କୁକୁର କାମୁଡ଼ାରେ ଶିଶୁକନ୍ୟା ମୃତ, ୧୨ ଗୁରୁତର

ବଲାଙ୍ଗୀର ଅଫିସ, ୧୪ା୧୦: ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବାଲିପଟା ଓ ସାନକଲଙ୍ଗାପାଲି ଗଁାରେ ଗୁରୁବାର ବୁଲା କୁକୁର ଆତଙ୍କରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଲା କୁକୁର ଉଭୟ ଗଁାର ୧୩ ଜଣଙ୍କୁ କାମୁଡ଼ି ଗୁରୁତର କରିଦେଇଥିଲା। ସବୁଠୁ ହୃଦୟ ବିଦାରକ ଥିଲା ପରିବାର ସଦସ୍ୟଙ୍କ ସମ୍ମୁଖରେ ଜଣେ ତିନିବର୍ଷର ଶିଶୁକନ୍ୟାକୁ ବୁଲା କୁକୁରଟି ଝୁଣି ଦେବାରୁ ତାର ମୃତ୍ୟୁ ହୋଇଯାଇଥିଲା। ମୃତ ଶିଶୁକନ୍ୟା ଗୁଦା ମୁଣ୍ଡାଙ୍କ ଝିଅ ଦୀପା। ଏହି ଘଟଣା ପରେ ଉଭୟ ଗଁାରେ ଆତଙ୍କ ଖେଳିଯାଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ଉକ୍ତ କୁକୁରକୁ ମାରି ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ସକାଳେ ସାନକଲଙ୍ଗାପାଲି ଗଁାରେ ଚନ୍ଦ୍ରକାନ୍ତି ସାହୁ(୫୦) ନାମ୍ନୀ ମହିଳା ମୁଢ଼ି କିଣିବାକୁ ଯାଉଥିବାବେଳେ ଏକ ବୁଲା କୁକୁର ତାଙ୍କୁ କାମୁଡ଼ି ଦେଇଥିଲା। ଏହାପରେ ଗଁାର ଅନ୍ୟ କେତେକଙ୍କୁ କାମୁଡ଼ି ଦେଇ ସେଠାରୁ ନିକଟସ୍ଥ ବାଲିପଟା ଗଁାକୁ ଚାଲିଯାଇଥିଲା। ଘର ସମ୍ମୁଖରେ ଶିଶୁକନ୍ୟା ଦୀପା ଖେଳୁଥିବାବେଳେ ହଠାତ୍‌ କୁକୁରଟି ସେଠାକୁ ଆସି ତାଙ୍କ ମୁଣ୍ଡକୁ କାମୁଡ଼ି ଦେଇଥିଲା। ଚିତ୍କାର ଶୁଣି ପରିବାର ଲୋକେ ସେଠାରେ ପହଞ୍ଚି କୁକୁରକୁ ଘଉଡାଇବା ପରେ ସେଠାରୁ ଚାଲିଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ପରିବାର ଲୋକେ ଶିଶୁକୁ ପାଟଣାଗଡ଼ ଉପଖଣ୍ଡ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ପାଗଳ ହୋଇଯାଇଥିବା ବୁଲା କୁକୁର ଉଭୟ ଗଁାର ୧୩ଜଣଙ୍କୁ କାମୁଡି ଥିବା ଖବର ପ୍ରଚାରିତ ହେବା ପରେ ଆତଙ୍କ ଖେଳିଯାଇଥିଲା। ଲୋକେ ଭୟରେ ଘରୁ ବାହାରି ନ ଥିଲେ। ତେବେ କେତେକ ଯୁବକ କୁକୁରକୁ ଘେରିଯାଇ ମାରି ଦେଇଥିଲେ। ପାଟଣାଗଡ ହସ୍ପିଟାଲରେ କୁକୁର କାମୁଡାରେ ଗୁରୁତର ୬ଜଣ ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ ଜଡିବୁଟି ଚିକିତ୍ସା କରିଥିବା ଜଣାପଡିଛି। ଏତେବଡ଼ ଘଟଣା ଘଟିଥିଲେ ମଧ୍ୟ ଜିଲା ସ୍ବାସ୍ଥ୍ୟ ବିଭାଗର କୌଣସି ଟିମ୍‌ ଉକ୍ତ ଗଁାରେ ପହଞ୍ଚତ୍ ନ ଥିବାରୁ ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶିଶୁକନ୍ୟା ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?