ଯାତ୍ରା ସମ୍ପର୍କରେ

ଶ୍ରଦ୍ଧାଙ୍କର ପୁଅ ଦାସିଆ ଓ ତା’ର ସାଙ୍ଗ ସାଲବେଗ ଦିନେ ଶ୍ରଦ୍ଧାଙ୍କୁ ପଚାରିଲେ ଏତେ ପ୍ରକାରର ଯାତ୍ରା କ’ଣ? ହିନ୍ଦୁ ଧର୍ମରେ ବାର ମାସରେ ତେର ଯାତ୍ରା ହେଉଛି। ଯଥା ରଥଯାତ୍ରା, ପାଦୁକାଯାତ୍ରା, ଚଭାଡ଼ି ଯାତ୍ରା, ଧନୁଯାତ୍ରା, ରୁକୁଣା ରଥ ଯାତ୍ରା, ଚନ୍ଦନ ଯାତ୍ରା ଇତ୍ୟାଦି । ଏହା ଆମକୁ କ’ଣ ସୂଚନା ଦିଏ। ଶ୍ରଦ୍ଧା ଦାସିଆର ମୁଣ୍ଡକୁ ଆଉଁଷି ଦେଇ କହିଲେ – ‘ଜୀବନ ଏକ ଯାତ୍ରା। କେତେକ ବର୍ଷ, ମାସ ଓ ଋତୁର। ମନୁଷ୍ୟ ଜାଗତିକ ଜୀବନଯାପନ, ବସ୍ତୁଗତ ପଦାର୍ଥ ହାସଲର ଯାତ୍ରାରେ ତା’ର ବିଶ୍ରାମ ସ୍ଥଳର ରାସ୍ତାକୁ ଭୁଲିଯାଇଥାଏ। ରଥଯାତ୍ରାଗୁଡ଼ିକ ତାହାକୁ ମନେପକାଇ ଦେଇଥାନ୍ତି।’
ଦାସିଆ କହିଲା, ଆମ ଘର ପାଖ ରାଧାମାଉସୀ କହୁଥିଲେ, ଅଗ୍ନି ସଂଯୋଗ ବିନା ବତି ଯେପରି ଜଳିପାରି ନଥାଏ, ଜୀବନ ଯାତ୍ରାରେ ଆଧ୍ୟାତ୍ମିକତାର ସଂଯୋଗ ବିନା ଜୀବନଯାତ୍ରା ସଫଳ ହୋଇପାରି ନ ଥାଏ। ଦାସିଆର ସାଙ୍ଗ ସାଲବେଗ କହିଲା, ଆମର ବିଜ୍ଞାନ ଶିକ୍ଷକ କହୁଥିଲେ ସୂର୍ଯ୍ୟଙ୍କର ଚତୁଃପାର୍ଶ୍ୱରେ ପୃଥିବୀ ଘୂରି ବୁଲିବା ବିନା ତା’ର ଯାତ୍ରା ସଫଳ ନ ହେଲେ ଦିନରାତି ହୋଇପାରି ନ ଥାଏ। ସେହିପରି ନିଜଠାରୁ ମହତ୍ତର ସତ୍ତା ଆଡ଼କୁ ଗତି କରିବାକୁ ଯାତ୍ରା କୁହାଯାଏ। ଶ୍ରଦ୍ଧା କହିଲେ, ମଣିଷ ଅନେକ ଯାତ୍ରା କରିଛି। ଅନେକ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଛି। ମାଇଲ ମାଇଲ ଯାତ୍ରା ଗତି କରି ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ଛି। କିନ୍ତୁ ଗନ୍ତବ୍ୟସ୍ଥଳୀ କୁହେ ତୋର ଆହୁରି ଅନେକ ଯାତ୍ରା ବାକି ଅଛି। ଗନ୍ତବ୍ୟସ୍ଥଳୀରେ ଆମେ ପୁରସ୍କାର ଖୋଜୁ। ଗୀର୍ଜାର ଘଣ୍ଟି, ମସ୍‌ଜିଦର ନମାଜର ସ୍ବର, ମନ୍ଦିରର ଘଣ୍ଟ, ମାର୍ଦ୍ଦଳ, ଶଙ୍ଖଧ୍ୱନି ସୂଚାଇ ଦିଏ ଯେ, ରେ ମାନବ କାମନା ବାସନାଶୂନ୍ୟ ଜୀବନରେ ହିଁ ଦୈବତ୍ୱ ନିହିତ। ହେଲେ ତୁ ଆଗେଇ ଚାଲ। ଜୀବନର ବିଶ୍ରାମସ୍ଥଳୀ ନିକଟକୁ। ହେଲେ ମନୁଷ୍ୟ ଯେତେବେଳେ ପଚାରେ ଆମେ ଏ ଯାତ୍ରାକୁ ଆସିଥିଲୁ କାହିଁକି? ଏହି ସମୟରେ ଯାତ୍ରାର ଭାସ୍ୟକାରର ସ୍ବର ଶୁଭେ ‘ରଥେତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ଲଭତେ।’ ସାଲବେଗ କହିଲା, ଏ ଉକ୍ତି କ’ଣ ମଣିଷର ମନ ଭରେ। ସେ ସମୁଦ୍ରକୂଳକୁ ଯାତ୍ରା କରେ। ଦାସିଆ ଶ୍ରଦ୍ଧାଙ୍କୁ ପଚାରିଲା, ତୁ ରଥଯାତ୍ରା ପରେ ସମୁଦ୍ର କୂଳକୁ କାହିଁକି ବୁଲାଇ ନେଉ? ମୁଁ ସମୁଦ୍ରର ନୀଳ ତରଙ୍ଗକୁ ଦେଖି ବିମୋହିତ ହୁଏ। ତରଙ୍ଗ ମତେ କୁହେ ମୁଁ କେତେବେଳଠାରୁ ଉପତ୍ନ୍ନ ହୋଇ କେତେ ପଥ ଗତି କରିଆସିଲିଣି। ନିଜକୁ ଭୁଲି ଯାଇଛି। ଏପରି କାହିଁକି ମୋ ଭିତରେ ଭାବନା ଆସେ? ଶ୍ରଦ୍ଧାଙ୍କର ମଧୁସୂଦନ ରାଓଙ୍କର ଉକ୍ତି ମନେପଡ଼େ, ସେ ଦାସିଆ ଓ ସାଲବେଗଙ୍କର ମୁଣ୍ଡକୁ ଆଉଁଷି କହନ୍ତି ‘ରେ ଆତ୍ମନ ନୀଦ୍ରା ପରିହରି ଫେଡ଼ି ଚିନ୍ତାର ଲୋଚନ, କର କର ନିରୀକ୍ଷଣ ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁସିନ୍ଧୁ କରାଳ ଲହରି।’
ରଥଯାତ୍ରା ସାରି ସମୁଦ୍ର କୂଳରେ ଆତ୍ମ ଚିନ୍ତନ ସମୟରେ ମନୁଷ୍ୟ ହୃଦୟଙ୍ଗମ କରେ ଏଥରର ରଥଯାତ୍ରା ତା’ର ଜୀବନର ଶେଷ ଯାତ୍ରା ନୁହେଁ। ଅନେକ ଯାତ୍ରା ତା’ର ଜୀବନରେ ବାକି ଅଛି। ସେତେବେଳେ ତା’ର ମନେପଡ଼େ ଜାତସ୍ୟ ହିଁ ଧ୍ରୁବମୃତ୍ୟୁ। ମୃତ୍ୟୁକୁ ଜୟ କରିବାକୁ ରଥଯାତ୍ରାରେ ଯୋଗ ଦେଇଥିଲି। ସାଲବେଗ କହିଲା, ମୋର ମା’ ହାସିନା କହୁଥିଲେ, ହରି ହରି, ରାମ ରାମ, କୃଷ୍ଣ କୃଷ୍ଣ ତୁଣ୍ଡରେ ନ ଧରି ରଥରେ ନାଚି ନାଚି ବିଭୋର ନ ହୋଇ ଏ ଶରୀର ତ୍ୟାଗ ମୂଲ୍ୟହୀନ। ଏପରି ମନୁଷ୍ୟ କେବେ ବି ଅମୃତର ସନ୍ତାନ ହୋଇ ନ ପାରେ। ଶ୍ରଦ୍ଧା କହିଲେ, ମହାପ୍ରଭୁ କେଉଁ ଭକ୍ତର ଆବେଗ, କେଉଁ ଶବରୀର ପ୍ରତୀକ୍ଷା, କେଉଁ ଭକ୍ତର ଡାକ ଶୁଣି ଶ୍ରୀମନ୍ଦିର ପରିତ୍ୟାଗ କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ତାହା କହି ହେବନାହିଁ। ଦାସିଆ ଓ ସାଲବେଗ ଏକ ସ୍ବରରେ କହିଲେ, ପ୍ରଭୁ ଯେତେବେଳେ ସୁଯୋଗ ଦେଉଛନ୍ତି ତା’ର ସଦୁପଯୋଗ ଆମେ କରିବୁ। ତାଙ୍କର ପାଦୁକା ଯାତ୍ରାରେ ତାଙ୍କ ପୟରରେ ମଥାକୁ ରଖି ତୁଣ୍ଡରେ ହରିନାମ ଧରି ଜୀବନଯାତ୍ରାକୁ ସଫଳ କରିବୁ। ଶ୍ରଦ୍ଧା କହିଲେ, ଚାଲ ଆମେ ସମସ୍ତେ ମିଶି ପ୍ରାର୍ଥନା କରି ରଥଯାତ୍ରାରେ ଯୋଗଦେବା। ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ ପୁନଶ୍ଚ ଆମ ଜୀବନର ଯାତ୍ରା ନ ହେଉ ବୋଲି ପ୍ରାର୍ଥନା କରିବା। ଚିରନ୍ତନ ବିଶ୍ରାମସ୍ଥଳୀ ପାଇଁ ପ୍ରାର୍ଥନା କରିବା ଓ ଆନନ୍ଦରେ ନିଜକୁ ଭରିଦେବା।
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସିଡିଏ, କଟକ ମୋ : ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri