ଆଜେରବାଇଜାନ ନାଗର୍ନୋ-କରାବାଖ ଅଞ୍ଚଳକୁ ଦଖଲ କଲା, ଆର୍ମେନିଆ ଯୁଦ୍ଧ ବନ୍ଦ କରିବାକୁ ରାଜି…

ବାକୁ, ୨୧।୯: ନାଗର୍ନୋ-କରାବାଖର ବିଚ୍ଛିନ୍ନ ଅଞ୍ଚଳ ଉପରେ ଆଜେରବାଇଜାନ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଘୋଷଣା କରିଛି। ଏହାପୂର୍ବରୁ ଆର୍ମେନିଆ ସୈନିକମାନେ ଆତ୍ମସମର୍ପଣ କରିଥିଲେ। ଏହା ସହ ଆର୍ମେନିଆ ଆଜେରବାଇଜାନ ସହ ଅସ୍ତ୍ରବିରତି  କରିବାକୁ ରାଜି ହୋଇଛି।

ଅସ୍ତ୍ରବିରତି ହେବାର ଏକ ଘଣ୍ଟା ପରେ ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାଶିନିଆନ କହିଛନ୍ତି ଏହି ଅଞ୍ଚଳରେ ଶତ୍ରୁତା ହ୍ରାସ ପାଇଛି। ଆଜେରବାଇଜାନର ଅଧିକାରୀମାନେ କହିଛନ୍ତି ଯେ ବିଚ୍ଛିନ୍ନତାବାଦୀମାନେ ଅସ୍ତ୍ର ରଖିଛନ୍ତି ବୋଲି ଘୋଷଣା କରିବା ପରେ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ସାମରିକ ଅପରେଶନ ବନ୍ଦ ହୋଇଯାଇଥିଲା।

ଆଜେରବାଇଜାନ ସର୍ତ୍ତ ରଖିଛି ନାଗର୍ନୋ-କରାବାଖର ବିଚ୍ଛିନ୍ନତାବାଦୀମାନେ ସେମାନଙ୍କର ସମସ୍ତ ଅସ୍ତ୍ର ସମର୍ପଣ କଲେ ହିଁ ଅସ୍ତ୍ରବିରତି  ହେବ। ଆଜେରବାଇଜାନ ଦାବି କରିଛି ଏହାର ବାହିନୀ ନାଗର୍ନୋ-କରାବାଖରେ ୬୦ ରୁ ଅଧିକ ସାମରିକ ବେସ କବଜା କରିଛି। ସେ ଏହି କ୍ଷେତ୍ର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଘୋଷଣା କରିଛନ୍ତି।

ଆଜେରବାଇଜାନ ସେନା ମଙ୍ଗଳବାର ଦିନ ନାଗର୍ନୋ-କରାବାଖ ଅଞ୍ଚଳରେ ଆର୍ମେନିଆ ସ୍ଥିତିରେ ଗୁଳି ଚଳାଇଥିଲା। ପ୍ରଥମ ଦିନରେ ଏହି ଗୁଳି ବିନିମୟରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିଲା। ନାଗର୍ନୋ-କରାବାଖ ଅଞ୍ଚଳରେ ଲାଣ୍ଡମାଇନ ବିସ୍ଫୋରଣରେ ଚାରିଜଣ ସୈନିକ ଏବଂ ଦୁଇ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବାର କିଛି ଘଣ୍ଟା ପରେ ଆଜେରବାଇଜାନ ସାମରିକ କାର୍ଯ୍ୟ ଆରମ୍ଭ କରିବାକୁ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଖାଆନ୍ତୁ କଖାରୁ ଫୁଲ

କଖାରୁ ଫୁଲ ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନେକେ ଏଥିରୁ ପ୍ରସ୍ତୁତ ପିଠା ଖାଇବାକୁ ଭଲ ପାଆନ୍ତି। ଏଥିରେ ଅନେକ ପ୍ରକାର ଭିଟାମିନ୍‌…

ସୋମନାଥ ଅମୃତ ମହୋତ୍ସବରେ ଯୋଗଦେଲେ ମୋଦି, କଲେ ପୂଜାର୍ଚ୍ଚନା

ପ୍ରଭାସପାଟନା,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମନାଥ ମନ୍ଦିରରେ ଆୟୋଜିତ ‘ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମନ୍ଦିରରେ ପୂଜା କରିଥିଲେ ଏବଂ ପ୍ରାର୍ଥନା କରିଥିଲେ।…

ଭାରତରେ ପ୍ରଯୁକ୍ତିବିଦ୍ୟାର ବିକାଶ

ଦେଶ ସ୍ବାଧୀନତା ଲାଭ କରିବା ପରେ ଏହାର ପ୍ରଗତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦେଶରେ ଅନେକ ବୃହତ୍‌ ନଦୀବନ୍ଧ ନିର୍ମାଣ…

ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ଲୋକଙ୍କ ଭରସା ନାହିଁ, ଆଲର୍ଟ କେନ୍ଦ୍ରରେ ବାଜୁନି ସାଇରନ

କେନ୍ଦ୍ରାପଡା,୧୧୦ା୫ (ଜଗନ୍ନାଥ ଧଳ): ସମୁଦ୍ର ତଟବର୍ତ୍ତୀ କେନ୍ଦ୍ରାପଡା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି। ବନ୍ୟା, ବାତ୍ୟା ସହ ସୁନାମି…

ସୁନାଥରରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା: ଭୁବନେଶ୍ୱର ସ୍ଥାନାନ୍ତର ହେଲେ ଦୁଇ ଗୁରୁତର

ପୁରୁଷୋତ୍ତମପୁର,୧୧ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ରବିବାର ସନ୍ଧ୍ୟାରେ ରୋଷେଇ ପାଇଁ ଗ୍ୟାସ୍‌ ଲଗାଇବା ବେଳେ ହଠାତ୍‌ ସିଲିଣ୍ଡରଟି ବିସ୍ଫୋରଣ ହୋଇ…

‘ନିର୍ବାଚନ ଶେଷ ହେବା ପରେ ମନେ ପଡିଲା ସଙ୍କଟ କଥା…’ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ ପରେ ବର୍ଷିଲେ ଅଖିଳେଶ

ନୂଆଦିଲ୍ଲୀ,୧୧।୫: ଇରାନରେ ସଂଘର୍ଷରୁ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସୁନା ନ କିଣିବା ଏବଂ ତେଲ ବ୍ୟବହାର କମ କରିବାକୁ ନିବେଦନ…

ସରକାରୀ ଜମିରୁ ଉଚ୍ଛେଦବେଳେ ପ୍ରବଳ ବିରୋଧ, ତଥାପି ଜାରି ରହିଛି…

ପାଟଣା,୧୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପୁଟୁଳିଆ ମୌଜାର ୭୭୪ ନମ୍ବର ପ୍ଲଟରୁ ସୋମବାର ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି ପ୍ରଶାସନ। ଉଚ୍ଛେଦକୁ ବିରୋଧ କରି…

ମୋଦିଙ୍କ ବୟାନ ପରେ ସୁନାକୁ ନେଇ ବଢୁଛି ଚର୍ଚ୍ଚା, ଜାଣନ୍ତୁ ଦେଶକୁ କେଉଁଠୁ ଆସୁଛି ସୁନା, ଭାରତୀୟ ସୁନା ନ କିଣିଲେ କ’ଣ ହେବ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଜାତୀୟ ସ୍ବାର୍ଥ ପାଇଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri