ଓଡ଼ିଆ ସାହିତ୍ୟରେ ବ୍ରଜନାଥ

କବି ବ୍ରଜନାଥ ବଡ଼ଜେନା (୧୭୩୦-୧୮୦୦) ହେଉଛନ୍ତି ଅଷ୍ଟାଦଶ ଶତକର ମହାନ୍‌ କବି। ପୂର୍ବ ଭାରତୀୟ ସାହିତ୍ୟ ଜଗତର ପ୍ରଥମ ଗଦ୍ୟସ୍ରଷ୍ଟା। ପ୍ରଥମ ଓଡ଼ିଆ ସମର କବି। ପ୍ରଥମ ଓଡ଼ିଆ ହିନ୍ଦୀ କବି। ପ୍ରଥମ ଓଡ଼ିଆ ବହୁଭାଷୀ କବି ତଥା ବହୁମୁଖୀ ପ୍ରତିଭାର ଅଧିକାରୀ। ତାଙ୍କର ପ୍ରକୃତ ନାମ ବ୍ରଜନାଥ ପଟ୍ଟନାୟକ। ‘ବଡ଼ଜେନା’ ତାଙ୍କର ରାଜଦତ୍ତ ଉପାଧି। ତାଙ୍କର ଅମର ସୃଷ୍ଟି ସମ୍ଭାରଗୁଡ଼ିକ ହେଲା, ‘ସମର ସାହିତ୍ୟ’, ‘ସମର ତରଙ୍ଗ’, ଗଦ୍ୟରଚନା-ଚତୁରାବିନୋଦ; ହିନ୍ଦୀ ରଚନା-ଗୁଣ୍ଡିଚା ବିଜେ; ବୈଷ୍ଣବ ସାହିତ୍ୟ-ଦଶପୋଈ, ଗୋପୀବିଳାପ ଓ ଶ୍ୟାମ ରସୋତ୍ସବ; କାଳ୍ପନିକ ସାହିତ୍ୟ- ବିଦେଶୀନୁଚିନ୍ତା ଓ କେଳିକଳାନିଧି; ପୌରାଣିକ କାବ୍ୟ- ‘ଅ’ ଅକ୍ଷର ନିୟମରେ ରଚିତ ଅମ୍ବିକା ବିଳାସ ଏବଂ ପ୍ରଶସ୍ତିମୂଳକ ସାହିତ୍ୟ-ରାଜସଭା ଓ ରାଜନଙ୍କୁ ଛଳୋକ୍ତି। ଏହା ବ୍ୟତୀତ ସେ ଅନେକ ଭଜନ ଜଣାଣ, ଚଉତିଶୀ, ଚଉପଦୀ ଇତ୍ୟାଦି ରଚନା କରିଯାଇଛନ୍ତି।
କବିଙ୍କ ରଚିତ ‘ସମର ତରଙ୍ଗ’, ‘ଚତୁର ବିନୋଦ’ ଓ ହିନ୍ଦୀ କାବ୍ୟ ‘ଗୁଣ୍ଡିଚା ବିଜେ’ ସ୍ବତନ୍ତ୍ର ସ୍ବାକ୍ଷର ବହନ କରେ। ସମର ତରଙ୍ଗ ବାସ୍ତବଧର୍ମୀ ଐତିହାସିକ କାବ୍ୟ। ଏହି କାବ୍ୟର ପ୍ରତିଟି ପଦ ବୀର ରସରେ ରସାଣିତ। ଏହି କାବ୍ୟ ବୀରମାନଙ୍କ ନିମନ୍ତେ ରଚିତ। ୧୭୮୧ ମସିହା ଢେଙ୍କାନାଳ ରାଜା ବୀର ତ୍ରିଲୋଚନ ସିଂହ ମହୀନ୍ଦ୍ର ବାହାଦୁରଙ୍କର ମରହଟ୍ଟାମାନଙ୍କର ଐତିହାସିକ ଯୁଦ୍ଧ ଏବଂ କେନ୍ଦୁଝରର ଢେଙ୍କାନାଳ ଆକ୍ରମଣ ଓ ପରାଜୟ ବିବରଣୀ ଏଥିରେ ବର୍ଣ୍ଣିତ। ବିଶେଷ ଭାବେ ମରହଟ୍ଟାମାନେ ଢେଙ୍କାନାଳ ରାଜାଙ୍କ ପାଖରୁ ପରାଜୟ ବରଣ କରି ସବୁଦିନ ଯାଏ ଓଡ଼ିଶା ତ୍ୟାଗ କରିଥିବା କଥା ଓ ଗାଥା ଏହି କାବ୍ୟର ବର୍ଣ୍ଣନା କରିଛନ୍ତି କବି ବ୍ରଜନାଥ ବଡ଼ଜେନା।
‘ଚତୁର ବିନୋଦ’ କଥା ସାହିତ୍ୟ ପୂର୍ବ ଭାରତ ସାହିତ୍ୟ ଜଗତର ପ୍ରଥମ ଗଦ୍ୟ ରଚନା, ଏହା ସଂସ୍କୃତ ସାହିତ୍ୟର ପଞ୍ଚତନ୍ତ୍ର ଓ ହିତୋପଦେଶ ଭଳି ବିଭିନ୍ନ କଥା, ଉପକଥା, ଶାଖାକଥା ଓ କଥାର ଲଥାକୁ ନେଇ ରଚିତ। ଚତୁର ବିନୋଦ ହାସ ବିନୋଦ, ରସ ବିନୋଦ, ନୀତି ବିନୋଦ ଓ ପ୍ରୀତି ବିନୋଦ ନାମରେ ଚାରି ଭାଗରେ ବିଭକ୍ତ। ଏହି ପୁସ୍ତକରେ ହାସ୍ୟ, ରସ, ପ୍ରୀତି ଓ ନୀତି ମିଶନ ଭାବରେ କଥାଛଳରେ ବର୍ଣ୍ଣିତ। ସେହିପରି ଗୁଣ୍ଡିଚା ବିଜେ ହିନ୍ଦୀ କାବ୍ୟଟି ହିନ୍ଦୀ, ମଗଧି, ଅଦ୍ଧମଗଧି, ଭୋଜପୁରୀ, ଛତିଶଗଡ଼ି ଆଦି ଭାଷାର ସମ୍ମିଶ୍ରଣରେ ରଚିତ। ଏହି କାବ୍ୟରେ କବି ପ୍ରଭୁଶ୍ରୀ ଜଗନ୍ନାଥଙ୍କ ଭୋଗ, ପୂଜାର୍ଚ୍ଚନା ଓ ଘୋଷଯାତ୍ରାର ବିବରଣୀ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଉକ୍ତ କାବ୍ୟଟି କବି ଜୀବନର ଶେଷ ଭାଗରେ ପୁରୀଠାରେ ଅବସ୍ଥାନ କାଳରେ ରଚନା କରି ତତ୍‌କାଳୀନ ଗଜପତି ରାଜା ଦିବ୍ୟସିଂହ ଦେବଙ୍କଠାରୁ ‘ବଡ଼ଜେନା’ଉପାଧି ପ୍ରାପ୍ତ ହୋଇଥିଲେ।
କବି ବ୍ରଜନାଥ ବଡ଼ଜେନାଙ୍କ ଓଡ଼ିଆ, ବଙ୍ଗଳା, ସଂସ୍କୃତ, ହିନ୍ଦୀ, ମରାଠା ଆଦି ଭାଷାରେ ଗଭୀର ବ୍ୟୁତ୍ପତ୍ତି ଥିବାର ଜଣାଯାଏ। ଏହା ବ୍ୟତୀତ କବି ଥିଲେ ଜଣେ ଉତ୍ତମ ଚିତ୍ର ଶିଳ୍ପୀ। ତାଳପତ୍ର, କାଗଜ, କଚକଡ଼ା ଓ ବଉଳ ମଞ୍ଜ ଉପରେ ଚିତ୍ର ରଚନା କରିବାରେ ଥିଲେ ସିଦ୍ଧ ହସ୍ତ। ଏହା ସେ ସ୍ବରଚନାରେ ବିଭିନ୍ନ ସ୍ଥାନରେ ଉଲ୍ଲେଖ କରିଛନ୍ତି। ପଥରରେ ଖୋଦେଇ କରି ସୁନ୍ଦର ହନୁମାନ ମୂର୍ତ୍ତିଟିଏ ନିର୍ମାଣପୂର୍ବକ ପୂଜା କରୁଥିଲେ; ଯାହା କି ଆଜି ତାଙ୍କର ବାସସ୍ଥାନ କାବେରା ଗ୍ରାମରେ ପୂଜା ପାଉଛନ୍ତି।
କବିଙ୍କର ଜନ୍ମ ୧୭୩୦ ମସିହା ପଣା ସଂକ୍ରାନ୍ତି ତିଥିରେ ବୋଲି ବିଶିଷ୍ଟ ଗବେଷକ ସ୍ବର୍ଗତ ସୁଧାକର ପଟ୍ଟନାୟକ ନିର୍ଣ୍ଣୟ କରିଛନ୍ତି। କବି ହେଉଛନ୍ତି ପୂରାଣ ବର୍ଣ୍ଣିତ ରଘୁ ଅରକ୍ଷିତଙ୍କର ବଂଶଧର। ତାଙ୍କର ଜନ୍ମସ୍ଥାନ ଢେଙ୍କାନାଳ ସହରରେ ବୋଲି କବି ସ୍ବରଚିତ ଗୋପୀ ବିଳାପ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି- ମୋର ଘର ଢେଙ୍କାନାଳ ନଗରେ, ମୁକ୍ତା ଦେଇଙ୍କ ଶାସନ ଆଗରେ। କବି ଓଡ଼ିଶା, ମଧ୍ୟପ୍ରଦେଶ ଓ ଦକ୍ଷିଣର ବହୁ ରାଜାଙ୍କର ରାଜସଭାରେ ପୁରାଣ ଶାସ୍ତ୍ର ଆଦି ଆଲୋଚନା କରି ରାଜାମାନଙ୍କୁ ବିସ୍ମିତ କରି ଦେଉଥିଲେ। ୧୮୦୦ ମସିହାରେ କବି ଶ୍ରୀକ୍ଷେତ୍ର ପୁରୀଠାରେ ଇହଲୀଳା ସମ୍ବରଣ କରିଥିଲେ। କବି ଆଜି ସଶରୀରେ ନ ଥିଲେ ମଧ୍ୟ ସ୍ବରଚନାରାଜି ତାଙ୍କୁ ଚିର ଅମର କରି ରଖିଛି, ରଖିଥିବ ମଧ୍ୟ ଚିରକାଳ ପାଇଁ।

  • ଡ. ଉଦ୍ଧବଚରଣ ନାୟକ
    ମୋ-୯୪୩୮୨୯୯୧୭୪

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?