ଓଏସ୍‌ଏଲ୍‌ ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର,୭।୯(ବ୍ୟୁରୋ): ପାରାଦୀପ ବନ୍ଦରରେ କନଭେୟର ବେଲ୍ଟ ମରାମତି ପାଇଁ ହୋଇଥିବା ଲାଞ୍ଚ କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସ୍‌ଏଲ୍‌)ର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କୁ ମଙ୍ଗଳବାର ଜାମିନ ମିଳିଛି। ସ୍ବତନ୍ତ୍ର ସିବିଆଇ କୋର୍ଟ ଚର୍ଚ୍ଚିତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଫଳରେ ସେ ମାସେ ପରେ ଜେଲରୁ ମୁକୁଳିଛନ୍ତି। ଚର୍ଚ୍ଚିତ ତଦନ୍ତରେ ସହଯୋଗ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ। ଏଥିସହ ବିନା ଅନୁମତିରେ ବିଦେଶଗସ୍ତ କରିପାରିବେ ନାହିଁ ଏବଂ ପ୍ରତି ୧୫ଦିନରେ ଥରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୋର୍ଟ ତାଙ୍କ ସର୍ତ୍ତରେ ଉଲ୍ଲେଖ କରିଛନ୍ତି। ୧ଲକ୍ଷ ଟଙ୍କା ଓ ପାସପୋର୍ଟ ଦାଖଲ ସହ ଦୁଇ ଜାମିନଦାରଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ଚର୍ଚ୍ଚିତଙ୍କୁ ଜାମିନ ମିଳିଛି। ଅନ୍ୟପକ୍ଷରେ ଜାଣିଶୁଣି ଆକ୍ରୋଶମୂଳକ ଭାବେ ଓଡ଼ିଆ ବ୍ୟବସାୟୀଙ୍କୁ ହଇରାଣ କରାଯାଉଥିବା ଚର୍ଚ୍ଚିତଙ୍କ ଓକିଲ ଜୟଦୀପ ପାଲ୍‌ କହିଛନ୍ତି। ସୂଚନାଯୋଗ୍ୟ, ପାରାଦୀପ ବନ୍ଦରରେ କାର୍ଗୋ ଅନ୍‌ଲୋଡ଼ିଂ ବେଳେ ଓଏସ୍‌ଏଲ୍‌ କନ୍‌ଭେୟର ବେଲ୍ଟ ଛିଡ଼ାଇଦେଇଥିଲା। ଏଥିପାଇଁ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ପୋର୍ଟ ଚିଫ୍‌ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଲାଞ୍ଚ କାରବାର କରିଥିଲେ। ଲାଞ୍ଚ କାରବାର କଥା ସିବିଆଇ ଜାଣିବା ପରେ ଗତ ଅଗଷ୍ଟ ୪ ତାରିଖ ରାତିରେ ୬ଟି ଟିମ୍‌ ପାରାଦୀପ ବନ୍ଦର ସମେତ କଟକ, ଭୁବନେଶ୍ୱର ଆଦି ସ୍ଥାନରେ ଚଢାଉ କରି ୮୪ ଲକ୍ଷ ଟଙ୍କା ଜବତ କରିଥିଲା। ପରେ ସିବିଆଇ ଓଏସ୍‌ଏଲ୍‌ ନିର୍ଦ୍ଦେଶକ ଚର୍ଚ୍ଚିତ, ଡିଜିଏମ୍‌ (ଅପରେଶନ) ସୂର୍ଯ୍ୟନାରାୟଣ ସାହୁ, କେସିଟି ଗ୍ରୁପ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର, ଦେବପ୍ରିୟ ମହାନ୍ତି, ବିଲ୍ଡର ଶିଶିର ଦାସ, ପାରାଦୀପ ପୋର୍ଟ ସିଏମ୍‌ଇ ସରୋଜ ଦାସ ଏବଂ ମଧ୍ୟସ୍ଥ ସୁମନ୍ତ ରାଉତଙ୍କ ସମେତ ୭ଜଣଙ୍କୁ ଗିରଫ କରିଥିଲା। ଏହି ମାମଲାରେ ବିଲ୍ଡର ଶିଶିର ଦାସଙ୍କୁ ଜାମିନ ମିଳିଥିବାବେଳେ ଅନ୍ୟମାନଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ତେବେ ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଏକ ଭଏସ୍‌ ରେକର୍ଡିଂ ସିବିଆଇ ହାତରେ ଲାଗିଥିବାରୁ ଏନେଇ ସ୍ପଷ୍ଟ ହେବା ଲାଗି ଫୋରେନ୍‌ସିକ ଯାଞ୍ଚ ଲାଗି ଅନୁମତି ଦେବାକୁ କୋର୍ଟରେ ଆବେଦନ କରାଯାଇଥିଲା। ତେବେ ଚର୍ଚ୍ଚିତଙ୍କୁ ପୁଣି ରିମାଣ୍ଡରେ ନେବା ଓ ତାଙ୍କ ଭଏସ୍‌ ଟେଷ୍ଟ କରିବା ନେଇ ସିବିଆଇର ଆବେଦନକୁ ଗତ ୨୭ ତାରିଖରେ କୋର୍ଟ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସାବଧାନ: ମେଷ ସମେତ ୩ ରାଶିଙ୍କ ଉପରେ ମାଡିଆସୁଛି ବଡ଼ ବିପଦ! ପାଖରୁ ପଳାଇବ ଧନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହଙ୍କୁ ପ୍ରେମ, ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସ୍ଥିତିର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ନିଜ ରାଶି ତୁଳାରେ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?