ଶିଶୁକନ୍ୟାକୁ ଚାପିଦେଲା ପରିବା ବୋଝେଇ ପିକ୍‌ଅପ୍‌

ଅଡ଼ବା,୧୬ା୭(ଗିରିଧାରୀ ପରିଚ୍ଛା): ଶିଶୁକନ୍ୟା ଉପରେ ରବିବାର ଏକ ପରିବା ବୋଝେଇ ପିକଅପ୍‌ ମାଡ଼ିଯିବାରୁ ଚାପି ହୋଇ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଅଡ଼ବା ଥାନା ଗଣ୍ଡାଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ଟି(ଓଡି ୦୨ ବିୟୁ ୦୭୯୩)ଗାଁକୁ ପରିବା ବିକ୍ରି ପାଇଁ ଯାଇଥିଲା। ସେହି ଗାଁର ଲୁସିୟାନ ନାୟକ ପରିବା କିଣିବା ସମୟରେ ତାଙ୍କ ୪ ବର୍ଷର ଝିଅ ଦିପ୍ସା ରାଣୀ ନାୟକ ଗାଡ଼ି ତଳେ ଆସି ବସି ଯାଇଥିଲା। ଲୁସିୟାନ ପରିବା କିଣିବା ପରେ ଗାଡ଼ି ଆଗକୁ ଗଡ଼ାଇବା ବେଳେ ଶିଶୁକନ୍ୟାଟି ଚକା ତଳେ ଚାପି ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଖବର ପାଇ ଅଡ଼ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗାଡି ଓ ଡ୍ରାଇଭରଙ୍କୁୁ ଥାନାରେ ଅଟକ ରଖି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏ ନେଇ ଅଡ଼ବା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ସୁବ୍ରତ ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୧ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ବରିଷ୍ଠ ପଦକୁ ପଦୋନ୍ନତି: ଛୁଟୁଛି ଅଭିନନ୍ଦନର ସୁଅ

କେସିଙ୍ଗା, ୨୩।୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକରେ ୭୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବରିଷ୍ଠ ଶିକ୍ଷକ ପଦକୁ ପଦୋନ୍ନତି ମିଳିଛି। ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗର…

ନଟରାଜ ନୃତ୍ୟାୟନ ଉଦ୍‌ଘାଟିତ: ଓଡ଼ିଶୀ-ସମ୍ବଲପୁରୀ ନୃତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟ

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହର ବେଲଗୁଣ୍ଠା ରୋଡ୍‌ରେ ‘ନଟରାଜ ନୃତ୍ୟାୟନ’ ଉଦ୍‌ଘାଟିତ ହୋଇଯାଇଛି। ଜିଲାର ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରିୟଙ୍କା ପ୍ରିୟଦର୍ଶନୀ…

କ୍ରିକେଟରୁ ଅଚାନକ ସନ୍ନ୍ୟାସ ନେଇ ଚମକାଇଦେଲେ ଏହି ଖେଳାଳି, ୧୧ ବର୍ଷର କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡ କ୍ରିକେଟ ଦଳର ସୁପରଷ୍ଟାର ବ୍ୟାଟର୍ସଙ୍କ କଥା ଉଠିଲେ ସର୍ବପ୍ରଥମେ ଜୋ ରୁଟ୍‌ଙ୍କ ନାମ ଆସିଥାଏ। ଜୋ ରୁଟ୍‌ଙ୍କ ସାନ ଭାଇ ବିଲି ରୁଟ୍‌ ମଧ୍ୟ…

ନବରଙ୍ଗପୁରରେ ରେଡ ଆଲର୍ଟ: ବର୍ଷା ପରିସ୍ଥିତି ଉପରେ ପ୍ରଶାସନର କଡ଼ା ନଜର

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନବରଙ୍ଗପୁର ସମେତ ବିଭିନ୍ନ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ଚମକିବା ନେଇ ସତର୍କ…

ପୁଣି ଘାଟିରେ ଅଟକିଲା ଭାରୀଯାନ:ବାଲିଗୁଡ଼ାରୁ ବ୍ରହ୍ମପୁର ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି, ୨୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦେଇ ଯାଇଥିବା ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ପୁଣି ଏକ ମାଲବୋଝେଇ ଟ୍ରକ ଫସି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ରୋଶିବିନା ଦେବୀ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ଆଇଚି-ନାଗୋୟା,୨୪।୯: ଏସିଆନ ଗେମ୍ସ ୨୦୨୬ରେ ଭାରତ ପାଇଁ ଆଉ ଏକ ପଦକ ଜିତିଛନ୍ତି ୱୁଶୁ ଖେଳାଳି ରୋଶିବିନା ଦେବୀ। ମହିଳା ୬୦ କିଲୋଗ୍ରାମ ବର୍ଗରେ ସେ ରୌପ୍ୟ…

ରିଚ ଲିଷ୍ଟ ୨୦୨୬: ନେଟୱର୍ଥ କମିବା ପରେ ତଥାପି ଦେଶର ସବୁଠୁ ଧନୀ ଅଭିନେତା ହେଲେ ଶାହରୁଖ; ଜାଣନ୍ତୁ କେଉଁ ସ୍ଥାନରେ ସଲମାନ-ଅମିତାଭ

ମୁମ୍ବାଇ,୨୪।୯: ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୬ ପ୍ରକାଶ ପାଇଛି। ଗତବର୍ଷ ଭଳି ଏଥର ମଧ୍ୟ ବଲିଉଡର ସବୁଠାରୁ ଧନୀ ଅଭିନେତା ଭାବେ ଶାହରୁଖ ଖାନ ଶୀର୍ଷ…

ମଙ୍ଗଳ-ବୃହସ୍ପତିଙ୍କ ନୀଚଭଙ୍ଗ ରାଜଯୋଗ: ଅକ୍ଟୋବର ପହିଲାରୁ ମାଲାମାଲ ହେବେ କନ୍ୟା ସମେତ ୪ ରାଶି, ଧନଲାଭର ପ୍ରବଳ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ଚଳନର ବିଶେଷ ପ୍ରଭାବ ରାଶିଚକ୍ର ଉପରେ ପଡ଼ିଥାଏ। ବର୍ତ୍ତମାନ ମଙ୍ଗଳ ନିଜର ନୀଚ ରାଶି କର୍କଟରେ ଗୋଚର କରୁଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?