ବ୍ୟାଙ୍କ ଋଣ ଫେରସ୍ତ ମିଳିବ ତ

କିଶୋର ଜେନା

ବ୍ୟାଙ୍କରୁ ନେଇଥିବା ୨୨ ହଜାର କୋଟି ଟଙ୍କାର ଋଣ ପରିଶୋଧ କଲେ ନାହିଁ ବିଗ୍‌ବଜାର, ବ୍ୟାଣ୍ଡ ଫ୍ୟାକ୍ଟ୍ରି, ପାଣ୍ଟାଲୁନ୍‌ର ମାଲିକ କିଶୋର ଭିୟାନୀ। ବ୍ୟାଙ୍କର ୧୨ ହଜାର କୋଟି ଟଙ୍କାର ଋଣ ଥିଲା, ତାହା ପରିଶୋଧ କରି ନ ପାରି ଭିଡିଓକନ ମାଲିକ ବେଣୁଗୋପାଳ ଧୂତ ଜେଲକୁ ଗଲେ। ବ୍ୟାଙ୍କର ଟଙ୍କା ପରିଶୋଧ କରି ନ ପାରି ନିଜକୁ କାର୍ଯ୍ୟତଃ ଦେବାଳିଆ ଘୋଷଣା କରିଥିଲେ ଫ୍ରାନ୍ସରୁ ଆସିଥିବା ଯୁଦ୍ଧବିମାନ ରାଫେଲ ଡିଲ୍‌ର ଅନ୍ୟତମ ଅଂଶୀଦାର ଅନିଲ ଅମ୍ବାନୀ। ବଡ଼ଭାଇ ମୁକେଶ ଯଦି ଶେଷ ମୁହୂର୍ତ୍ତରେ କେଇ ହଜାର କୋଟି ଟଙ୍କା ଅଦାଲତ ମାଧ୍ୟମରେ ଜମା କରି ନ ଥାନ୍ତେ, ତା’ ହେଲେ ଆଜି ଅନିଲ ଅମ୍ବାନୀ ଜେଲରେ ରହିଥାଆନ୍ତେ। ବ୍ୟାଙ୍କର କେଇ ହଜାର କୋଟି ଟଙ୍କା ପରିଶୋଧ କରି ନ ପାରି ରୋଟମାକ୍‌ ପେନ୍‌ର ମାଲିକ ନିଜକୁ ଦେବାଳିଆ ଘୋଷଣା କରିଛନ୍ତି। ବିଜୟ ମାଲ୍ୟା, ମେହୁଲ ଚୋକ୍ସି, ନୀରବ ମୋଦି ତ ହଜାର ହଜାର କୋଟି ଟଙ୍କା ଠକି ଦେଶ ଛାଡ଼ି ପଳାଇ ବେଶ୍‌ ଅୟସରେ ବିଦେଶରେ ଦିନ କାଟୁଛନ୍ତି। ଆଉ କେନ୍ଦ୍ରର ମୋଦି ସରକାର ସେମାନଙ୍କୁ ଦେଶକୁ ଫେରାଇ ଆଣି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଏ ପର୍ଯ୍ୟନ୍ତ ସକ୍ଷମ ହୋଇପାରି ନାହାନ୍ତି। ଏହି ଋଣ ଟଙ୍କା ଉଦ୍ଧାର ହେବା ଏବେ ସନ୍ଦେହରେ। ଏଗୁଡ଼ିକ ନମୁନା ମାତ୍ର। ଏହି ପ୍ରତ୍ୟେକ କର୍ପୋରେଟ୍‌ ଶିଳ୍ପପତିଙ୍କୁ ସାରା ଦେଶ ଚିହ୍ନିଛି। ଗଣମାଧ୍ୟମରେ ସେମାନଙ୍କ ସମ୍ପର୍କରେ ବ୍ୟାପକ ପ୍ରଚାର ହୋଇଛି। ଏମାନେ ପ୍ରତ୍ୟେକଙ୍କର ସିଧାସଳଖ ଯେ କୌଣସି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚତ୍ବାର କ୍ଷମତା ରହିଛି। କିନ୍ତୁ ଏମାନେ ଆମର ଟଙ୍କା, ଯାହା ଆମେ ନିଶ୍ଚିନ୍ତରେ ବ୍ୟାଙ୍କରେ ଜମା ରଖୁ, ସେହି ଟଙ୍କାର ବଡ଼ ଅଂଶକୁ ବ୍ୟବସାୟ କରିବେ ବୋଲି ଋଣ ଆକାରରେ ବ୍ୟାଙ୍କରୁ ନେଇ ଶୁଝୁ ନାହାନ୍ତି। ବ୍ୟାଙ୍କ ମଧ୍ୟ କିଛି କରିପାରୁ ନାହିଁ। ଅନାଦାୟ ଅଣ ଉପତ୍ାଦକ ସମ୍ପତ୍ତି ବା ନନ୍‌ ପରଫର୍ମିଂ ଆସେଟ୍‌ (ଏନ୍‌ପିଏ) ଦେଖାଇବା ଛଡ଼ା ଆଉ କିଛି କରୁ ନାହିଁ। ମୋଦିଙ୍କ ଶାସନ ଅମଳରେ ଗତ ୪ ବର୍ଷରେ ବ୍ୟାଙ୍କର ଜମାଫର୍ଦ୍ଦ ବା ବାଲାନ୍ସ ସିଟ୍‌କୁ ସଫା ରଖିବା ନାମରେ ସେହି କରଜ ୧୦ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଛାଡ଼ ଦେବାର ବ୍ୟବସ୍ଥା ହୋଇଛି।
ଆପଣ ଯେତେବେଳେ ଘର କରିବା ପାଇଁ ବ୍ୟାଙ୍କରୁ ଋଣ ନିଅନ୍ତି, ସେତେବେଳେ ଜମି ବା ଫ୍ଲାଟ୍‌ଟିକୁ ବନ୍ଧକ ରଖିବାକୁ ପଡ଼େ ବ୍ୟାଙ୍କ ପାଖରେ। ପୂରା ଟଙ୍କା ପରିଶୋଧ ହେଲେ ଯାଇ ସମ୍ପତ୍ତି ଫେରସ୍ତ ମିଳେ। ଗୋଟିଏ କିସ୍ତି ବା ଇଏମ୍‌ଆଇ ବାକି ରହିଗଲେ, ବ୍ୟାଙ୍କ ପକ୍ଷରୁ ତାଗିଦା ଆସେ। ସୁଧ ଉପରେ ତଣ୍ଡ ବା ପେନାଲ୍‌ଟି ଦେବାକୁ ପଡ଼େ। ଠିକ୍‌ ସମାନ ଭାବରେ ଏହି ବ୍ୟବସାୟୀମାନେ ଯେତେବେଳେ ହଜାର ହଜାର କୋଟି ଟଙ୍କା ଧାର ନିଅନ୍ତି, କମ୍ପାନୀର ଶେୟାର ଚଳିତ ବଜାର ମୂଲ୍ୟରେ ବନ୍ଧକ ସ୍ବରୂପ ଏକ ଅତିରିକ୍ତ ପାର୍ଶ୍ୱିକ ପ୍ରତିଭୂତି ବା କୋଲାଟେରାଲ ସିକ୍ୟୁରିଟି ହିସାବରେ ଜମା ରଖିବାକୁ ପଡ଼େ। ଯଦି କମ୍ପାନୀ ଟଙ୍କା ପରିଶୋଧ ନ କରିପାରେ, ତା’ହେଲେ ସେଗୁଡ଼ିକୁ ବ୍ୟାଙ୍କ ବିକ୍ରି କରି ବଜାରରୁ ଟଙ୍କା ଉଠାଇପାରେ। ଏହା ହିଁ ନିୟମ, ଠିକ୍‌ ଯେପରି ଆପଣ ଗୃହ ଋଣର କିସ୍ତି ଖିଲାପ କଲେ ବା ନ ଶୁଝିଲେ ଫ୍ଲାଟ୍‌ ବା ଘର ନିଲାମ କରି ବ୍ୟାଙ୍କ ଟଙ୍କା ଉଠାଇପାରେ।
ଆଦାନୀ ଗୋଷ୍ଠୀ ଜାଲିଆତି କରି ଗୋଟିଏ ଟଙ୍କା ବା ଦଶ ଟଙ୍କାର ଶେୟାରର ମୂଲ୍ୟକୁ ହଜାର ହଜାର ଟଙ୍କାକୁ ବଢ଼ାଇଥିଲା। ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗୋଷ୍ଠୀର ପ୍ରତ୍ୟେକ କମ୍ପାନୀର ଶେୟାର ମୂଲ୍ୟ ଖସିଯାଇଛି ଏବଂ ଆଦାନୀଙ୍କ ସମ୍ପତ୍ତି ୧୯ ଲକ୍ଷ କୋଟି ଟଙ୍କାରୁ ୯ ଲକ୍ଷ କୋଟି ଟଙ୍କାକୁ କମିଯାଇଛି ଗତ ଏକ ମାସ ମଧ୍ୟରେ। ଏଥିରୁ ଆଦାନୀଙ୍କ ଜାଲିଆତି ପରିଷ୍କାର ଭାବେ ପ୍ରକାଶ ପାଇଛି। ଆଗାମୀ ଦିନରେ ତାଙ୍କ କମ୍ପାନୀଗୁଡ଼ିକର ଶେୟାରର ମୂଲ୍ୟ ଆହୁରି କମିଯିବ। ଶେୟାରର ମୂଲ୍ୟ କମିବାରୁ ଭାରତୀୟ ଜୀବନ ବୀମା ନିଗମ ଆଦାନୀଙ୍କ କମ୍ପାନୀରେ ବିନିଯୋଗ କରିଥିବା ମୋଟ ଟଙ୍କାରୁ ଏବେ ସୁଦ୍ଧା ୫୦ ହଜାର କୋଟି ଟଙ୍କାର କ୍ଷତି କରିଛି।
ଗୌତମ ଆଦାନୀ ତାଙ୍କର ବିଭିନ୍ନ କମ୍ପାନୀ ପାଇଁ ଯେଉଁ ବିପୁଳ ପରିମାଣର ଋଣ ନେଇଛନ୍ତି, ତାହାର ମୋଟ ପରିମାଣ ୨ ଲକ୍ଷ ୨୦ହଜାର କୋଟି ଟଙ୍କା। ଏହା ମଧ୍ୟରୁ ଆମ ଦେଶର ବିଭିନ୍ନ ବ୍ୟାଙ୍କରୁ ଋଣ ନେଇଛନ୍ତି ୬୨ ହଜାର କୋଟି ଟଙ୍କା। ଦେଶର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୨୭ ହଜାର କୋଟି, ବ୍ୟାଙ୍କ ଅଫ୍‌ ବରୋଦାରୁ ୫,୩୮୦ କୋଟି, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୭ହଜାର କୋଟି ଟଙ୍କା। ଅର୍ଥାତ୍‌ ଏହି ସମସ୍ତ ସରକାରୀ ବ୍ୟାଙ୍କରୁ ୪୦ ହଜାର କୋଟି ଟଙ୍କା ଋଣ ନେଇଛନ୍ତି। ଏହାଛଡ଼ା ଆଇସିଆଇସିଆଇ, ଆକ୍ସିସ୍‌ ବ୍ୟାଙ୍କ, କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କ ମଧ୍ୟ ଋଣ ଦେଇଛନ୍ତି।
କିନ୍ତୁ ସମସ୍ୟା ହେଉଛି ଭିନ୍ନ ଧରଣର। ଯେଉଁ ଆଦାନୀ ଏଣ୍ଟରପ୍ରାଇଜର୍ସର ଶେୟାର ମୂଲ୍ୟ ପ୍ରାୟ ୪ହଜାର ଟଙ୍କା ଦର୍ଶାଇ ବ୍ୟାଙ୍କରୁ ଋଣ ନେଇଛନ୍ତି, ତାହା ଆଜି ୧୪ ଶହ ଟଙ୍କା ହୋଇଯାଇଛି। ଯେଉଁ ଆଦାନୀ ଗ୍ୟାସ୍‌ର ଶେୟାର ମୂଲ୍ୟ ୩ହଜାର ଟଙ୍କା ଦର୍ଶାଇ ଋଣ ନେଇଛନ୍ତି, ତାହାର ମୂଲ୍ୟ ଆଜି ୭୫୦ ଟଙ୍କା। ସମାନ ଅବସ୍ଥା ଅନ୍ୟ ଶେୟାରଗୁଡ଼ିକର ମୂଲ୍ୟ କ୍ଷେତ୍ରରେ। ଅର୍ଥାତ୍‌ ମୂଲ୍ୟ ପ୍ରାୟ ୭୦ ପ୍ରତିଶତ କମିଯାଇଛି। ଅର୍ଥାତ୍‌ ଆଦାନୀଙ୍କ ବିଭିନ୍ନ କମ୍ପାନୀ ଯଦି ଫେଲ୍‌ ହୋଇଯାଆନ୍ତି, ଯାହାର ସମ୍ଭାବନା ପ୍ରାୟ ୮୦ପ୍ରତିଶତ, ତା’ହେଲେ ଶେୟାର ବନ୍ଧକ ରଖିଥିବା ବ୍ୟାଙ୍କଗୁଡ଼ିକ ଶେୟାର ବିକ୍ରି କଲେ ମଧ୍ୟ ଋଣ ଟଙ୍କା ଉଠିବ ନାହିଁ, ଏହା ସ୍ପଷ୍ଟ। ଇତିମଧ୍ୟରେ ବିଦେଶୀ ବିନିଯୋଗକାରୀଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି ଯେ, ଆଦାନୀ ଗୋଷ୍ଠୀ ଶେୟାର ମୂଲ୍ୟରେ ଜାଲିଆତି ଓ ହେରାଫେରି କରିଥିବାରୁ ସେମାନଙ୍କ ଟଙ୍କା ଆଉ ଫେରସ୍ତ ମିଳିବ ନାହିଁ। ଏଣୁ ସେମାନେ ଟଙ୍କା ଫେରସ୍ତ ଚାହୁଁଛନ୍ତି। ଏଥିପାଇଁ ଚାପ ପ୍ରଦାନ କରୁଛନ୍ତି ଗୌତମ ଆଦାନୀଙ୍କ ଉପରେ। ନୂଆକରି ବିଦେଶରୁ ଟଙ୍କା ଉଠାଇ ପାରୁନାହାନ୍ତି ଆଦାନୀ। ଏକମାତ୍ର ଭରସା ଭାଇ ବିନୋଦ ଆଦାନୀଙ୍କ କଳାଟଙ୍କା ନିର୍ଭର ଅସ୍ତିତ୍ୱହୀନ (ସେଲ୍‌) କମ୍ପାନୀଗୁଡ଼ିକ ଉପରେ। ଯାହା ମରିସସ୍‌, ବ୍ରିଟିଶ ଭର୍ଜିନ ଆଇଲାଣ୍ଡ ବା କାରିବିୟାନ ଦେଶରେ ଚାଲିଛି ବା ଦୁବାଇର ଶେଖ୍‌ମାନଙ୍କ କଳା ଟଙ୍କା।
କିନ୍ତୁ ପ୍ରଶ୍ନ ହେଉଛି ଆମେ ସାଧାରଣ ଜନତା ଗୋଟିଏ ମାସିକ କିସ୍ତି ବା ଇଏମ୍‌ଆଇ ନ ଦେଇ ପାରିଲେ ବ୍ୟାଙ୍କ ପ୍ରାୟ ବେକରେ ଦଉଡ଼ି ଲଗାଇ ଟଙ୍କା ଆଦାୟ କରେ ଆଉ ଆଦାନୀଙ୍କ କ୍ଷେତ୍ରରେ ବ୍ୟାଙ୍କ ଅଫ୍‌ ବରୋଦାର ସିଏମ୍‌ଡି ସଞ୍ଜୀବ ଚଢ଼ାଙ୍କ ପରି କହିବେ, ଆବଶ୍ୟକ ହେଲେ ଆଦାନୀଙ୍କୁ ଆହୁରି ଟଙ୍କା ଧାର ଦେବୁ। ଏହିଭଳି ଦୋମୁହଁା ନୀତି କେତେଦିନ ଧରି ଚାଲିବ! ଏହା ଦେଶ ପାଇଁ ଆଦୌ ମଙ୍ଗଳକର ନୁହେଁ।
ତୁରନ୍ତ ବ୍ୟାଙ୍କଗୁଡ଼ିକ ଯେଉଁଗୁଡ଼ିକ ଆଦାନୀଙ୍କ ଶେୟାର ରଖି ଋଣ ଦେଇଛନ୍ତି, ତାହାର ବଜାର ମୂଲ୍ୟ ଆଜି କେଉଁଠି ପହଞ୍ଚତ୍ଛି। ଦେଖନ୍ତୁ ଆଦାନୀ କ’ଣ ଏବେକାର ବଜାର ମୂଲ୍ୟଠାରୁ ଅଧିକ ଶେୟାର ବ୍ୟାଙ୍କରେ ବନ୍ଧା ଦେଇଛନ୍ତି। ସରକାର, ଅର୍ଥ ମନ୍ତ୍ରଣାଳୟ, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକ ପରିଷ୍କାର କରି ଜଣାଇ ଦେବା ଉଚିତ ଯେ ଆଦାନୀ ଗ୍ରୁପ୍‌ର ଯେଉଁ ଶେୟାର ବନ୍ଧକ ରହିଛି, ତାହାର ମୂଲ୍ୟ ହ୍ରାସ ହେଲେ ମଧ୍ୟ ଋଣ ପରିମାଣରୁ ଅଧିକ ଟଙ୍କା ଋଣ ଶୁଝାଯାଇ ପାରିବ। ଆମର ଛାତିର ଚଉଡ଼ା କମ୍‌। ଆମେ ସାଧାରଣ ଜନତା। ଆମେ ବ୍ୟାଙ୍କ ଉପରେ ଭରସା କରି ଆମର ଅର୍ଜିତ ଜମାକୁ ସଞ୍ଚତ୍ତ ରଖିଛୁ ବ୍ୟାଙ୍କରେ। ସେହି ଟଙ୍କା କେଉଁଠି ଓ କିଭଳି ଭାବେ ଖଟାଯାଉଛି, ତାହା ଜାଣିବାର ଅଧିକାର ଆମର ରହିଛି। କାରଣ ବ୍ୟାଙ୍କ ବୁଡ଼ିଗଲେ ଯେତେ ଟଙ୍କା ନିଜର ଗଚ୍ଛିତ ଥାଉ ପଛେ ମାତ୍ର ୫ଲକ୍ଷ ଟଙ୍କା ଫେରସ୍ତ ମିଳିବ। ଜନଗଣଙ୍କ ଟଙ୍କା ଜନତାର ବିକାଶ ପାଇଁ କର୍ପୋରେଟ୍‌ ଲୁଟ ଲାଗି ନୁହେଁ। ଏଥିପ୍ରତି ସରକାର ଦୃଷ୍ଟି ଦେବା ବିଧେୟ।
ଉତ୍କଳମଣି ମାର୍ଗ, ଅପର୍ଣ୍ଣାନଗର, ଚାଉଳିଆଗଞ୍ଜ, କଟକ
ମୋ-୯୪୩୭୩୮୪୮୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?