ପେଶାରେ ଡାକ୍ତର, ପରିଚୟ ‘ବଲୁଚିସ୍ତାନର ସିଂହୀ’; ଜାଣନ୍ତୁ କିଏ ଏହି ମହିଳା, ଯାହାଙ୍କୁ  ଭୟ କରେ ପାକିସ୍ତାନୀ ସେନା! 

ଇସଲାମାବାଦ,୨୪।୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀରେ ଥିବା ଆଣ୍ଟି-ଟେରରିଜିମ କୋର୍ଟ ବଲୁଚ୍‌ ଆକ୍ଟିଭିଷ୍ଟ ମହରଙ୍ଗ ବଲୋଚ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମହରଙ୍ଗ ’ବଲୁଚିସ୍ତାନର ସିଂହୀ’ ଭାବେ ବେଶ ଜଣାଶୁଣା। ସେ ‘ବଲୁଚ ୟକଜେହତୀ କମିଟି’ (Baloch Yakjehti Committee)ର ଜଣେ ପ୍ରମୁଖ ନେତ୍ରୀ ଅଟନ୍ତି। ୨୦୨୪ ମସିହାରେ ଗୱାଦରଠାରେ ହୋଇଥିବା ଏକ ରାଲି ସମୟରେ ଜଣେ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ମାମଲାରେ ମହରଙ୍ଗ ଏବଂ ’ବଲୁଚ୍‌ ୟକଜେହତୀ କମିଟି’ର ନେତା ସିବଗତୁଲ୍ଲା ଶାହଙ୍କୁ ଏହି କାରାଦଣ୍ଡ ଶୁଣାଯାଇଛି। ଅଦାଲତର ବିଚାରପତି ମୁହମ୍ମଦ ଅଲ୍ଲୀ ମୋବିନ ଏହି ନିଷ୍ପତ୍ତି ଶୁଣାଇଛନ୍ତି।
ଅଦାଲତଙ୍କ ଏହି ନିଷ୍ପତ୍ତିକୁ ବଲୁଚିସ୍ତାନରେ ତୀବ୍ର ବିରୋଧ କରାଯାଉଛି। କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଲୋକମାନେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ମହରଙ୍ଗଙ୍କ ସହ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ମାନବାଧିକାର ସଂଗଠନ, ସାମାଜିକ କର୍ମୀ ଏବଂ ବିରୋଧୀ ଦଳଗୁଡ଼ିକ ଏହି ନିଷ୍ପତ୍ତିକୁ କଡ଼ା ନିନ୍ଦା କରିବା ସହ ଏହାକୁ ଗଣତାନ୍ତ୍ରିକ ସ୍ବାଧୀନତା ଉପରେ ଏକ ସିଧାସଳଖ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ବଲୁଚ୍‌ ସଂଗଠନ ’ବଲୁଚ୍‌ ୟକଜେହତୀ କମିଟି’ ଏହାକୁ ତୀବ୍ର ବିରୋଧ କରିଛି ଏବଂ ଏହାକୁ ’ବଲୁଚ୍‌ ଜାତି ପ୍ରତି ଥିବା ଘୃଣାର ପ୍ରତିଫଳନ’ ବୋଲି କହିଛି।
ସୂଚନାଯୋଗ୍ୟ, ବଲୁଚିସ୍ତାନରେ ସୁରକ୍ଷା ଅଭିଯାନ ଆଳରେ ଲୋକଙ୍କୁ ଜବରଦସ୍ତ ନିଖୋଜ କରିବା, ବେଆଇନ ହତ୍ୟାକାଣ୍ଡ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଭଳି ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ମାଧ୍ୟମରେ ଉଠାଇ ମହରଙ୍ଗ ବଲୋଚ ଆନ୍ତର୍ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଏମିତିରେ ମହରଙ୍ଗ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିବା ପରେ ବଲୁଚିସ୍ତାନରେ ବିରୋଧ ପ୍ରଦର୍ଶନ ତେଜିବାରେ ଲାଗିଛି। ଏହି ନିଷ୍ପତ୍ତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ’ବଲୁଚ ୟୁନିଟି କମିଟି’ (BUC) ପକ୍ଷରୁ ସମ୍ପୂର୍ଣ୍ଣ ପ୍ରଦେଶରେ ଶଟ୍‌ଡାଉନ (ବନ୍ଦ) ଡାକରା ଦିଆଯାଇଛି। ସଂଗଠନ ପକ୍ଷରୁ ବ୍ୟବସାୟୀ, ଛାତ୍ର, ପରିବହନକାରୀ ଏବଂ ରାଜନୈତିକ କର୍ମୀମାନଙ୍କୁ ବଜାର ଓ ଦୋକାନ ବନ୍ଦ ରଖି ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ଏବଂ ଏକତା ପ୍ରଦର୍ଶନ କରିବାକୁ ଅପିଲ କରାଯାଇଛି। କୋର୍ଟଙ୍କ ରାୟ ଆସିବା ପୂର୍ବରୁ ମଧ୍ୟ ଅନେକ ଅଞ୍ଚଳରେ ଲୋକମାନେ ରାସ୍ତାକୁ ଓହ୍ଲାଇ ଚକାଜାମ କରି ନିଜର ଆକ୍ରୋଶ ପ୍ରକାଶ କରିଥିଲେ।
କିଏ ଏହି ମହରଙ୍ଗ ବଲୋଚ?
ମହରଙ୍ଗ ବଲୋଚ ପେଶାରେ ଜଣେ ଡାକ୍ତର  ଅଟନ୍ତି। ସେ ବଲୁଚିସ୍ତାନରେ ପାକିସ୍ତାନୀ ସେନା ଏବଂ ସରକାରଙ୍କ ଅତ୍ୟାଚାର ବିରୋଧରେ କ୍ରମାଗତ ଭାବେ ସ୍ବର ଉତ୍ତୋଳନ କରିଆସୁଛନ୍ତି। ୨୦୦୯ ମସିହାରେ ତାଙ୍କ ପିତାଙ୍କୁ ଜବରଦସ୍ତ ଅପହରଣ କରାଯାଇଥିଲା ଏବଂ ପରେ ତାଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ ମହରଙ୍ଗଙ୍କ ବୟସ ମାତ୍ର ୧୬ ବର୍ଷ ଥିଲା। ଏହା ପରେ ୨୦୧୬ରେ ତାଙ୍କ ଭାଇ ନାସିର ବଲୋଚ୍‌ଙ୍କୁ ମଧ୍ୟ ଅପହରଣ କରାଯାଇଥିଲା। ଏହା ବିରୋଧରେ ମହରଙ୍ଗ ପାକିସ୍ତାନ ସରକାର ଓ ସେନା ବିରୋଧରେ ଏକ ବଡ଼ ଆନ୍ଦୋଳନ କରିଥିଲେ, ଯାହା ଫଳରେ ସେନା ତାଙ୍କ ଭାଇଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?