କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ନଜର

ବଲାଙ୍ଗୀର, ୧୭।୩ (ବୀରେନ୍ଦ୍ର କୁମାର ଝାଙ୍କର)ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହେବା ପରଠାରୁ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଉଭୟ ଲୋକ ସଭା ଏବଂ ବିଧାନସଭା ଆସନରେ କଂଗ୍ରେସର କେଉଁ ପ୍ରାର୍ଥୀ ମେଣ୍ଟ ପ୍ରାର୍ଥୀଙ୍କୁ ଟକ୍କର ଦେଇପାରିବେ ତାହା ଏବେଠାରୁ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ଲୋକ ସଭା ଆସନରେ କଂଗ୍ରେସ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନାହିଁ। ୨୦୧୯ ନିର୍ବାଚନରେ କଂଗ୍ରେସରୁ ଲୋକ ସଭା ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ଯୁବନେତା ସମରେନ୍ଦ୍ର ମିଶ୍ର। ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତାରେ ବିଜେଡି ପ୍ରାର୍ଥୀ କଲିକେଶ ନାରାୟଣ ସିଂଦେଓ ପରାଜୟ ବରଣ କରିଥିବା ବେଳେ ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବିଜୟୀ ହୋଇଥିଲେ। ଏବେ ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ହେଲେ ସିଧାସଳଖ କଂଗ୍ରେସ ପ୍ରାର୍ଥୀ ଟକ୍କର ଦେବେ। ତେବେ କଂଗ୍ରେସ ମେଣ୍ଟ ପ୍ରାର୍ଥୀଙ୍କୁ ଟକ୍କର ଦେବାକୁ ନେଇ କ’ଣ ସବୁ ପ୍ରସ୍ତୁତି କରୁଛି ତାହା ଏବେ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି।
ନିର୍ବାଚନର କଂଗ୍ରେସ ଲୋକ ସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଚଳିତ ନିର୍ବାଚନରେ ବଲାଙ୍ଗୀର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇ ନିର୍ବାଚନ ପ୍ରତିନ୍ଦ୍ୱଦ୍ୱିତା କରିବେ ବୋଲି କୁହାଯାଉଛି। ଗତ କିଛି ମାସ ହେଲା ସେ ବିଧାନସଭା ନିର୍ବାଚନମଣ୍ଡଳୀରେ ତାଙ୍କର ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି। ସମରେନ୍ଦ୍ର ବିଧାୟକ ପ୍ରାର୍ଥୀ ହେଲେ ଲୋକ ସଭା ପ୍ରାର୍ଥୀ କିଏ ହେବେ, ତାହାକୁ ନେଇ ନାନା ଚର୍ଚ୍ଚା ଶୁଣାଯାଉଛି। ପିସିସି ସଭାପତି ଶରତ ପଟ୍ଟନାୟକ ଏଥର ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ତାଙ୍କ ଘନିଷ୍ଠ ସହଯୋଗୀ ବିଧୁଭୂଷଣ ତ୍ରିପାଠୀ, ଯୁବ ସଙ୍ଗଠକ ଆକବର ଖାନ୍‌, ସିନେ ଅଭିନେତା ମନୋଜ ମିଶ୍ର, ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ ଲୋକ ସଭା ପ୍ରାର୍ଥୀ ଆଶାୟୀ ରହିଥିବା ଚର୍ଚ୍ଚାର ବିଷୟ ହୋଇଛି। ଏମାନଙ୍କ ଭିତରୁ କିଏ ଟିକେଟ ପାଇବେ ନା ଅନ୍ୟ କେହି କଂଗ୍ରେସ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନାହିଁ। ବେକାର ଯୁବକଙ୍କୁ ନିଯୁକ୍ତି ଦାବିରେ ବିଭିନ୍ନ ସମୟରେ ଆନ୍ଦୋଳନ କରିଥିବା ଯୁବ ସଙ୍ଗଠକ ଆକବର ଖାନ୍‌ ରାଜ୍ୟ ତଥା ଜାତୀୟ ଲବିକୁ ଜୋରଦାର କରିଥିବା ଶୁଣାଯାଉଛି। ଅନ୍ୟପଟେ ଦୀର୍ଘଦିନରୁ ବଲାଙ୍ଗୀରର ବିଭିନ୍ନ ଆନ୍ଦୋଳନ, କଂଗ୍ରେସ ଦଳୀୟ କାର୍ଯ୍ୟରେ ରହି ନିଜକୁ ସକ୍ରିୟ ରଖିଥିବା ବିଧୁଭୂଷଣ ଟିକେଟ ପାଇବେ ବୋଲି ଆଶା ରଖିଛନ୍ତି। ଓଡ଼ିଆ ସିନେମାରେ ଆଞ୍ଚଳିକ ବୈଷମ୍ୟର ଶିକାର ପ୍ରସଙ୍ଗକୁ ନେଇ ଚର୍ଚ୍ଚିତ ସିନେ ଅଭିନେତା ମନୋଜ ମିଶ୍ର ମଧ୍ୟ ଏଥର ଟିକେଟ ମିଳିଲେ ବଲାଙ୍ଗୀର ଲୋକ ସଭା ଆସନରୁ ପ୍ରାର୍ଥୀ ହେବେ ବୋଲି କହିସାରିଛନ୍ତି। ସେ ମଧ୍ୟ ଟିକେଟ ଦୌଡ଼ରେ ରହିଛନ୍ତି। କୋଶଲୀ ଭାଷା, ସଂସ୍କୃତି ଏବଂ ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗକୁ ନେଇ ସେ ଏବେ ଲୋକଲୋଚନରେ ଅଛନ୍ତି। ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ ମଧ୍ୟ ଲୋକ ସଭା ଟିକେଟ ଦୌଡ଼ରେ ଅଛନ୍ତି। ଏହାବାଦ୍‌ ବିଜେଡି ଓ ଭାଜପାରୁ ଟିକେଟ ଆଶାୟୀ ଥିବା କିଛି ନେତା ଉଭୟ ଦଳର ମେଣ୍ଟ ସମ୍ଭାବନା ପରେ ଏବେ କଂଗ୍ରେସ ଦଳରୁ ଟିକେଟ ଆଶାୟୀ ହୋଇ ଲବିରେ ଥିବା ଜଣାପଡିଛି। କିଛି ଚାଷୀ ନେତା ମଧ୍ୟ ଏହି ଲବିରେ ରହିଛନ୍ତି। ଭାଜପା-ବିଜେଡି ମେଣ୍ଟ ପ୍ର୍ରାର୍ଥୀଙ୍କୁ ଟକ୍କର ଦେବାକୁ ହେଲେ କଂଗ୍ରେସ କାହାକୁ ପ୍ରାର୍ଥୀ ଘୋଷଣା କରୁଛି ତାହା ଏବେ ବଡ଼ ପ୍ରଶ୍ନ ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri