କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ନଜର

ବଲାଙ୍ଗୀର, ୧୭।୩ (ବୀରେନ୍ଦ୍ର କୁମାର ଝାଙ୍କର)ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହେବା ପରଠାରୁ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଉଭୟ ଲୋକ ସଭା ଏବଂ ବିଧାନସଭା ଆସନରେ କଂଗ୍ରେସର କେଉଁ ପ୍ରାର୍ଥୀ ମେଣ୍ଟ ପ୍ରାର୍ଥୀଙ୍କୁ ଟକ୍କର ଦେଇପାରିବେ ତାହା ଏବେଠାରୁ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ଲୋକ ସଭା ଆସନରେ କଂଗ୍ରେସ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନାହିଁ। ୨୦୧୯ ନିର୍ବାଚନରେ କଂଗ୍ରେସରୁ ଲୋକ ସଭା ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ଯୁବନେତା ସମରେନ୍ଦ୍ର ମିଶ୍ର। ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତାରେ ବିଜେଡି ପ୍ରାର୍ଥୀ କଲିକେଶ ନାରାୟଣ ସିଂଦେଓ ପରାଜୟ ବରଣ କରିଥିବା ବେଳେ ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବିଜୟୀ ହୋଇଥିଲେ। ଏବେ ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ହେଲେ ସିଧାସଳଖ କଂଗ୍ରେସ ପ୍ରାର୍ଥୀ ଟକ୍କର ଦେବେ। ତେବେ କଂଗ୍ରେସ ମେଣ୍ଟ ପ୍ରାର୍ଥୀଙ୍କୁ ଟକ୍କର ଦେବାକୁ ନେଇ କ’ଣ ସବୁ ପ୍ରସ୍ତୁତି କରୁଛି ତାହା ଏବେ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି।
ନିର୍ବାଚନର କଂଗ୍ରେସ ଲୋକ ସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଚଳିତ ନିର୍ବାଚନରେ ବଲାଙ୍ଗୀର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇ ନିର୍ବାଚନ ପ୍ରତିନ୍ଦ୍ୱଦ୍ୱିତା କରିବେ ବୋଲି କୁହାଯାଉଛି। ଗତ କିଛି ମାସ ହେଲା ସେ ବିଧାନସଭା ନିର୍ବାଚନମଣ୍ଡଳୀରେ ତାଙ୍କର ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି। ସମରେନ୍ଦ୍ର ବିଧାୟକ ପ୍ରାର୍ଥୀ ହେଲେ ଲୋକ ସଭା ପ୍ରାର୍ଥୀ କିଏ ହେବେ, ତାହାକୁ ନେଇ ନାନା ଚର୍ଚ୍ଚା ଶୁଣାଯାଉଛି। ପିସିସି ସଭାପତି ଶରତ ପଟ୍ଟନାୟକ ଏଥର ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ତାଙ୍କ ଘନିଷ୍ଠ ସହଯୋଗୀ ବିଧୁଭୂଷଣ ତ୍ରିପାଠୀ, ଯୁବ ସଙ୍ଗଠକ ଆକବର ଖାନ୍‌, ସିନେ ଅଭିନେତା ମନୋଜ ମିଶ୍ର, ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ ଲୋକ ସଭା ପ୍ରାର୍ଥୀ ଆଶାୟୀ ରହିଥିବା ଚର୍ଚ୍ଚାର ବିଷୟ ହୋଇଛି। ଏମାନଙ୍କ ଭିତରୁ କିଏ ଟିକେଟ ପାଇବେ ନା ଅନ୍ୟ କେହି କଂଗ୍ରେସ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନାହିଁ। ବେକାର ଯୁବକଙ୍କୁ ନିଯୁକ୍ତି ଦାବିରେ ବିଭିନ୍ନ ସମୟରେ ଆନ୍ଦୋଳନ କରିଥିବା ଯୁବ ସଙ୍ଗଠକ ଆକବର ଖାନ୍‌ ରାଜ୍ୟ ତଥା ଜାତୀୟ ଲବିକୁ ଜୋରଦାର କରିଥିବା ଶୁଣାଯାଉଛି। ଅନ୍ୟପଟେ ଦୀର୍ଘଦିନରୁ ବଲାଙ୍ଗୀରର ବିଭିନ୍ନ ଆନ୍ଦୋଳନ, କଂଗ୍ରେସ ଦଳୀୟ କାର୍ଯ୍ୟରେ ରହି ନିଜକୁ ସକ୍ରିୟ ରଖିଥିବା ବିଧୁଭୂଷଣ ଟିକେଟ ପାଇବେ ବୋଲି ଆଶା ରଖିଛନ୍ତି। ଓଡ଼ିଆ ସିନେମାରେ ଆଞ୍ଚଳିକ ବୈଷମ୍ୟର ଶିକାର ପ୍ରସଙ୍ଗକୁ ନେଇ ଚର୍ଚ୍ଚିତ ସିନେ ଅଭିନେତା ମନୋଜ ମିଶ୍ର ମଧ୍ୟ ଏଥର ଟିକେଟ ମିଳିଲେ ବଲାଙ୍ଗୀର ଲୋକ ସଭା ଆସନରୁ ପ୍ରାର୍ଥୀ ହେବେ ବୋଲି କହିସାରିଛନ୍ତି। ସେ ମଧ୍ୟ ଟିକେଟ ଦୌଡ଼ରେ ରହିଛନ୍ତି। କୋଶଲୀ ଭାଷା, ସଂସ୍କୃତି ଏବଂ ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗକୁ ନେଇ ସେ ଏବେ ଲୋକଲୋଚନରେ ଅଛନ୍ତି। ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ ମଧ୍ୟ ଲୋକ ସଭା ଟିକେଟ ଦୌଡ଼ରେ ଅଛନ୍ତି। ଏହାବାଦ୍‌ ବିଜେଡି ଓ ଭାଜପାରୁ ଟିକେଟ ଆଶାୟୀ ଥିବା କିଛି ନେତା ଉଭୟ ଦଳର ମେଣ୍ଟ ସମ୍ଭାବନା ପରେ ଏବେ କଂଗ୍ରେସ ଦଳରୁ ଟିକେଟ ଆଶାୟୀ ହୋଇ ଲବିରେ ଥିବା ଜଣାପଡିଛି। କିଛି ଚାଷୀ ନେତା ମଧ୍ୟ ଏହି ଲବିରେ ରହିଛନ୍ତି। ଭାଜପା-ବିଜେଡି ମେଣ୍ଟ ପ୍ର୍ରାର୍ଥୀଙ୍କୁ ଟକ୍କର ଦେବାକୁ ହେଲେ କଂଗ୍ରେସ କାହାକୁ ପ୍ରାର୍ଥୀ ଘୋଷଣା କରୁଛି ତାହା ଏବେ ବଡ଼ ପ୍ରଶ୍ନ ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

ସିଦ୍ଧାନ୍ତ-ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଅନୁଭବ…

ଭୁବନେଶ୍ୱର,୨୭।୪: ୮ଟି ଆସନ ପ୍ରାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଯେଉଁଥିରେ ଅଭିନେତା ଅରିନ୍ଦମ ରାଏଙ୍କୁ କେନ୍ଦ୍ରାପଡା ସାଲେପୁରରୁ ଟିକେଟ୍‌ ନେଇଛି।...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri