Posted inଜାତୀୟ

ଅନ୍ତିମ ସଂସ୍କାରର ୭ ଦିନ ପରେ ଘରକୁ ଫେରିଲେ ଯୁବକ

ଜୟପୁର, ୨୭।୫: ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରି ଏକ ପରିବାର ପକ୍ଷରୁ ଗଳିତ ମୃତ ଦେହର ଅନ୍ତିମ ସଂସ୍କାର କରାଯାଇଥିଲା। ଏହାର ୭ ଦିନ ପରେ ଯୁବକ ଜଣକ ଘରକୁ ଫେରି ଆସିଛନ୍ତି। ଏଭଳି ଘଟଣା ରାଜସ୍ଥାନର ରାଜସାମନ୍ଦ ଜିଲାରେ ଘଟିଛି।

ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆରକେ ହସ୍ପିଟାଲରେ ଲିଭର ସମସ୍ୟା ଯୋଗୁ ଭର୍ତ୍ତି ହୋଇଥିଲେ ଓମକାର ଲାଲ ଗାଡୁଲିଆ। ସେ ଗତ ୧୧ ତାରିଖରେ କାହାକୁ କିଛି ନ ଜଣାଇ ହଠାତ୍‌ ହସ୍ପିଟାଲରୁ ପଳାଇଥିଲେ। ସେହି ଦିନ ଚିକିତ୍ସାଧୀନ ଅବସ୍ଥାରେ ଗୋବର୍ଦ୍ଧନ ପ୍ରଜାପତ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

ମୃତ୍ୟୁର ୩ ଦିନ ପରେ ମଧ୍ୟ ମୃତଦେହ ଉପରେ କେହି ଅଧିକାର ସାବ୍ୟସ୍ତ କରି ନ ଥିଲେ। ଏଣୁ ମୃତକଙ୍କ ପରିଚୟ ପାଇଁ ମୃତଦେହର ଫଟୋ ଶେୟାର କରାଯାଇଥିଲା। ମେ’ ୧୫ରେ ମୃତଦେହ ଚିହ୍ନଟ କରିବା ପାଇଁ ଆସିଥିଲେ ୧୨ ଜଣ ଲୋକ। ମୃତଦେହର ଡାହାଣ ହାତରେ ଥିବା ଚିହ୍ନ ଦେଖି ମୃତଦେହ ଓମକାରଙ୍କ ପରିବାରବର୍ଗ ଦାବି କରିଥିଲେ। ତାଙ୍କ ପରିବାର ପକ୍ଷରୁ ଶବ ବ୍ୟବଚ୍ଛେଦ ବିନା ମୃତଦେହ ହସ୍ତାନ୍ତର କରିବାକୁ ଲିଖିତ ଆକାରରେ ନିବେଦନ କରାଯାଇଥିଲା। ୧୫ ତାରିଖରେ ଶବ ସଂସ୍କାର କରାଯାଇଥିଲା ବୋଲି କାନକ୍ରୋଲି ଥାନା ଅଧିକାରୀ ଯୋଗେନ୍ଦ୍ର ଭ୍ୟାସ କହିଛନ୍ତି।

କିନ୍ତୁ ୨୩ ତାରିଖରେ ଗାଡୁଲିଆ ଘରକୁ ଫେରିଆସିଥିଲେ। ଏହା ଜଣାପଡ଼ିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଶବ ସଂସ୍କାର କରାଯାଇଥିବା ମୃତଦେହର ପ୍ରକୃତ ନାମ ଥିଲା ଗୋବର୍ଦ୍ଧନ ପ୍ରଜାପତ। ଏହି ଘଟଣାରେ ପୋଲିସର କୌଣସି ଭୁଲ ନାହିଁ। ଉକ୍ତ ମୃତଦେହକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅଜ୍ଞାତ ଘୋଷଣା କରିଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି।

ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ଦୋଷ ସ୍ବୀକାର କରିବା ସହ ନର୍ସିଂ ଷ୍ଟାଫ ଓ ମର୍ଚରି ଷ୍ଟାଫଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏହି ଘଟଣା ଘଟିଛି। ଦୋଷୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଆରକେ ହସ୍ପିଟାଲର ମୁଖ୍ୟ ମେଡିକାଲ ଅଫିସର ଲଲିତ ପୁରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକେ-୪୭ ଗୁଳିକୁ ଆଉ ନାହିଁ ଭୟ: ସେନା ପାଖରେ ‘ଭାବା କବଚ’

ନୂଆଦିଲ୍ଲୀ, ୧୩।୯: ଏଲ୍‌ଓସି ଏବଂ ଏଲ୍‌ଏସିରେ ଭାରତୀୟ ଯବାନ ଶତ୍ରୁର ମୁକାବିଲା କରୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ମିଶ୍ର ଧାତୁ ନିଗମ ଲିମିଟେଡ୍‌ ପକ୍ଷରୁ ଅନ୍ତର୍ଜାତୀୟ...

ଜେଲ୍‌ ଭିତରୁ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୧୧: ଅର୍ଥ ହେରଫେର ମାମଲାରେ ନ୍ୟାୟିକ ହେପାଜତରେ ଥିବା ଦିଲ୍ଲୀ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ...

ବିହାରରେ ଆତଙ୍କବାଦୀ ସଂଗଠନକୁ ସକ୍ରିୟ କରୁଛନ୍ତି ଚାଇନା-ପାକିସ୍ତାନ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଗଲା ଗୁପ୍ତ ସୂଚନା…

ନୂଆଦିଲ୍ଲୀ, ୪।୧ : ଇଣ୍ଡିଆନ୍‌ ମୁଜାହିଦ୍ଦିନ (ଆଇଏମ) ଆତଙ୍କବାଦୀ ସଂଗଠନ ନେପାଳରେ ଆଶ୍ରୟ ନେଇଛି। ସଂଗଠନ  ବିହାର ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ବେଶ୍‌ ସକ୍ରିୟ...

ହୋମ୍‌ ଆଇସୋଲେଶନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୧।୪: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୋମବାର କରୋନା ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। କେନ୍ଦ୍ର...

ସେନାରେ ଭର୍ତ୍ତି ହେବା ପାଇଁ ତିଆରି କରୁଥିଲେ ନକଲି କରୋନା ରିପୋର୍ଟ, ଗୋଟିଏ ଭୁଲ ପାଇଁ ପଡ଼ିଲେ ଧରା

ଚଣ୍ଡିଗଡ଼,୬।୩: ହରିୟାଣାର ଫତେହାବାଦରେ ସେନାରେ ଭର୍ତ୍ତି ହେବା ପାଇଁ କରୋନାର ନକଲି ରିପୋର୍ଟ ତିଆରି କରାଯାଉଥିବା ମାମଲା ସାମ୍ନାକୁ ଆସିଛି। ଫତେହାବାଦର ରାତିୟା ସହରର ଏକ...

ଜୟା ବଚ୍ଚନଙ୍କୁ ପ୍ରଶଂସାରେ ପୋତି ପକାଇଲା ଶିବସେନା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ବଲିଉଡକୁ ଅନେକ ସମାଲୋଚନା କରାଯାଉଛି। ଡଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ...

ଭାରତୀୟ ଯବାନଙ୍କ ‘ପ୍ଲାନ୍‌-୧୯୦’ ଚାଇନା ସୈନ୍ୟଙ୍କୁ ପରାସ୍ତ କରିବାକୁ ସକ୍ଷମ ହେବ…

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ସେନା ଚାଇନାର ସୈନ୍ୟଙ୍କ ମୁକାବିଲା ପାଇଁ ଏନେ ନୂଆ ଯୋଜନା ଉପରେ କାର୍ଯ୍ୟ ଜାରି ରଖିଛି। ଶୀତ ଆସିବା ପୂର୍ବରୁ ଏବେ ଭାରତ...

ଭାରତ ଛୁଇଁଲା ଓମିକ୍ରନ୍‌: କର୍ନାଟକରେ ୨ ଚିହ୍ନଟ

ନୂଆଦିଲ୍ଲୀ,୨।୧୨: କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଏବେ ଭାରତକୁ ଆସିଛି। କର୍ନାଟକରେ ୨ ଜଣ ଓମିକ୍ରନ ଭାରିଆଣ୍ଟର ଶିକାର ହୋଇଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

Advertisement
Archives

Model This Week