କୁକୁର କାମୁଡ଼ାରେ ଶିଶୁକନ୍ୟା ମୃତ, ୧୨ ଗୁରୁତର

ବଲାଙ୍ଗୀର ଅଫିସ, ୧୪ା୧୦: ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବାଲିପଟା ଓ ସାନକଲଙ୍ଗାପାଲି ଗଁାରେ ଗୁରୁବାର ବୁଲା କୁକୁର ଆତଙ୍କରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଲା କୁକୁର ଉଭୟ ଗଁାର ୧୩ ଜଣଙ୍କୁ କାମୁଡ଼ି ଗୁରୁତର କରିଦେଇଥିଲା। ସବୁଠୁ ହୃଦୟ ବିଦାରକ ଥିଲା ପରିବାର ସଦସ୍ୟଙ୍କ ସମ୍ମୁଖରେ ଜଣେ ତିନିବର୍ଷର ଶିଶୁକନ୍ୟାକୁ ବୁଲା କୁକୁରଟି ଝୁଣି ଦେବାରୁ ତାର ମୃତ୍ୟୁ ହୋଇଯାଇଥିଲା। ମୃତ ଶିଶୁକନ୍ୟା ଗୁଦା ମୁଣ୍ଡାଙ୍କ ଝିଅ ଦୀପା। ଏହି ଘଟଣା ପରେ ଉଭୟ ଗଁାରେ ଆତଙ୍କ ଖେଳିଯାଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ଉକ୍ତ କୁକୁରକୁ ମାରି ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ସକାଳେ ସାନକଲଙ୍ଗାପାଲି ଗଁାରେ ଚନ୍ଦ୍ରକାନ୍ତି ସାହୁ(୫୦) ନାମ୍ନୀ ମହିଳା ମୁଢ଼ି କିଣିବାକୁ ଯାଉଥିବାବେଳେ ଏକ ବୁଲା କୁକୁର ତାଙ୍କୁ କାମୁଡ଼ି ଦେଇଥିଲା। ଏହାପରେ ଗଁାର ଅନ୍ୟ କେତେକଙ୍କୁ କାମୁଡ଼ି ଦେଇ ସେଠାରୁ ନିକଟସ୍ଥ ବାଲିପଟା ଗଁାକୁ ଚାଲିଯାଇଥିଲା। ଘର ସମ୍ମୁଖରେ ଶିଶୁକନ୍ୟା ଦୀପା ଖେଳୁଥିବାବେଳେ ହଠାତ୍‌ କୁକୁରଟି ସେଠାକୁ ଆସି ତାଙ୍କ ମୁଣ୍ଡକୁ କାମୁଡ଼ି ଦେଇଥିଲା। ଚିତ୍କାର ଶୁଣି ପରିବାର ଲୋକେ ସେଠାରେ ପହଞ୍ଚି କୁକୁରକୁ ଘଉଡାଇବା ପରେ ସେଠାରୁ ଚାଲିଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ପରିବାର ଲୋକେ ଶିଶୁକୁ ପାଟଣାଗଡ଼ ଉପଖଣ୍ଡ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ପାଗଳ ହୋଇଯାଇଥିବା ବୁଲା କୁକୁର ଉଭୟ ଗଁାର ୧୩ଜଣଙ୍କୁ କାମୁଡି ଥିବା ଖବର ପ୍ରଚାରିତ ହେବା ପରେ ଆତଙ୍କ ଖେଳିଯାଇଥିଲା। ଲୋକେ ଭୟରେ ଘରୁ ବାହାରି ନ ଥିଲେ। ତେବେ କେତେକ ଯୁବକ କୁକୁରକୁ ଘେରିଯାଇ ମାରି ଦେଇଥିଲେ। ପାଟଣାଗଡ ହସ୍ପିଟାଲରେ କୁକୁର କାମୁଡାରେ ଗୁରୁତର ୬ଜଣ ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ ଜଡିବୁଟି ଚିକିତ୍ସା କରିଥିବା ଜଣାପଡିଛି। ଏତେବଡ଼ ଘଟଣା ଘଟିଥିଲେ ମଧ୍ୟ ଜିଲା ସ୍ବାସ୍ଥ୍ୟ ବିଭାଗର କୌଣସି ଟିମ୍‌ ଉକ୍ତ ଗଁାରେ ପହଞ୍ଚତ୍ ନ ଥିବାରୁ ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶିଶୁକନ୍ୟା ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri