Posted inଖେଳ

ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦ ଛୁଇଁ ପାରିଲାନି ବାଂଲାଦେଶ

ଦୁବାଇ,୪।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଅତ୍ୟନ୍ତ ନିମ୍ନମାନର ପ୍ରଦର୍ଶନ ଜାରି ରଖିଛି ବାଂଲାଦେଶ। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶକୁ ମାତ୍ର ୭୩ ରନ୍‌ରେ ରୋକି ଦେଇଛି ଅଷ୍ଟ୍ରେଲିଆ। ଲଗାତାର ଦ୍ୱିତୀୟ ଥର ପାଇଁ ମେହମ୍ମୁଦୁଲାଙ୍କ ନେତୃତ୍ୱାଧୀନ ଦଳ ୧୦୦ ରନ୍‌ ଛୁଇଁବାରେ ବିଫଳ ହୋଇଛି। ଅଧିନାୟକ ମେହମ୍ମୁଦୁଲା (୧୬), ମହମ୍ମଦ ନଇମ (୧୭) ଓ ଶମିମ ହୁସେନ (୧୯)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଦଳର ସବୁଠୁ ଅଧିକ କ୍ଷତି ଘଟାଇଥିଲେ ଲେଗ୍‌ ସ୍ପିନର ଆଡାମ ଝାମ୍ପା। ସେ ୫ ଉଇକେଟ ସଫଳତା ହାସଲ କରିଥିବା ବେଳେ ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡ୍‌ ୨ ଲେଖାଏ ଉଇକେଟ ହାତେଇଥିଲେ।

ଏଥିପୂର୍ବରୁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶ ୮୪ ରନ୍‌ରେ ଅଲଆଉଟ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରେକ୍‌ଡ୍ୟାନ୍ସିଂକୁ ଅଲିମ୍ପିକ ମାନ୍ୟତା: ୨୦୨୪ ଅଲିମ୍ପିକ୍ସରେ ପଦାର୍ପଣ କରିବ

ଜେନିଭା, ୯।୧୨(ଏପି): ଆନୁଷ୍ଠାନିକ ଭାବେ ବ୍ରେକ୍‌ଡ୍ୟାନ୍ସିଂ ଏବେ ଅଲିମ୍ପିକ କ୍ରୀଡ଼ାର ମାନ୍ୟତା ହାସଲ କରିଛି। ଏହି କ୍ରୀଡ଼ା ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ଡେବ୍ୟୁ କରିବ। ଯୁବପିଢ଼ିର...

ଭାରତକୁ ୪ଥର ବିଶ୍ୱ ଚାମ୍ପିଅନ୍‌ କରାଇଥିଲେ ଯୁବରାଜ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଷ୍ଟାଇଲିସ୍‌ ଖେଳାଳି ଯୁବରାଜ ସିଂ ଆଜି ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୨ ଡିସେମ୍ବର ୧୯୮୧ରେ ଚଣ୍ଡିଗଡ଼ରେ ସେ ଜନ୍ମଗ୍ରହଣ...

ଦୁଇ ଦିନ ତଳେ ୧୫୦ ରନ୍‌ର ଇନିଂସ ଖେଳି ରେକର୍ଡ କରିଥିଲେ ଏହି କ୍ରିକେଟର; ହଠାତ୍‌ ସନ୍ୟାସ ଘୋଷଣା କରି ଚମକାଇଲେ

ନୂଆଦିଲ୍ଲୀ,୧୦।୭: ବାଂଲାଦେଶ ଅଲରାଉଣ୍ଡର ମହମୁଦୁଲ୍ଲାଙ୍କ ଗୋଟିଏ ନିଷ୍ପତ୍ତି କ୍ରିକେଟଜଗତକୁ ସ୍ତବ୍ଧ କରିଦେଇଛି। ସେ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବାଂଲାଦେଶ ଏବଂ ଜିମ୍ବାଓ୍ବେ...

ଶ୍ରୀଲଙ୍କା ଖେଳାଳିଙ୍କୁ ଭାରତ ଧମକ ଦେଲା: ପାକିସ୍ତାନ ମନ୍ତ୍ରୀ

ଇସାଲାମାବାଦ,୧୦।୯: ଶ୍ରୀଲଙ୍କା କ୍ରିକେଟ ଦଳର ୧୦ଜଣ ସଦସ୍ୟ ପାକିସ୍ତାନ ଗସ୍ତରେ ଯିବାକୁ ମନା କରିବାରୁ ଏହାର ଦୋଷ ଭାରତ ଉପରେ ଲଦିଛି ପାକିସ୍ତାନ। ଭାରତ ଶ୍ରୀଲଙ୍କା...

ଆରମ୍ଭରୁ ପଡ଼ିଲା ରାହୁଲଙ୍କ ଉଇକେଟ

ଲିଡ୍ସ,୨୭।୮: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୫୪ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି।...

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇ ସିଟି- ନର୍ଥ ଇଷ୍ଟ ୟୁନାଟେଡ୍‌ ମୁକାବିଲା

ଭାସ୍କୋ,୨୧।୧୧(ପି.ଟି.): ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ସିଟି ଓ ନର୍ଥ ଇଷ୍ଟ ୟୁନାଇଟେଡ ପରସ୍ପରକୁ ଭେଟିବେ।...

ଦକ୍ଷିଣ ଆଫ୍ରିକା ଆଗରେ ୧୭୦ ରନ୍‌ର ଟାର୍ଗେଟ୍‌

ରାଜକୋଟ,୧୭।୬: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା...

ସୁରକ୍ଷା ଆଳରେ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇଗଲେ ପୋଲିସକର୍ମୀ, ଚିନ୍ତାରେ ପାକିସ୍ତାନ କ୍ରିକେଟ ବୋର୍ଡ…

କରାଚି,୨୩।୯: ପାକିସ୍ତାନ ବିପକ୍ଷରେ ୩ ଦିନିକିଆ ସହ ୫ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥାନ୍ତା ନ୍ୟୁଜିଲ୍ୟାଣ୍ଡ। ହେଲେ ପ୍ରଥମ ଦିନିକିଆ ଟସ୍‌ର କିଛି ମିନିଟ୍‌ ପୂର୍ବରୁ...

Advertisement
Archives

Model This Week