
ଆପଣ କେବେ ନା କେବେ ବାବା ଭେଙ୍ଗା ଏବଂ ତାଙ୍କର ଭବିଷ୍ୟବାଣୀ ବିଷୟରେ ଶୁଣିଥିବ। ସେ ବିଶ୍ୱ ବିଷୟରେ କରିଥିବା ଅଧିକାଂଶ ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି। କିନ୍ତୁ ଆପଣ ଜାଣନ୍ତି କି ବାବା ଭେଙ୍ଗା ଜଣେ ମହିଳା ଥିଲେ କି ପୁରୁଷ। ଏ ସମ୍ପର୍କରେ ଜାଣିଲେ ତାଜୁବ ହୋଇଯିବେ।
ଆପଣଙ୍କୁ କହି ରଖୁଛୁ ଯେ ବାବା ଭେଙ୍ଗାଙ୍କ ପ୍ରକୃତ ନାମ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟେରୋଭା। ତାଙ୍କର ଜନ୍ମ ୧୯୧୧ ଜାନୁଆରୀ ୩୧ ତାରିଖରେ ହୋଇଥିଲା। ବାବା ଭେଙ୍ଗା ପ୍ରକୃତରେ ଜଣେ ମହିଳା ଥିଲେ ଏବଂ ପିଲାଦିନରୁ ଆଖି ହରାଥିଲେ। ଅର୍ଥାତ ଜନ୍ମ ସମୟରେ ସେ ତାଙ୍କର ଦୃଷ୍ଟିଶକ୍ତି ହରାଇଥିଲେ। ବାବା ଭାଙ୍ଗା ତାଙ୍କ ଜୀବନର ଅଧିକାଂଶ ସମୟ ବୁଲଗେରିଆର ବେଲାସିକା ପର୍ବତମାଳାର ରୁପିଟ ଅଞ୍ଚଳରେ ବିତାଇଥିଲେ।
ଯେତେବେଳେ ବାବା ଭେଙ୍ଗା ଛୋଟ ଥିଲେ, ତାଙ୍କ ବାପା ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବୁଲଗେରିଆନ ସେନାରେ ନିଯୁକ୍ତି ପାଇଥିଲେ। ତାଙ୍କ ମାଆଙ୍କର ଅଳ୍ପ ସମୟ ପରେ ମୃତ୍ୟୁ ହୋଇଯାଇଥିଲା। ଏହି କାରଣରୁ, ଭେଙ୍ଗାଙ୍କୁ ତାଙ୍କ ଯୌବନର ଅଧିକାଂଶ ସମୟ ପଡ଼ୋଶୀ ଏବଂ ନିକଟତମ ପରିବାର ବନ୍ଧୁମାନଙ୍କ ସହ ବିତୁଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ବିଶ୍ୱବ୍ୟାପୀ ଲୋକପ୍ରିୟତା ହାସଲ କରିଥିଲେ।
ବାବା ଭେଙ୍ଗାଙ୍କ ପ୍ରକୃତ ନାମ ଆଞ୍ଜେଲିକା ପାଣ୍ଡେଭ ଗୁଶାରୋଭା ଥିଲା। ତାଙ୍କୁ ଦାଷ୍ଟ୍ରେଦମସ ମଧ୍ୟ କୁହାଯାଏ। ସେ ଅର୍ଦ୍ଧ-ଶିକ୍ଷିତ ଥିଲେ। ୧୯୯୬ରେ ତାଙ୍କ ମୃତ୍ୟୁ ପୂର୍ବରୁ, ସେ ୫୦୭୯ ମସିହା ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଥିଲେ ଏବଂ ତାଙ୍କର ଅନେକ ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସତ୍ୟ ହୋଇଛି। ଉଦାହରଣ ସ୍ବରୂପ, ସେ ୨୦୦୧ରେ ଆମେରିକାରେ ହୋଇଥିବା ୯/୧୧ ଆକ୍ରମଣ ବିଷୟରେ ପୂର୍ବରୁ କହିଥିଲେ। ସେହିପରି ୧୯୯୧ ମସିହାରେ ସୋଭିଏତ୍ ୟୁନିଅନର ବିଲୟ ବିଷୟରେ ଭବିଷ୍ୟବାଣୀ ମଧ୍ୟ ସତ୍ୟ ହୋଇଛି। ତେବେ ସ୍ତନ କର୍କଟ ଯୋଗୁଁ ତାଙ୍କର ୧୧ ଅଗଷ୍ଟ ୧୯୯୬ରେ ମୃତ୍ୟୁ ହୋଇଥିଲା।