ପଥୁରିଆ ଗ୍ରାମବାସୀ ପାଣି ପାଇଁ ହନ୍ତସନ୍ତ

ଜେନାପୁର,୧୪ା୪(ଡି.ଏନ.ଏ.): ବିଶୁଦ୍ଧ ପାନୀୟ ଜଳ ପ୍ରତି ଗ୍ରାମକୁ ପହଞ୍ଚାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିରେ ପାନୀୟ ଜଳ ପ୍ରକଳ୍ପ ଓ ସୋଲାର ପାଣି ଟାଙ୍କି ନିର୍ମାଣ କରାଯାଉଛି। ହେଲେ ଏସବୁ ପ୍ରକଳ୍ପ ଥାଇ ମଧ୍ୟ ଲୋକଙ୍କୁ ଠିକ୍‌ରେ ପିଇବା ପାଣି ମିଳି ପାରୁନାହିଁ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ତାଳଜଙ୍ଗ ପଞ୍ଚାୟତ ଅଧୀନ ବଳରାମପୁର ୯ ନମ୍ବର ୱାର୍ଡର ପଥୁରିଆ ସାହି ଗ୍ରାମରେ। ଏଠାରେ ୪-୫ ବର୍ଷ ହେଲା ସୌରଚାଳିତ ପାଣି ପମ୍ପ ଅଚଳ ହୋଇ ପଡ଼ିରହିଛି। ପାହାଡ଼ ପାଦଦେଶରେ ଗାଁ ରହିଥିବାରୁ ଗ୍ରୀଷ୍ମଦିନରେ ନଳକୂପରୁ ପାଣି ବାହାରୁ ନାହିଁ। ଯେତିକି ବାହାରୁଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ହୋଇଛି। ଅନ୍ୟ ଏକ ନଳକୂପ ଖୋଳା ଯାଇଥିଲେ ମଧ୍ୟ ତାହା ଅଧାପନ୍ତରିଆ ହୋଇ ରହିଛି। ଏପଟେ ଲକ୍ଷଲକ୍ଷ ଟଙ୍କାର ପ୍ରକଳ୍ପ ଖତ ଖାଇବାକୁ ବସିଲାଣି। ଏହି ଗ୍ରାମରେ ଦୁଇ ଶହରୁ ଅଧିକ ଲୋକ ବସବାସ କରନ୍ତି। ଗ୍ରୀଷ୍ମଦିନରେ ଜଳ ସଙ୍କଟ ଦେଖା ଦେବାରୁ ଗ୍ରାମବାସୀ ଏକ ପୋଖରୀ ଉପରେ ନିର୍ଭର କରୁଛନ୍ତି। ହେଲେ ଉକ୍ତ ଜଳ ବ୍ୟବହାର କରିବା ଦ୍ୱାରା ଲୋକେ ବିଭିନ୍ନ ରୋଗରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି। ଗ୍ରାମବାସୀ ପାନୀୟ ଜଳ ପ୍ରକଳ୍ପ ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ରୁଦ୍ରନାରାୟଣ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ସୌରଚାଳିତ ପ୍ରକଳ୍ପ ମରାମତି ପାଇଁ କାରିଗରଙ୍କୁ ଡକାଯାଇଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?