କେବଳ ପ୍ରକୃତି ନୁହନ୍ତି, ଦରକାର ପଡ଼ିଲେ ଆଉ କୌଣସି ଅଭିନେତ୍ରୀଙ୍କ ସହ ଫିଲ୍ମ କରିବି ନାହିଁ: ବାବୁସାନ

ଭୁବନେଶ୍ୱର,୨୪।୭: ପାରିବାରିକ କଳହ ଗଣମାଧ୍ୟମର ଶିରୋନାମା ପାଲଟିବା ପରେ ଭିଡିଓ ବାର୍ତ୍ତା ଜରିଆରେ ମନ କଥା କହିଛନ୍ତି ଅଭିନେତା ବାବୁସାନ ମହାନ୍ତି। ସେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଉ କାମ କରିବେ ନାହିଁ। କେବଳ ସେ ନୁହନ୍ତି, ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ଫିଲ୍ମ କରିବେ ନାହିଁ ବୋଲି ବାବୁସାନ ପ୍ରାୟ ୫୦ ସେକେଣ୍ଡର ଏକ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି।

ମୁଁ ଜାଣିଛି ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଖୁସି ହେଉଥିବେ। ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବାକୁ। ମୋ ସହ ପ୍ରକୃତି ମିଶ୍ର ମଧ୍ୟ ଅତିଥି ହୋଇଥିଲେ। ମୁଁ ଏଠାକୁ ଆସିଥିଲି ମୋ ଫିଲ୍ମର ପ୍ରମୋଶନ ପାଇଁ ଓ ତାଙ୍କ ସହ ଏକ ନୂଆ ଫିଲ୍ମର ଘୋଷଣା କରିବାକୁ। ମୁଁ ଜାଣି ନ ଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି। ଯଦି ଏତେ ଅସୁବିଧା ଅଛି, ତା’ହେଲେ ମୁଁ ସେ ଫିଲ୍ମଟି କରିବିନି ଓ ତାଙ୍କ (ପ୍ରକୃତି ମିଶ୍ରଙ୍କ) ସହ ମଧ୍ୟ ସିନେମା କରିବିନି। ଦରକାର ପଡ଼ିଲେ ଆଉ କୌଣସି ଅଭିନେତ୍ରୀଙ୍କ ସହ କାମ କରିବି ନାହିଁ ବୋଲି ଭିଡିଓରେ ବାବୁଶାନ କହିଛନ୍ତି।

ପ୍ରକାଶ ଯେ, ଶନିବାର ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ବାବୁଶାନ ଓ ପ୍ରକୃତି ମିଶ୍ର କାର୍‌ରେ ଯାଉଥିବା ବେଳେ ସ୍ତ୍ରୀ ତୃପ୍ତି ତାଙ୍କୁ ଅଟକାଇଥିଲେ। ଏହି ସମୟରେ ଉଭୟଙ୍କୁ ସେ ମାଡ଼ ମାରିବା ଅଭିଯୋଗ ହୋଇଥିଲା। ଘଟଣା ନେଇ ପ୍ରକୃତିଙ୍କ ବାପାମା’ ଖାରବେଳ ନଗର ଥାନାରେ ବାବୁଶାନଙ୍କ ଶ୍ୱଶୁର ଓ ପତ୍ନୀଙ୍କ ନାଁରେ ଏତଲା ଦେଇଥିଲେ। ଅନ୍ୟପକ୍ଷରେ ବାବୁଶାନଙ୍କ ପତ୍ନୀ ମଧ୍ୟ ଶାଶୁ ଅପରାଜିତା ମହାନ୍ତିଙ୍କ ସହିତ ଖାରବେଳ ନଗର ଥାନାକୁ ଯାଇ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୁଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତଟ ରେଳପଥରେ ଗଡ଼ିବ ଆଉ ୪ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୧୧।୧୦(ବ୍ୟୁରୋ): ପୂର୍ବତଟ ରେଳପଥ ଅଧୀନରେ ଆଉ ୪ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି...

ଶୁଭଶ୍ରୀ ‘ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା’

ଭୁବନେଶ୍ୱର, ୨ା୧୨(ବ୍ୟୁରୋ): ୨୦୨୦ ବର୍ଷ ପାଇଁ ‘ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା’ ଟାଇଟଲ୍‌ ଜିତିଛନ୍ତି ବଲାଙ୍ଗୀରର ଶୁଭଶ୍ରୀ ରାୟଗୁରୁ। କୋଭିଡ୍‌ ସଂକ୍ରମଣ ଲାଗି ଚଳିତବର୍ଷ ଭିଡିିଓ...

ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ବର,୨୨।୧୦(ବ୍ୟୁରୋ): ବିନା ଛୁଞ୍ଚିରେ ଟିକା ନେବେ ଶିଶୁ । କରୋନାର ଜାଇପର ଡି’ ଟିକା ବିନା ଛୁଞ୍ଚିରେ ଶିଶୁମାନଙ୍କୁ ଦେବାକୁ ପରାମର୍ଶ ଦିଆଯାଇଥିବା ନେଇ ପରିବାର...

୧୦ କିଓସ୍କ ସିଲ୍‌ କଲା ବିଏସ୍‌ସିଏଲ୍‌

ଭୁବନେଶ୍ୱର, ୧୭।୬ (ବ୍ୟୁରୋ):ନିୟମ ଉଲ୍ଲଂଘନ ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ୧୦ କିଓସ୍କ ଉପରେ ଗୁରୁବାର କାର୍ଯ୍ୟାନୁଷ୍ଠାନ ହୋଇଛି। ମାଷ୍ଟରକ୍ୟାଣ୍ଟିନ ଛକଠାରୁ...

କେନ୍ଦ୍ର, ରାଜ୍ୟ ବିରୋଧରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ ୨୩ରେ ରାଜଧାନୀରେ ପ୍ରତିବାଦ ସଭା

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): କଂଗ୍ରେସ ସଂଗଠନକୁ ଜିଲାସ୍ତରରେ କ୍ରିୟାଶୀଳ କରିବାକୁ ପିସିସି(ପ୍ରଦେଶ କଂଗ୍ରେସ କମିଟି) ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ପିସିସି ସଭାପତି ନିରଞ୍ଜନ...

ଜନ୍ମଦିନରେ ନିଜ ବୟସ ଭୁଲ୍‌ କହିଲେ ଅମିତାଭ, ସୁଧାରି ନେଲେ ଝିଅ

ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ ଆଜି ୭୯ତମ ଜନ୍ମଦିନ ପାଳନ କରୁଛନ୍ତି। ବିଗ ବିଙ୍କ ପ୍ରଶଂସକଙ୍କ ସମେତ ଅନେକ ବଲିଉଡ ତାରକା ତାଙ୍କୁ...

ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ ପୁରସ୍କୃତ ହେବେ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ରାଜ୍ୟର କୃଷକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏସ୍‌ଜି) ଏବଂ ଏମ୍‌ଏସ୍‌ଏମ୍‌ଇକୁ ଋଣ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅର୍ଥନୀତିର...

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ

ପୁରୀ ଅଫିସ, ୨୧।୧୧: ଶ୍ରୀମନ୍ଦିରରେ ବୁଧବାର ପବିତ୍ର ପ୍ରଥମାଷ୍ଟମୀ ପାଳନ ଅବସରରେ ସ୍ବତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇଥିଲା। ଭୋଗ ମଣ୍ଡପ ବଢିବା ପରେ ତିନିବାଡ଼ରେ ମଇଲମ...

Advertisement
Archives

Model This Week