ପୁଣି ଚାଷକ୍ଷେତକୁ ଫେରିବା

ସାଧାରଣତଃ ଆମେ ଯେବେ କୃଷିର କଥା କହୁ, ସେବେ ଗୋଟେ ରାଷ୍ଟ୍ର ବା ରାଜ୍ୟର ଅର୍ଥନୀତି କଥା ଆଗକୁ ଆସେ। ଆମେ ସବୁବେଳେ ଗୋଟେ କଥା ପଢ଼ିଆସିଛେ ଯେ, କୃଷି ହେଉଛି ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ। ଆମକୁ ବୁଝିବାକୁ ହେବ ଯେ ଯେବେଠୁ ଆମେ ଏ କଥା ପଢ଼ିଛେ କେବଳ ପାଠରେ ହିଁ ଏହାକୁ ନରଖି ଏହାର ଉପଯୁକ୍ତ କାର୍ଯ୍ୟାନ୍ବୟନ ଦିଗରେ ଅଧିକ ଚିନ୍ତା କରିବାର ସମୟ ଆସିଛି। କେବଳ ପୁସ୍ତକରେ ପଢ଼ି ସଭାସମିତିରେ ଉଚ୍ଚସ୍ବରରେ ଭାଷଣ ଦେଲେ କାମ ସରିଯାଏନି। ଏହାକୁ କିପରି ଠିକ୍‌ଭାବରେ ଚାଷଜମିରେ ପ୍ରୟୋଗ କରିହେବ, ସେ ଦିଗରେ ସମସ୍ତଙ୍କ ସହଭାଗିତା ଆବଶ୍ୟକ। କାରଣ ଆପଣମାନେ ଜଳବାୟୁ ପରିବର୍ତ୍ତନର ସମସ୍ୟାକୁ ଅନୁଭବ କରୁଥିବେ। ଓଡ଼ିଶା ପରିପ୍ରେକ୍ଷୀରେ ମଧ୍ୟ ଏହାକୁ ଆମେ ଲକ୍ଷ୍ୟ କରୁଛେ। ୨୦୫୦ରେ ବିଶ୍ୱର ୯୦୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ଉପତ୍ାଦନ ହାର ୬୦-୭୦ ପ୍ରତିଶତ ବଢ଼ାଇବାକୁ ପଡ଼ିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଉଲ୍ଲେଖ ଯେ, ବର୍ଦ୍ଧିତ ଜନସଂଖ୍ୟା ପାଇଁ ଆମକୁ କୃଷିର ପରିଭାଷାକୁ ପରିବର୍ତ୍ତନ କରିବାକୁ ହେବ । ଆମେ ସବୁବେଳେ କୃଷିକୁ ଶେଷ ବିକଳ୍ପ ଭାବେ ଗ୍ରହଣ କରୁଛେ। ପିଲାଦିନେ ପାଠପଢ଼ାରେ ବ୍ୟତିକ୍ରମ ହେଲେ ମା’ବାପାଙ୍କର ଗୋଟେ କଥା -ଆରେ ପାଠ ନ ପଢ଼ିଲେ ଚାଷ କରିବୁ ନ ହେଲେ ଗାଈ ଚରେଇବୁ। ଏସବୁ ମାନସିକତା ଆମ ଭିତରେ ଏକ ନିରାଶ ଭାବନା ତିଆରି କରିଛି କୃଷିକୁ ନେଇ। ଏହାର ପରିବର୍ତ୍ତନ ଜରୁରୀ। କେବଳ ସାଧାରଣ ଜନତା ନୁହେଁ ଅନେକ ଉଦ୍ୟୋଗୀ ଚାକିରି ପରେ ଗାଁକୁ ଫେରି ଅନେକ କୃଷି ଉଦ୍ୟୋଗ ପ୍ରତିଷ୍ଠାକରିବା ଉଦାହରଣ ଆମେ ଓଡ଼ିଶାରେ ଦେଖୁଛୁ। ତେବେ କୃଷି କ’ଣ ଆମର ପ୍ରଥମ ବିକଳ୍ପ ହୋଇପାରିବନି? ଯଦି କୃଷିକୁ ପ୍ରଥମ ବିକଳ୍ପ ଭାବରେ ରଖିବା ତେବେ ନିଶ୍ଚୟ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଆସିବ, ଏଥିରେ ସନ୍ଦେହ ନାହିଁ। ବ୍ୟାକ୍‌ ଟୁ ବେସିକ୍ସର ବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ସବୁବେଳେ ଦୋହରାଇଛନ୍ତି। ଏହାର ଅର୍ଥ ଆମେ ପୁଣି ମୂଳକୁ ଫେରିବା। ତେବେ କୃଷିକୁ ପ୍ରଥମ କି ଶେଷ ବିକଳ୍ପ କରିବା, ତାହାର ଦାୟିତ୍ୱ ଆପଣମାନଙ୍କର । ଏ ନିଷ୍ପତ୍ତି ଆମ ପରବର୍ତ୍ତୀ ପିଢ଼ି ପାଇଁ ଏକ ଉଦାହରଣ ସୃଷ୍ଟି କରିବ। ଯଦି ଏବେଠାରୁ ଏହାକୁ ଶେଷ ବିକଳ୍ପ ନେଇ ଚାଲିବା ଆଉ ୫୦ ବର୍ଷ ପରେ ଆମ ବଂଶଜମାନେ ଏହି ଶବ୍ଦକୁ ନିଶ୍ଚିହ୍ନ କରିବାକୁ ବି ସମୟ ଲାଗିବନି। ତେଣୁ ଆମକୁ ଏବେଠୁ ସଜାଗ ହେବାକୁ ପଡ଼ିବ।
ଆଲୋଚନାରେ ପ୍ରଥମେ ଆମେ ଚାଷଜମିର କଥା ଦେଖିବା। ଆପଣମାନେ ସମସ୍ତେ ଜାଣିଥିବେ ମାଟି ପାଇଁ ହିଁ ଚାଷ। ଯେମିତି ମାଟି ସେମିତି ଚାଷ। ଏହି ମାଟିର କ୍ଷୟ ହିଁ ଚାଷକୁ ସଙ୍କଟରେ ପକାଇଛି। ଏହାକୁ ଠିକ୍‌ ଭାବରେ ଅନୁଧ୍ୟାନ କରିବାର ସମୟ ଆସିଛି। ଏକ ସର୍ବେକ୍ଷଣରୁ ଜଣାଯାଇଛି, ୧୯୯୦ ରୁ ୨୦୧୪ ମଧ୍ୟରେ ପାଖାପାଖି ୫୦୦୦ଏକର ଜମି ମାଟି ଲବଣୀକରଣ ଯୋଗୁ ନଷ୍ଟ ହୋଇଛି। ଚାଷୀଭାଇମାନେ ଜମିରେ ରାସାୟନିକ ସାର ପ୍ରୟୋଗକରି ଅଧିକ ଫସଲ କରିପାରୁଥିଲେ ମଧ୍ୟ ମାଟିର ଉର୍ବରତା ପ୍ରତି ସାଧାରଣତଃ ଦୃଷ୍ଟି ଦିଅନ୍ତି ନାହିଁ। କାରଣ ରାସାୟନିକ ସାର ଫସଲକୁ ତା’ର ଆବଶ୍ୟକତା ଅନୁସାରେ ସମସ୍ତ ପୋଷକତତ୍ତ୍ୱ ପ୍ରଦାନ କରିପାରିଲେ ମଧ୍ୟ ଏହି ଉର୍ବରତା କ୍ଷଣସ୍ଥାୟୀ ହୋଇଥାଏ। ୧୯୭୩, ୧୯୮୫, ଏବଂ ୨୦୦୬ରେ ଯଥାକ୍ରମେ ୩୧, ୩୮ଏବଂ ୫୬ ଟନ୍‌ ହେକ୍ଟର ପ୍ରତି ମୃତ୍ତିକା କ୍ଷୟ ବୃଦ୍ଧି ପାଇଲା। ମାଟିର ଉର୍ବରତା ଉପରେ ଫସଲର ମାନ ନିର୍ଭର କରେ। କାରଣ ମାଟି ଯେତେ ଉର୍ବର ହୁଏ ଫସଲର ଗୁଣବତ୍ତା ଠିକ୍‌ ପରିମାଣରେ ବଜାୟ ରହେ। ଉର୍ବର ମାଟି ନ ହେଲେ ଆଶାନୁରୂପ ଖାଦ୍ୟ ଉପତ୍ାଦନ କରିପାରିବା ନାହିଁ। ଆମେ ଯଦି ଚାଷକୁ ପ୍ରଥମ ବିକଳ୍ପ ଭାବେ ଗ୍ରହଣ କରିବାକୁ ଚାହୁଁଛୁ ତାହେଲେ ମାଟିର କଥାକୁ ପ୍ରଥମରେ ଚନ୍ତାକରି ଏହାର ଗଠନ ଓ ସୁରକ୍ଷା ଦିଗରେ ଯଥୋଚିତ ପଦକ୍ଷେପ ନେବା ଆବଶ୍ୟକ।
ଦ୍ୱିତୀୟରେ ଆମେ ଆମର ମାନସିକତାକୁ ପରିବର୍ତ୍ତନ କରି ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ସମୟ ଆସିଛି। ପ୍ରକୃତିକୁ ନେଇ ଚାଷକରିବା କଥା ହେଉ କି ପରିବେଶୀୟ ଗ୍ରାମ ଗଠନ, ଜୈବିକ ଚାଷ ହେଉ କି ଜୈବହାଟ, ଚାଷ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ହେଉ କି ନୂଆ ଜ୍ଞାନକାୈଶଳ ଏସବୁକୁ ଚାଷୀ କିପରି ଠିକ୍‌ ଭାବରେ ପାଇପାରିବ ସେ ଦିଗରେ ଚିନ୍ତାକରିବା ଆବଶ୍ୟକତା ଅଛି। କାରଣ ଚାଷୀ ଆଖିରେ ନ ଦେଖିଲେ ବିଶ୍ୱାସ କରେନାହିଁ। ତେଣୁ ଚାଷୀକୁ ଚାଷ କୌଶଳକୁ ଶିଖାଇବାକୁ ପଡ଼ିବ। ଆମେ ଯାହା ପାଠରେ ପଢ଼ିଲେ ତାହାକୁ ଚାଷଜମିରେ ଉପଯୋଗ କରିବା ହିଁ ବତ୍ତର୍ମାନ ସମୟର ଆହ୍ବାନ।
ତୃତୀୟରେ ଚାଷ ଆମ ପାଇଁ ପ୍ରଥମ ବିକଳ୍ପ ହେବ ଯେତେବେଳେ ସମସ୍ତଙ୍କ ମିଳିତ ସହଭାଗିତା ରହିବ। ପ୍ରତି ପଞ୍ଚାୟତରେ ସଫଳ ଚାଷୀମାନଙ୍କୁ ନେଇ କୃଷି ମେଳାରେ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ଲୋକଲୋଚନକୁ ଆଣିବା ସହ ଆଜିକାଲି ଅନେକ ଯୁବ ଉଦ୍ୟୋଗୀଙ୍କ କୃଷି ଉଦ୍ୟୋଗକୁ କିପରି ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ, ସେ ଦିଗରେ ବିଚାର କରିବାର ଅଛି। ପ୍ରତି ପଞ୍ଚାୟତରେ ଲୋକଙ୍କୁ ସେ ଅଞ୍ଚଳର ସଫଳ ଚାଷୀଙ୍କ ଚାଷଜମିର ନୂଆକାୈଶଳକୁ ଶିକ୍ଷା ଦେବାର ଅଛି। ବ୍ଲକସ୍ତରରେ କୃଷି ସମ୍ପ୍ରସାରଣର ଏ ଦିଗରେ ପ୍ରମୁଖ ଭୂମିକା ରହିଛି। ପଞ୍ଚାୟତସ୍ତରରେ ଚାଷୀମାନଙ୍କୁ ସଚେତନ କରାଇବାର ଅଛି।
ଚତୁର୍ଥରେ ଆମେ କୃଷି ଉଦ୍ୟୋଗକୁ ଅଧିକ ପ୍ରାଧାନ୍ୟ ଦେବାର ସମୟ ଅଛି। ସରକାରଙ୍କ ତରଫରୁ ଷ୍ଟାର୍ଟଅପ ଦିଗରେ ଅନେକ କାର୍ଯ୍ୟକ୍ରମ କରାଯାଉଛି। ଯୁବ ଉଦ୍ୟୋଗୀମାନେ ଏହାର ଲାଭ ନେବା ଉଚିତ। ଆମେ ଗାଁକୁ ଫେରିବା, ଚାଷଜମିକୁ ଫେରିବା- ଏ ସ୍ଲୋଗାନ ଏବେ ଶୁଣିବାକୁ ମିଳୁଛି । ଏହାର ସଫଳ କାର୍ଯ୍ୟକାରିତା ଉପରେ ବି ସେତିକି ତଦାରଖ ହେବା ଆବଶ୍ୟକ। ଉପଯୁକ୍ତ ଫସଲ ପ୍ଲାନିଂ ମାଧ୍ୟମରେ ଉଦ୍ୟୋଗଟିଏ ପ୍ରତିଷ୍ଠାକରି ନିଜକୁ ସ୍ବାବଲମ୍ବୀ କରିହେବ। ଏ ଦିଗରେ କୃଷି ବିଶେଷଜ୍ଞମାନଙ୍କର ମତାମତ ନେଇ କରିପାରିଲେ ଭଲ। କଥାରେ ଅଛି ‘କାଲି କାମ ଆଜି କର, ଆଜି କାମ ଏବେ କର’ ସମୟକୁ ସାଥୀକଲେ ହାରିବନି କେବେ। ଏ ଦିଗରେ ଏବେଠାରୁ ସଂକଳ୍ପ ନେବା ଦରକାର।
ପଞ୍ଚମରେ ଗାଁ ଗାଁରେ ଏଥିପାଇଁ ସଚେତନତା ଶିବିର ଆୟୋଜନ କରିବା। ଫଳରେ ରୋଜଗାର ନଥିବା ଯୁବକମାନେ କିପରି ଚାଷ କରି ରୋଜଗାରକ୍ଷମ ହୋଇପାରିବେ, ସେ ଦିଗରେ ବୁଝାଇହେବ। ଚାଷ କଲେ ବି ଜଣେ କିପରି ଉଦ୍ୟୋଗୀ ହୋଇପାରିବ ତାହାକୁ ଅନୁଧ୍ୟାନ କରିବାର ସମୟ ଉପନୀତ। ଆମକୁ ପୁଣି କୃଷି କ୍ଷେତକୁ ଫେରିବାର ଯେଉଁ ସଂକଳ୍ପ ସେସବୁକୁ ଏକ ମିଶନ୍‌ ଆଗକୁ ନେବାର ଅଛି। ଆମେ ଆଜି ଯେଉଁ ସ୍ବପ୍ନ ଦେଖୁଛେ ଚାଷକୁ ନେଇ ତାହା କିପରି ଦୀର୍ଘମିଆଦୀ ହେବ ସେ ଦିଗରେ କାମ କରିବାକୁ ହେବ।
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର, ମୋ: ୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସିଗଲେ ଯୁବକ, ତାପରେ….

ପାଟଣା,୭।୭(ବୀର କିଶୋର ଦାଶ): ମାଛ ମାରିବାକୁ ଯାଇ ବୈତରଣୀ ନଦୀ ମୁହାଣରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି ଟାଙ୍ଗରପଡ଼ା ପଂଚାୟତ…

ଚାକିରି ଛାଡ଼ି ଏବେ ଏହି କାମ କରିବେ ଡିସିପି ଜଗମୋହନ ମୀନା! ଜାଣନ୍ତୁ କେମିତି ଗ୍ରହଣ ହୁଏ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫା:

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ…

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri