୨ ଜିଲାକୁ ଯୋଡୁଛି ବାଉଁଶପୋଲ

ଚମ୍ପୁଆ,୨୧ା୬(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍‌ ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତର କାଟୁଳିକନାଠାରେ ବୈତରଣୀ ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ବାଉଁଶପୋଲ ୨ ଜିଲାକୁ ଯୋଡ଼ୁଛି। ପୋଲ ଉପରେ ୪ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀ ଯାତାୟାତ କରୁଛନ୍ତି। ୨ ଜିଲାକୁ ଗମନାଗମନ ସମୟ ସାପେକ୍ଷ ହୋଇଥିବାରୁ ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଦାବି ହେଉଛି। ସୂଚନା ଅନୁଯାୟୀ, ମୟୂରଭଞ୍ଜ ଓ କେନ୍ଦୁଝରର ଲାଇଫଲାଇନ ଭାବେ ପରିଚିତ ବୈତରଣୀ ନଦୀ। ୨ ଜିଲାକୁ କରଞ୍ଜିଆ ପଞ୍ଚାୟତର କାଟୁଳିକନାଠାରେ ଥିବା ବାଉଁଶପୋଲ ସଂଯୋଗ କରିଛି। ଏହି ପୋଲ ଉପରେ ଚମ୍ପୁଆ ବ୍ଲକ୍‌ର କରଞ୍ଜିଆ, ଚନ୍ଦ୍ରଶେଖରପୁର, ବଡ଼ନଇ ଓ ସରେଇ ଆଦି ପଞ୍ଚାୟତବାସୀଙ୍କ ସମେତ ମୟୂରଭଞ୍ଜ ଜିଲାର ଲୋକ ନିର୍ଭର କରିଆସୁଛନ୍ତି। ଉପରୋକ୍ତ ପଞ୍ଚାୟତର ଲୋକେ ମୟୂରଭଞ୍ଜକୁ ଯିବାକୁ ହେଲେ ଚମ୍ପୁଆ ଦେଇ ପ୍ରାୟ ୨୦ ରୁ ୨୨ କି.ମି. ବୁଲିଯିବାକୁ ପଡୁଛି। ମାତ୍ର ଉକ୍ତ ବାଉଁଶପୋଲ ଦେଇ ଗଲେ ଅଧା କି.ମି. ରାସ୍ତା କମିଯାଉଛି। ମୟୂରଭଞ୍ଜ ଓ କେନ୍ଦୁଝରର ସାଂସ୍କୃତିକ ସମନ୍ବୟ ଓ ପାରମ୍ପରିକ ପ୍ରଥା ସମାନ ରହୁଥିବା ବେଳେ ୨ ଜିଲାବାସୀଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ମଧ୍ୟ ରହିଆସୁଛି। ଫଳରେ ଦୈନନ୍ଦିନ କାର୍ଯ୍ୟଠାରୁ ଆରମ୍ଭ କରି ମୟୂରଭଞ୍ଜ ଓ କେନ୍ଦୁଝର ଉପରେ ନିର୍ଭର କରୁଥିବା ଲୋକମାନେ ଏହି ବାଉଁଶ ପୋଲକୁ ଭରସା କରିଚାଲିଛନ୍ତି। କେବଳ ୨ ଚକିଆ ଯାନ ଓ ପାଦଚଲା ଭାବେ ଏହି ପୋଲ ବ୍ୟବହାର କରାଯାଉଛି। ଲୋକଙ୍କ ଯାତାୟାତ ସୁବିଧାକୁ ଲକ୍ଷ୍ୟକରି ପୋଲ ମରାମତି ନିମନ୍ତେ ସ୍ବଳ୍ପ ଅର୍ଥ ଆଦାୟ କରାଯାଉଛି। ଚମ୍ପୁଆ ବ୍ଲକ୍‌ର ଚନ୍ଦ୍ରଶେଖରପୁର ସରପଞ୍ଚ ଜୟମଣି ନାଏକ, କରଞ୍ଜିଆ ସରପଞ୍ଚ ସୁପ୍ରିୟା ମୁଣ୍ଡାଙ୍କ କହିବା ଅନୁସାରେ, ଏଠାରେ ପୋଲ ନିର୍ମାଣ କଲେ ମୟୂରଭଞ୍ଜ ଅଞ୍ଚଳକୁ ଯାତାୟାତ ପାଇଁ ବହୁ ସୁବିଧା ହୁଅନ୍ତା। ପଞ୍ଚାୟତବାସୀ ଏହାର ସୁଫଳ ପାଇପାରିନ୍ତେ। ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଲୋକେ ଉପକୃତ ହୁଅନ୍ତେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?