ଟଙ୍କାଛପା କାଗଜ କାରଖାନା ଲାଗି ସ୍ଥିତି ଅନୁଧ୍ୟାନ

ବାଲେଶ୍ୱର ଅଫିସ, ୭।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ବାଲେଶ୍ୱର ଜିଲାରେ ଟଙ୍କାଛପା କାଗଜ କାରଖାନା ସ୍ଥାପନ ଲାଗି ନିଷ୍ପତ୍ତି ହେବା ପରେ ଅଧିକାରୀମାନଙ୍କ ପକ୍ଷରୁ ବାରମ୍ବାର ଜମି ସର୍ବେକ୍ଷଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନରେ ଆର୍‌ବିଆଇର ୩ଜଣିଆ ଟିମ୍‌ ସହ ଇଡ୍‌କୋ, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌, ଆର୍‌ ଆଣ୍ଡ ବିର ମୁଖ୍ୟ ୮ଜଣିଆ ଟିମ୍‌ ମିଳିତ ଭାବେ ବାଲେଶ୍ୱର ଜିଲାପାଳଙ୍କ ଅଫିସ୍‌ରେ ପହଞ୍ଚିଥିଲେ। ସେଠାରେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲାପାଳ ଭବେଶ ନାୟକ ଓ ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଜିଲା ପ୍ରଶାସନ ସହ ରେମୁଣା ବ୍ଲକ ଅଧୀନ ପଦାବଡ଼ଗାଁ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଆର୍‌ବିଆଇ ଟଙ୍କା ଛପା କାଗଜ କାରଖାନାର ମୁଖ୍ୟ ମାନସ ମହାନ୍ତିଙ୍କ ସମେତ ଉଚ୍ଚ ଅଧିକାରୀମାନେ ପଦାବଡ଼ଗାଁରେ ପହଞ୍ଚି ଥିବା ବେଳେ ଏଠାରେ ଏହି ପ୍ରକଳ୍ପ ହେବା ଏକପ୍ରକାର ସିଦ୍ଧାନ୍ତ କରାଯାଉଥିବା ସୂଚନା ମିଳିଛି।
କାରଖାନା ଲାଗି ୧୫୦ ଏକର ଜମି ଓ ରାସ୍ତା ପାଇଁ ପ୍ରାୟ ୬ ଏକର ଜମି ଆବଶ୍ୟକତା ରହିଛି। ଏହି ଜମି ବୁଢ଼ାବଳଙ୍ଗ ନଦୀ ନିକଟରେ ଥିବାରୁ ବନ୍ୟା ସ୍ଥିତିକୁ ନେଇ ପ୍ରଶାସନ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଆବଶ୍ୟକ ପଡ଼ିଲେ ବନ୍ୟାଜଳକୁ କେନାଲ ଦେଇ ନିୟନ୍ତ୍ରଣ କରାଯାଇପାରିବ ବୋଲି ଅଧିକାରୀମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏହି ପ୍ରକଳ୍ପ ପାଇଁ ପୂର୍ବରୁ ଗତ ଏପ୍ରିଲରେ ପ୍ରଥମଥର ପାଇଁ ଆର୍‌ବିଆଇର ୩ଜଣିଆ ଟିମ୍‌ ଇଡ୍‌କୋ ଏବଂ ଜିଲା ପ୍ରଶାସନ ସହଯୋଗରେ ରେମୁଣା ବ୍ଲକ ପଦାବଡ଼ଗାଁ, ବାଉଁଶମୁହାଁ ଏବଂ ନରହରିପୁର ଅଞ୍ଚଳରେ ଥିବା ସରକାରୀ ଜମିକୁ ବୁଲି ଦେଖିଥିଲେ। ପୁନର୍ବାର ଗତ ଜୁଲାଇ ୧୨ତାରିଖରେ ଆର୍‌ବିଆଇର ଏକ ଟିମ୍‌ ଜିଲାପାଳଙ୍କ ଅଫିସ୍‌ରେ ପହଞ୍ଚି ସେଠାରେ କିଛି ସମୟ ଆଲୋଚନା ପରେ ଜମି ସର୍ବେକ୍ଷଣ ପାଇଁ ପଦାବଡ଼ଗାଁ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ଭେଟିଲେ କ୍ଷୁଦ୍ର ଗ୍ରହ ଆବିଷ୍କାରକ ବନୀତା

ନବରଙ୍ଗପୁର, ୨୬।୧୦(ବି.ପ୍ର.): କ୍ଷୁଦ୍ର ଗ୍ରହର ଆବିଷ୍କାରକ ନବରଙ୍ଗପୁରର ଓଡିଆ ଝିଅ ବନୀତା ଦାସ ମଙ୍ଗଳବାର ନୂଆ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି।...

ଶିକ୍ଷା ମାରଣ ନୀତିକୁ ଦଳିତ ଆଦିବାସୀ ମହାସଂଘର ବିରୋଧ

ବାରିପଦା ଅଫିସ,୨୩ା୧୧- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ମାରଣନୀତିକୁ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ବିରୋଧ କରାଯାଇଛି। ମହାସଂଘର ସଭାପତି ରାକେଶ କୁମାର ସିଂଙ୍କ...

ଚାକିରି ଛାଡ଼ି ସଫଳ ଚାଷୀ

ଖୋର୍ଦ୍ଧା ଅଫିସ,୧୬।୭: କଥାରେ ଅଛି, ନିଷ୍ଠା ଏବଂ ଏକାଗ୍ରତା ଥିଲେ ସଫଳତା ଆପେ ଆପେ ଆସିଥାଏ। ଏହାର ଚାକ୍ଷୁଷ ଉଦାହରଣ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ...

ଚିଙ୍ଗୁଡ଼ି ପ୍ରୋସେସିଂପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌: ୩ ମହିଳା ଗୁରୁତର

ପାରାଦୀପ,୨୩।୫(ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ଶିଳ୍ପାଞ୍ଚଳରେ ରବିବାର ଲକ୍ଷ୍ମୀନାରାୟଣ ଏକ୍ସପୋର୍ଟ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌ ହୋଇଛି। ଏହାର ପ୍ରଭାବରେ ୧୩ ଜଣ ଅସୁସ୍ଥ...

‘ସୁଗମ ଯୋଜନା’: ୧୫ ଦିନରେ ୪୭୪୮ ପ୍ରବାସୀଙ୍କୁ ଗନ୍ତବ୍ୟ ସ୍ଥଳରେ ଛାଡ଼ିଲାଣି ଗଞ୍ଜାମ ପ୍ରଶାସନ, ୧୭ ହଜାରଙ୍କୁ ଖାଦ୍ୟ ପ୍ୟାକେଟ୍‌

ଛତ୍ରପୁର, ୨୯।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦେଇ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଜ଼ିଲା ଓ ଏହି ଜିଲାର ବିଭିନ୍ନ ଅଞ୍ଚଳଞ୍‌କୁ ସୁଗମ ଯୋଜନାରେ ପ୍ରଶାସନ ପକ୍ଷରୁ...

‘ରାକେଶ’କୁ ପ୍ରଶିକ୍ଷଣ ଦେବ ବନ ବିଭାଗ

ଢେଙ୍କାନାଳ ଅଫିସ, ୧୯ା୭: ଢେଙ୍କାନାଳ ଜିଲା କପିଳାସ ଚିଡ଼ିଆଖାନାର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର କ୍ରଲ୍‌ରେ ଥିବା ଦନ୍ତାହାତୀ ‘ରାକେଶ’କୁ ପ୍ରଶିକ୍ଷଣ ଦିଆଯିବ। ଏ ନେଇ ବନ ବିଭାଗ...

ଗଞ୍ଜେଇ ମାଫିଆ ଗିରଫ, ୩ଲକ୍ଷ ୩୦ ହଜାର ଜବତ

ଜୟପୁର, ୧୪।୧୧ (ଡି.ଏନ୍‌.ଏ.) କୋରାପୁଟ ଜିଲା ଜୟପୁର ସଦର ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜେଇ ମାଫିଆ ଇମ୍ରାନ ଖାଁ ଓରଫ ରାଜା(୨୪)ଙ୍କୁ ବୋରିଗୁମ୍ମା...

ବିରୋଧୀ ଦଳ ନେତାଙ୍କୁ ଉପେକ୍ଷା କରୁଛି ବିଏମ୍‌ସି

ବ୍ରହ୍ମପୁର ଅଫିସ,୩ା୯-ବ୍ରହ୍ମପୁର ମହାନଗର ନିଗମ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ରାଜନୀତି କରାଯାଇଛି। ନିଗମ କାର୍ଯ୍ୟାଳୟ ଏବଂ ଟାଉନ ହଲରେ ଆୟୋଜିତ ସମାରୋହରେ କେବଳ ଶାସକ...

Advertisement
Archives

Model This Week