Posted inଜାତୀୟ

ଅନ୍ତିମ ସଂସ୍କାରର ୭ ଦିନ ପରେ ଘରକୁ ଫେରିଲେ ଯୁବକ

ଜୟପୁର, ୨୭।୫: ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରି ଏକ ପରିବାର ପକ୍ଷରୁ ଗଳିତ ମୃତ ଦେହର ଅନ୍ତିମ ସଂସ୍କାର କରାଯାଇଥିଲା। ଏହାର ୭ ଦିନ ପରେ ଯୁବକ ଜଣକ ଘରକୁ ଫେରି ଆସିଛନ୍ତି। ଏଭଳି ଘଟଣା ରାଜସ୍ଥାନର ରାଜସାମନ୍ଦ ଜିଲାରେ ଘଟିଛି।

ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆରକେ ହସ୍ପିଟାଲରେ ଲିଭର ସମସ୍ୟା ଯୋଗୁ ଭର୍ତ୍ତି ହୋଇଥିଲେ ଓମକାର ଲାଲ ଗାଡୁଲିଆ। ସେ ଗତ ୧୧ ତାରିଖରେ କାହାକୁ କିଛି ନ ଜଣାଇ ହଠାତ୍‌ ହସ୍ପିଟାଲରୁ ପଳାଇଥିଲେ। ସେହି ଦିନ ଚିକିତ୍ସାଧୀନ ଅବସ୍ଥାରେ ଗୋବର୍ଦ୍ଧନ ପ୍ରଜାପତ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

ମୃତ୍ୟୁର ୩ ଦିନ ପରେ ମଧ୍ୟ ମୃତଦେହ ଉପରେ କେହି ଅଧିକାର ସାବ୍ୟସ୍ତ କରି ନ ଥିଲେ। ଏଣୁ ମୃତକଙ୍କ ପରିଚୟ ପାଇଁ ମୃତଦେହର ଫଟୋ ଶେୟାର କରାଯାଇଥିଲା। ମେ’ ୧୫ରେ ମୃତଦେହ ଚିହ୍ନଟ କରିବା ପାଇଁ ଆସିଥିଲେ ୧୨ ଜଣ ଲୋକ। ମୃତଦେହର ଡାହାଣ ହାତରେ ଥିବା ଚିହ୍ନ ଦେଖି ମୃତଦେହ ଓମକାରଙ୍କ ପରିବାରବର୍ଗ ଦାବି କରିଥିଲେ। ତାଙ୍କ ପରିବାର ପକ୍ଷରୁ ଶବ ବ୍ୟବଚ୍ଛେଦ ବିନା ମୃତଦେହ ହସ୍ତାନ୍ତର କରିବାକୁ ଲିଖିତ ଆକାରରେ ନିବେଦନ କରାଯାଇଥିଲା। ୧୫ ତାରିଖରେ ଶବ ସଂସ୍କାର କରାଯାଇଥିଲା ବୋଲି କାନକ୍ରୋଲି ଥାନା ଅଧିକାରୀ ଯୋଗେନ୍ଦ୍ର ଭ୍ୟାସ କହିଛନ୍ତି।

କିନ୍ତୁ ୨୩ ତାରିଖରେ ଗାଡୁଲିଆ ଘରକୁ ଫେରିଆସିଥିଲେ। ଏହା ଜଣାପଡ଼ିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଶବ ସଂସ୍କାର କରାଯାଇଥିବା ମୃତଦେହର ପ୍ରକୃତ ନାମ ଥିଲା ଗୋବର୍ଦ୍ଧନ ପ୍ରଜାପତ। ଏହି ଘଟଣାରେ ପୋଲିସର କୌଣସି ଭୁଲ ନାହିଁ। ଉକ୍ତ ମୃତଦେହକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅଜ୍ଞାତ ଘୋଷଣା କରିଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି।

ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ଦୋଷ ସ୍ବୀକାର କରିବା ସହ ନର୍ସିଂ ଷ୍ଟାଫ ଓ ମର୍ଚରି ଷ୍ଟାଫଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏହି ଘଟଣା ଘଟିଛି। ଦୋଷୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଆରକେ ହସ୍ପିଟାଲର ମୁଖ୍ୟ ମେଡିକାଲ ଅଫିସର ଲଲିତ ପୁରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୫ରେ ପାକିସ୍ତାନରେ ହେବ ବଡ଼ ପ୍ରତିବାଦ ରାଲି, କାହିଁକି ଜାଣନ୍ତୁ…

ଲାହୋର,୧୬।୭: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦଳ ଅଗଷ୍ଟ ୫ତାରିଖରେ ସାରା ଦେଶରେ ପ୍ରତିବାଦ କରିବାକୁ ଡାକରା ଦେଇଛି। ସେହି ଦିନ ସେମାନଙ୍କ…

ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ହେବ…

ମୁମ୍ବାଇ,୧୬।୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ଓପନର ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରର ଅନ୍ତ ଘଟିବାକୁ ଯାଉଛି। ଲର୍ଡସ ଠାରେ ଜୁଲାଇ…

ପ୍ରକାଶ ପାଇଲା NEET UG ୨୦୨୬ ପରୀକ୍ଷାଫଳ: ୧୧.୨୧ ଲକ୍ଷ ଛାତ୍ରୀଛାତ୍ର କୃତକାର୍ଯ୍ୟ, ସଫଳତା ହାରରେ ଆଗରେ ମହିଳା

ନୂଆଦିଲ୍ଲୀ,୧୬।୭: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET UG) ୨୦୨୬ ର ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ୍…

ରଥଯାତ୍ରା: ମୀନାବଜାର ଦୋଳିରେ କରେଣ୍ଟ ଲାଗି ଚାଲିଗଲା ନାବାଳକଙ୍କ ଜୀବନ

ପାରଳାଖେମୁଣ୍ଡି,୧୬ା୭(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପଡିଥିବା ମୀନା ବଜାର ପରିସରରେ ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳକ(୧୫)ଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ଫ୍ରେଣ୍ଡ୍ସ କଲୋନୀ…

ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଅଣନିଶ୍ବାସୀ ହୋଇ ଭକ୍ତଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ରଥଯାତ୍ରାରେ ଦଳା ଚକଟା ହୋଇ ନ…

ରଥଯାତ୍ରାରେ ସୁରକ୍ଷା ଢ଼ିଲା: ଲୁଟିନେଲେ ମହିଳାଙ୍କ ସୁନାଚେନ୍‌; ଟ୍ରାଫିକ ଜାମ୍‌, ଲୋକେ ହଟହଟା

ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଏଥର ପ୍ରଥମଥର ପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଛକରେ ଭଟଲି ଛକ ଏବଂ ଖଜୁରଟିକ୍ରାରୁ ବାହାରିଥିବା ମହାପ୍ରଭୁଙ୍କ ରଥ ଏକାଠି…

‘ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲେ ମିଳିବ ନାହିଁ ଭରଣପୋଷଣ’: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିଳାସପୁର,୧୬।୭: ଯଦି ଜଣେ ବିବାହିତ ମହିଳା ବିବାହ ପରେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି…

ତିନି ରଥରେ ଦର୍ଶନ ଦେଲେ ଶ୍ରୀଜୀଉ

କର୍ଲାମୁଣ୍ଡା,୧୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବସ୍ତିଠାରେ ଭକ୍ତଙ୍କ ସମାଗମରେ ମହାପ୍ରଭୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri