Posted inଖେଳ

ଦିନିକିଆ ସିରିଜ ଜିତିଲା ବାଂଲାଦେଶ: ଓ୍ବେଷ୍ଟଇଣ୍ଡିଜ୍‌ ୭ ଉଇକେଟରେ ପରାସ୍ତ

ଢାକା,୨୩।୧(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ବାଂଲାଦେଶ ବିଜୟ ହାସଲ କରିଛି। ଅଫ୍‌ସ୍ପିନର ମେହିଦି ହାସନ ମିରାଜ ୨୫ ରନ ବ୍ୟୟ କରି ୪ ଉଇକେଟ ଅକ୍ତିଆର କରିବା ସହ ବାଂଲାଦେଶକୁ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି। ସ୍ଥାନୀୟ ସେର୍‌ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ବାଂଲାଦେଶ ୧୦୦ଟି ବଲ୍‌ ବାକିଥାଇ ୭ ଉଇକେଟରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି। ଏଥିସହିତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ବାଂଲାଦେଶ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ମେହିଦି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ୬ ଉଇକେଟରେ ବିଜୟୀ ହୋଇଥିଲା। ଏଥିସହ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ବାଂଲାଦେଶ କ୍ରମାଗତ ତୃତୀୟ ଓ ମୋଟ୍‌ ଉପରେ ପଞ୍ଚମ ସିରିଜ ବିଜୟ ହାସଲ କରିଛି।
ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିୟମିତ ଅନ୍ତରରେ ଉଇକେଟ ହରାଇ ୪୩.୪ ଓଭରରେ ୧୪୮ ରନ କରି ଅଲଆଉଟ ହୋଇଥିଲା। ଦଳ ତରଫରୁ ରୋଭମାନ ପାଓ୍ବେଲ ସର୍ବାଧିକ ୪୧, ଜର୍ନ ଓଟ୍‌ଲି ୨୪, ଅଧିନାୟକ ଜାସନ ମହମ୍ମଦ ୧୧, ଏନ୍‌କ୍ରୁମା ବୋନର ୨୦, ଅଲଜାରି ଜୋଶେଫ୍‌ ୧୭ ରନ ସଂଗ୍ରହ କରିଥିବା ବେଳେ ଅକିଲ ହୋସେନ ୧୨ ରନକରି ଅପରାଜିତ ରହିଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ମେହିଦି ସର୍ବାଧିକ ୪, ମୁସ୍ତାଫିଜୁର ରହମାନ ଓ ସାକିବ ଅଲ ହାସନ ୨ଟି ଲେଖାଏ, ହାସନ ମାହମୁଦ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ବାଂଲାଦେଶ ୩୩.୨ ଓଭରରେ ୩ ଉଇକେଟ ହରାଇ ୧୪୯ ରନ କରି ଅତି ସହଜରେ ବିଜୟ ହାସଲ କରି ନେଇଥିଲା। ଦଳ ତରଫରୁ ଅଧିନାୟକ ତାମିମ ଇକବାଲ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଓପନର ଲିଟନ ଦାସ ୨୨, ନାଜମୁଲ ହୋସେନ ଶାଣ୍ଟୋ ୧୭ ରନ କରି ଆଉଟ ହୋଇଥିଲେ। ଅଲରାଉଣ୍ଡର ସାକିବ ଅଲ ହାସନ ୪୩ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ପିକର ରହିମ ୯ ରନକରି ଅପରାଜିତ ରହି ଦଳକୁ ଜିତାଇଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଅକିଲ ହୋସେନ, ଜାସନ ମହମ୍ମଦ ଓ ରେମନ ରେଫେର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ୍‌ ୪୩.୪ ଓଭରରେ ୧୪୮ ଅଲଆଉଟ୍‌
(ରୋଭମାନ- ୪୧, ଓଟ୍‌ଲି- ୨୪, ବୋନର- ୨୦, ଜାସନ ମହମ୍ମଦ- ୧୧, ଅଲଜାରି ଜୋଶେଫ୍‌- ୧୭, ଅକିଲ ହୋସେନ- ୧୨*, ମିରାଜ- ୪/ ୨୫, ସାକିବ- ୨/୧୦, ମୁସ୍ତାଫିଜୁର-୨/ ୧୫, ମାହମୁଦ- ୧/୫୪)।
ବାଂଲାଦେଶ ୩୩.୨ ଓଭରରେ ୧୪୯/୩
(ତାମିମ- ୫୦, ସାକିବ- ୪୩*, ଲିଟନ- ୨୨, ଶାଣ୍ଟୋ- ୧୭, ଅକିଲ- ୧/୪୫, ଜାସନ ମହମ୍ମଦ- ୧/ ୨୯, ରେମନ- ୧/ ୧୮)।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?