ଷବର୍ଷ ଧରି ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳି ଆସୁଛି। ଏହାସତ୍ତ୍ୱେ ଏ ଯାଏ ସେଥିପ୍ରତି ଦୃଷ୍ଟି ଦିଆଯାଇ ନଥିବାବେଳେ ନୂଆ ସରକାର ନେଉଥିବା ପଦକ୍ଷେପ କେତେଶୀଘ୍ର କାର୍ଯ୍ୟକାରୀ ହୋଇ ପାରିବ, ତାକୁ ସହରବାସୀ ଚାହିଁ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାରେ ସିଝିଲେ, ବର୍ଷାରେ ଭିଜିଲେ ଭିନ୍ନକ୍ଷମ

ହାଟଡିହୀ/ଛେନାପଦୀ,୧୧।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି।…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ସେବା ସଂକଳ୍ପ ଅଭିଯାନ: ୧୩ଟି କାର୍ଯ୍ୟକ୍ରମକୁ ନେଇଁ ଲୋକଙ୍କୁ ପାଖକୁ ଯିବ ଭାଜପା

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ଭାଜପା । ଏଥିରେ ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲାରେ ସେବା…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ଅକ୍ଟୋବରରୁ ୩ରାଶିଙ୍କ ଧନଲାଭ ଯୋଗ; ଚାକିରିରେ ବଡ଼ ପ୍ରମୋଶନ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ, ଶନିଙ୍କୁ ସବୁଠାରୁ ଶକ୍ତିଶାଳୀ, ନିଷ୍ଠୁର ଗ୍ରହ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଶନିଙ୍କ ସ୍ଥିତିର ପ୍ରଭାବ ୧୨ଟି ରାଶି ସହିତ…

ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ପଦକ୍ଷେପ: ଏକାଧିକଙ୍କୁ ମିଳିଲା ସହାୟତା ରାଶି

ଦାରିଙ୍ଗବାଡ଼ି, ୧୧।୯ (ଅରୁଣ ସାହୁ): ଦିବ୍ୟାଙ୍ଗଙ୍କ ବିକାଶ ସହ ସେମାନଙ୍କୁ ସ୍ୱରୋଜଗାରକ୍ଷମ କରାଇ ସ୍ୱାବଲମ୍ବୀ କରିବା ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ: ଥାନାରେ ପଶି ଛଡାଇ ନେବାକୁ ପୋଲିସ ସହ ଧସ୍ତାଧସ୍ତି, ୫ ମହିଳାଙ୍କ ସମେତ…

ପୁରୁଷୋତ୍ତମପୁର,୧୧ା୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶୁକ୍ରବାର ଗୁଣିଗାରେଡିକୁ ନେଇ ତୁମୁଳକାଣ୍ଡ ଘଟିଛି। ଗୁଣିଗାରେଡି ସନ୍ଦେହରେ କେଶବ ଗୌଡ(୬୫)ଙ୍କୁ ଆକ୍ରମଣ କରାଯାଇଛି। ତାଙ୍କୁ ଥାନାରେ…

ତାଜ୍‌ରେ ଜିନପିଙ୍ଗ, ITC ର୍ମୌଯ୍ୟରେ ପୁଟିନ: ଗୋଟିଏ ରାତିର ଭଡ଼ା ଜାଣିଲେ ତାଜୁବ ହେବେ…

ନୂଆଦିଲ୍‌ଲୀ,୧୧।୯: ଦିଲ୍ଲୀରେ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ରାଜଧାନୀର ଅନେକ ଅଞ୍ଚଳ ଛାଉଣୀରେ ପରିଣତ ହୋଇଛି। ହୋଟେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?