ବଙ୍ଗଳାଗୁଡ଼ା ପୋଲ ଭୁଶୁଡ଼ିଲା

କୋରାପୁଟ,୧୭ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ମଙ୍ଗଳବାର ଅପରାହ୍ନରେ କୋରାପୁଟ-ରାୟଗଡ଼ା ୩୨୬ ନଂ. ଜାତୀୟ ରାଜପଥର ବଙ୍ଗଳାଗୁଡ଼ା-ଲେନ୍ଦିରିମାଳିଗୁଡା ମଧ୍ୟରେ ଥିବା ଏକ ପୁରୁଣା ପୋଲ ଭୁଶୁଡିପଡିଛି। ଏଥିଯୋଗୁ କୋରାପୁଟ ଓ ପୋଡାଗଡ଼ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କାକିରିଗୁମ୍ମା-ଲକ୍ଷ୍ମୀପୁର-ରାୟଗଡା ରାସ୍ତାରେ ଗାଡି ମୋଟର ଚଳାଚଳ ବ୍ୟାହତ ହୋଇଛି।
ମିଳିଥିବା ଖବରରୁ ଜଣାପଡିଛି, କୋରାପୁଟଠାରୁ ୧୪ କିମି ଦୂର ବଙ୍ଗଳଗୁଡା ନିକଟରେ ଥିବା ଏହି ପୋଲର କୋରାପୁଟ ଆଡକୁ ଥିବା ଭାଗ ହଠାତ୍‌ ଭୁଶୁଡି ପଡିଥିଲା। ବର୍ତ୍ତମାନ ରାୟଗଡାରୁ ଆସୁଥିବା କେବଳ ହାଲୁକା ଯାନଗୁଡିକ ପୋଡାଗଡଠାରୁ ଆଡମଣ୍ଡା ମାଲକାନାଗିରି, ମହାଦେଇପୁଟ ପଞ୍ଚାୟତ ଦେଇ କୋରାପୁଟ ସଦର ମହକୁମାକୁ ଆସୁଥିବା ଜଣାପଡିଛି। ସେହିପରି ରାୟଗଡା ଆଡୁ ଆସୁଥିବା ସମସ୍ତ ଭାରିଯାନ କାକିରିଗୁମ୍ମାଠାରୁ ଭାୟା ଦାମନଯୋଡି-ମାଥାଲପୁଟ-ସେମିଳିଗୁଡା ହୋଇ କୋରାପୁଟକୁ ଆସିବା ବ୍ୟବସ୍ଥା କରାଯାଇଥିବା ଜିଲାପାଳ ଅବଦାଲ ଏମ. ଅଖତାର ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଜିଲାପାଳ ସମସ୍ତ ବିଭାଗୀୟ ଯନ୍ତ୍ରୀଙ୍କୁ ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଟ୍ରାଫିକ ବ୍ୟବସ୍ଥା ପାଇଁ କାକିରିଗୁମ୍ମା ପୋଲିସ ଓ କୋରାପୁଟ ସଦର ପୋଲିସକୁ କୁହାଯାଇଛି। ଆମ୍ବୁଲାନ୍ସ ଯାତାୟାତ ଓ ଅନ୍ୟ ଜରୁରୀ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲାପାଳ କହିଛନ୍ତି। ସୂଚନାଯୋଗ୍ୟ, ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ହୋଇଥିବା ଏହି ପୋଲ ପୂର୍ବରୁ ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ପୋଲର ଏକ ପାର୍ଶ୍ୱ ଦୀର୍ଘ ଦିନ ହେଲା ଫାଟି ରହିଥିଲା। ଠିକ୍‌ ସମୟରେ ମରାମତି ଅଭାବରୁ ଆଜି ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲେନ୍ଦିରିମାଳିଗୁଡା ଓ ବଙ୍ଗଳାଗୁଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri