Posted inଜାତୀୟ

୧୭ରେ ଆସୁଛନ୍ତି ୬ ଆଫ୍ରିକୀୟ ଚିତା

ଭୋପାଳ,୭।୯:୧୯୪୭ରେ ଭାରତର ଶେଷ ଚିତାର ମୃତ୍ୟୁ ଘଟିଥିଲା ଛତିଶଗଡ଼ର କୋରେଆ ଜିଲାରେ। ଏହା ପରେ ବିଶ୍ୱର ଦ୍ରୁତତମ ପ୍ରାଣୀକୁ ଦେଶରେ ବିଲୁପ୍ତ ଘୋଷଣା କରାଯାଇଥିଲା। ଏହାର ୭୫ ବର୍ଷ ପରେ ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କକୁ ୬ ଆଫ୍ରିକୀୟ ଚିତା ଆସୁଛନ୍ତି। ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଙ୍ଗଳବାର ସୂଚନା ଦେଇଛନ୍ତି। ଚିତାଙ୍କୁ ନାମ୍ବିଆର ଓ୍ବିଣ୍ଡହୋଏକ୍‌ରୁ ରାଜସ୍ଥାନର ଜୟପୁରକୁ ଅଣାଯିବ। ସେଠାରୁ ସ୍ବତନ୍ତ୍ର ବିମାନରେ ପାଲପୁର ଦେଇ କୁନୋ ଜାତୀୟ ଉଦ୍ୟାନର ଏନ୍‌କ୍ଲୋଜରକୁ ନିଆଯିବ। ଏଥିପାଇଁ ଦୁଇଟି ହେଲିପ୍ୟାଡ୍‌ ନିର୍ମାଣ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଭିଭିଆଇପି ଅତିଥିମାନଙ୍କ ପାଇଁ ୫ ହେଲିପ୍ୟାଡ୍‌ ବ୍ୟବସ୍ଥା କରାଯାଇଛି। ୨୦୦୯ରେ ଆଫ୍ରିକାନ୍‌ ଚିତା ଇଣ୍ଟ୍ରୋଡକ୍ସନ ପ୍ରୋଜେକ୍ଟ ଇନ୍‌ ଇଣ୍ଡିଆର ପରିକଳ୍ପନା କରାଯାଇଥିଲା। କୋଭିଡ୍‌ ମହାମାରୀ ଯୋଗୁ ଏହି ପ୍ରକଳ୍ପ ଆଗେଇ ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘କରୋନା ପ୍ୟାକେଜ୍‌ ନିଷ୍ଠୁର ପରିହାସ’

ନୂଆଦିଲ୍ଲୀ,୨୩ା୫(ପି.ଟି.): ଦେଶରେ କୋଭିଡ୍‌-୧୯ ସ୍ଥିତିକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଉପରେ ଜୋର୍‌ଦାର ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟିର...

ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ପାଖାପାଖି ୨୧ ହଜାର ଆକ୍ରାନ୍ତ, ୩୭୯ ମୃତ

ନୂଆଦିଲ୍ଲୀ,୩।୭: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୦ ହଜାର ୯୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ଖରାପ ରହିଲା ଲକ୍‌ଡାଉନ ୪.୦: ପ୍ରତି ଘଣ୍ଟାରେ ସଂକ୍ରମିତ ହେଲେ ୨୭୧ ଜଣ

ନୂଆଦିଲ୍ଲୀ,୩୧।୫: ବେଳକୁ ବେଳ ଚିନ୍ତା ବଢାଇ ଚାଲିଛି କରୋନା ଭାଇରସ ସଂକ୍ରମଣ। ଏହାକୁ ରୋକିବାକୁ ଦେଶରେ ଗତ ମାର୍ଚ୍ଚ ମାସଠାରୁ ଲକ୍‌ଡାଉନ ଜାରି କରାଯାଇଛି। ତେବେ...

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି

ନୂଆଦିଲ୍ଲୀ,୧୮ା୪: ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଗତ ୯୫ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ...

ଅପରାଧୀ ମଞ୍ଜୁ ବର୍ମାଙ୍କୁ ଜେଡିୟୁ ଟିକେଟ

ପାଟନ,୮ ।୧୦: ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପାଇଁ ଶେଷ ତାରିଖର ଠିକ୍ ଗୋଟିଏ ଦିନ...

ଦୀପାବଳି ପୂର୍ବରୁ ଅନ୍ଧାର ଆଶଙ୍କା…

ନୂଆଦିଲ୍ଲୀ,୧୧।୧୦: ଆଲୋକର ପର୍ବ ଦୀପାବଳିର ପୂର୍ବରୁ ଦେଶରେ ଅନ୍ଧାର ଘୋଟିବାକୁ ଯାଉଛି। ଦେଶରେ ବିଦ୍ୟୁତ ସଙ୍କଟ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।...

ଯୌତୁକରେ ମୋଟରସାଇକେଲ ନ ମିଳିବାରୁ ବିବାହ ମଣ୍ଡପରୁ ଫେରିଲେ ବର

ଜୟପୁର, ୨୦।୫: ଯୌତୁକ ନ ମିଳିବାରୁ ବିବାହ ମଣ୍ଡପରୁ ଫେରି ଯାଇଛନ୍ତି ବର। ରାଜସ୍ଥାନର ବାରନ ଜିଲାରେ ଏଭଳି ଘଟଣା ଘଟିଛି। ଏନେଇ ଥାନାରେ ଏତଲା...

ଖୋଲିଲା ଅନ୍ତର୍ଜାତୀୟ ଝୁଲାପୋଲ ‘ଧାରଚୁଲା’: ପେନସନ ନେବାକୁ ଭାରତ ଆସିଲେ ୨୩୮ ନେପାଳ ନାଗରିକ

ଡେରାଡୁନ୍‌, ୨୨।୧୦: ଭାରତ ନେପାଳ ମଧ୍ୟରେ ଥିବା ଅନ୍ତର୍ଜାତୀୟ ଝୁଲାପୋଲ ‘ଧାରଚୁଲା’କୁ ୩ ଦିନ ପାଇଁ ଖୋଲା ଯାଇଛି। ଏହାକୁ ଶୁକ୍ରବାର ପୁଣି ବନ୍ଦ କରି...

Advertisement
Archives

Model This Week