ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଭାରତରେ ସୁରକ୍ଷିତ ଭାବେ ଆଶ୍ରୟ ଦିଆଯିବା ପରେ ଏଠାକାର ବୈଦେଶିକ ନୀତିରେ ଅସ୍ବାଭାବିକତା ଦେଖାଦେଇଛି। ସେହି କାରଣରୁ ମଧ୍ୟ ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରୋଶର ଶିକାର ହେବାକୁ ପଡୁଛି। ବାଂଲାଦେଶରେ ନୂଆ ସରକାର ଆସିବା ପରେ ଭାରତ ସହ ସମ୍ପର୍କରେ ଘଟିଥିବା ଅବନତି ନିକଟ ଭବିଷ୍ୟତରେ ସୁଧାର ଆସିବାର କ୍ଷୀଣ ଆଲୋକ ଦେଖାଉଛି। ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାକୁ ଆସିଛି ଯେତେବେଳେ ହାସିନା ଦୁଇ ବର୍ଷ ପରେ ନିଜ ଆଡ଼ୁ ସ୍ବଦେଶ ଫେରିଯିବାକୁ ଘୋଷଣା କରିଛନ୍ତି। ନିକଟରେ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ‘ରୟଟର୍ସ’କୁ ଏକ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି, ଯେ ଆସନ୍ତା ଡିସେମ୍ବର ଆଡ଼କୁ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି। ଏଥିପାଇଁ ଆବଶ୍ୟକ ହେଲେ ଗିରଫ ହେବା କିମ୍ବା ମୃତ୍ୟୁଦଣ୍ଡ ଭୋଗିବାକୁ ପଡ଼ିଲେ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି। ଉଲ୍ଲେଖ କରାଯାଇପାରେ ଯେ, ଆଭ୍ୟନ୍ତରୀଣ ରାଜନୈତିକ ଘଟଣାପ୍ରବାହ ଓ ଯୁବବର୍ଗଙ୍କ ବିରୋଧର ସମ୍ମୁଖୀନ ହେବା ପରେ ୨୦୨୪ ଅଗଷ୍ଟରେ ହାସିନା ଭାରତ ପଳାଇ ଆସିଥିଲେ। ବାଂଲାଦେଶର ଇଣ୍ଟରନ୍ୟାଶନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ (ଆଇସିଟି) ତାଙ୍କ ବିରୋଧରେ ମୃତ୍ୟୁଦଣ୍ଡ ଶୁଣାଇଛି। ତାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ବାଂଲାଦେଶ ବହୁବାର ଅନୁରୋଧ କରିଥିଲେ ମଧ୍ୟ ଭାରତ ସରକାର କର୍ଣ୍ଣପାତ କରି ନ ଥିଲେ। ଏବେ ହାସିନାଙ୍କ ଘୋଷଣା ଆଶ୍ଚର୍ଯ୍ୟ କରୁଛି।
ହାସିନାଙ୍କ ପାଇଁ ଭାରତ ସ୍ବୀକାର କରିଥିବା ତ୍ୟାଗର ମୂଲ୍ୟ କ’ଣ ମିଳିଲା ବୋଲି ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଉତ୍ତରରେ କୁହାଯାଇପାରେ ଯେ, ହାସିନାଙ୍କ ଦୀର୍ଘ ଶାସନକାଳରେ ଭାରତ ଓ ବାଂଲାଦେଶ ମଧ୍ୟରେ ସୁରକ୍ଷା, ଯୋଗାଯୋଗ, ବାଣିଜ୍ୟ, ସୀମା ପରିଚାଳନା କ୍ଷେତ୍ରରେ ଅଭୂତପୂର୍ବ ସହଯୋଗ ମିଳିଥିଲା। ବିଶେଷକରି ଉତ୍ତର-ପୂର୍ବାଞ୍ଚଳରେ ସକ୍ରିୟ ବିଦ୍ରୋହୀ ଗୋଷ୍ଠୀଗୁଡ଼ିକ ସମ୍ପର୍କରେ ସେ ଅନେକ ସମସ୍ୟାର ସମାଧାନ କରିଥିଲେ ଏବଂ ନୂଆଦିଲ୍ଲୀର ନିକଟତମ ଆଞ୍ଚଳିକ ସହଯୋଗୀ ହୋଇଥିଲେ। ବାଂଲାଦେଶ ଆଦାନୀ ଏନର୍ଜୀଠାରୁ ବିଦ୍ୟୁତ୍‌ କିଣିବା ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହୋଇଥାଏ।
ଭାରତବାସୀ ଅନୁଭବ କରୁଛନ୍ତି ଯେ, ଗତ କିଛିବର୍ଷ ହେବ ପଡ଼ୋଶୀଙ୍କ ସହ ନୂଆଦିଲ୍ଲୀର ସମ୍ପର୍କ ଖରାପ ହୋଇଚାଲିଛି। ଅପେକ୍ଷାକୃତ ଭାବେ ବାଂଲାଦେଶ ସହିତ ସମ୍ବନ୍ଧ ଭଲ ରହିଥିଲା। କିନ୍ତୁ ଭାରତ ସରକାର ହାସିନାଙ୍କୁ ସୁରକ୍ଷା ଦେବାକୁ ଯାଇ ବାଂଲାଦେଶ ଲୋକଙ୍କ ମନୋଭାବକୁ ପଢ଼ିବାରେ ସକ୍ଷମ ନ ହେବାରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ରସାତଳକୁ ଗଲାଣି।
ଭାରତ ଏକ ବୃହତ୍‌ ଦେଶ ଭାବେ ତାହାର ପଡ଼ୋଶୀ ରାଷ୍ଟ୍ରର ସାଧାରଣ ଲୋକଙ୍କ ମନୋଭାବ ସମ୍ପର୍କରେ ଅବଗତ ରହିବା ବୁଦ୍ଧିମାନର କାମ ହୋଇଥାଆନ୍ତା। କୂଟନୈତିକ ଆଖି କାନ ଭାବେ ଦୂତାବାସଗୁଡ଼ିକ କାର୍ଯ୍ୟ କରିଥାଏ। ଆଜିର ଭାରତରେ ଦୂତାବାସ ଓ ସେଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସେହି ଦେଶର ଆଭ୍ୟନ୍ତରୀଣ ପରିସ୍ଥିତି ସମ୍ପର୍କରେ ବୁଝିବା ପରିବର୍ତ୍ତେ ନୂଆଦିଲ୍ଲୀକୁ ଅନାଇ ବସିଥିବା ଭଳି ମନେହୁଏ। କେବଳ ବ୍ୟବସାୟିକ ଦୃଷ୍ଟିକୋଣରୁ ସବୁ ଦେଶ ସହିତ ସମ୍ପର୍କ ଗଢ଼ାଯାଉଥିବାରୁ ସେଥିରେ କୂଟନୀତିର ଅଭାବ ରହିଯାଉଛି। ବାଂଲାଦେଶରେ ତାହାହିଁ ଘଟିଥିଲା। ଭାରତ ସରକାର କୌଣସି ଭାବେ ସଜାଗ ରହିବାକୁ ଇଚ୍ଛା କଲେ ନାହିଁ। ବାଂଲାଦେଶର ସାଧାରଣ ନାଗରିକଙ୍କ ହାସିନା ବିରୋଧୀ କ୍ରୋଧକୁ ଢାକାର ଭାରତୀୟ ଦୂତାବାସ ନିଶ୍ଚିତ ଭାବେ ହୃଦ୍‌ବୋଧ କରିଥିବ। କିନ୍ତୁ ନୂଆଦିଲ୍ଲୀର ଏକଜିଦିଆ ନୀତି ଯୋଗୁ ସଜାଗ ରହିବାକୁ କେହି ଆଗଭର ହୋଇ ନ ଥିବା ଭଳି ମନେହେଉଛି। ଜଣେ ହାସିନାଙ୍କ ପାଇଁ ଗୋଟିଏ ବ୍ୟବସାୟୀ ଲାଭବାନ ହୋଇପାରେ। କିନ୍ତୁ ବାଂଲାଦେଶ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀକୁ ଆଜି ଭାରତ ହରାଇ ବସିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri