୨୮ରେ ବାମରା ବନ୍ଦ

କୁଚିଣ୍ଡା,୨୭ା୨(ବିରଞ୍ଚି ଦର୍କା): ରାଜ୍ୟ ସରକାର ଓଡ଼ିଶାରେ ମୋଟ ୩୫ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଛନ୍ତି। ହେଲେ ପୂର୍ବ ଦାବି ଅନୁଯାୟୀ ସମ୍ବଲପୁର ଜିଲାର ବାମରା ଏଥିରୁ ବାଦ୍‌ ପଡିଛି। ଏଥିସହ ରେଳ ସମସ୍ୟା ନେଇ ଦୀର୍ଘ ଦିନରୁ ରହିଥିବା ଦାବି ଉପରେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦରେ ୨୮ରେ ବାମରାରେ ୧୨ଘଣ୍ଟିଆ ବନ୍ଦ ପାଳନ ସହ ଆଗାମୀ ନିର୍ବାଚନରେ ଅଞ୍ଚଳବାସୀଙ୍କ ପକ୍ଷରୁ ଭୋଟ ବର୍ଜନ ଚେତାବନୀ ଦିଆଯାଇଛି। ନାଗରିକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବାମରା ନାଗରିକ କମିଟି ସଭାପତି ଦୁର୍ଗାପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ପୂର୍ତ୍ତବିଭାଗ ବଙ୍ଗଳାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ମୁତାବକ ଆସନ୍ତା୨୮ ତାରିଖ ସକାଳ ୬ରୁ ସା ୬ଟା ପର୍ଯ୍ୟନ୍ତ ବାମରା ବନ୍ଦ କରାଯିବ। ଦୀର୍ଘ ଏକ ଦଶନ୍ଧିରୁ ଊଦ୍ଧର୍‌ବ ସମୟ ଧରି ସରକାରଙ୍କଠାରେ ବାମରାକୁ ଏନ୍‌ଏସି କରାଯିବାକୁ ପ୍ରସ୍ତାବ ଦିଆଯାଇଆସୁଛି। ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡ ପୂରଣ ହେଉଥିଲେ ସୁଦ୍ଧା ରାଜ୍ୟ ସରକାର ବାମରାକୁ ଉପେକ୍ଷା କରିଥିବାରୁ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହାଛଡା ପ୍ରସ୍ତାବିତ ବାରକୋଟ-ଦେବଗଡ ନୂତନ ରେଳ ଲାଇନକୁ କୁଚିଣ୍ଡା-କେଶାଇବାହାଲ ବାମରା ରେଳ ଲାଇନ ସହ ସଂଯୋଗ କରିବା, ପୂର୍ବରୁ ବାମରାରେ ଉଚ୍ଛେଦ ହୋଇଥିବା ଟ୍ରେନ ରହଣିକୁ ପୁନଃ କାର୍ଯ୍ୟକ୍ଷମ କରିବା, ବାମରା ଷ୍ଟେଶନର ଉଭୟ ପାର୍ଶ୍ୱରେ ଅଣ୍ଡର ପାସ ନିର୍ମାଣ ଆଦି ଦାବି ଉପରେ ବୈଠକରେ ଆଲୋଚନା ହୋଇଛି।

ଉକ୍ତ ଦିନ ସ୍କୁଲ, କଲେଜ, ସରକାରୀ ବେସରକାରୀ ଅଫିସ, ବ୍ୟାଙ୍କ, ପୋଷ୍ଟ ଅଫିସ, ଦୋକାନ ବଜାର, ଯାନ ବାହନ ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ନାଗରିକ କମିଟି ଉପସଭାପତି ମନମୋହନ ସାହୁ, ସମ୍ପାଦକ ଜ୍ୟୋତି କୁମାର ଲାଠ, କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଶତପଥି, ବ୍ୟବସାୟୀ ସଂଘ ସଭାପତି ମନୋଜ ଚୌଧୁରୀ, ପ୍ରମୋଦ ପାଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର, ବିଜେଡି ବ୍ଲକ ସଭାପତି ଅରବିନ୍ଦ ସାହୁ, ସନ୍ଦୀପ ଖଣ୍ଡେଲୱାଲ, ଖବରଦାତା ମନୋଜ ରାଜ ଓ ସନ୍ତୋଷ ଶୁକ୍ଳା, ସୁଶିଳ ପ୍ରସାଦ, ରମେଶ ଶର୍ମାଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri