ବ୍ୟାଙ୍କ ଅଧିକାରୀ ନିଖୋଜ: ପୋଲ ଉପରୁ ମିଳିଲା ବାଇକ୍‌

ଲୋଇସିଂହା,୧୧।୮(ଡି.ଏନ.ଏ): ବଲାଙ୍ଗୀର ଶାନ୍ତିପଡା ନିବାସୀ ତଥା ବରଗଡ଼ ଜିଲା ବରପାଲିସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ଏଗ୍ରିକଲଚର ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର(୩୮) ବୁଧବାର ରାତିରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କ ବାଇକକୁ ଲୋଇସିଂହା ପୋଲିସ ସାଲେଭଟା ଅଙ୍ଗନଦୀ ପୋଲ ଉପରୁ ଉଦ୍ଧାର କରିଛି। ଦିବ୍ୟରଞ୍ଜନ ନଦୀକୁ ଡେଇଁଥିବା ସନ୍ଦେହରେ ଗୁରୁବାର ସକାଳୁ ସୁବର୍ଣ୍ଣପୁର ଜିଲା ଡୁଙ୍ଗରିପାଲି ଅଗ୍ନିଶମ ବିଭାଗ ନଦୀରେ ଖୋଜାଖୋଜି ଚଳାଇଛି। ହେଲେ ସନ୍ଧ୍ୟା ସୁଦ୍ଧା ତାଙ୍କର କୌଣସି ଖୋଜଖବର ମିଳିନାହିଁ। ଦିବ୍ୟରଞ୍ଜନ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଅପହରଣ କରି ନେଇଛି ତାହାକୁ ନେଇ ପୋଲିସ ତନାଘନା ଚଳାଇଛି।

ବୁଧବାର ଦିବ୍ୟରଞ୍ଜନ କ୍ଷେତ୍ର ଅଧୀନ ସୁବର୍ଣ୍ଣପୁର ଜିଲା ବିନକାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିବା ନେଇ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କ ମୋବାଇଲ ଫୋନକୁ ଯୋଗାଯୋଗ କରିବାରୁ ସୁଇଚ ଅଫ ରହିଥିଲା। ଅପରପକ୍ଷେ ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ସାଲେଭଟା ଅଙ୍ଗନଦୀ ପୋଲ ଉପରେ କେହି ଜଣେ ବାଇକ ରଖି କେହି ନଦୀକୁ ଡିଆଁ ମାରିଥିବା କେତେକ ଲୋକେ ସେହି ରାତିରେ ସାଲେଭାଟ ପୋଲିସକୁ ସୂଚନା ଦେଇଥିଲେ।

ସାଲେଭଟା ପୋଲିସ ଓ ଡୁଙ୍ଗରିପାଲି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ ହେଁ କୌଣସି ସନ୍ଧାନ ପାଇ ନ ଥିଲେ। ଗୁରୁବାର ସକାଳେ ଓଡ୍ରାଫ ଟିମ୍‌ ଘଟଣାସ୍ଥଳରୁ ନଦୀର ଦିଗଶିରା ଯାଏ ଖୋଜାଖୋଜି କରିଥିଲେ। ନଦୀରେ ପାଣିସ୍ରୋତ ଅଧିକ ଥିବା ଯୋଗୁ ଖୋଜିବାରେ ସମସ୍ୟା ହେଉଥିବା ଓଡ୍ରାଫ ଦଳ କହିଛି। ସାଲେଭଟା ଫାଣ୍ଡି ଅଧିକାରୀ ସୁଶାନ୍ତ ଭୋଇ କହିଛନ୍ତି, ରାତି ପ୍ରାୟ ୧୧ଟାରେ କେହି ଜଣେ ନଦୀକୁ ଡେଉଁଥିବା ବରଗଡ଼ ଅମ୍ବାପାଲି ଅଞ୍ଚଳର ଜନୈକ ବ୍ୟକ୍ତି ଦେଖିଥିବା ପୋଲିସକୁ ସୂଚନା ଦେଇଥିଲେ। ତେବେ ଦିବ୍ୟରଞ୍ଜନଙ୍କ ବିନିକାସ୍ଥିତ ପିଏନ୍‌ବିର ଷ୍ଟାଫ ବିନିକା ଥାନାରେ ନିଖୋଜ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଦିବ୍ୟରଞ୍ଜନଙ୍କର କାହାରି ସହ ଶତ୍ରୁତା ନ ଥିଲା। ଏପରିକି ସେ ଆମତ୍ହତ୍ୟା କଲା ଭଳି ଲୋକ ନୁହନ୍ତି। ତାଙ୍କୁ ଅପହରଣ କରାଯାଇ ଥାଇ ପାରେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri