Posted inଖେଳ

ଦିନିକିଆ ସିରିଜ ଜିତିଲା ବାଂଲାଦେଶ: ଓ୍ବେଷ୍ଟଇଣ୍ଡିଜ୍‌ ୭ ଉଇକେଟରେ ପରାସ୍ତ

ଢାକା,୨୩।୧(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ବାଂଲାଦେଶ ବିଜୟ ହାସଲ କରିଛି। ଅଫ୍‌ସ୍ପିନର ମେହିଦି ହାସନ ମିରାଜ ୨୫ ରନ ବ୍ୟୟ କରି ୪ ଉଇକେଟ ଅକ୍ତିଆର କରିବା ସହ ବାଂଲାଦେଶକୁ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି। ସ୍ଥାନୀୟ ସେର୍‌ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ବାଂଲାଦେଶ ୧୦୦ଟି ବଲ୍‌ ବାକିଥାଇ ୭ ଉଇକେଟରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି। ଏଥିସହିତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ବାଂଲାଦେଶ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ମେହିଦି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ୬ ଉଇକେଟରେ ବିଜୟୀ ହୋଇଥିଲା। ଏଥିସହ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ବାଂଲାଦେଶ କ୍ରମାଗତ ତୃତୀୟ ଓ ମୋଟ୍‌ ଉପରେ ପଞ୍ଚମ ସିରିଜ ବିଜୟ ହାସଲ କରିଛି।
ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିୟମିତ ଅନ୍ତରରେ ଉଇକେଟ ହରାଇ ୪୩.୪ ଓଭରରେ ୧୪୮ ରନ କରି ଅଲଆଉଟ ହୋଇଥିଲା। ଦଳ ତରଫରୁ ରୋଭମାନ ପାଓ୍ବେଲ ସର୍ବାଧିକ ୪୧, ଜର୍ନ ଓଟ୍‌ଲି ୨୪, ଅଧିନାୟକ ଜାସନ ମହମ୍ମଦ ୧୧, ଏନ୍‌କ୍ରୁମା ବୋନର ୨୦, ଅଲଜାରି ଜୋଶେଫ୍‌ ୧୭ ରନ ସଂଗ୍ରହ କରିଥିବା ବେଳେ ଅକିଲ ହୋସେନ ୧୨ ରନକରି ଅପରାଜିତ ରହିଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ମେହିଦି ସର୍ବାଧିକ ୪, ମୁସ୍ତାଫିଜୁର ରହମାନ ଓ ସାକିବ ଅଲ ହାସନ ୨ଟି ଲେଖାଏ, ହାସନ ମାହମୁଦ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ବାଂଲାଦେଶ ୩୩.୨ ଓଭରରେ ୩ ଉଇକେଟ ହରାଇ ୧୪୯ ରନ କରି ଅତି ସହଜରେ ବିଜୟ ହାସଲ କରି ନେଇଥିଲା। ଦଳ ତରଫରୁ ଅଧିନାୟକ ତାମିମ ଇକବାଲ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଓପନର ଲିଟନ ଦାସ ୨୨, ନାଜମୁଲ ହୋସେନ ଶାଣ୍ଟୋ ୧୭ ରନ କରି ଆଉଟ ହୋଇଥିଲେ। ଅଲରାଉଣ୍ଡର ସାକିବ ଅଲ ହାସନ ୪୩ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ପିକର ରହିମ ୯ ରନକରି ଅପରାଜିତ ରହି ଦଳକୁ ଜିତାଇଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଅକିଲ ହୋସେନ, ଜାସନ ମହମ୍ମଦ ଓ ରେମନ ରେଫେର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ୍‌ ୪୩.୪ ଓଭରରେ ୧୪୮ ଅଲଆଉଟ୍‌
(ରୋଭମାନ- ୪୧, ଓଟ୍‌ଲି- ୨୪, ବୋନର- ୨୦, ଜାସନ ମହମ୍ମଦ- ୧୧, ଅଲଜାରି ଜୋଶେଫ୍‌- ୧୭, ଅକିଲ ହୋସେନ- ୧୨*, ମିରାଜ- ୪/ ୨୫, ସାକିବ- ୨/୧୦, ମୁସ୍ତାଫିଜୁର-୨/ ୧୫, ମାହମୁଦ- ୧/୫୪)।
ବାଂଲାଦେଶ ୩୩.୨ ଓଭରରେ ୧୪୯/୩
(ତାମିମ- ୫୦, ସାକିବ- ୪୩*, ଲିଟନ- ୨୨, ଶାଣ୍ଟୋ- ୧୭, ଅକିଲ- ୧/୪୫, ଜାସନ ମହମ୍ମଦ- ୧/ ୨୯, ରେମନ- ୧/ ୧୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri