Posted inଖେଳ

ପୁଣି ଥରେ ବାଂଲାଦେଶ ଦଳକୁ କ୍ୱାରେଣ୍ଟିନ ପଠାଗଲା

ଅକ୍‌ଲାଣ୍ଡ,୧୭।୧୨: ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶକ୍ରମେ ବାଂଲାଦେଶ ଦଳକୁ ପୁଣି ଥରେ କ୍ୱାରେଣ୍ଟିନରେ ରଖାଯାଇଛି। ବାଂଲାଦେଶ ଦଳର ସ୍ପିନ ବୋଲିଂ କୋଚ୍‌ ରଙ୍ଗନା ହେରାଥଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିବା ପରେ ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି।

ହେରାଥଙ୍କ ସଂସ୍ପର୍ଶରେ ଆସିଥିବା ଟେଷ୍ଟ ଦଳର ୮ ଜଣ ସଦସ୍ୟଙ୍କୁ ଆଇସୋଲେଶନରେ ରଖାଯାଇଛି। ଏମାନଙ୍କ ମଧ୍ୟରେ ଖେଳାଳିଙ୍କ ସହ କିଛି ସପୋର୍ଟ ଷ୍ଟାଫ ସଦସ୍ୟ ରହିଛନ୍ତି। ଅନ୍ୟ ଖେଳାଳିମାନେ ସେମାନଙ୍କ କ୍ୱାରେଣ୍ଟିନ ଶେଷ କରିବା ପରେ ଗତ ୧୬ ତାରିଖରେ ଗ୍ରାଉଣ୍ଡରେ ପ୍ରାକ୍ଟିସ ସେସନରେ ଯୋଗ ଦେଇଥିଲେ। କିନ୍ତୁ ପରେ ପ୍ରାକ୍ଟିସ ସେସନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

“ଆମକୁ ଗତକାଲିଠାରୁ ଅଭ୍ୟାସ କରିବା ଲାଗି ଅନୁମତି ମିଳିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ ସରକାରଙ୍କ ନିର୍ଦ୍ଦେଶରେ ଆମ ପ୍ରାକ୍ଟିସକୁ ବାତିଲ କରି ଦିଆଯାଇଛି। ଆମେ ଏପର୍ଯ୍ୟନ୍ତ ୩ କୋଭିଡ୍‌ ଟେଷ୍ଟ କରାଇଛୁ। ଆହୁରି ଏକ କୋଭିଡ୍‌ ଟେଷ୍ଟ କରାଯିବ। କ୍ୱାରେଣ୍ଟିନର ୯ମ ଦିନ ସଭିଙ୍କ ରିପୋର୍ଟ ନେଗେଟିଭ ଆସିଲେ, ଆମକୁ ଅଭ୍ୟାସ ପାଇଁ ଅନୁମତି ମିଳିବ” ବୋଲି ବାଂଲାଦେଶ ଦଳୀୟ ମ୍ୟାନେଜର ନାଫିସ ଇକବାଲ କହିଛନ୍ତି। କୋଭିଡ୍‌ କାରଣରୁ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି। ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ବାଂଲାଦେଶ ଏକ ଦୁଇ ଦିନିଆ ଅଭ୍ୟାସ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟେଷ୍ଟ ସିରିଜ: ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଖ୍ରୀଷ୍ଟଚର୍ଚ୍ଚ, ୭।୧(ଏପି): ଯୁବ ଦ୍ରୁତ ବୋଲର କାଇଲ ଜେମିସନଙ୍କ ଅସାଧାରଣ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ସ୍ଥାନୀୟ ହାଗଲି ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ...

ଦୃଷ୍ଟିହୀନ କ୍ରିକେଟ ସିରିଜ ବନାମ ନେପାଳ: ଭାରତୀୟ ଦଳରେ କାଳିଆ, ଲିଙ୍ଗରାଜ

ଭୁବନେଶ୍ୱର, ୨୭।୧୧(କ୍ରୀଡ଼ା ପ୍ରତିନିଧି)-ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ନେପାଳ ବିପକ୍ଷରେ ଏକଦିବସୀୟ ଓ ଟି୨୦ କ୍ରିକେଟ ସିରିଜ ଖେଳିବ। ଡିସେମ୍ବର ୨ରୁ ୪ ପର୍ଯ୍ୟନ୍ତ ୩...

ଏହି ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରୁଛି ସିଏସ୍‌କେ

ମୁମ୍ବାଇ, ୧୧ା୪- ଚଳିତ ଆଇପିଏଲରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ପ୍ରତିପକ୍ଷ ଦଳ...

‘ତୁମେ ମ୍ୟାଚ୍‌ ଶେଷ କରିପାରିବ’

ଦୁବାଇ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଅନ୍ତିମ ବଲରେ ଛକା ମାରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମ୍ୟାଚ୍‌ ଜିତାଇଥିଲେ ଶ୍ରୀକର ଭରତ। ଦଳକୁ ଅନ୍ତିମ...

ଧାଓ୍ବନଙ୍କ ଶତକ: ଦିଲ୍ଲୀ ଶୀର୍ଷକୁ ଫେରିଲା

ଶାରଜା,୧୮।୧୦(ପି.ଟି.): ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କ ଅପରାଜିତ ଶତକ (୧୦୧ରନ, ୫୮ ବଲ, ୧୪ ଚୌକା, ୧ ଛକା) ଓ ଡେଥ୍‌ ଓଭରରେ ଅକ୍ଷର ପଟେଲଙ୍କ...

ଡେବ୍ୟୁ ମ୍ୟାଚ୍‌ରେ ବିରଳ ରେକର୍ଡର ଅଧିକାରୀ ହେଲେ ଏହି କ୍ରିକେଟର୍‌

ବ୍ରିସବେନ,୧୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନ୍‌ରରେ ଶେଷ ଟେଷ୍ଟ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅନେକ ଖେଲାଳି ଆହତ ଥିବାରୁ ଯୁବ...

ଭିତ୍ତିଭୂମିକୁ ଗାମ୍ବାଉଙ୍କ ପ୍ରଶଂସା

ଭୁବନେଶ୍ୱର, ୧୮।୯(ପି.ଟି)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇଏସ୍‌ଏଲ୍‌)ର ନୂଆ କ୍ଲବ ତଥା ଫ୍ରାଞ୍ଚାଇଜି ଓଡ଼ିଶା ଏଫ୍‌ସି କୋଚ୍‌ ଜୋସେଫ୍‌ ଗାମ୍ବାଉ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ...

ଆଇପିଏଲ୍‌ ନେଇ କୁମ୍ବଲେ ଆଶାବାଦୀ

ନୂଆଦିଲ୍ଲୀ,୨୮।୫(ପି.ଟି.): ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଭାରତୀୟ ପୂର୍ବତନ ଅଧିନାୟକ ତଥା କିଙ୍ଗ୍ସ ଏକାଦଶ ପଞ୍ଜାବ ହେଡ କୋଚ୍‌ ଅନିଲ...

Advertisement
Archives

Model This Week