Posted inଫୁରସତ

ଏମିତି ଦ୍ୱୀପ, ଯାହା ଦେଖିବାକୁ କଦଳୀ ପରି

ବିଶ୍ୱରେ ଏମିତି ଏକ ଦ୍ୱୀପ ରହିଛି, ଯାହା ଦେଖିବାକୁ କଦଳୀ ପରି। ଏମିତି ଆକୃତିର ଦ୍ୱୀପ ନାଇଜେରିଆର ଲାଗୋସରେ ରହିଛି। ଏହି ଦ୍ୱୀପର ନାଁ ‘ବାନାନା ଆଇସ୍‌ଲାଣ୍ଡ୍‌’। ନାଁ ଶୁଣି ଆପଣ ଭାବିବେନି ଯେ, ଏଠାରେ କଦଳୀ ବୋଧେ ବହୁତ ଚାଷ ହେଉଥିବ କିମ୍ବା ଶସ୍ତାରେ ମିଳୁଥିବ। ତା’ ନୁହେଁ, ଏଠାରେ ପ୍ୟାରିସ, ସାନ ଡିଏଗୋ, ନ୍ୟୁୟର୍କ, ଟୋକିଓ କିମ୍ବା ଦିଲ୍ଲୀର ପୃଥ୍ବୀରାଜ ରୋଡ୍‌ ଏବଂ ଜୋରବାଗ ଅଞ୍ଚଳ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନାଇଜେରିଆର କୋଟିପତିମାନେ ଏକ କୃତ୍ରିମ ଦ୍ୱୀପ ନିର୍ମାଣ କରିଛନ୍ତି। ଯେଉଁଠାରେ ଚାରିଆଡ଼େ ଚମକ ଦେଖାଯାଏ। ଏହାର କାରଣ  ଏହି ଦ୍ୱୀପରେ କେବଳ କୋଟିପତିମାନେ ବାସ କରନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏହି ଦ୍ୱୀପ ୨୦୦୦ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। ୪୦୨ ଏକର ପର୍ଯ୍ୟନ୍ତ ଏହା ବ୍ୟାପିଛି । ଏଠାରେ ୧ ବର୍ଗ ମିଟରର ମୂଲ୍ୟ ୮୪୦୦୦ ଟଙ୍କା। ମାଣ୍ଡିଙ୍ଗଓ୍ବା ରିଏଲ ଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକ ରୋବର୍ଟା ନୋବୁଙ୍କ ଅନୁଯାୟୀ, ଏଠାରେ ଅଲଗା ଘରଗୁଡ଼ିକର ମୂଲ୍ୟ ୨୧ କୋଟି ଟଙ୍କା ରହିଛି। ସେ କହିଛନ୍ତି, ଏଠାରେ ଘରଗୁଡ଼ିକ ସବୁଠାରୁ ମହଙ୍ଗା। ୬ଟି ବେଡ୍‌ ରୁମ୍‌। ଯାହା ୨୬୦୦ ବର୍ଗ ମିଟର। ଏହାର ମୂଲ୍ୟ ୧୦୦ କୋଟି ଟଙ୍କା ରହିଛି।

ରୋବର୍ଟା କହିଛନ୍ତି, ବାନାନା ଦ୍ୱୀପକୁ ସବୁଠାରୁ ସ୍ବତନ୍ତ୍ର କରୁଥିବା ବିଷୟ ହେଉଛି ଏହାର ଏକାକୀତା। ଧନୀ ଲୋକମାନେ ନାଇଜେରିଆର ଜନଗହଳି ପୂର୍ଣ୍ଣ ସହର ଲାଗୋସରୁ ନିଜକୁ ଦୂରେଇ ଯାଇଥିବାର ଅନୁଭବ କରନ୍ତି। ଦ୍ୱୀପରେ ସୁରକ୍ଷା ଏବଂ ଗୋପନୀୟତା ଅଛି। ନିମନ୍ତ୍ରଣ ଆଧାରରେ ଜଣେ ଏହି ଦ୍ୱୀପକୁ ପ୍ରବେଶ କରିପାରିବ, ଏହି କାରଣରୁ ଏଠାରେ ଟ୍ରାଫିକ ବହୁତ କମ୍‌ ଅଟେ। ଦ୍ୱୀପରେ ଥିବା ଦୋକାନ ଏବଂ ଶୋ’ରୁମଗୁଡ଼ିକ ମଧ୍ୟ ବହୁତ ମହଙ୍ଗା, ଯାହା କେବଳ କୋଟିପତିମାନେ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରୁ ଆସିଲା ଭୟଙ୍କର ଖବରି; ଅଭିଜ୍ଞ ଖେଳାଳି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଦୁଃଖଦ ଦୃଶ୍ୟ ଦେଖାଦେଇଛି। ଶ୍ରୀଲଙ୍କା କ୍ରିକେଟର ଦିନେଶ ଚାନ୍ଦିମଲ ଫିଲ୍ଡିଂ କରୁଥିବା…

ଜେପି ନଡ୍ଡାଙ୍କର ହେଲା ଆଞ୍ଜିୟପ୍ଲାଷ୍ଟି; ଜାଣନ୍ତୁ ଏବେ କେମିତି ଅଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୮।୮: ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଅଗଷ୍ଟ ୧୭ ରେ ଆଞ୍ଜିଆପ୍ଲାଷ୍ଟି ହୋଇଥିଲା। ଏମ୍ସ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ଅପଡେଟ ପ୍ରଦାନ କରିଛି, ଯେଉଁଥିରେ କୁହାଯାଇଛି ଯେ…

ଚମ୍ପତ ରାୟଙ୍କୁ କ୍ଲିନ୍‌ଚିଟ୍‌: ପ୍ରସାଦ ଚୋରି ଘଟଣାରେ ଆସିଲା SIT ରିପୋର୍ଟ

ନୂଆଦିଲ୍ଲୀ,୧୮।୮: ଅଯୋଧ୍ୟା ରାମ ମନ୍ଦିରରେ ପ୍ରସାଦ ଚୋରି ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତ ଦଳ (SIT)ର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବତନ ମହାସଚିବ ଚମ୍ପତ…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ: ଶ୍ମଶାନ ପାଇଁ ସ୍ଥାନ ଚିହ୍ନଟ କଲା ପ୍ରଶାସନ

ଗଞ୍ଜାମ, ୧୮।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତର ବାଉଁଶିଆପଡ଼ା ଗ୍ରାମରେ ଶ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମବାସୀ କେନାଲ ପାର ହୋଇ…

ଭିକ୍ଷା ମାଗି ପାରିବେନି ପାକିସ୍ତାନୀ, ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ

ଇସଲାମାବାଦ,୧୮।୮: ପାକିସ୍ତାନ ହଜ ଏବଂ ଉମରା ପାଇଁ ସାଉଦି ଆରବକୁ ଯାଉଥିବା ଏହାର ନାଗରିକମାନଙ୍କୁ ଏକ କଠୋର ଚେତାବନୀ ଜାରି କରିଛି। ପାକିସ୍ତାନୀ ଦୂତାବାସ ଭିକ୍ଷା ମାଗିବା,…

ଲିଭ୍‌ ଇନ୍‌ରେ ରହୁଥିବା ପାର୍ଟନରଙ୍କ ଗଳା ଚିପିଦେଲେ ଯୁବତୀ: ୧୮ ଘଣ୍ଟା ପର୍ଯ୍ୟନ୍ତ ଘରେ ରଖିବା ପରେ ଘଟିଲା..

ନାସିକ,୧୮।୮: ନାସିକରେ ଜଣେ ମହିଳା ତାଙ୍କ ଲିଭ-ଇନ ପାର୍ଟନରଙ୍କ ଗଳା କାଟି ହତ୍ୟା କରି କସରା ଘାଟରେ ମୃତଦେହ ପକାଇ ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ପୋଲିସ ମହିଳା…

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri