ପଳାଶୁଣୀ ବସ୍‌ଷ୍ଟାଣ୍ଡ୍‌ରେ ନାହିଁ ଶୌଚାଳୟ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର, ୨୫।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ୧ନମ୍ବର ସ୍ମାର୍ଟସିଟିରେ ପରିଣତ କରିବା ସହ ସହରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ବିଏମ୍‌ସି ସର୍ବଦା ଚେଷ୍ଟା କରି ଆସୁଥିବା ପ୍ରଚାର କରୁଛି। କେଉଁଠି ଅଳିଆ ଉଠାଇ ତ ଆଉ କେଉଁଠି କାନ୍ଥ, ବାଡ଼ରେ ଚିତ୍ର ଆଙ୍କି ନିଜର ଡିଣ୍ଡିମ ପିଟୁଛି। ମାତ୍ର ଦୀପ ତଳ ଅନ୍ଧାର ଭଳି ସହରର ଅଧିକାଂଶ ସ୍ଥାନରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ଅସମର୍ଥ ହୋଇଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ବିଏମ୍‌ସି ଓ୍ବାର୍ଡ ନଂ. ୧୮ ଅନ୍ତର୍ଗତ ପଳାଶୁଣି ଅଞ୍ଚଳରେ। ଏଠାରେ ସୁଲଭ ଶୌଚାଳୟ ନ ଥିବାରୁ ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ବିଶେଷକରି ମହିଳାମାନେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି। ସହରର ଅନ୍ୟତମ ଜନଗହଳିପୂର୍ଣ୍ଣ ବସ୍‌ଷ୍ଟାଣ୍ଡ ହେଉଛି ପଳାଶୁଣି ବସ୍‌ଷ୍ଟାଣ୍ଡ। ପ୍ରତିଦିନ ଏଠାରେ ଶହଶହ ଯାତ୍ରୀ ଯିବା ଆସିବା କରିଥାନ୍ତି। ସକାଳୁ ସଞ୍ଜ ଯାଏ ଏଠାରେ ବଜାରଘାଟ ଚାଲେ। ମାତ୍ର ଏତେ ସଂଖ୍ୟକ ଲୋକଙ୍କ ପାଇଁ ଆଖପାଖରେ କୌଣସି ଶୌଚାଳୟ ନାହିଁ। ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ବାଧ୍ୟହୋଇ ରାସ୍ତାକଡ଼, ହାଟ ନିକଟସ୍ଥ ପଡିଆରେ ମଳ, ମୂତ୍ର ତ୍ୟାଗ କରୁଛନ୍ତି। ଏହାଦ୍ୱାରା ପରିବେଶ ଦୂଷିତ ହେବା ସହ ସହରର ଚିତ୍ର ମଳିନ ହେଉଛି। ଏନେଇ ସ୍ଥାନୀୟ ବାସିନ୍ଦା ଏବଂ ସାମାଜିକ ସେବା ସଂଗଠନ ଆଞ୍ଜେଲ ଗ୍ରୁପ୍‌ ପକ୍ଷରୁ ବିଏମ୍‌ସି ଏବଂ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯିବା ସତ୍ତ୍ୱେ କୌଣସି ଫଳ ମିଳୁନାହିଁ। ପ୍ରେମଚାନ୍ଦ ଚୌଧାରୀ ବିଏମ୍‌ସି କମିଶନର ଭାବେ ଦାୟିତ୍ୱ ନେବା ସମୟରୁ ଏ ନେଇ ଦାବି କରାଯାଉଛି। ବାରମ୍ବାର ଲିଖିତ ଭାବେ ମଧ୍ୟ ଅଭିଯୋଗ କରାଯାଇଛି। ମାତ୍ର ଏହା ମଧ୍ୟରେ ୨ଜଣ କମିଶନରଙ୍କ ବଦଳି ହୋଇ ସାରିଥିଲେ ବି ସମସ୍ୟା ଯେପରି ଥିଲା ସେହିପରି ଅଛି। ଅପରପକ୍ଷେ ବିଏମ୍‌ସି ଅଫିସ୍‌ ଗଲେ ସେଠାରେ କମିଶନରଙ୍କ ଦେଖା ମିଳୁନି। ଫଳରେ ଅତିରିକ୍ତ କମିଶନର କେବଳ ପ୍ରତିଶ୍ରୁତି ଦେଇ ଭୂଆଁ ବୁଲାଉଛନ୍ତି। ପଳାଶୁଣି ହାଟଛକ ନିକଟରେ ଇ-ଟଏଲେଟ୍‌ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଥିଲା। ମାତ୍ର ସମ୍ପୃକ୍ତ ସ୍ଥାନରେ ଜଣେ ବ୍ୟକ୍ତି ଜବରଦଖଲ କରିବା ସହ ସେଠାରେ ଥିବା ନାଳକୁ ପୋତି ହୋଟେଲ ନିର୍ମାଣ କରିଛନ୍ତି। ଏନେଇ ବିଏମ୍‌ସିରେ ଅଭିଯୋଗ କରାଯାଇଥିଲେ ବି ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri