Posted inଜାତୀୟ

ଆଦାନୀ ପାଓ୍ବାର ସହ ଚୁକ୍ତି ରଦ୍ଦ କରିପାରେ ବାଂଲାଦେଶ

ନୂଆଦିଲ୍ଲୀ,୩ା୨:ଆଦାନୀ ପାଓ୍ବାର ଲିମିଟେଡ୍‌ ଅଧୀନ ଝାଡ଼ଖଣ୍ଡର ଏକ ଥର୍ମାଲ ପାଓ୍ବାର ପ୍ଲାଣ୍ଟରୁ ବିଦ୍ୟୁତ୍‌ କିଣିବା ପାଇଁ ସହ ସ୍ବାକ୍ଷରିତ ଏକ ଚୁକ୍ତିର ସମୀକ୍ଷା କରିବାକୁ ବାଂଲାଦେଶ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
୨୦୧୭ ନଭେମ୍ବରରେ ବାଂଲାଦେଶ ପାଓ୍ବାର ଡେଭେଲପ୍‌ମେଣ୍ଟ ବୋର୍ଡ (ବିପିଡିପି) ଏବଂ ଆଦାନୀ ପାଓ୍ବାର ମଧ୍ୟରେ ଏକ ୨୫ ବର୍ଷିଆ ପାଓ୍ବାର ପର୍ଚେଜିଂ ଏଗ୍ରିମେଣ୍ଟ ହୋଇଥିଲା। ଢାକାରେ ସମ୍ପାଦିତ ଉକ୍ତ ଚୁକ୍ତି ଅନୁସାରେ ଆଦାନୀ ପାଓ୍ବାର ଝାଡ଼ଖଣ୍ଡର ଗୋଡ୍ଡା ପାଓ୍ବାର ପ୍ଲାଣ୍ଟରୁ ୧,୪୯୬ ମେଗାଓ୍ବାଟ୍ସ ବିଦ୍ୟୁତ୍‌ ଶକ୍ତି ବାଂଲାଦେଶକୁ ଯୋଗାଇ ଆସୁଛି। ବାଂଲାଦେଶୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉକ୍ତ ଚୁକ୍ତିରେ କିଛି ପରିବର୍ତ୍ତନ ଅଣା ନ ଗଲେ ସେଠାକାର ପାଓ୍ବାର ଡିଭିଜନ୍‌ ଆଦାନୀ ପାଓ୍ବାରକୁ ୨୫ ବର୍ଷ ମଧ୍ୟରେ ୨୩.୮୭ ବିଲିୟନ୍‌ ଆମେରିକୀୟ ଡଲାର (ସ୍ଥାନୀୟ କରେନ୍ସି ୨୪୦,୦୦୦ କୋଟି ଟାକା) ପଇଠ କରିବା କଥା। ଏବେ ବାଂଲାଦେଶରେ ବିଦ୍ୟୁତ୍‌ ୟୁନିଟ୍‌ ପିଛା ୧୨ ଟାକାରେ ଉପଲବ୍ଧ ହେଉଛି। କିନ୍ତୁ ଆଦାନୀ ପାଓ୍ବାର ବାଂଲାଦେଶରୁ ବିଦ୍ୟୁତ୍‌ ୟୁନିଟ୍‌ ପିଛା ୨୦-୨୨ ଟାକା ଅସୁଲ କରୁଛି। ତେଣୁ ବିଦ୍ୟୁତ୍‌ ମୂଲ୍ୟରେ ହ୍ରାସ ନ କଲେ ଏହି ଚୁକ୍ତି ବଳବତ୍ତର ରହିବ ନାହିଁ ବୋଲି ବିପିଡିପି ଅଧିକାରୀମାନେ କହିଛନ୍ତି। ଇତିମଧ୍ୟରେ ବାଂଲାଦେଶ ପାଓ୍ବାର ସେକ୍ଟରର ବିକାଶ ଦାୟିତ୍ୱରେ ଥିବା ବିପିଡିବି ଏହି ଚୁକ୍ତିର ସମୀକ୍ଷା ପାଇଁ ଆଦାନୀ ପାଓ୍ବାରକୁ ଏକ ପତ୍ର ଲେଖିଛି। ବାଂଲାଦେଶ ଶକ୍ତି ମନ୍ତ୍ରୀ ନସରୁଲ୍‌ ହମିଦ ଜାନୁୟାରୀ ପ୍ରଥମ ସପ୍ତାହରେ ପାଓ୍ବାର ପ୍ଲାଣ୍ଟ ପରିଦର୍ଶନ କରିବା ପରେ ଏହି ପ୍ରସଙ୍ଗରେ ଢାକାର ଆଭିମୁଖ୍ୟ ନେଇ ଆଦାନୀ ପାଓ୍ବାରକୁ ଜଣାଇଥିଲେ। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଅରିନ୍ଦମ ବାଗ୍‌ଚୀଙ୍କୁ ଖବରଦାତାମାନେ ଏନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି, ଏହା ଏକ ସାର୍ବଭୌମ ସରକାର ଏବଂ ଭାରତୀୟ କମ୍ପାନୀ ମଧ୍ୟରେ ହୋଇଥିବା ଚୁକ୍ତି। ସରକାର ଏଥିରେ ମୁଣ୍ଡ ଖେଳାଇବାକୁ ଆବଶ୍ୟକ ମନେକରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri