ବାଲିଆ ବାଣ ବିସ୍ଫୋରଣ ମାମଲା, ସଙ୍କଟାପନ୍ନ ଅବସ୍ଥାରେ ୧୨ ଜଣ, ଗୁରୁତରଙ୍କ ମଧ୍ୟରେ ଡେରାବିଶର ୬ ଜଣ…

ଡେରାବିଶ, ୨୬ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ବାଲିଆ ବଜାରରେ ଗତ ବୁଧବାର ରାତିରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ଭସାଣି ଉତ୍ସବର ବାଣ ବିସ୍ଫୋରଣରେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକ ଗୁରୁତର ଥିବା ୩୪ ଜଣ କଟକ ବଡ଼ ମେଡିକାଲ(ଏସ୍‌ସିବି)ରେ ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଗୁରୁତରଙ୍କ ମଧ୍ୟରୁ ଉଦୟନାଥ ଭୋଇଙ୍କ ମୃତ୍ୟୁ ହୋଇଥିବାବେଳେ ୩୩ ଗୁରୁତରଙ୍କ ମଧ୍ୟରୁ ୧୨ଜଣ ଏବେ ବି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଟ୍ରମା ଆଇସିୟୁରେ ୫ ଜଣ, ସେଣ୍ଟ୍ରାଲ ଆଇସିୟୁରେ ୩ ଜଣ ଓ ବର୍ନ ଆଇସିୟୁରେ ୪ ଜଣ ଶନିବାର ସନ୍ଧ୍ୟା ସୁଦ୍ଧା ଚିକିତ୍ସିତ ହେଉଥିବା ଜଣାଯାଇଛି। ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତେବେ ଜେନେରାଲ ସର୍ଜରି ୱାର୍ଡରେ ଥିବା ୧୪ ଜଣଙ୍କ ମଧ୍ୟରୁ ୮ ଜଣଙ୍କର ୫୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ଆହତଙ୍କ ଚିକିତ୍ସା ଲାଗି ସହାୟତା କରୁଥିବା ବିଜେଡି ଯୁବନେତା ରାଜେଶ ପଣ୍ଡା କହିଛନ୍ତି, ଏମାନଙ୍କୁ ତୁରନ୍ତ ବର୍ନ ୱାର୍ଡକୁ ସ୍ଥାନାନ୍ତର କରାଯାଉ। ସରକାରଙ୍କ ପକ୍ଷରୁ ଆହତ ରୋଗୀଙ୍କ ପାଇଁ ମାଗଣାରେ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି। ବାଣ ବିସ୍ଫୋରଣରେ ପୋଡ଼ିଯାଇଥିବା ରୋଗୀଙ୍କୁ ସର୍ଜରି ୱାର୍ଡରେ ରଖାଯାଇ ଚିକିତ୍ସାରେ ଅବହେଳା କରାଯାଉଛି। ଅଧିକ ଗୁରୁତରଙ୍କୁ ବର୍ନ ୱାର୍ଡକୁ ନ ନେବା ଓ କ୍ୟାବିନରେ ଥିବା ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯାଉଥିବା ନେଇ ପଣ୍ଡା ପ୍ରକାଶ କରିଛନ୍ତି। ସେ ଏ ବିଷୟରେ ଏସ୍‌ସିବିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଆହତଙ୍କ ମଧ୍ୟରୁ ଡେରାବିଶ ବ୍ଲକ ଅଞ୍ଚଳର ୬ ଜଣ କାର୍ତ୍ତିକେଶ୍ୱର ଭସାଣି ଦେଖିବାକୁ ଯାଇଥିବାବେଳେ ଏହି ବିସ୍ଫୋରଣରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଆହତମାନେ ହେଲେ କାଉପଡ଼ା ପଞ୍ଚାୟତ ନିଳିକଣା ଗଁାର ରମେଶ ଲେଙ୍କା ଓ ତାଙ୍କ ପୁଅ ମହେଶ, ଚାଟରାଚକଡ଼ା ପଞ୍ଚାୟତ ଗୋପାଳଜୀଉ ପାଟଣା ଗଁାର ଅଜୟ ସାହୁଙ୍କ ପୁଅ ବରଦା ପ୍ରସନ୍ନ, ମଙ୍ଗଳପୁର ପଞ୍ଚାୟତର ହଳଦିଆପାଟଣା ଗଁାର ନନ୍ଦକିଶୋର ପ୍ରଧାନଙ୍କ ଝିଅ ଚିନ୍ମୟୀ ଓ କନ୍ଦରପୁର ଗଁାର ବଂଶୀଧର ସାହୁଙ୍କ ଝିଅ ସଙ୍ଗୀତା ଏବଂ ରତାଦିଆ ଖଣ୍ଡସାହି ପଞ୍ଚାୟତର କମିଲୋ ଦାସପୁର ଗଁାର ଉମାକାନ୍ତ ସାହୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଶନିବାର କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରବି ସାମଲ ଏସ୍‌ସିବି ଯାଇ ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ।

ସୂଚନା ଅନୁଯାୟୀ, ବାଲିଆ ବଜାରରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ଭସାଣି ବହୁ ପୁରୁଣା। ଏହି ଭସାଣିରେ ବହୁ ଦର୍ଶକଙ୍କ ସମାଗମ ହୋଇଥାଏ। ଚଳିତବର୍ଷ ୨୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଏହି ଭସାଣିରେ ଯୋଗଦେଇଥିଲେ। ତେବେ ବଜାର ଶାନ୍ତି କମିଟି ଦ୍ୱାରା ଆୟୋଜିତ ଏହି ପୂଜା ପାଇଁ ପ୍ରଶାସନର ଅନୁମତି ନ ଥାଇ ଭସାଣି ଉତ୍ସବରେ ବହୁ ପରିମାଣରେ ବାଣ ଫୁଟାଯାଇଥିଲା। ତେବେ ଉତ୍ସବରେ ଯୋଗଦେଇଥିବା ବିଭିନ୍ନ ବାଣୁଆଙ୍କ ମଧ୍ୟରେ ବାଣ ପ୍ରତିଯୋଗିତା ହେଉଥିବା ବେଳେ ଗୋଟିଏ ସ୍ଥାନରେ ଗଦା ହୋଇଥିବା ବାଣ ଉପରେ ନିଆଁଝୁଲ ପଡ଼ି ଏକ ସମୟରେ ଫୁଟିବା ଦ୍ୱାରା ଭୟଙ୍କର ବିସ୍ଫୋରଣ ହୋଇଥିଲା। ଅନୁମତି ନ ଥାଇ ପୋଲିସ ଉପସ୍ଥିତିରେ ଏତେ ପରିମାଣର ବାଣ ଫୁଟାଯିବା ଓ ବାରଣ ସତ୍ତ୍ୱେ ଡିଜେ ବାଜିବା ନେଇ ପ୍ରଶାସନର ଦାୟିତ୍ୱହୀନତାକୁ ବୁଦ୍ଧିଜୀବୀ ଏବଂ ବିଭିନ୍ନ ରାଜନୈତିକ ମହଲରେ ନିନ୍ଦା କରାଯାଇଛି। ତେବେ ପ୍ରଶାସନର ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା ଘଟିଥିବା ଓ ଏହାର ନିରପେକ୍ଷ ତଦନ୍ତ କରାଯାଇ ସାର୍ବଜନୀନ କରିବାକୁ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ଓ ରତିକାନ୍ତ କାନୁନ୍‌ଗୋ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ କମିଟିର ୩ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ସଦସ୍ୟ ଓ ବାଣୁଆଙ୍କୁ ଗିରଫ ଲାଗି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୧୫ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୬ ଗିରଫ

ବାଲେଶ୍ୱର ଅଫିସ, ୩୧।୮-ବାଲେଶ୍ୱର ଟାଉନ ଥାନା ଅଧୀନ ସୁନହଟ କନକଦୁର୍ଗା ମନ୍ଦିର ନିକଟସ୍ଥ ପରମେଶ୍ୱର ପ୍ରଧାନଙ୍କ ଭଉଣୀ ଘରୁ ଗତ ୨୭ତାରିଖ ରାତିରେ ସୁନାଗହଣା, ନଗଦ...

ସଞ୍ଜୀବନୀ ପାଇଁ ମିଳୁନି ସ୍ଲଟ୍‌

ଅନୁଗୋଳ ଅଫିସ, ୧୫ା୫ କରୋନାର ଦ୍ୱିତୀୟ ଲହରକୁ ନେଇ ସଭିଏଁ ଚିନ୍ତିତ। କେବେ ଏହା କବଳରୁ ମୁକ୍ତି ମିଳିବ ତାହା ଜଣାପଡ଼ୁ ନ ଥିବାବେଳେ ବର୍ଷାଧିକ...

ଶ୍ରୀମନ୍ଦିର ଚାରିଦ୍ୱାରରେ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳୁ

ପୁରୀ ଅଫିସ, ୨୪।୩: ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ଦାବିରେ ‘ଉର୍ଜାବାନ ଓଡ଼ିଶା’ ପକ୍ଷରୁ ବୁଧବାର ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଏଥିରେ ଉଲ୍ଲେଖ...

ପଙ୍ଗପାଳ ଆତଙ୍କ: ଉପାନ୍ତ ଚାଷୀଙ୍କୁ ସଚେତନ କରାଗଲା

ଚମ୍ପୁଆ,୪।୬(ଡି.ଏନ.ଏ)-ଓଡିଶା ଚାଷୀଙ୍କୁ ଏବେ ପଙ୍ଗପାଳ ଭୟ ଘାରିଥିବା ବେଳେ ସରକାରଙ୍କ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ହଜାର ହଜାର ସଂଖ୍ୟାରେ ଏହି ପଙ୍ଗପାଳ...

ପାଟଣାରେ ମିଳୁନି ଧାନ ବିହନ

ପାଟଣା, ୨୭।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକରେ ବିହନ ଧାନର ଘୋର ଅଭାବ ପରିଲକ୍ଷିତ ହୋଇଛି। ଚାଷୀ ସମବାୟ ସମିତିକୁ ପ୍ରତିଦିନ ଦୌଡ଼ିଲେ ବି ଧାନ ବିହନ...

ବିନା ହେଲ୍‌ମେଟରେ ଚାଲିବନି ବାଇକ୍

ସଜନାଗଡ଼, ୧।୧(ଡି.ଏନ.ଏ.)-ବିନା ହେଲ୍‌ମେଟରେ ବାଇକ୍‌ ଚାଲିବନି କି ଚୋରି ମଧ୍ୟ ହୋଇପାରିବନି। ଏପରି ଏକ ଅଭିନବ ଉପାୟ ଅବଲମ୍ବନ କରି ନୀଳଗିରି ବଜାରରେ ନନ୍ଦିଘୋଷ ପ୍ରୋଜେକ୍ଟର...

ରାସ୍ତାକଡ଼ରେ ମହିଳାଙ୍କ ପ୍ରସବ

ଚନ୍ଦାହାଣ୍ଡି, ୪ା୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା। ଖରାପ ରାସ୍ତା ଯୋଗୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଚାଲିକି ଯିବାବେଳେ ଗର୍ଭବତୀ...

ଏସ୍‌ୟୁସିଆଇର ଟ୍ରମ୍ପଙ୍କ କୁଶପୁତ୍ତଳିକା ଦାହ, ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୫ା୨-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ବିରୋଧ କରିଛି ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ା ସୋମବାର ଏନେଇ ବ୍ରହ୍ମପୁର କମାପଲ୍ଲୀ ଛକରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଗଞ୍ଜାମ...

Advertisement
Archives

Model This Week