Posted inରାଜ୍ୟ

ଆଗନ୍ତୁକଙ୍କୁ କରୁଛି ଆନମନା

ପର୍ଯ୍ୟଟନ ଋତୁରେ ପ୍ରକୃତି ସହ କିଛି ସମୟ ବିତାଇବାକୁ କିଏ ବା ନ ଚାହେଁ! ସେଥିପାଇଁ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟେ ଜଳପ୍ରପାତ। ସବୁଜ ବନାନୀ ପରିବେଷ୍ଟିତ ପାହାଡ଼ ଶିଖରରୁ ଝରିପଡ଼ୁଥିବା ଶୁଦ୍ଧ ଶୀତଳ ଜଳର ଆକର୍ଷଣ ଆଗନ୍ତୁକଙ୍କୁ କରିଥାଏ ଆନମନା। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତଠାରେ ଥିବା ବନଘରା ଜଳପ୍ରପାତ ସେଥିମଧ୍ୟରୁ ଅନ୍ୟତମ।

ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକରେ ଥିବା ବନଘରା ଜଳପ୍ରପାତ ବେଶ୍‌ ଜଣାଶୁଣା। ସେଥିପାଇଁ ବର୍ଷର ଅନେକ ସମୟରେ ଏଠାରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥାଏ। ବିଶେଷକରି ସେପ୍ଟେମ୍ବରରୁ ମାର୍ଚ୍ଚ ଯାଏ ପର୍ଯ୍ୟଟନ ଋତୁରେ ଏହି ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଗହଳି ହୁଏ। ଆଖପାଖ ଜିଲାର ଲୋକେ ଏହି ଜଳପ୍ରପାତର ମଜା ନେବାକୁ ଧାଇଁ ଆସନ୍ତି। ସେହିପରି ବଣଭୋଜି ପାଇଁ ଏଠାକାର ପରିବେଶ ମନଛୁଅଁା ହୋଇଥିବାରୁ ସ୍କୁଲ, କଲେଜ ପିଲା ଏଠାକୁ ପିକ୍‌ନିକ୍‌ ପାଇଁ ଆସନ୍ତି। ଘଞ୍ଚ ଜଙ୍ଗଲ ସାଙ୍ଗକୁ ବଡ଼ ବଡ଼ ପାହାଡ଼ ଥିବା ବନଘରା ଜଳପ୍ରପାତ ଅଞ୍ଚଳର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ଦେଇଥାଏ। ବିଭିନ୍ନ ଔଷଧୀୟ ବୃକ୍ଷ ସହ ବହୁ ବନ୍ୟ ଜନ୍ତୁଙ୍କୁ ଏଠାରେ ଦେଖିବାକୁ ମିଳିଥାଏ। ଏଥିସହ ନିକଟରେ ମା ବନଘରା ଠାକୁରାଣୀ ଥିବା ଯୋଗୁ ବହୁ ଶ୍ରଦ୍ଧାଳୁ ଏଠାକୁ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି। ମା’ ବନଘରାଙ୍କ ନିକଟରେ ମାନସିକ କଲେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ଥିବାରୁ ଦୂର ଦୂରାନ୍ତରୁ ଲୋକେ ଆସୁଥିବା ସ୍ଥାନୀୟ ବାତ୍ରାଖୋଳ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅପରୂପ ସୌନ୍ଦର୍ଯ୍ୟର ସମାହାର ସତ୍ତ୍ୱେ ଏହି ବନଘରା ଜଳପ୍ରପାତକୁ ଭଲ ରାସ୍ତାଟିଏ ଆଜିଯାଏ ନିର୍ମାଣ ହୋଇପାରି ନାହିଁ। ସେଥିପାଇଁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପର୍ଯ୍ୟଟକମାନେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ଅଞ୍ଚଳରେ ପହଞ୍ଚିବା ପରେ ସେଠାରୁ ବଇଣ୍ଡା-ପାଇକସାହି ପୂର୍ତ୍ତ ବିଭାଗ ରାସ୍ତାର ବନ୍ତୁଲ ଛକ ଦେଇ ସାପଘରା ପଞ୍ଚାୟତରେ ପହଞ୍ଚିପାରିବେ। ସେଠାରୁ ରାଇନାଳୀ ରାସ୍ତାରେ ଗଲେ ପ୍ରଥମେ ପଡ଼ିବ ବାତ୍ରାଖୋଳ ଗ୍ରାମ। ଗ୍ରାମରୁ ୩ କି.ମି. ଦୂରରେ ରହିଛି ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ବନଘରା ଜଳ ପ୍ରପାତ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?