Posted inଜାତୀୟ

ବରବରା ରାଓଙ୍କୁ ଜାମିନ…

ନୂଆଦିଲ୍ଲୀ, ୧୦।୮ : ମହାରାଷ୍ଟ୍ରରେ ୨୦୧୮ ଭୀମା କୋରେଗାଓଁ ହିଂସା ମାମଲାରେ ଅଭିଯୁକ୍ତ କବି ୮୪ ବର୍ଷ ବୟସ୍କ ପି. ବରବରା ରାଓଙ୍କୁ ସ୍ବାସ୍ଥ୍ୟ ଆଧାରରେ ସୁପ୍ରିମକୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା।

ମଧ୍ୟବର୍ତ୍ତୀ ଜାମିନକୁ ନିୟମିତ ଜାମିନରେ ପରିଣତ କରିବା ସହିତ ସୁପ୍ରିମକୋର୍ଟଙ୍କ ବିଚାରପତି ୟୁୟୁ ଲଳିତ ଏବଂ ଅନିରୁଦ୍ଧ ବୋଷ ଏବଂ ସୁନ୍ଧାଶୁଂ ଧୁଳିଆଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ସର୍ତ୍ତ ରଖିଛନ୍ତି ଯେ ଟ୍ରାଏଲ କୋର୍ଟଙ୍କ ଅନୁମୋଦନ ବିନା ରାଓ ସହର ଛାଡି ପାରିବେ ନାହିଁ। ରାଓ ସାକ୍ଷୀମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିବେ ନାହିଁ। ଏହାପୂର୍ବରୁ ବମ୍ବେ ହାଇକୋର୍ଟ ରାଓଙ୍କ ନିୟମିତ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।

ବରବରା ରାଓଙ୍କୁ ୨୮ ଅଗଷ୍ଟ ୨୦୧୮ ରେ ହାଇଦ୍ରାବାଦସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା। ଭୀମ କୋରେଗାଓଁ ମାମଲାରେ ପୁଣେ ପୋଲିସ ଦ୍ୱାରା ୮ ଜାନୁଆରୀ ୨୦୧୮ରେ ବିଶ୍ରାମବାଗ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଥିଲା। ଆଇପିସି ଏବଂ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (ୟୁଏପିଏ) ର ବିଭିନ୍ନ ଧାରା ଅନ୍ତର୍ଗତ ଏହି ମାମଲା ଦାୟର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ପରାଜୟକୁ ନେଇ ମହାମେଣ୍ଟରେ ମହାଭାରତ

ପାଟନା,୧୬ ।୧୧: ବିହାରରେ ଗୋଟିଏ ପଟେ ଏନ୍‌ଡିଏ ସରକାର ଗଠନ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ପରାଜୟକୁ ନେଇ ମହାମେଣ୍ଟ ମଧ୍ୟରେ ମହାଭାରତ ଦେଖିବାକୁ ମିଳିଛି...

କ୍ଷୀର କିଣିବାକୁ ଟଙ୍କା ନ ଥିଲା: ୮ମାସ ଶିଶୁର ତଣ୍ଟି ଚିପି ମାରିଦେଲେ ମା’

କନୌଜ, ୧୨।୭: ଉତ୍ତର ପ୍ରଦେଶର କନୌଜରେ ଏକ ଅଭାବନୀୟ ଘଟଣା ଘଟିଛି। ଭୋକିଲା ଶିଶକୁ କ୍ଷୀର କିଣି ଆଣି ଦେଇ ନ ପାରିବାରୁ ଶେଷରେ ନିଜ...

ଦ୍ୱାଦଶ ପରୀକ୍ଷା ବିକଳ୍ପ ବିଚାର କରୁଛି ସିବିଏସ୍‌ଇ

ନୂଆଦିଲ୍ଲୀ, ୩୧।୫: ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିକଳ୍ପକୁ ନେଇ ବିଚାର କରୁଛନ୍ତି।...

କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଧନ୍ୟବାଦ ଜଣାଇଲେ ଶାହ

ନୂଆଦିଲ୍ଲୀ,୨୨ ।୧୦: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ବହୁ ରାଜନେତା ଶାହାଙ୍କୁ ଜନ୍ମଦିନର...

ଝୁଲାପୋଲ ଘଟଣାକୁ ନେଇ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ଅହମଦାବାଦ,୩୧।୧୦: ଗୁଜରାଟର ମୋର୍‌ବି ସ୍ଥିତ ମାଛୁ ନଦୀରେ ରବିବାର ଏକ ୧୦୦ ବର୍ଷ ପୁରୁଣା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ୧୩୪ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ...

ଆର୍‌ଜେଡିକୁ ଶକ୍ତ ଝଟକା

ପାଟନା, ୨୪ା୬ : ବିହାରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାବେଳେ ଦଳବଦଳ ଆରମ୍ଭ ହୋଇଗଲାଣି। ଏହିକ୍ରମରେ ମଙ୍ଗଳବାର ଲାଲୁପ୍ରସାଦ ଯାଦବଙ୍କ...

ଭାଜପାର ନୂଆ ରଣନୀତି: ଫଡ଼ନବିସ ମୁଖ୍ୟମନ୍ତ୍ରୀ; ଅଜିତ୍‌ ପାଓ୍ବାର ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଶେଷରେ ଅନ୍ତ ଘଟିଛି। ଶନିବାର ପୂର୍ବାହ୍ନ ୮ଟା ୧୫ରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନବିସ...

୭୦ ମାର୍କର ପରୀକ୍ଷାରେ ୮୯ ରଖିଲେ

ବାଙ୍ଗାଲୋର,୨୫।୧: ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ସମ୍ପୂର୍ଣ୍ଣ ମାର୍କ ମିଳିବା କିଛି ନୂଆ କଥା ନୁହେଁ। କିନ୍ତୁ ଫୁଲ ମାର୍କଠାରୁ ଛାତ୍ରୀଛାତ୍ରମାନେ ଅଧିକ ମାର୍କ ରଖିବା ଘଟଣା ସାମ୍ନାକୁ...

Advertisement
Archives

Model This Week