Posted inରାଜ୍ୟ

ଆଗନ୍ତୁକଙ୍କୁ କରୁଛି ଆନମନା

ପର୍ଯ୍ୟଟନ ଋତୁରେ ପ୍ରକୃତି ସହ କିଛି ସମୟ ବିତାଇବାକୁ କିଏ ବା ନ ଚାହେଁ! ସେଥିପାଇଁ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟେ ଜଳପ୍ରପାତ। ସବୁଜ ବନାନୀ ପରିବେଷ୍ଟିତ ପାହାଡ଼ ଶିଖରରୁ ଝରିପଡ଼ୁଥିବା ଶୁଦ୍ଧ ଶୀତଳ ଜଳର ଆକର୍ଷଣ ଆଗନ୍ତୁକଙ୍କୁ କରିଥାଏ ଆନମନା। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତଠାରେ ଥିବା ବନଘରା ଜଳପ୍ରପାତ ସେଥିମଧ୍ୟରୁ ଅନ୍ୟତମ।

ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକରେ ଥିବା ବନଘରା ଜଳପ୍ରପାତ ବେଶ୍‌ ଜଣାଶୁଣା। ସେଥିପାଇଁ ବର୍ଷର ଅନେକ ସମୟରେ ଏଠାରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥାଏ। ବିଶେଷକରି ସେପ୍ଟେମ୍ବରରୁ ମାର୍ଚ୍ଚ ଯାଏ ପର୍ଯ୍ୟଟନ ଋତୁରେ ଏହି ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଗହଳି ହୁଏ। ଆଖପାଖ ଜିଲାର ଲୋକେ ଏହି ଜଳପ୍ରପାତର ମଜା ନେବାକୁ ଧାଇଁ ଆସନ୍ତି। ସେହିପରି ବଣଭୋଜି ପାଇଁ ଏଠାକାର ପରିବେଶ ମନଛୁଅଁା ହୋଇଥିବାରୁ ସ୍କୁଲ, କଲେଜ ପିଲା ଏଠାକୁ ପିକ୍‌ନିକ୍‌ ପାଇଁ ଆସନ୍ତି। ଘଞ୍ଚ ଜଙ୍ଗଲ ସାଙ୍ଗକୁ ବଡ଼ ବଡ଼ ପାହାଡ଼ ଥିବା ବନଘରା ଜଳପ୍ରପାତ ଅଞ୍ଚଳର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ଦେଇଥାଏ। ବିଭିନ୍ନ ଔଷଧୀୟ ବୃକ୍ଷ ସହ ବହୁ ବନ୍ୟ ଜନ୍ତୁଙ୍କୁ ଏଠାରେ ଦେଖିବାକୁ ମିଳିଥାଏ। ଏଥିସହ ନିକଟରେ ମା ବନଘରା ଠାକୁରାଣୀ ଥିବା ଯୋଗୁ ବହୁ ଶ୍ରଦ୍ଧାଳୁ ଏଠାକୁ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି। ମା’ ବନଘରାଙ୍କ ନିକଟରେ ମାନସିକ କଲେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ଥିବାରୁ ଦୂର ଦୂରାନ୍ତରୁ ଲୋକେ ଆସୁଥିବା ସ୍ଥାନୀୟ ବାତ୍ରାଖୋଳ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅପରୂପ ସୌନ୍ଦର୍ଯ୍ୟର ସମାହାର ସତ୍ତ୍ୱେ ଏହି ବନଘରା ଜଳପ୍ରପାତକୁ ଭଲ ରାସ୍ତାଟିଏ ଆଜିଯାଏ ନିର୍ମାଣ ହୋଇପାରି ନାହିଁ। ସେଥିପାଇଁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପର୍ଯ୍ୟଟକମାନେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ଅଞ୍ଚଳରେ ପହଞ୍ଚିବା ପରେ ସେଠାରୁ ବଇଣ୍ଡା-ପାଇକସାହି ପୂର୍ତ୍ତ ବିଭାଗ ରାସ୍ତାର ବନ୍ତୁଲ ଛକ ଦେଇ ସାପଘରା ପଞ୍ଚାୟତରେ ପହଞ୍ଚିପାରିବେ। ସେଠାରୁ ରାଇନାଳୀ ରାସ୍ତାରେ ଗଲେ ପ୍ରଥମେ ପଡ଼ିବ ବାତ୍ରାଖୋଳ ଗ୍ରାମ। ଗ୍ରାମରୁ ୩ କି.ମି. ଦୂରରେ ରହିଛି ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ବନଘରା ଜଳ ପ୍ରପାତ।


Enter your email to get our daily news in your inbox.

All Right Reserved By Dharitri.Com

‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୫(ବ୍ୟୁରୋ): ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରେ କାଠମାଫିଆ ସକ୍ରିୟ: ଶାଳଗଣ୍ଡି ସହ ଟ୍ରାକ୍ଟର, କଟର ମେଶିନ ଜବତ କଲା ବନବିଭାଗ

ଛେଣ୍ଡିପଦା,୧୯।୧୦(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋଶଳା ବିଟ-୧ର ଜଳତାପ ଗ୍ରାମ ନିକଟସ୍ଥ ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରୁ ୫ ଖଣ୍ଡ ଶାଳଗଣ୍ଡି ସହିତ ଟ୍ରକ୍ଟର...

ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ: ଭୁଶୁଡିଲା ୬୦ ଫୁଟ୍‌ର ତାଜା ଓ ଲିନ୍‌ଟେଲ; ପ୍ରାର୍ଥନା କ୍ଲାସ ଯୋଗୁ ବର୍ତ୍ତିଲେ ଛାତ୍ରୀ

ରଣପୁର,୮ା୯(ସ୍ବ.ପ୍ର.): ଶନିବାର ଭୋର ସମୟରେ ପ୍ରାର୍ଥନା ହେଉଥିବାବେଳେ ନୟାଗଡ଼ ଜିଲା ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଉପର ମହଲାରେ ନିର୍ମାଣାଧୀନ ଗୃହର ୬୦ ଫୁଟ୍‌ର ତାଜା...

ଆନ୍ତଃଜିଲା ବାଇକ୍‌ ଚୋରି ରାକେଟର ପର୍ଦ୍ଦାଫାଶ: ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ଝାରସୁଗୁଡ଼ା ଅଫିସ,୨୨ା୧: ଲୁଟେରାମାନେ ପୋଲିସ୍‌କୁ ଚ୍ୟାଲେଞ୍ଜ ଦେଇ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରୁ ଗୋଟିଏ ପରେ ଗୋଟିଏ ବାଇକ୍‌ ଲୁଟ୍‌ କରି ଚାଲିଥିଲେ। ଯାହାକି ପୋଲିସ...

ମହିମା ମିଶ୍ରଙ୍କୁ ଜାମିନ

କଟକ ଅଫିସ,୧୫ା୧୧: ପାରାଦୀପ ସିୱେଜ ଶିପିଙ୍ଗ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ହାଇକୋର୍ଟ...

ଭଦ୍ରକ କାଳୀପୂଜାର ୫ମ ଦିନ: ପୂଜା ମଣ୍ଡପରେ ପ୍ରବଳ ଭିଡ଼

ଭଦ୍ରକ ଅଫିସ, ୧।୧୧ – ଭଦ୍ରକ ଐତିହାସିକ କାଳୀପୂଜା ପାଇଁ ଚରମ୍ପା ଅଞ୍ଚଳ ଝଲସୁଛି। ଗୁରୁବାର ଥିଲା ପୂଜାର ୫ମ ଦିନ। ଲକ୍ଷାଧିକ ଜନସମାଗମକୁ ନିୟନ୍ତ୍ରଣ...

୩ ବର୍ଷ ବିତିଲା, ସରୁନି ମେଗା ଜଳଯୋଗାଣ ପ୍ରକଳ୍ପ

ବୋଲଗଡ଼,୨୫ା୪(ଡି.ଏନ୍‌.ଏ.): ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ପ୍ରକଳ୍ପ କରୁଛନ୍ତି। ତେବେ ବିଭାଗୀୟ ଅଧିକାରୀ ଏବଂ ଠିକାସଂସ୍ଥାର ଅବହେଳା...

ମଣ୍ଡିରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ୍‌/ସରଣ୍ଡା,୨।୬ ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବାବେଳେ କେତେକ ମଣ୍ଡିରେ ଚାଷୀଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ୁଛି । ମଣ୍ଡିରେ...

Advertisement
Archives

Model This Week