ବାବୁଙ୍କ ବିବାଦ

Dillip Cherian

କର୍ନାଟକର ପ୍ରଥମ ମହିଳା ଗୃହ ସଚିବ ଥିଲେ ଆଇପିଏସ୍‌ ଅଧିକାରୀ ଡି.ରୁପା। ଏବେ ତାଙ୍କୁ କର୍ନାଟକ ରାଜ୍ୟ ହସ୍ତଶିଳ୍ପ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ରାଜ୍ୟର ଆଉ ଜଣେ ଆଇପିଏସ୍‌ ଅଧିକାରୀ ହେମନ୍ତ ନିମ୍ବଲକରଙ୍କ ସହ ସହ ଜଣାଶୁଣା ବା ଚର୍ଚ୍ଚିତ ବିବାଦକୁ କେନ୍ଦ୍ରକରି ରୁପାଙ୍କୁ ଏଭଳି ବଦଳି କରାଯିବା ସହ ନିମ୍ବଲକରଙ୍କୁ ମଧ୍ୟ ବଦଳି କରାଯାଇଛି। ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗକୁ ବଦଳି ହେବା ପୂର୍ବରୁ ନିମ୍ବଲକର ବେଙ୍ଗାଲୁରୁରେ ଯୁଗ୍ମ କମିଶନର (ପ୍ରଶାସନ) ଥିଲେ। ସିସିଟିଭି କିଣାକୁ ନେଇ ଟେଣ୍ଡର୍‌ ପ୍ରକ୍ରିୟା ଉପରେ କର୍ନାଟକର ଏହି ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ସେବାରେ ଥିବା ତୀବ୍ର ବିରୋଧ ଭାବକୁ ପଦାକୁ ଆଣିଛି। ନିର୍ଭୟ ଯୋଜନାରେ ୬୧୯ କୋଟି ଟଙ୍କାର ବେଙ୍ଗାଲୁରୁ ସେଫ୍‌ ସିଟି ପ୍ରୋଜେକ୍ଟର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ରୁପା ଅଭିଯୋଗ କରିବା ପରେ ଏହି ଦୁଇ ଆଇପିଏସ୍‌ ଅଧିକାରୀ ଲଢେଇରେ ମାତିଗଲେ। ଅନ୍ୟପକ୍ଷରେ ଡି.ରୁପା ତାଙ୍କ ଅଧିକାର ବାହାରେ ଟେଣ୍ଡର୍‌ ପ୍ରକ୍ରିୟାରେ ଅଯଥା ହସ୍ତକ୍ଷେପ କରୁଥିବା ଦର୍ଶାଇ ନିମ୍ବଲକର ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ରୁପା ରାଜ୍ୟ ମୁଖ୍ୟ ଶାସନ ସଚିବ ଟି.ଏମ୍‌.ବିଜୟଭାସ୍କରଙ୍କ ନିକଟକୁ ନିମ୍ବଲକରଙ୍କ ବିରୋଧରେ ବି ଲେଖିଥିଲେ। ନିମ୍ବଲକର ବେଙ୍ଗାଲୁରୁ ସେଫ୍‌ ସିଟି ପ୍ରୋଜେକ୍ଟରେ ଏକ ଘରୋଇ କମ୍ପାନୀକୁ ସମର୍ଥନ କରୁଥିଲେ ଏବଂ ତାଙ୍କ ବିରୋଧର ତଦନ୍ତ କରାଯିବା ଲାଗି ଏଥିତ୍ରେ ରୁପା ଦାବି କରିଥିଲେ। ନିମ୍ବଲକର ପ୍ରତି ଅଭିଯୋଗ ଆଣିବା ପରେ ଗୃହ ବିଭାଗ ରୁପାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିବାବେଳେ ନିମ୍ବଲକରଙ୍କ ବିରୋଧରେ ତଦନ୍ତ କରିବାକୁ ଆଗପଛ ହେଉଛି। ସୂତ୍ରରୁ ପ୍ରକାଶ ଯେ, ବହୁ କୋଟି ଟଙ୍କାର ପ୍ରୋଜେକ୍ଟର ଟେଣ୍ଡର୍‌ ପ୍ରକ୍ରିୟାରେ ହସ୍ତକ୍ଷେପ କରିଥିବା ଅଭିଯୋଗରେ ରୁପାଙ୍କ ଉପରେ ମୁଖ୍ୟ ଶାସନ ସଚିବ ତଦନ୍ତ କରୁଥବା ରିର୍ପୋଟ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ରୁପା ମୁଖ୍ୟ ଶାସନ ସଚିବଙ୍କୁ ବି ଲେଖି ଜଣାଇଥିତ୍ଲେ। ନିମ୍ବଲକର କର୍ନାଟକ ମୁଖ୍ୟ ସଚିବଙ୍କୁ ଲେଖିଥିବା ଅଭିଯୋଗ ସହ ମିଡିଆ ରିପୋର୍ଟର ବିଷୟବସ୍ତୁ ପ୍ରାୟତଃ ସମାନ ଥିଲା। ଦୁଇଜଣଙ୍କ ଅଭିଯୋଗ ମିଳିବା ପରେ ସରକାର ଏବେ ଏହି ବିଷୟ ଉପରେ ତଦନ୍ତ ଆରମ୍ଭ କରିଛନ୍ତି।
ଖେମ୍‌କା ସହଜେ ଛାଡ଼ନ୍ତିନି
ହରିୟାଣା ଆଇଏଏସ୍‌ ଅଧିକାରୀ ଏବଂ ହୁଇସିଲ ବ୍ଲୋୟର ଅଶୋକ ଖେମ୍‌କା ତାଙ୍କ ମୂଳ ଆଦର୍ଶକୁ କେବେ ବି ଛାଡନ୍ତି ନାହିଁ। ସେ ରାଜ୍ୟର ପ୍ରତ୍ନତତ୍ତ୍ୱ ବିଭାଗର ଏବେ ପ୍ରମୁଖ ସଚିବ ରହିଛନ୍ତି। ଅବିଶ୍ରାନ୍ତ କାର୍ଯ୍ୟ କରି ଆସୁଥିବା ଖେମ୍‌କା ଏକ ମାମଲାକୁ ଆଗକୁ ବଢ଼ାଇବା ଜାରି ରଖିତ୍ଛନ୍ତି ଯାହା ତାଙ୍କୁ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆଣିଛି। ଗତବର୍ଷ ସୂଚନା ଅଧିକାର ଆଇନରେ ଖେମ୍‌କା ରାଜ୍ୟ ସୂଚନା କମିଶନଙ୍କୁ ତଥ୍ୟ ପାଇଁ ଆବେଦନ କରିଥିଲେ। ଏଥିରେ କଂଗ୍ରେସ ସରକାର ସମୟରେ ଗୁରୁଗାଁଓରେ ଜମି ହେରଫେର ଉପରେ ତଦନ୍ତ କମିଶନଙ୍କ ତଦନ୍ତ ସଂକ୍ରାନ୍ତୀୟ ତଥ୍ୟ ଜାଣିବାକୁ ସେ ଚାହଁିଥିଲେ। ଏଥିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁଙ୍କ ତଥାକଥିତ ଭୂମିକା ସମ୍ପର୍କିତ ତଥ୍ୟ ବି ସାମିଲ ଥିଲା। ସେ ଚାହଁୁଥିବା ସବିଶେଷ ତଥ୍ୟ ତାଙ୍କୁ ଯୋଗାଇ ଦିଆଯାଇ ନ ଥିବା ସୂଚନା କମିଶନଙ୍କୁ ଜଣାଇଥିଲେ। କମିଶନ ଏବେ ମୁଖ୍ୟ ଶାସନ ସଚିବ(ରାଜନୈତିକ ବିଭାଗ) ଏବଂ ଟାଉନ ଓ କଣ୍ଟ୍ରି ପ୍ଲାନିଂ ଡିପାର୍ଟମେଣ୍ଟକୁ ନୋଟିସ ଜାରି କରି ଖେମ୍‌କାଙ୍କ ଆବେଦନ ଉପରେ ସେମାନେ କ’ଣ ଉତ୍ତର ଦେଇଛନ୍ତି ସେ ସମ୍ପର୍କରେ ସେମାନଙ୍କ ପ୍ରତିକ୍ରିୟା ଦେବାକୁ ନୋଟିସ ଜାରି କରିଛନ୍ତି। ସୂତ୍ରରୁ ଜଣାପଡିଛି ଯେ, ଖେମ୍‌କା ମାଗିଥିବା ତଥ୍ୟ ଯୋଗାଇ ଦେବାରେ ଯେଉଁମାନେ ବିଫଳ ହୋଇଛନ୍ତି ସେମାନଙ୍କ ବିରୋଧରେ ସୂଚନା ଅଧିକାର ଆଇନ୍‌ର ଧାରା ୨୦ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଖେମ୍‌କା ଚାହଁିଛନ୍ତି। ଏ କ୍ଷେତ୍ରରେ କିଛି ତଥ୍ୟ ଲୁଚାଯାଇଥିବା ସେ ଦାବି କରିଛନ୍ତି।
ନିର୍ଦ୍ଦେଶକୁ ଅମାନ୍ୟ
ଜମ୍ମୁ-କଶ୍ମୀର କ୍ୟାଡର୍‌ର ଅନେକ ଆଇଏଏସ୍‌ ଅଧିକାରୀ ଅନ୍‌ଲାଇନରେ ସେମାନଙ୍କ ଇମୋଭେବଲ ପ୍ରର୍ପଟି ରିଟର୍ନ(ଆଇପିଆର୍‌) ବା ଅଚଳ ସମ୍ପତ୍ତିିର ବିବରଣୀ ଦେବାର ସରକାରୀ ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଅମାନ୍ୟ କରିବା ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ଏହା ପାଳନ ନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।
ସୂତ୍ରରୁ ଜଣାପଡିଛି ଯେ, ଅନ୍‌ଲାଇନରେ ଆଇପିଆର୍‌ ଦେବା ପ୍ରକ୍ରିୟା ୨୦୧୭ରେ ଆରମ୍ଭ କରାଯାଇଥିଲା। ଏବକାର ଏହି ନିୟମରେ ବାବୁମାନେ ଏହାକୁ ଅନ୍‌ଲାଇନରେ ଦେବା ଅନିବାର୍ଯ୍ୟ। କିନ୍ତୁ ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ ଆଣ୍ଡ୍‌ ଟ୍ରେନିଂ( ଡିଓପିଟି) ବା କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏବଂ ଜେନେରାଲ ଆଡମିନିଷ୍ଟ୍ରେଶନ ଡିପାର୍ଟମେଣ୍ଟ (ଜିଏଡି) ବା ସାଧାରଣ ପ୍ରଶାସନ ବିଭାଗର ବିଫଳତା ଯୋଗୁ ୨୦୧୭ରୁ ବାରମ୍ବାର ନିର୍ଦ୍ଦେଶ ଜାରି କରାଯାଉଥିଲେ ମଧ୍ୟ ଅନେକ ଆଇଏଏସ୍‌ ଅଧିକାରୀ ଏହାକୁ ପାଳନ କରୁନାହାନ୍ତି। ଏବେ ଜଣାପଡିଛି ଯେ,ଜିଏଡିର କମିଶନର ସେକ୍ରେଟାରୀ ମନୋଜ କୁମାର ଦ୍ୱବେଦୀ ଚିଠି ଜାରି କରି ଦର୍ଶାଇଛନ୍ତି ଯେ,ଏହି ନିର୍ଦ୍ଦେଶ ପାଳନ କରିବାରେ ବିଫଳତା ହିଁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପର୍ଯ୍ୟାପ୍ତ କାରଣ ହେବ। ଚିଠି ମାଧ୍ୟମରେ ଆଇଏଏସ୍‌ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି ଏବଂ ସାମ୍‌ନା କରିବାକୁ ଥିବା ପରିଣାମ ସମ୍ପର୍କରେ ସ୍ପଷ୍ଟ କରାଯାଇଛିି। ଏଣିକି ଦୋଷୀଙ୍କୁ ଆଉ ଅଧିକ ସୁଯୋଗ ଦିଆଯିବ ନାହିଁ ବୋଲି ସରକାର ସ୍ପଷ୍ଟ ନିଷ୍ପତ୍ତି ଗ୍ରହଣ କରିସାରିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri