ପିତୃତ୍ୱ: ଏକ ଆହ୍ବାନ

ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’ ଅର୍ଥାତ୍‌ ଉପାଧ୍ୟାୟଠାରୁ ଆଚାର୍ଯ୍ୟ ଦଶଗୁଣ ଓ ଆଚାର୍ଯ୍ୟଠାରୁ ପିତା ଶହେ ଗୁଣ ବଡ଼। ପଦ୍ମପୁରାଣରେ ପୁଣି କୁହାଯାଇଛି ‘ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହିଁ ପରମଂ ତପଃ/ ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବଦେବତାଃ ’ ପିତାଙ୍କୁ ସନ୍ତୁଷ୍ଟକଲେ ସମସ୍ତ ଦେବତା ତୃପ୍ତ ହୁଅନ୍ତି। ଏଣୁ ଶ୍ରବଣ କୁମାର ମାତାପିତାଙ୍କୁ ଭାରରେ ବହନକରି ତୀର୍ଥ ଦର୍ଶନ କରାଇଲେ। ପିତାଙ୍କୁ ଖୁସି କରିବା ପାଇଁ ଦେବବ୍ରତ (ଭୀଷ୍ମ) ଆଜୀବନ ଅବିବାହିତ ରହିବା ପାଇଁ ପ୍ରତିଜ୍ଞା କଲେ ଓ ରାମଚନ୍ଦ୍ର ପିତୃସତ୍ୟ ପାଳନ କରିବା ପାଇଁ ୧୪ ବର୍ଷ ବନବାସ ଗଲେ। ଏହା ହେଉଛି ଭାରତୀୟ ସଂସ୍କୃତି।
ପିତୃତ୍ୱ ଯେମିତି ଏକ ଆନନ୍ଦ, ସେମିତି ଏକ ଦୁଃଖ। ପିଲାଟିଏ ଜନ୍ମ ନେଲେ ବାପା ଭାବେ ‘ମୋ ପୁଅ ମୋଠାରୁ ଅଧିକ ଗୁଣବାନ୍‌ ହେବ, ମୋର ସ୍ବପ୍ନକୁ ସାକାର କରିବ ଓ ବୃଦ୍ଧାବସ୍ଥାରେ ମୋର ସାହାରା ହେବ’। ମାତ୍ର ସବୁ ବାପାଙ୍କ କ୍ଷେତ୍ରରେ ଏହି ଇଚ୍ଛା ପୂରଣ ହୁଏ ନାହିଁ। ଅନେକ କ୍ଷେତ୍ରରେ ବାପାଙ୍କ ଏହି ସ୍ବପ୍ନ ଚୂର୍‌ମାର ହୋଇଯାଏ। ସନ୍ତାନସନ୍ତତି ତା’ଠାରୁ ଦୂରେଇଯାନ୍ତି। ସେ ପରିବାର ପାଇଁ ଅଦରକାରୀ ହୋଇଯାଏ, ଫକୀରମୋହନଙ୍କ ‘ଡାକମୁନ୍‌ସୀ’ ଗଳ୍ପରେ ପୁଅ ବାପାକୁ ଇଂରାଜୀ ଘୁଷି ମାରେ। ମନୋଜ ଦାସଙ୍କ ‘ଦାନ୍ତ’ ଗପରେ ପିତା ପୁଅବୋହୂର ବ୍ୟବହାରରେ ଅତିଷ୍ଠ ହୋଇ ଘରକୁ ଫେରିଆସେ। ଅବଶ୍ୟ ଏହିପରି ଘଟଣା ଯେ ଆଜି ଘଟୁଛି ତାହା ମଧ୍ୟ ଠିକ୍‌ ନୁହେଁ। ଯୁଗେ ଯୁଗେ ପୁତ୍ର ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଛି। ଅଜାତଶତ୍ରୁ ପିତା ବିମ୍ବିସାରଙ୍କୁ ଓ ଆଉରଙ୍ଗଜେବ ଶାହାଜାହାନଙ୍କୁ ବନ୍ଦୀକରି କାରାଗାରରେ ନିର୍ଯାତନା ଦେଇଛନ୍ତି। ପୁରାଣର ବର୍ଣ୍ଣନା ଅନୁସାରେ କଂସ ପିତା ଉଗ୍ରସେନକୁ ବନ୍ଦୀ କରିଛି। ଅପର ପକ୍ଷରେ ଶ୍ରବଣ କୁମାର ଓ ଧର୍ମପଦ ଭଳି ପିତୃଭକ୍ତ ସନ୍ତାନ ମଧ୍ୟ ଅଛନ୍ତି।
ସନ୍ତାନସନ୍ତତିଙ୍କ ପିତୃଦ୍ରୋହ ଆଚରଣ ସମ୍ପର୍କରେ ପ୍ରାଚୀନ ଇଂରେଜ ନାଟ୍ୟକାର ସେକ୍ସପିଅର ତାଙ୍କ କାଳଜୟୀ ନାଟକ ‘କିଙ୍ଗ୍‌-ଲିଅର’ ରେ ଏହା ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି। ରାଜା ଲିଅରଙ୍କ ଥିଲେ ୩ ଝିଅ-ଗନେରିଲ୍‌, ରେଗାନ୍‌ ଓ କଡେଲିଆ। ସେ ତାଙ୍କ ରାଜ୍ୟକୁ ଝିଅମାନଙ୍କ ପିତୃପ୍ରେମକୁ ଆଧାରକରି ୩ଜଣଙ୍କ ମଧ୍ୟରେ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଲେ ଓ ତାଙ୍କୁ କେଉଁ ଝିଅ କେତେ ଭଲ ପାଆନ୍ତି ଜାଣିବାକୁ ଚାହିଁଲେ। ଗନେରିଲ୍‌ କହିଲା, ”ମୁଁ ଆପଣଙ୍କୁ ଏତେ ଭଲ ପାଏ ଯେ ତାହା ଭାଷାରେ ପ୍ରକାଶ କରିପାରିବି ନାହିଁ। ମୁଁ ପୃଥିବୀର ସମସ୍ତ ଐଶ୍ୱର୍ଯ୍ୟ ଅପେକ୍ଷା ଆପଣଙ୍କୁ ବେଶି ଭଲ ପାଏ।“ ରେଗାନ୍‌ କହିଲା, ”ମୋ ଭଉଣୀ ଗନେରିଲ୍‌ର ପ୍ରେମଠାରୁ ମୋ ପ୍ରେମ କୌଣସି ଗୁଣରେ କମ୍‌ ନୁହେଁ। ମୁଁ ବି ତୁମକୁ ଭଲ ପାଇ ଜୀବନର ଶ୍ରେଷ୍ଠ ଆନନ୍ଦ ଅନୁଭବ କରେ।“ ମାତ୍ର କଡେଲିଆ କହିଲା, ”ବାପା, ଆପଣ ମୋତେ ଜନ୍ମ ଦେଇଛନ୍ତି, ପାଳନ କରିଛନ୍ତି ଓ ଭଲ ପାଉଛନ୍ତି। ସେହି ଦୃଷ୍ଟିରୁ ଆପଣଙ୍କ ପ୍ରତି ମୁଁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରି ମୋର କର୍ତ୍ତବ୍ୟ ସମ୍ପାଦନ କରିବି। ଯେତେବେଳେ ମୁଁ ବିବାହ କରିବି ମୋ ସ୍ବାମୀ ନ୍ୟାୟତଃ ମୋର ପ୍ରେମ ଓ କର୍ତ୍ତବ୍ୟର ଅର୍ଦ୍ଧେକ ଦାବି କରିବେ। ମୋ ଭଉଣୀମାନଙ୍କ ଭଳି ମୁଁ ମୋର ସବୁତକ ପ୍ରେମ କେବଳ ତୁମ ପାଇଁ ରଖିପାରିବି ନାହିଁ। ମୋ ପ୍ରେମ ଦୁଇଭାଗ ହେବା ସ୍ବାଭାବିକ।“ କଡେଲିଆ ମୁହଁରୁ ଏହା ଶୁଣି ରାଜା ଲିଅର୍‌ କ୍ରୋଧ ଜର୍ଜରିତ ହୋଇ ସମଗ୍ର ରାଜ୍ୟକୁ ଗନେରିଲ୍‌ ଓ ରେଗାନ୍‌ଙ୍କ ମଧ୍ୟରେ ବାଣ୍ଟିଦେଇ କଡେଲିଆକୁ ନିର୍ବାସନ ଦଣ୍ଡ ଦେଲେ। ଜଣେ ନିର୍ଲୋଭ ଫରାସୀ ରାଜା ତାକୁ ବିବାହ କଲେ ଓ ନିଜ ରାଜ୍ୟକୁ ନେଇଗଲେ। ଗନେରିଲ୍‌ ଓ ରେଗାନ୍‌କୁ ରାଜ୍ୟ ଅର୍ପଣକଲା ପରେ ୨ଜଣ ଝିଅଙ୍କ ପାଖରେ ପାଳିକରି ମାସେ ଲେଖାଏ ରହିଲେ। କ୍ରମେ ଦୃଶ୍ୟପଟ ପରିବର୍ତ୍ତନ ହେଲା। ସ୍ବାର୍ଥପର ଭଉଣୀ ଦ୍ୱୟ ରାଜ୍ୟ ପାଇସାରିବା ପରେ ବାପା ଲିଅର୍‌ଙ୍କୁ ନିର୍ଯାତନା ଦେଲେ ଓ ଶେଷରେ ରାଜ ଉଆସରୁ ସେ ବିତାଡ଼ିତ ହେଲେ। ରାଜା କୃତଘ୍ନ ଝିଅମାନଙ୍କର ନିର୍ଯାତନାରେ ପାଗଳପ୍ରାୟ ହୋଇ ଘୂରି ବୁଲିଲେ। ଶେଷରେ କଡେଲିଆ ହିଁ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲା ଯଦିଓ ଘଟଣାକ୍ରମେ ସେ ଜୀବନ ହାରିଲା ଓ ଶେଷରେ ଲିଅର୍‌ଙ୍କ ମଧ୍ୟ ମୃତ୍ୟୁ ହେଲା।
ତାଙ୍କ ନାଟକରେ ସେକ୍ସପିଅର୍‌ ସୂଚାଇ ଦେବାପାଇଁ ଚାହିଁଛନ୍ତି, ମୁହଁରେ ପ୍ରକାଶ ପାଉଥିବା ପ୍ରେମ ହୃଦୟର ଭାଷା ହୋଇ ନ ପାରେ। ଦ୍ୱିତୀୟତଃ ବାପାମାନଙ୍କୁ ମଧ୍ୟ ବାସ୍ତବତାକୁ ସ୍ବୀକାର କରିବାକୁ ହେବ। ସ୍ନେହ ଆଧିପତ୍ୟର ରୂପ ନେବା ଠିକ୍‌ ନୁହେଁ। ପୁଅ ହେଉ ବା ଝିଅ, ବିବାହ କଲା ପରେ ସେମାନଙ୍କ ଜୀବନରେ ଆଉ ଜଣେ ମଣିଷର ଆବିର୍ଭାବ ହେବ ଓ ପିତା ପ୍ରତି ଥିବା ସେମାନଙ୍କ ପ୍ରେମ ୨ଭାଗ ହେବା ଏକ ବାସ୍ତବତା। ଯେତେବେଳେ ଏହାକୁ ସ୍ବୀକାର କରାଯାଏ ନାହିଁ, ସେତେବେଳେ ସୃଷ୍ଟି ହୁଏ ଦ୍ୱନ୍ଦ୍ୱ ଓ ଅଶାନ୍ତି। ପିତୃତ୍ୱ ଆଘାତ ପାଏ, ମାତ୍ର ତାକୁ ଗ୍ରହଣ କରିନେବା ହେଉଛି ବାସ୍ତବ ଦୃଷ୍ଟିଭଙ୍ଗୀ।
ଜଣେ ଆଦର୍ଶ ପିତା ହେବା ସହଜ କଥା ନୁହେଁ। ଏହା ମଧ୍ୟ ଏକ ସାଧନା। ମହାଭାରତରେ ବର୍ଣ୍ଣିତ ରାଜା ଶାନ୍ତନୁଙ୍କ ପାଇଁ ଭୀଷ୍ମ ଓ ରାଜା ଯଯାତିଙ୍କ ପାଇଁ ପୁରୁ ଆଦର୍ଶ ପୁତ୍ର ହୋଇପାରନ୍ତି, ମାତ୍ର ଶାନ୍ତନୁ ଓ ପୁରୁ ଜଣେ ଆଦର୍ଶ ପିତାର କର୍ତ୍ତବ୍ୟ କରିନାହାନ୍ତି। ଲାବଣ୍ୟବତୀ ସତ୍ୟବତୀଙ୍କୁ ସ୍ତ୍ରୀ ରୂପେ ପାଇବା ପାଇ ଁ ରାଜା ଶାନ୍ତନୁ ଖାଦ୍ୟପେୟ ତ୍ୟାଗ କରି ଦୁର୍ବଳ ହୁଅନ୍ତେ ସତ୍ୟବତୀଙ୍କ ସହ ପିତାଙ୍କ ବିବାହ କରିବା ପାଇଁ କୈବର୍ତ୍ତରାଜାଙ୍କ ଦୁଇଟି କଠୋର ସର୍ତ୍ତକୁ ଗ୍ରହଣ କରିନେଲେ ପୁତ୍ର ଦେବବ୍ରତ। ସର୍ତ୍ତାନୁସାରେ ସେ ପ୍ରତିଜ୍ଞା କଲେ ରାଜାଙ୍କ ଅନ୍ତେ ସେ ସିଂହାସନ ଆରୋହଣ କରିବେ ନାହିଁ, ଆରୋହଣ କରିବେ ସତ୍ୟବତୀଙ୍କ ପୁତ୍ର ଏବଂ ପରବର୍ତ୍ତୀ ଦ୍ୱନ୍ଦ୍ୱ ଓ ଆଶଙ୍କା ଦୂରକରିବା ପାଇଁ ସେ ଆଜୀବନ ଅବିବାହିତ ରହିବେ। ଏହିଭଳି ଭୀଷଣ ପ୍ରତିଜ୍ଞା କରି ସେ ଭୀଷ୍ମ ନାମରେ ପରିଚିତ ହେଲେ। ରାଜା ଶାନ୍ତନୁ ସତ୍ୟବତୀଙ୍କୁ ପାଇ ଜୀବନକୁ ଉପଭୋଗ କଲେ ସିନା, ପିତାଙ୍କୁ ସୁଖୀ କରିବା ପାଇଁ ଦେବବ୍ରତଙ୍କ ଜୀବନ ଅପରିପୂର୍ଣ୍ଣ ରହିଗଲା। ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଦେବଯାନୀଙ୍କୁ ବିବାହ କରିବା ପରେ ମଧ୍ୟ ରାଜା ଯଯାତି ଶର୍ମିଷ୍ଠାଙ୍କୁ ଗୁପ୍ତରେ ବିବାହ କରିବାରୁ ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପରେ ଯଯାତି ବାର୍ଦ୍ଧକ୍ୟଗ୍ରସ୍ତ ହେଲେ। ଏକମାତ୍ର ଉପାୟ ଥିଲା କେହି ଯଦି ସ୍ବଇଚ୍ଛାରେ ଯୌବନ ଦାନ କରି ବାର୍ଦ୍ଧକ୍ୟ ଗ୍ରହଣ କରେ ତା’ହେଲେ ରାଜା ପୁଣି ଯୌବନପ୍ରାପ୍ତ ହେବେ। ପିତା ଚାହୁଁଥିଲେ ସ୍ତ୍ରୀଙ୍କ ସହ ଏକ ଭୋଗମୟ ଜୀବନ। ତାଙ୍କୁ ଖୁସି କରିବା ପାଇଁ ପଞ୍ଚମ ପୁତ୍ର ପୁରୁ ସ୍ବଇଚ୍ଛାରେ ଯୌବନ ଦାନକରି ପିତାଙ୍କ ବାର୍ଦ୍ଧକ୍ୟକୁ ଗ୍ରହଣ କଲେ। ମାତ୍ର ପୁରୁ ବିନା କାରଣରେ ବାପାଙ୍କ ସୁଖ ପାଇଁ ବାର୍ଦ୍ଧକର ଯନ୍ତ୍ରଣା ଭୋଗିଲେ। ମହର୍ଷି ବ୍ୟାସଦେବ ଏହି ଦୁଇ ଚରିତ୍ର ମାଧ୍ୟମରେ ସୂଚାଇ ଦେଇଛନ୍ତି, ଏମାନେ ଆଦର୍ଶ ପିତା ନୁହନ୍ତି। ଶାନ୍ତନୁଙ୍କ ସମ୍ଭୋଗରୁ ଜନ୍ମ ନେଲେ ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ। ଏମାନେ ଅକାଳରେ ମୃତ୍ୟୁବରଣ କଲା ପରେ ବିଚିତ୍ରବୀର୍ଯ୍ୟଠାରୁ ଜନ୍ମ ନେଲେ ଧୃତରାଷ୍ଟ୍ର ଓ ପଣ୍ଡୁ। ସେଠାରୁ ଆରମ୍ଭ ହେଲା ମହାଭାରତ ଯୁଦ୍ଧ ଓ କୌରବ ବଂଶର ଧ୍ୱଂସ। ଏହି ଧ୍ୱଂସଲୀଳାର ବୀଜ ଥିଲେ ଶାନ୍ତନୁ। ଯଯାତି ବହୁବର୍ଷ ଧରି ସ୍ତ୍ରୀମାନଙ୍କୁ ନେଇ ଯୌବନକୁ ଉପଭୋଗ କଲେ ସିନା, ଅକାରଣେ ବାର୍ଦ୍ଧକ୍ୟ ଯନ୍ତ୍ରଣା ଭୋଗିଲେ ପୁତ୍ର ପୁରୁ।
ପିତାପୁତ୍ରର ସମ୍ପର୍କ ଏକ ଆଦର୍ଶଗତ ସମ୍ପର୍କ। ପିତୃତ୍ୱ ଏକ ଆହ୍ବାନ। ପିତାପୁତ୍ର ସମ୍ପର୍କ ଏକ ସାମାଜିକ ସମସ୍ୟା ନୁହେଁ। ଏଥିପାଇଁ ଯେଭଳି ପିତାର ପ୍ରଶସ୍ତ ହୃଦୟ ଦରକାର, ସେଭଳି ପୁତ୍ର, କନ୍ୟାର କୃତଜ୍ଞତା ଓ ସମ୍ବେଦନଶୀଳତା ଦରକାର। ଏହିଭଳି ଦୃଷ୍ଟିଭଙ୍ଗୀ ପୋଷଣ କଲେ ପିତା -ପୁତ୍ର-କନ୍ୟା ସମ୍ପର୍କ ମଧୁର ହୋଇପାରିବ, ଏଥିରେ ସନ୍ଦେହ ନାହିଁ।
ପ୍ରାକ୍ତନ ଅଧ୍ୟକ୍ଷ, ଡିଏଭି ସ୍ବୟଂଶାସିତ କଲେଜ,ଟିଟିଲାଗଡ଼, ମୋ: ୭୦୦୮୩୬୯୯୨୦


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?