ପର୍ନୋଗ୍ରାଫି ମାୟାରେ ବ୍ରିଟେନ୍‌ ଶିଶୁ

ଲଣ୍ଡନ,୩।୨:ପର୍ନୋଗ୍ରାଫିକୁ ନେଇ ବିଶ୍ୱର ବିଭିନ୍ନ ଦେଶରେ ବହୁ ନିୟମମାନ ଲାଗୁ କରାଯାଇଛି। ପ୍ରତ୍ୟେକ ବୟସ ବର୍ଗର ଲୋକଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବକୁ ଦେଖି ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ନିକଟରେ ଲଣ୍ଡନରେ କରାଯାଇଥିବା ଏକ ସର୍ଭେ ମୁତାବକ, ଅଧିକାଂଶ ପିଲା କିଶୋର ବୟସରେ ପହଞ୍ଚିବା ପୂର୍ବରୁ ପର୍ନ ବା ଅଶ୍ଳୀଳ ଫିଲ୍ମ ଦେଖିବା ଆରମ୍ଭ କରୁଛନ୍ତି। ଭବିଷ୍ୟତର ଯୁବପିଢ଼ିଙ୍କ ଉପକାର ସକାଶେ ପିଲାମାନଙ୍କୁ ଅନ୍‌ଲାଇନ୍‌ରେ ପ୍ରସାରିତ ହେଉଥିବା ଖରାପ କଣ୍ଟେଣ୍ଟ ଦେଖିବାକୁ ରୋକାଯିବା ବର୍ତ୍ତମାନ ସମୟରେ ଅତି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ଏହି ପର୍ନୋଗ୍ରାଫି ସର୍ଭେରେ କୁହାଯାଇଛି।
ଅନ୍‌ଲାଇନ୍‌ରେ ଏକ ସାଧାରଣ ଭିଡିଓ ପ୍ରସାରିତ ହେବାଭଳି ବର୍ତ୍ତମାନ ସମୟରେ ପର୍ନ ଭିଡିଓ ସବୁ ଘୂରୁବୁଲୁଛି, ଯାହାଫଳରେ ପିଲାମାନଙ୍କ ନିକଟରେ ଏସବୁ ଅତି ସହଜରେ ପହଞ୍ଚିଯାଇ ପାରୁଛି। ପାଖାପାଖି ୧୦% ପିଲା ମାତ୍ର ୯ ବର୍ଷ ବୟସରେ ପର୍ନ ଭିଡିଓ ଦେଖୁଥିବାବେଳେ ୧୧ ବର୍ଷ ବୟସର ପ୍ରାୟ ୨୭% ପିଲା ଏହି ଭିଡିଓକୁ ଅନ୍‌ଲାଇନ୍‌ରେ ଦେଖିବାରେ ଲାଗିଛନ୍ତି।
ସର୍ଭେ ରିପୋର୍ଟ ଅନୁସାରେ, ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରରେ ସର୍ବାଧିକ ୪୧% ପିଲା ପର୍ନୋଗ୍ରାଫି ଦେଖୁଛନ୍ତି। ସେହିପରି ନିର୍ଦ୍ଦିଷ୍ଟ ପର୍ନୋଗ୍ରାଫି ସାଇଟ୍‌ରେ ୩୭%, ଇନ୍‌ଷ୍ଟାଗ୍ରାମରେ ୩୩%, ସ୍ନାପଚାର୍ଟରେ ୩୨% ଏବଂ ସର୍ଚ୍ଚ ଇଞ୍ଜିନ ଜରିଆରେ ୩୦% ପିଲା ଅଶ୍ଳୀଳ ଫିଲ୍ମ ଦେଖୁଛନ୍ତି। ପିଲାମାନଙ୍କୁ ଏ ପ୍ରକାର କାର୍ଯ୍ୟକଳାପରୁ ନିବୃତ୍ତ ରଖିବା ଅତ୍ୟନ୍ତ ଆବଶ୍ୟକ। ପୂର୍ବରୁ ବିକ୍ରି ହେଉଥିବା ଅଶ୍ଳୀଳ ମାଗାଜିନ୍‌ ଏବଂ ବର୍ତ୍ତମାନ ସମୟରେ ସହଜରେ ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉଥିବା ଅଶ୍ଳୀଳ ଭିଡିଓ ମଧ୍ୟ ବହୁ ପାର୍ଥକ୍ୟ ରହିଥିବା ଲଣ୍ଡନର ଚିଲ୍‌ଡ୍ରେନ୍‌ କମିଶନର ଡାମେ ରାଚେଲ ଡି ସୋଜା କହିଛନ୍ତି। ଏ ନେଇ ଶିକ୍ଷକ ଓ ଆଇନ ପ୍ରଣେତାମାନେ ସମ୍ବେଦନଶୀଳ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌।
ଭାରତରେ ୨୦୨୧ ମସିହା ନୂଆ ଆଇଟି ନିୟମ ଅନୁସାରେ ଭାରତରେ ପର୍ନୋଗ୍ରାଫିକ୍‌ ଓ୍ବେବ୍‌ ସାଇଟ୍‌ଗୁଡ଼ିକୁ ବ୍ୟାନ୍‌ କରାଯାଇଛି। ଏ ନେଇ ଗୁରୁତ୍ୱପୂର୍ଣ୍ଣ ନିୟମ ଗତବର୍ଷ ସେପ୍ଟେମ୍ବରରେ ଲାଗୁ କରାଯାଇଛି। ଏହା ଜରିଆରେ ପାଖାପାଖି ୬୩ଟି ଓ୍ବେବ୍‌ସାଇଟ୍‌କୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୮ରେ ପର୍ନୋଗ୍ରାଫିକ୍‌ କଣ୍ଟେଣ୍ଟ୍‌ ଥିବା ୮୨୭ ଓ୍ବେବ୍‌ସାାଇଟ୍‌କୁ ବ୍ଲକ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri