ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା ଶୋଭାରାଜି ଯେକୌଣସି ପର୍ଯ୍ୟଟକକୁ ନିଜ କୋଳରେ ଚିରଦିନ ଯାଏ ବାନ୍ଧି ରଖିଥାଏ। କୋରାପୁଟ ଗର୍ଭରେ ଅବସ୍ଥାନ କରିଥିବା ଦେଓମାଳି ପର୍ବତ ପାଖରୁ ଆରମ୍ଭ କରି ଗୁପ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନଗୁଡ଼ିକ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସତନ୍ତ୍ର ପରିଚୟ ବହନ କରିଛନ୍ତି। ସେହିପରି ଗୋଟିଏ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ହେଉଛି ‘ବାଲଡ଼ା ଗୁମ୍ଫା ବା ନାଗେଶ୍ୱରୀ ଗୁମ୍ଫା’ ଯାହା କି କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅଧୀନ ବାଲଡା ପଞ୍ଚାୟତରେ ଥିବା ନାଗେଶ୍ୱରୀ ପାହାଡ଼ରେ ଦେଖିବାକୁ ମିଳିଥାଏ। ଏହି ସ୍ଥାନଟି ବିଶେଷ କରି ପାହାଡ଼ଘେରା ସବୁଜିମାମୟ ପରିବେଶରେ ପରିପୂର୍ଣ୍ଣ ।
ପ୍ରକୃତିରାଣୀର ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଥିବା ବାଲଡ଼ା ଗୁମ୍ଫା ପର୍ଯ୍ୟଟକଙ୍କ ମନରେ ଅପୂର୍ବ ଆନନ୍ଦ ଭରିଦିଏ। ସେଥିପାଇଁ ଏହି ଗୁମ୍ଫାକୁ ବର୍ଷକ ବାରମାସ ଯାକ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । ବାଲଡ଼ା ଗୁମ୍ଫାର ଉପର ଭାଗରେ ଏକ ପ୍ରାକୃତିକ ଜଳାଶୟ ଏବଂ ନାଗେଶ୍ୱରୀ ଗୁମ୍ଫା ନାମରେ ଅନ୍ୟଏକ ଗୁମ୍ଫା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାଲଡା ଗୁମ୍ଫାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଯଥା କନ୍ଧ, ପରଜା, ଗଡବା, ଭୂମିଆ ଆଦିଙ୍କ ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ସାମାଜିକ ପରମ୍ପରା ସହ ଏହି ଗୁମ୍ଫା ଗଭୀର ସମ୍ପର୍କ ରହିଛି। ଆଦିବାସୀମାନେ ପାହାଡ଼ରେ ଅବସ୍ଥାନ କରିଥିବା ମା’ ନାଗେଶ୍ୱରୀଙ୍କୁ ନିଜର ଇଷ୍ଟଦେବୀ ଡଙ୍ଗର ଦେବୀ ରୂପେ ପୂଜା କରନ୍ତି । ସେଥିପାଇଁ ବର୍ଷକୁ ଥରେ ମା’ ନାଗେଶ୍ୱରୀ ଗୁମ୍ଫା ଯାତ୍ରା ଅନୁଷ୍ଠିତ ହୁଏ।
ଗୋଟିଏ ଅର୍ଥରେ କହିବାକୁ ଗଲେ ଆଦିବାସୀଙ୍କର ଆସ୍ଥା, ବିଶ୍ୱାସ, ସାମାଜିକ ଜୀବନ ଏବଂ ପୂର୍ବଜଙ୍କ ସ୍ମୃତି ସହ ଏହି ଗୁମ୍ଫା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କିନ୍ତୁ ବର୍ତ୍ତମାନ ବାଲଡା ଗୁମ୍ଫା ଉପରେ ଯେପରି କାହାର କୋପଦୃଷ୍ଟି ପଡ଼ି ଯାଇଛି!
ସମସ୍ତଙ୍କୁ ପ୍ରାକୃତିକ ଶାନ୍ତି ବାଣ୍ଟୁଥିବା ଏହି ଗୁମ୍ଫା ଆଜି ବିପଦ ମୁହଁରେ! କାରଣ ଏହାର ଚତୁଃପାର୍ଶରେ ବକ୍ସାଇଟ ଖଣିଜ ଖନନ ପାଇଁ ନିଲାମ କାର୍ଯ୍ୟ ଆରମ୍ଭ ହୋଇଛି। ଭାରତର ଖ୍ୟାତନାମା କମ୍ପାନୀ ଆଦାନୀ ଗ୍ରୁପ ଦାରା ବକ୍ସାଇଟ ପ୍ରକଳ୍ପ ଅଧୀନରେ ନାଗେଶ୍ବରୀ ସଂରକ୍ଷିତ ଜଙ୍ଗଲକୁ ନିଲାମ ନିଆଯାଇ ବାଲଡା ଗୁମ୍ଫା ନିକଟରେ ଖଣି ଖନନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ଯାହାକୁ ନେଇ ଏବେ ଚାରିଆଡୁ ବିରୋଧର ସ୍ବର ଛୁଟୁଛି। ବିଶେଷ କରି ସେଠାକାର ଆଦିବାସୀମାନେ ଏହି କାର୍ଯ୍ୟକୁ ତୀବ୍ର ବିରୋଧ କରୁଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଯଦି ଖଣି ଖନନ କାର୍ଯ୍ୟ ହୁଏ ତେବେ ବାଲଡା ଗୁମ୍ଫାର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେବ ଏବଂ ପରିବେଶ ସନ୍ତୁଳନ ବିଗିଡ଼ିଯିବ। ୨୦୨୫ ମାର୍ଚ୍ଚ ୧୮ରେ ଆଦିବାସୀମାନେ ସମୂହ ଭାବେ ନନ୍ଦପୁର ତହସିଲ ଘେରାଉ କରି ଦାବିପତ୍ର ପ୍ରଦାନ କରିଛନ୍ତି, ଯେଉଁଥିରେ ବକ୍ସାଇଟ ଖଣିର ନିଲାମକୁ ରଦ୍ଦ ତଥା ଖଣି ଖନନକୁ ବନ୍ଦକରି ବାଲଡା ଗୁମ୍ଫାକୁ ସୁରକ୍ଷା ଦେବାପାଇଁ ଦାବି ରହିଛି। ଉକ୍ତ ପତ୍ରରେ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୃଷ୍ଟି ଆକର୍ଷଣ କରାଯାଇଛି ଯଥା – ବାଲଡା ଗୁମ୍ଫାରେ ଆରମ୍ଭ ହୋଇଥିବା ଖଣି ଖନନ କାର୍ଯ୍ୟ ଜଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ପଞ୍ଚାୟତ (ଅନୁସୂଚିତ ଅଞ୍ଚଳ) ବିସ୍ତାର ଆଇନ, ୧୯୯୬କୁ ଉଲ୍ଲଂଘନ କରିଛି ।
୨୦୨୫ ମାର୍ଚ୍ଚ ୬ରେ କୋରାପୁଟ ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବାଲଡା ଗୁମ୍ଫା ସୁରକ୍ଷା ପ୍ରସଙ୍ଗରେ ନନ୍ଦପୁର ବ୍ଲକର ଲୋକମାନେ ନିଜର ମତ ରଖିଥିଲେ। ବର୍ତ୍ତମାନ ସାମାଜିକ ଗଣମାଧ୍ୟମଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଏହି ଗୁମ୍ଫାର ସୁରକ୍ଷା ପାଇଁ ସ୍ବର ଉତ୍ତୋଳନ ହେଉଛି। ଯଦି ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୁଏ ତେବେ ନନ୍ଦପୁର ବ୍ଲକ ଅଧୀନ ବାଲଡା, ଭେଜା, ବାଡ଼େଲ, ଅତଣ୍ଡା ଏବଂ କୁଳାବିର ପଞ୍ଚାୟତରେ ରହୁଥିବା ୪୦,୦୦୦ରୁ ଊଦ୍ଧର୍‌ବ ଲୋକ ପ୍ରଭାବିତ ହେବେ। ପ୍ରକୃତି ବିରୁଦ୍ଧରେ କାର୍ଯ୍ୟକଲେ ଦିନେ ଆମେ ସେହି ପ୍ରକୃତିର କରାଳ କୋପରେ ଲୋପ ପାଇଯିବା। ଗୋଟିଏ ପଟେ ପର୍ଯ୍ୟଟନର ବିକାଶ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରି ଅନ୍ୟପଟେ ପ୍ରାକୃତିକ ସମ୍ପଦକୁ ନଷ୍ଟକଲେ ତାହା କୌଣସି ବି ସକାରାତ୍ମକ ଫଳ ଦେବନାହିଁ ବରଂ ପ୍ରକୃତିର ନକାରାତ୍ମକ ପ୍ରଭାବ ଆମକୁ ଅନେକ ସମୟରେ ପକାଇବ। ତେଣୁ ବେଳ ଥାଉ ଥାଉ ଏଥିପ୍ରତି ସଚେତନ ହେବା ସହ ବାଲଡା ଗୁମ୍ଫା ପରି ପ୍ରାକୃତିକ ଉତ୍ସର ସୁରକ୍ଷା ପାଇଁ ଆଗେଇ ଆସିବା ଦରକାର।

ଅଧ୍ୟାପକ ରାଜେଶ ରାୟ
ସାମୟିକ ଉଦ୍‌ଘୋଷକ,
ଆକାଶବାଣୀ, ଜୟପୁର, କୋରାପୁଟ
ମୋ.- ୬୩୭୧୫୫୫୯୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?