ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର ବ୍ରାଜିଲ, ରୁଷିଆ, ଭାରତ, ଚାଇନା, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବ୍ରିକ୍ସରେ ସଦସ୍ୟ ଅଛନ୍ତି। ବାଂଲାଦେଶ ଏପର୍ଯ୍ୟନ୍ତ ବ୍ରିକ୍ସର ସଦସ୍ୟ ହୋଇନାହିଁ। ୨୦୨୩ରେ ଏହା ଯୋଗଦେବା ପାଇଁ ଆନୁଷ୍ଠାନିକ ଆବେଦନ କରିଥିଲା। ଇତିମଧ୍ୟରେ କେବଳ ବ୍ରିକ୍ସ ଦ୍ୱାରା ପ୍ରତିଷ୍ଠିତ ନିଉ ଡେଭେଲପମେଣ୍ଟ ବ୍ୟାଙ୍କର ସଦସ୍ୟତା ହାସଲ କରିଛି। କିନ୍ତୁ ପୂର୍ଣ୍ଣ ରାଜନୈତିକ ସଦସ୍ୟତା ହାସଲ ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ବିଧିବଦ୍ଧ ସହମତିର ଆବଶ୍ୟକତା ଅଛି। କୂଟନୀତିକ ସମ୍ପର୍କ ବଜାୟ ରଖିବା ଏବଂ ଭବିଷ୍ୟତର ସମ୍ପ୍ରସାରଣ ପାଇଁ ସହମତିଭିତ୍ତିକ ମାପଦଣ୍ଡକୁ ପୂରଣ କରି ବାଂଲାଦେଶ ବ୍ରିକ୍ସରେ ଯୋଗ ଦେବାକୁ ଇଚ୍ଛୁକ ରହିଛି। ତେବେ ଏହି ଦୁଇଦିନିଆ ବ୍ରିକ୍ସ ସମ୍ମିଳନୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍‌ ରହମାନ ଯୋଗଦେବାର ଖବର ମିଳିଛି। କିନ୍ତୁ ଏଯାଏ ମୂଳ ବ୍ରିକ୍ସର ସଦସ୍ୟ ହୋଇପାରି ନ ଥିବା ବାଂଲାଦେଶ ତା’ର ପ୍ରଧାନମନ୍ତ୍ରୀଙ୍କୁ ନୂଆଦିଲ୍ଲୀକୁ ପଠାଇବା ଆଗରୁ ଭାରତ ସହ ସର୍ତ୍ତ ରଖିବାକୁ ଆରମ୍ଭ କଲାଣି। କୁହାଯାଏ ଭିଡ଼ରେ ପଡ଼ିଯାଇଥିବା ଲୋକ ଉପରେ ସମସ୍ତେ ଦଳିଚକଟି ଚଢ଼ି ପଳାନ୍ତି। ଭାରତର ସ୍ଥିତି ସେହିଭଳି ଅବସ୍ଥାରେ ପହଞ୍ଚତ୍ଥିଲା ଭଳି ଏହି ସର୍ତ୍ତାବଳୀରୁ ମନେହେଉଛି। ପ୍ରଧାନମନ୍ତ୍ରୀ ରହମାନଙ୍କ ଗସ୍ତ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ପ୍ରତ୍ୟର୍ପଣକୁ ବାଂଲାଦେଶ ଭାରତ ଆଗରେ ଏକ ସର୍ତ୍ତ ଭାବେ ରଖିଛି, ଯେଉଁଥିରେ ଢାକାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏହି ଗସ୍ତ ଆଗକୁ ବଢ଼ିବା ପାଇଁ ଏକ ‘ଅନୁକୂଳ ପରିବେଶ’ ସୃଷ୍ଟି କରାଯିବା ଉଚିତ। ଏତିକିରୁ ବାଂଲାଦେଶ କେତେ ଓଜନଦାର ତାହା ବୁଝାପଡ଼ୁଛି। ଏମିତି ଦେଖିଲେ ଶେଖ୍‌ ହାସିନା ଜେଲଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଥିବା କହି ଆସନ୍ତା ଡିସେମ୍ବରରେ ବାଂଲାଦେଶ ଫେରିବେ ବୋଲି ଘୋଷଣା କରିଥିଲେ। ସେହି ସମୟ ଆସିବା ପୂର୍ବରୁ ବାଂଲାଦେଶ ନେତୃତ୍ୱ ଭାରତକୁ କିଭଳି ଅକଳରେ ପକାଇ ହେବ ସେଥିପାଇଁ କଡ଼ା ସର୍ତ୍ତ ବାଢ଼ିଦେଲା ଭଳି ଲାଗୁଛି।
ଏଠାରେ ସ୍ମରଣ କରାଯାଇପାରେ ଯେ, ବାଂଲାଦେଶରେ ଛାତ୍ର ଅଶାନ୍ତି ଦେଖାଦେବା ପରେ ଶେଖ୍‌ ହାସିନା ଦେଶଛାଡ଼ି ୫ ଅଗଷ୍ଟ ୨୦୨୪ରେ ଭାରତ ଆସି ରାଜନୈତିକ ଆଶ୍ରୟ ନେଇଛନ୍ତି। ସେବେଯାଏ ଭାରତ ଓ ବାଂଲାଦେଶ ମଧ୍ୟରେ ଘନିଷ୍ଠତା ଥିଲା। ଯେବେ ଭାରତ ବାହାର ଦେଶର ଏହି ବିବାଦୀୟ ବ୍ୟକ୍ତିଙ୍କୁ ଆଶ୍ରୟ ଦେଇଦେଲା, ସେଇଠୁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଭାରତର ଏକମାତ୍ର ବନ୍ଧୁ ପଡ଼ୋଶୀ ବୋଲାଉଥିବା ବାଂଲାଦେଶ ଏବେ ଶତ୍ରୁ ପାଲଟିଗଲାଣି। ଆଉ ଏକ ନୂଆ କଥା ବାଂଲାଦେଶ କ୍ଷେତ୍ରରେ ଲକ୍ଷ୍ୟ କରାଯାଇଛି। ତାହା ହେଲା ‘ବାଂଲାଦେଶ ଫାଷ୍ଟ’ ବା ‘ବାଂଲାଦେଶ ଆଗ’ ନୀତି ଆପଣାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଆଗ’ ଶୈଳୀରେ ବାଂଲାଦେଶ ପଡ଼ୋଶୀଙ୍କ ସମେତ ଅନ୍ୟାନ୍ୟ ଦେଶ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଦେଖାଇବା ବେଳେ ନିଜର ସ୍ବାର୍ଥକୁ ଆଗରେ ରଖିବାକୁ ଯାଇ ସ୍ବାଭାବିକ ଭାବେ ଏଭଳି ନିଷ୍ପତ୍ତି ନେଇଛି। ଏସବୁ ଦମ୍ଭ ବାଂଲାଦେଶ ଦେଖାଇବା ପଛରେ ଚାଇନାର ସମର୍ଥନ ସ୍ପଷ୍ଟ ଜଣାପଡ଼ୁଛି। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଆସନରେ ବସିବାର ୧୨୦ ଦିନ ମଧ୍ୟରେ ରହମାନ ଚାଇନା ଯାଇ ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଥିଲେ। ଚାଇନା-ମ୍ୟାନ୍‌ମାର-ବାଂଲାଦେଶ ଅର୍ଥନୈତିକ କରିଡର (ସିଏମ୍‌ବିସି) ବିଷୟରେ ଉଭୟ ନେତା ବିସ୍ତୃତ ଆଲୋଚନା କରିଥିଲେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରହମାନ୍‌ ବେଜିଂ ଯିବା ଦର୍ଶାଇଥିଲା ଯେ, ଉଭୟ ରାଷ୍ଟ୍ର ଭାରତକୁ ବେଖାତିର କରି ନିଜର ସୁସମ୍ପର୍କ ଗଢ଼ିତୋଳିବା ପାଇଁ ଇଚ୍ଛୁକ। ଏଥିରୁ ବୁଝିବାକୁ ହେବ ଯେ, ଦକ୍ଷିଣ ଏସିଆରେ ଭାରତର ପୂର୍ବ ପ୍ରଭାବ ସମ୍ପୂର୍ଣ୍ଣ ହ୍ରାସ ପାଇଗଲାଣି। ଏବର ସରକାରଙ୍କ କୂଟନୈତିକ ବିଫଳତା ଏଥିପାଇଁ ମୁଖ୍ୟତଃ ଦାୟୀ। ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ ରଖିପାରୁ ନ ଥିବାରୁ ଛୋଟ ଦେଶ ମଧ୍ୟ ନାଲିଆଖି ଦେଖାଉଛି। ବ୍ରିକ୍ସ ସଦସ୍ୟ ନ ହୋଇ ବାଂଲାଦେଶ ଯେଉଁ ଫଁ ଦେଖାଉଛି, ସେଥିରୁ ବୁଝାପଡ଼ୁଛି ଯେ, ତା’ ପାଇଁ ଭାରତ ପୂର୍ବଭଳି ଗୁରୁତ୍ୱ ରଖୁ ନାହିଁ। ଏବକାର ଭାରତ ତା’ର ବୈଦେଶିକ ନୀତିରେ ଅସ୍ପଷ୍ଟଭାବ ପ୍ରଦର୍ଶନ କରି ଆସୁଥିବାରୁ ତାହାର ଦକ୍ଷିଣ ଏସିଆରେ କୌଣସି ବନ୍ଧୁ ଦେଶ ରହିଲେ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖାଗଲା ଯେତେବେଳେ ଇରାନର ଚବାହାର ବନ୍ଦରରେ ଅନେକ ନିୟୁତ ଡଲାର ନିବେଶ କରି ମଧ୍ୟ ଭାରତ ହଠାତ୍‌ ସେହି ନିର୍ମାଣ ଦାୟିତ୍ୱରୁ ଓହରିଗଲା। ଆମେରିକା ଚାପରେ ଭାରତ ସମ୍ପୂର୍ଣ୍ଣ ଭାବେ ଦିଗହରା ହୋଇଯାଇଥିବା ବେଳେ ଟ୍ରମ୍ପ୍‌ଙ୍କ ଆମେରିକା ମଧ୍ୟ ନିଜର ପ୍ରଭାବ ବିସ୍ତାର କରିବାରେ ବିଫଳ ହେଉଛି। ଯେଉଁ ଆମେରିକାକୁ ଦେଖିଲେ ଭାରତର ଛାତିରେ ହୃତ୍‌କମ୍ପନ ହେଉଛି, ସେହି ଟ୍ରମ୍ପ୍‌ଙ୍କୁ ଦେଖି ଅନ୍ୟ ଦେଶମାନେ ହସୁଛନ୍ତି। ଯେତେବେଳେ କୌଣସି ନେତା ଉପରେ ଜନସାଧାରଣ ହସିବେ ସେତେବେଳେ ବୁଝିବାକୁ ହେବ ଯେ, ଏହି ନେତା ଗୁରୁତ୍ୱହୀନ ହୋଇଗଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରୀଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

ବର୍ଷା ପାଇଁ ଯଦି ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ବାତିଲ ହୋଇଯାଏ, ତେବେ କିଏ ସ୍ବର୍ଣ୍ଣ ପଦକ ପାଇବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଉତ୍ସାହର ସହ…

ଟ୍ରେନ୍‌ ଟ୍ରାକ୍‌ ମରାମତି ଯାଞ୍ଚବେଳେ ଟ୍ରାକ୍‌ମ୍ୟାନଙ୍କୁ ଧକ୍କାଦେଲା ଦ୍ରୁତଗାମୀ ଇଣ୍ଟରସିଟି, ଚାଲିଗଲା ଜୀବନ

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ରେଳ ଟ୍ରାକ୍‌ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା। ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?